Skip to main content

ସିରିୟା ଉପରେ ତୁର୍କୀର ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ ନକରିବାକୁ ଟ୍ରମ୍ପଙ୍କ ସଙ୍କେତ


ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଗୋଣ୍ତଗୋଳିଆ ସ୍ଥିତିରେ ଥିବା ମଧ୍ୟ ପ୍ରାଚ୍ୟରେ ଝଡ଼ ସୃଷ୍ଟି କରିଛି। ସିରିୟାରେ କୁର୍ଦିସ ସମର୍ଥନରେ ନିଜର ସେନାକୁ ମୁତୟନ କରିଥିବା ଆମେରିକା ଏବେ ସେଠାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାବେଳେ କୁର୍ଦିସ ନେତୃତ୍ୱାଧିନ ସିରିୟାଇ ଡେମୋକ୍ରାଟିକ ଫୋର୍ସ(ଏସଡିଏଫ) ବିରୁଦ୍ଧରେ ଉତ୍ତରାଞ୍ଚଳ ସିରିୟା ଉପରେ ତୁର୍କୀର ଆକ୍ରମଣ ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ରୋଧାନ୍ୱିତ କରିଛି। ତୁର୍କୀ ରାଷ୍ଟ୍ରପତି ରିସେ ତୟିପ ଏଡୋଗାନ ଏସଡିଏଫକୁ ସନ୍ତ୍ରାସବାଦି ବିବେଚନା କରୁଛି କାରଣ ତୁର୍କୀର କୁର୍ଦିସ ୱାରକର୍ସ ପାର୍ଟି ସହିତ ଏହାର ମେଣ୍ଟ ରହିଛି। ତୁର୍କୀ ନିଜ ଦେଶର କୁର୍ଦିସ ନେସନାଲିଷ୍ଟକୁ ନିଷ୍କ୍ରିୟ କରିବା ପାଇଁ ସିରିୟାର କୁର୍ଦିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସିରିୟାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତି ଉଭୟ ସିରିୟା ଏବଂ ଇରାକର କୁର୍ଦିସ ପ୍ରତି ପ୍ରତାରଣା ବୋଲି କୁହାଯାଉଛି। କାରଣ ଆଇଏସଆଇଏସର ପରାଜୟ ପଛରେ କୁର୍ଦିସର ହିଁ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। 2019 ମାର୍ଚରେ ସିରିୟାରେ ଆଇଏସଆଇଏସ ସଂପୂର୍ଣ୍ଣ ପରାଜିତ ହୋଇଥିବା ଘୋଷଣା ପରେ ଏବେ ଏହି ଗୋଷ୍ଟି ପୁଣି ଏକତ୍ର ହେବାର ଆଶଙ୍କା ଦେଖା ଦେଇଛି।

ଏବେ ତୁର୍କୀରେ ଶରଣ ନେଇଥିବା ପ୍ରାୟ 3.6 ମିଲିୟନ ସିରିୟା ଶରଣାର୍ଥୀମାନଙ୍କୁ ସିରିୟାର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥାପିତ କରିବା ପାଇଁ 30 କିଲୋମିଟର ଯାଏଁ ନିରାପଦ ଜୋନ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଗତ ସପ୍ତାହରେ ତୁର୍କୀ ସିରିୟା ଉପରେ ଆକ୍ରମଣ କରିଥିଲା। ଶରଣାର୍ଥୀମାନଙ୍କୁ ଥଇଥାନ କରିବା ଯଦିଓ ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ତୁର୍କୀର କାର୍ଯ୍ୟାନୁଷ୍ଠାନ ବିବାଦୀୟ ହୋଇପଡିଛି ଯାହା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନିନ୍ଦା କରାଯାଉଛି।

ତୁର୍କୀର ଆକ୍ରମଣକୁ ଦେଖି ଆମେରିକା ତୁରନ୍ତ ତୁର୍କୀ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଛି। ତୁର୍କୀର ଇସ୍ପାତ ରପ୍ତାନି ଉପରେ 50 ଭାଗ ଟିକସ ଲଗାଇବା ସହିତ 100 ବିଲିୟନ ଡଲାରର ବାଣିଜ୍ୟ କାରବାରକୁ ବନ୍ଦ କରିଛି। ଆମେରିକାର ନ୍ୟାୟ ବିଭାଗ ତୁର୍କୀର ପ୍ରମୁଖ ବ୍ୟାଙ୍କ ହଲ୍କବ୍ୟାଙ୍କ ବିରୁଦ୍ଧରେ ଅପରାଧିକ ତଦନ୍ତ କରିବା ଘୋଷଣା କରିଛି। ଏହା ବ୍ୟତିତ ଟ୍ରମ୍ପ ପ୍ରଶାସନ ତୁର୍କୀର ପ୍ରତିରକ୍ଷା, ଶକ୍ତି ଏବଂ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଆମେରିକା ସ୍ଥିତ ସଂପତ୍ତିକୁ ଅକାମି କରିଛି ଏବଂ ତା ସହିତ କୌଣସି ପ୍ରକାର କାରବାର ଉପରେ କଟକଣା ଲଗାଇଛି।

ଯଦି ତୁର୍କୀ ବିପଦ ତଥା ଧ୍ୱଂସକାରୀ ପଥ ପରିହାର ନକରେ ତେବେ ତାର ଅର୍ଥନୀତିକୁ ଧିରେଧିରେ ଧୂଳିସାତ କରିଦେବ ବୋଲି ଆମେରିକା ଚେତାବନି ଦେଇଛି। ତୁର୍କୀ ତୁରନ୍ତ ଯୁଦ୍ଧ ବିରତି ନକଲେ ପରିସ୍ଥିତି ଆହୁରି ଭୟାଭୟ ହେବ ବୋଲି ଆମେରିକାର ଉପ ରାଷ୍ଟ୍ରପତି ତୁର୍କୀକୁ ଚେତାବନୀ ଦେଇଛନ୍ତି।

ୟୁରୋପୀୟ ସଂଘ ଟ୍ରମ୍ପଙ୍କ ଇରାନ ନୀତି ଉପରେ କ୍ଷୁବ୍ଧ ଅଛି । ଏହା କୁର୍ଦିସକୁ ସମର୍ଥନ କରୁଛି ଏବଂ ଆକ୍ରମଣକୁ ନିନ୍ଦା ମଧ୍ୟ କରୁଛି। ୟୁରୋପୀୟ ସଂଘର ଆଶଙ୍କା ରହିଛି ଯେ ତୁର୍କୀ ଯଦି ଏହାର ସୀମା ଉନ୍ମୁକ୍ତ କରେ ତେବେ ଶରଣାର୍ଥିମାନେ ୟୁରୋପୀୟ ସଂଘର ଦେଶମାନଙ୍କୁ ପଶି ଆସିବେ। ଅପରପକ୍ଷେ ତୁର୍କୀ ରାଷ୍ଟ୍ରପତି ନିଜର ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବାକୁ ସଙ୍କେତ ଦେଇଛନ୍ତି। ଇରାନ, ଜେରୁଜେଲମ କିମ୍ବା ଗୋଲାନ ଉପରେ ତୁର୍କୀର ନୀତି ବିବାଦୀୟ ହୋଇଥିବାରୁ ତୁର୍କୀ ପ୍ରତି ଆମେରିକାର ଆଭିମୁଖ୍ୟକୁ ଅନେକ ଦେଶ ସମର୍ଥନ କରୁଛନ୍ତି। ଏହି କାରଣରୁ ଆମେରିକାର ତୁର୍କୀ ନୀତି ଆହୁରି ସଂପ୍ରସାରିତ ହେବ ଏବଂ ଆଗାମୀ ଦିନରେ ତୁର୍କୀ ଉପରେ ଆମେରିକାର ପ୍ରତିବନ୍ଧ ଆହୁରି ତୀବ୍ର ହୋଇପାରେ।

ସିରିୟା ଉପରେ ତୁର୍କୀର ଆକ୍ରମଣକୁ ନେଇ ଭାରତ ଚିନ୍ତିତ। ଭାରତ କହିଛି ଯେ ତୁର୍କୀର ଏହି କାର୍ଯ୍ୟାନୁଷ୍ଠାନ ସେ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବ ଏବଂ ସନ୍ତ୍ରାସବାଦକୁ ପ୍ରୋତ୍ସାହିତ କରିବ।

ଆଲେଖ: ପି.ଆର. କୁମାରସ୍ୱାମୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...