Skip to main content

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ) ର ଅଷ୍ଟାଦଶ ଶିଖର ସମ୍ମିଳନୀ 

ଅଜରବାଇଜାନ ର ସମୁଦ୍ର ତଟବର୍ତ୍ତୀ ରାଜଧାନୀ ବାକୁରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ) ର ଦୁଇ ଦିବସୀୟ ଅଷ୍ଟାଦଶ ଶିଖର ସମ୍ମିଳନୀ ଶେଷ ହୋଇଛି | ‘ନାମ’ ର କୌଣସି ସ୍ଥିତି ନାହିଁ ବୋଲି ପର୍ଜ୍ୟବେକ୍ଷକ ମାନେ ଟିପ୍ପଣୀ ଦେଉଥିବା ସମୟରେ ଏହାର ସ୍ଥିତି ଏବେ ମଧ୍ୟ ବଜାୟ ରହିଛି ବୋଲି ଏହି ସମ୍ମିଳନୀରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି | ଛ ଦଶନ୍ଧି ପୂର୍ବରୁ ସ୍ଥାପନା ହୋଇଥିବା ନାମ ଉପରେ ଭାଷ୍ୟକାର ମାନେ ଅନେକ ମନ୍ତବ୍ୟ ଦେଇଆସୁଛନ୍ତି ହେଲେ ସେମାନେ ବାରମ୍ବାର ଭୁଲ ପ୍ରମାଣିତ ହେଉଛନ୍ତି | 2011 ଶେଷ ବେଳକୁ ନାମ ରେ ସାମିଲ ହୋଇଥିବା ଅଜରବାଇଜାନ ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବା ବିଷୟରୁ ପ୍ରତୀତ ହେଉଛି ଯେ ସଦସ୍ୟ ରାଷ୍ଟ୍ର ଗୁଡିକ ପାଇଁ ଏହାର ସ୍ଥିତି ଏବେ ମଧ୍ୟ ସୁଦୃଢ ରହିଛି ଓ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ବରେ ଏହାର ପ୍ରାସଙ୍ଗିକତା ଆଗକୁ ମଧ୍ୟ ଜାରି ରହିବ | ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ସ୍ଵର ଉତ୍ତୋଳନ କରିବା ପାଇଁ ‘ନାମ’ ହେଉଛି ଏକ ପ୍ରକୃତ ମଞ୍ଚ ବୋଲି ଏବେ ମଧ୍ୟ ସମଗ୍ର ଦୁନିଆର ଅଧିକାଂଶ ଲୋକ ଏଥିପ୍ରତି ଆସ୍ଥା ଓ ବିଶ୍ଵାସ ପ୍ରକଟ କରନ୍ତି |


ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଜଣେ ପ୍ରତିଷ୍ଠାତା ଭାବେ ଭାରତର ଏଥିପ୍ରତି ଐତିହାସିକ ଭାବେ ମହତ୍ବପୂର୍ଣ୍ଣ ଭୂମିକା ରହିଛି | ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟାନାଈଡୂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇ ଏହି ଶିଖର ବୈଠକରେ ଯୋଗ ଦେଇଥିଲେ | ଏହି ଅବସରରେ ସେ କହିଥିଲେ ଯେ ଏହାର ସିଦ୍ଧାନ୍ତ ଓ ଉଦ୍ଦେଶ୍ୟ ପାଇଁ ଭାରତର ଦୃଢ ପ୍ରତିଶୃତିବଦ୍ଧତା ରହିଛି ଓ ଏହା ଉପରେ ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ |

ପାକିସ୍ତାନ ସବୁ ଆନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ନେଇ ଅଯଥା ପ୍ରଳାପ କରିବା ଭଳି ଏହି ମଞ୍ଚ ରେ ମଧ୍ୟ କାଶ୍ମୀର ପ୍ରସଙ୍ଗ ଉତଥାପନ କରିଥିଲା | ଏହି ପ୍ରସଙ୍ଗରେ ଭାରତ ବିରୁଦ୍ଧରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଵ୍ବୀ ଙ୍କ ବିବୃତ୍ତି ଉପରେ ଜବାବ ଦେଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପାକିସ୍ତାନକୁ “ସନ୍ତ୍ରାସବାଦର ପେଣ୍ଠସ୍ଥଳୀ” ବୋଲି ବର୍ଣ୍ଣନା କରିଥିଲେ ଓ ସୀମାପାର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେବା ଲାଗି ଏହାର ଦୀର୍ଘ ସ୍ଥାୟୀ ନୀତିକୁ ଯୁକ୍ତିଯୁକ୍ତ ବୋଲି ବିବେଚିତ କରିବା ପାଇଁ କାଶ୍ମୀର ପ୍ରସଙ୍ଗକୁ ଉପଯୋଗ କରିବାରୁ ନିବୃତ୍ତ ରହୁ ବୋଲି ନିବେଦନ କରିଥିଲେ | ପାକିସ୍ଥାନ ଯଦି ସନ୍ତ୍ରାସବାଦ ପ୍ରୋତ୍ସାହନ ନେଇ ଏହାର ନୀତି ପରିହାର କରିବ ତେବେ ଏହା କେବଳ ପାକିସ୍ତାନ ପାଇଁ ନୁହେଁ ବରଂ ସମଗ୍ର ବିଶ୍ଵ ପାଇଁ ହିତକାରୀ ହେବ ବୋଲି ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି | 

ଜାତିସଂଘ ସନନ୍ଦ, ଆନ୍ତର୍ଜାତୀୟ ଆଇନ ଓ ପ୍ରାସଙ୍ଗିକ ଆନ୍ତର୍ଜାତୀୟ ସମ୍ମିଳନୀର ସିଦ୍ଧାନ୍ତ ଅନୁଯାୟୀ ସବୁ ରୂପର ଆତଙ୍କବାଦର ମୁକାବିଲା କରିବା ପାଇଁ ସାମୁହିକ ପ୍ରୟାସ କରିବା ଲାଗି ଶିଖର ସମ୍ମିଳନୀର ଘୋଷାଣାନାମାରେ ସଙ୍କଳ୍ପବଦ୍ଧତା ପ୍ରକାଶ କରାଯାଇଛି |

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଆବିର୍ଭାବ ହେବା ପରଠୁ ଓ ଶୀତଳ ଯୁଦ୍ଧ ସମୟ ପରେ ବିଶ୍ବରେ ଅନେକ ପରିବର୍ତ୍ତନ ଦେଖା ଦେଇଛି | ଶୀତଳ ଯୁଦ୍ଧ ବିଶ୍ଵକୁ ଦୁଇଟି ଆଦର୍ଶବାଦ ପ୍ରତିଦ୍ଵନ୍ଦୀ ଗୋଷ୍ଠୀରେ ବିଭାଜିତ କରିଥିଲା | ଆନ୍ତର୍ଜାତୀୟ ରାଜନୀତିରେ ପରିବର୍ତ୍ତନ ସହ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଭୂମିକାରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥିଲା | ସେହିପରି ‘ନାମ’ ସଦସ୍ୟ ରାଷ୍ଟ୍ର ଗୁଡିକୁ ମଧ୍ୟ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ରାଜନୀତି ର ଗତିଶୀଳତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପଡିଲା | କିନ୍ତୁ ତଥାପି ମଧ୍ୟ ଜାତିସଂଘ ପରେ ‘ନାମ’, ଏବେ ମଧ୍ୟ ବିଶ୍ଵର ସବୁଠୁ ବଡ ରାଷ୍ଟ୍ରଗୋଷ୍ଠୀ ଅଟେ | ଏଥିରେ 120 ସଦସ୍ୟ ରାଷ୍ଟ୍ର ଥିବା ସହ ଏହା ବିଶ୍ଵର ଦୁଇ ତୃତୀୟାଂଶ ଜନସଂଖ୍ୟା କୁ ପ୍ରତିନିଧିତ୍ଵ କରୁଛି |

ଏହା ଉଲ୍ଲେଖନୀୟ ଯେ ‘ନାମ’ ନିଜର ଏକ ପୃଥକ କାର୍ଯ୍ୟସୂଚୀ ସ୍ଥାପିତ କରିବା ପରିବର୍ତ୍ତେ ଏହି ଶିଖର ସମ୍ମିଳନୀ ଜାତିସଂଘ ର ସିଦ୍ଧାନ୍ତକୁ ଅନୁକରଣ କରିବା ପାଇଁ ସ୍ଥିର କରିଛି | ବାକୁ ଘୋଷଣାନାମାରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବା ଓ ଜାତିସଂଘ ସାଧାରଣ ସଭାକୁ ଆହୁରି ମଜବୁତ କରିବା ପାଇଁ ଆହ୍ଵାନ ଦିଆଯାଇଛି | ବାସ୍ତବରେ, ଜାତିସଂଘ ପ୍ରଣାଳୀର ଗଣତାନ୍ତ୍ରିକରଣ କରିବା ତଥା ଜାତିସଂଘ ବ୍ୟବସ୍ଥାର ସଂସ୍କାର ଲାଗି ଦୀର୍ଘ ଦିନରୁ ଦାବି କରାଯାଉଛି | ତେବେ ଏହି ଦାବିକୁ ସଜ୍ଞାନରେ ନେଇ ଏହା ଉପରେ ବିଚାର ବିମର୍ଶ କରିବା ବିଶ୍ଵ ସଂସ୍ଥା ଉପରେ ହିଁ ନିର୍ଭର କରୁଛି |

ଜାତିସଂଘ ମହାସଚିବ ଏହି ଶିଖର ସମ୍ମିଳନୀ ଲାଗି ତାଙ୍କ ବାର୍ତ୍ତାରେ ବୈଶ୍ଵିକରଣ କ୍ଷେତ୍ରରେ ଲୋକମାନଙ୍କ ଆସ୍ଥା ଓ ଭରସା ତୁଟିବା , ବୈଶ୍ଵିକ ଓ ଆନ୍ତର୍ଜାତୀୟ ହିଂସା ବୃଦ୍ଧି ପାଇବା ଓ ସାମୁହିକ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ | ଜାତିସଂଘ ମହାସଚିବଙ୍କ ଏହି ବାର୍ତ୍ତା ପରେ ବିଶ୍ଵର ଦୁଇଟି ପ୍ରମୁଖ ପ୍ରତିନିଧି ଗୋଷ୍ଠୀ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ମିଳିମିଶି କାର୍ଯ୍ୟ କରିବାର ସମୟ ଉପନୀତ ହୋଇଥିବାର ଆଶା ଉଜ୍ଜୀବିତ ହୋଇଛି | 

ମୂଳ ଲେଖା : ଏମ. କେ ଟିକକୁ, ରାଜନୈତିକ ଭାଷ୍ୟକାର 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...