Skip to main content

ଭାରତୀୟ ବିମାନ ବାହିନୀରେ ସାମିଲ ହେଲା ସର୍ବାଧୁନିକ ଲଢୁଆ ବିମାନ ରାଫେଲ

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସର ମେରିଗ୍ନାକ ବିମାନ ଘାଟିରେ ଛତିଶ ଟି ପରମାଣୁ କ୍ଷମତା ଯୁକ୍ତ ରାଫେଲ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ରାଫେଲ ବିମାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି | ରାଫେଲ ବିମାନ ହାସଲ କରିବା ସହିତ ଭାରତୀୟ ବିମାନ ବାହିନୀ (ଆଇଏଏଫ) ଏହାର ପ୍ରତିଦ୍ଵନ୍ଦୀ ମାନଙ୍କ ଠାରୁ ଯୁଦ୍ଧ ତଥା ଜ୍ଞାନକୌଶଳ କ୍ଷେତ୍ରରେ ଅଧିକ ଶ୍ରେଷ୍ଠତା ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି | ସବୁ ସାମରିକ ଦକ୍ଷତା ସମ୍ପର୍ଣ୍ଣ ରାଷ୍ଟ୍ର ଯୁଦ୍ଧର ପାରମ୍ପରିକ, ରଣନୀତିକ ବା ଅଣ-ପାରମ୍ପରିକ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ପାଇଁ ପ୍ରୟାସ କରିଥାନ୍ତି |

ଭାରତର ଏକ ନିକଟ ପଡୋଶୀ ଦେଶର ନେତୃତ୍ଵଙ୍କ ଠାରୁ ବାରମ୍ବାର ଏମିତିକି ଜାତିସଂଘ ସାଧାରଣ ସଭାରେ ମଧ୍ୟ ପରମାଣୁ ଧମକ ମିଳୁଥିବା ସମୟରେ ,ରାଫେଲ ଲଢୁଆ ବିମାନ ସାମିଲ ହେବା ନିଶ୍ଚିତ ରୂପରେ ଦେଶର ପ୍ରତିରକ୍ଷା କ୍ଷମତାକୁ ଆହୁରି ଦୃଢୀଭୂତ କରିବ | ଏଠାରେ ଉଲ୍ଲେଖ ଯୋଗ୍ୟଯେ କେତୋଟି ରାଷ୍ଟ୍ର ଦ୍ଵାରା ବୃଦ୍ଧି ପାଉଥିବା ଅସ୍ତ୍ରଶସ୍ତ୍ର ଅଧିଗ୍ରହଣ କାର୍ଯ୍ୟକ୍ରମ ଓ ବିଶ୍ୱବ୍ୟାପି ନୂତନ ସାମରିକ ଜ୍ଞାନ କୌଶଳର ଆବିର୍ଭାବ ହେଉଥିବା ଯୋଗୁଁ ଦେଶର ସାମରିକ ଅସ୍ତ୍ରାଗାରର ଉନ୍ନତିକରଣ ଓ ଏକ୍ଷେତ୍ରରେ ନିରନ୍ତର ଯୋଜନା କରିବା ଲାଗି ନିହାତି ଜରୁରୀ ହୋଇପଡିଥିଲା | ଏହି ପରିପ୍ରେକ୍ଷୀରେ ଏକ ପରମାଣୁ କ୍ଷମତା ପର୍ଣ୍ଣ ବହୁମୂଖୀ ଲଢୁଆ ବିମାନ କ୍ରୟ କରିବାର ଆବଶ୍ୟକତା ହୋଇଥିଲା |

ଏକ ଜଟିଳ ଚୟନ ପ୍ରକ୍ରିୟାରେ ଭାରତୀୟ ବିମାନ ବାହିନୀ ଚତୁର୍ଥ ପିଢୀ ର ଛ ଟି ବିଦେଶୀ ଲଢୁଆ ବିମାନ ପରୀକ୍ଷଣ କରିଥିଲା | ଏହି ଚୟନ ପ୍ରକ୍ରିୟା ସମୟରେ ଆଇଏଏଫ 600ଟି ମାନକକୁ ତାଲିକାଭୁକ୍ତ କରିଥିଲା ଯେଉଁଥିରେ 590 ପାସ ମାର୍କ ରହିଥିଲା | ଏଥିରୁ କମ ମାନକ ରହିଥିଲେ ରାଫେଲକୁ ଗ୍ରହଣ କରାଯାଇନଥାନ୍ତା | ରାଫେଲ ହେଉଛି ଏକ ମଧ୍ୟମ ବହୁମୂଖୀ ଯୁଦ୍ଧ ବିମାନ ଯାହାକି ଭାରତର ଆକାଶ ମାର୍ଗରେ କ୍ଷମତା ବୃଦ୍ଧି କରିବ | ଭାରତ ବର୍ତ୍ତମାନ ରୁଷ ନିର୍ମିତ ସୁଖୋଇ ସୁ-30ଏମକେଆଇ ଓ ମିଗ 29, ଫ୍ରାନ୍ସର ମିରାଜ-2000 ଓ ସ୍ଵଦେଶ ଜ୍ଞାନକୌଶଳରେ ନିର୍ମିତ ଏଚଏଏଲ ତେଜାସ ଭଳି ଲଢୁଆ ବିମାନ ସହ ସୁରକ୍ଷିତ ରହିଛି|

ରାଫେଲ ଏକ ସଂପୂର୍ଣ୍ଣ ବହୁମୂଖୀ ବିମାନ ଅଟେ ଯାହା ଗଭୀର ଆକାଶ ମାର୍ଗରେ ଉଚ୍ଚ ଦକ୍ଷତା ସହ ଶତ୍ରୁ ବିରୁଦ୍ଧରେ ଲଢିବା ସହ କୌଣସି ଲଢୁଆ ବିମାନ ଦ୍ଵାରା ଆକ୍ରମଣର କଡା ଜବାବ ଦେଇପାରିବ | ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ ରାଫେଲ ଭାରତୀୟ ବିମାନ ବାହିନୀ ପାଇଁ ଏକ ଗେମ ଚେଞ୍ଜର ସଦୃଶ ହେବ ବା ପଟ୍ଟ ପରିବର୍ତ୍ତନ କରିପାରିବ | କାରଣ ଏହାର ଏପରି କ୍ଷମତା ରହିଛି ଯେ କୌଣସି ଶତ୍ରୁ ଏହାର ଆକାଶ ମାର୍ଗ ଅଭିଯାନରେ ହସ୍ତକ୍ଷେପ କରିପାରିବେ ନାହିଁ | ପଡୋଶୀ ଦେଶ ଠାରୁ ବିପଦ ର ଆଶଙ୍କା ରହିଥିବା ସତ୍ତ୍ୱେ ଭାରତ ସଦାସର୍ବଦା ଶାନ୍ତି ପ୍ରତିଷ୍ଠା କରିବାକୁ ଚାହେଁ | ଯୁଦ୍ଧ ବିମାନ ଗ୍ରହଣ ଉତ୍ସବରେ ଯୋଗ ଦେଇ ରାଜନାଥ ସିଂ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ରାଫେଲ ବିମାନ ଭାରତୀୟ ବିମାନ ବାହିନୀର ଯୁଦ୍ଧକ କ୍ଷମତା ବଢାଇବ ତେବେ କୌଣସି ଆକ୍ରମଣ ଉଦ୍ଦେଶ୍ୟରେ ଏହି କ୍ଷମତା ବୃଦ୍ଧି କରାଯାଉନାହିଁ ବରଂ ଏକ ନିବାରକ ଭାବେ ଦକ୍ଷତା ବୃଦ୍ଧି କରାଯାଉଛି | ବାସ୍ତବରେ କହିବାକୁ ଗଲେ ସାମରିକ ଶକ୍ତି ର ଅର୍ଥ ହେଲା ଯୁଦ୍ଧକୁ ଏଡେଇବା ଓ ଏହାକୁ ଚିରସ୍ଥାୟୀ ନକରିବା | କୌଣସି ଦୁଃସାହସ ପୂର୍ଣ୍ଣ ଆକ୍ରମଣରୁ ବିରୋଧୀ ପକ୍ଷକୁ ରୋକିବା ପାଇଁ ସାମରିକ କ୍ଷମତା ବୃଦ୍ଧି କରାଯାଉଛି | ଭବିଷ୍ୟତରେ କୌଣସି ପ୍ରକାର ସଂଘର୍ଷ ରେ ବାୟୁ ଶକ୍ତି ନିଶ୍ଚିତ ରୂପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ |

ସବୁଠୁ ମହତ୍ବପୂର୍ଣ୍ଣ କଥା ହେଲା କୌଣସି ଦେଶର ରାଜନୈତିକ ଉଦ୍ଦେଶ୍ୟକୁ ବାୟୁ ଶକ୍ତିର ଯଥାଯଥ ଉପଯୋଗ କରି ପ୍ରାପ୍ତ କରାଯାଇପାରିବ | ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରାପ୍ତି ଲାଗି ବାୟୁ ଶକ୍ତି ର ଉପଯୋଗ କରାଯାଇଥିବା ଏକ ଉପଯୁକ୍ତ ଉଦାହରଣ ହେଲା ଗତ ଫେବୃଆରିରେ ବାଲାକୋଟ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ଆକାଶ ମାର୍ଗରୁ ହୋଇଥିବା ଆକ୍ରମଣ | ଭାରତ ପାଇଁ ବିଶ୍ଵସନୀୟ ନିବାରକ କ୍ଷମତା ହାସଲ କରିବା ଲାଗି ଏକ ମଜବୁତ ଭାରତୀୟ ବିମାନ ବାହିନୀ ନିର୍ମାଣ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ |

ଅଚଳ ଲଢୁଆ ସ୍କ୍ବାଡ୍ରନ ଗୁଡିକୁ ଖୁବ ଶୀଘ୍ର ବଦଳେଇବା ମଧ୍ୟ ନିହାତି ଜରୁରୀ ହୋଇପଡିଛି | କ୍ରୟ ପ୍ରକ୍ରିୟାରେ ସମୟ ଲାଗିଥାଏ ଓ ଏହା କଷ୍ଟକର ମଧ୍ୟ ହୋଇଥାଏ | ବିନିର୍ମାଣ ପ୍ରକ୍ରିୟାରେ ଅନେକ ସାଜସରଞ୍ଜାମ ଓ ମହଙ୍ଗା କଞ୍ଚା ମାଲକୁ ଏକୀକୃତ କରାଯାଇଥାଏ ଯାହା ବହୁ ପରିମାଣରେ କରିବା ସମ୍ଭବପର ହୋଇନଥାଏ | ଫଳତଃ ବିମାନ ବାହିନୀ ର ଆବଶ୍ୟକୀୟ ଲଢୁଆ କ୍ଷମତାକୁ ବଜାୟ ରଖିବା ଲାଗି ରାଜନୈତିକ ସ୍ତରରେ ଖୁବ କମ ସମୟରେ ନିଷ୍ପତ୍ତି ନେବାକୁ ପଡିବ |

36ଟି ରାଫେଲ ଲଢୁଆ ବିମାନର ସିଧାସଳଖ କ୍ରୟ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକୃତରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି | ଫ୍ରାନ୍ସ ସରକାରଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର ହେବାର ମାତ୍ର 36 ମାସ ସମୟ ମଧ୍ୟରେ ଭାରତ ଏହାର ପ୍ରଥମ ରାଫେଲ ଯୁଦ୍ଧ ବିମାନ ହାସଲ କରିଛି |ବିଶ୍ଵର ସର୍ବାଧୁନିକ ଲଢୁଆ ବିମାନ ରାଫେଲ ସାମିଲ ହୋଇଥିବାରୁ ବିମାନ ବାହିନୀର ପରିଚାଳନା କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ |ଏଥିସହିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ରାଫେଲ ଆଇଏଏଫ ର ଯୁଦ୍ଧକ କ୍ଷମତାକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ସହ ଭବିଷ୍ୟତରେ କୌଣସି ପ୍ରକାରର ସଂଘର୍ଷର ମୁକାବିଲା ଲାଗି ସମଗ୍ର ସାମରିକ ଦକ୍ଷତା ବୃଦ୍ଧି କରିବ |

ମୂଳ ଲେଖା : ଉତ୍ତମ କୁମାର ବିଶ୍ଵାସ, ପ୍ରତିରକ୍ଷା ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...