ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିକଟରେ ଆମେରିକା ଗସ୍ତ ସମୟରେ ହଷ୍ଟନରେ ପହଞ୍ଚି କହିଥିଲେ ଯେ ହଷ୍ଟନକୁ ଆସି ଶକ୍ତି କଥା ନକହିବା ଅସମ୍ଭବ। ହଷ୍ଟନ ଏବଂ ଟେକସାସ ହେଉଛି ବିଶ୍ୱର ଶକ୍ତି କ୍ଷେତ୍ରର କେନ୍ଦ୍ରବିନ୍ଦୁ ଏଣୁ ଶ୍ରୀ ମୋଦି ତାଙ୍କର ପ୍ରଥମ ଆଗମନରେ ଏକଥାର ସ୍ପଷ୍ଟ ଇଙ୍ଗିତ ଦେଇଥିଲେ ଯେ ଆମେରିକା ଏବଂ ଭାରତ ମଧ୍ୟରେ ସଂପର୍କର କେନ୍ଦ୍ରବିନ୍ଦୁକୁ ଶକ୍ତି କ୍ଷେତ୍ର ସହ ସଂଯୋଗ କରିବା। ସେଠାରେ ପ୍ରଧାନମନ୍ତ୍ରୀ ଶକ୍ତି କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହିମାନଙ୍କ ସହ ବୈଠକ କରି ପୁଞ୍ଜିନିବେଶ ପ୍ରତି ଆକୃଷ୍ଟ କରିଥିଲେ। ହାଉଡି ମୋଦିର ସଫଳ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିପକ୍ଷୀୟ କୌଶଳଗତ ଭାଗିଦାରି ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟତଃ ସ୍ଥାନ ପାଇଥିଲା।
ଉଭୟ ନେତା 2017 ଜୁନ ବୈଠକରେ ଶକ୍ତି କ୍ଷେତ୍ରରେ ଭାଗିଦାରି ପାଇଁ ଭାରତ ଆମେରିକା ସେମାନଙ୍କର ବଚନବଦ୍ଧତାକୁ ଦୋହରାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଆମେରିକାର ପ୍ରଥମ ଶକ୍ତି ଯୋଜନା ଅନ୍ତର୍ଗତ ତୈଳ ଏବଂ ଗ୍ୟାସ ସଂରକ୍ଷଣର ଉତ୍ତୋଳନ ପାଇଁ ରହିଥିବା ଆଇନଗତ ପ୍ରତିବନ୍ଧକୁ ଦୂର କରିବା ଏବଂ ପୁଞ୍ଜିନିବେଶ ପ୍ରତିବନ୍ଧକୁ ଦୂର କରିବାକୁ ଚାହିଁଲେ। ଦ୍ରୁତ ପ୍ରଗତିଶୀଳ ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ଶ୍କତିର ବିକଳ୍ପ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଥିଲା ଏବଂ ନିର୍ଦ୍ଧିଷ୍ଟ କେତେକ ଦେଶ ଉପରୁ ନିର୍ଭରଶୀଳତା ହ୍ରାସ କରିବା ଆବଶ୍ୟକ ଥିଲା। ପ୍ୟାରିସ ଜଳବାୟୁ ପରିବର୍ତ୍ତନ ପ୍ରତିଶ୍ରୁତି ଅନୁଯାୟୀ ଭାରତକୁ ଗ୍ୟାସ ଭିତ୍ତିକ ଅର୍ଥନୀତି ଉପରେ ଅଧିକ ଧ୍ୟାନ ଦେବାର ନୀତି ଭାରତ ଗ୍ରହଣ କଲା।
ମଧ୍ୟପ୍ରାଚ୍ୟ ଦେଶମାନଙ୍କ ଠାରୁ ଅଶୌଧିତ ତୈଳ ଆମଦାନୀ ପାଇଁ ନିର୍ଭରଶୀଳତା ହ୍ରାସ ପାଇଁ ଉପସାଗରୀୟ ଦେଶ ପରିବର୍ତ୍ତେ ଅନ୍ୟ ଦେଶ ପ୍ରତି ଦୃଷ୍ଟି ଦେବା ଉପରେ ଭାରତ ଗୁରୁତ୍ୱ ଦେଲା। ଆମେରିକା ଭାରତକୁ ତୈଳ ଏବଂ ଗ୍ୟାସ ଯୋଗାଣର ଉତ୍ସ ଭାବେ ଉଭା ହେଲା। 2017ରେ ଆରମ୍ଭ ହୋଇଥିବା ଆମେରିକାରୁ ଅଶୌଧିତ ତୈଳ ଆମଦାନି ମାତ୍ର ଦୁଇ ବର୍ଷ ମଧ୍ୟରେ ବହୁ ଗୁଣିତ ହୋଇଗଲା। ଗତ ବର୍ଷ ଭାରତକୁ ଆମେରିକାରୁ ପ୍ରଥମ ଗ୍ୟାସଭର୍ତ୍ତି ଜାହାଜ ଆସିଲା ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ ଯେଉଁ ବାଣିଜ୍ୟିକ ନିଅଣ୍ଟର ସମସ୍ୟା ତିଲା ତାହା ହ୍ରାସ ପାଇଲା।
ଶକ୍ତି ବା ଇନ୍ଧନ ହାସଲ, ଇନ୍ଧନର ନିରାପତ୍ତା ଏବଂ ଦକ୍ଷତାର ଅଗ୍ରଗତି ପାଇଁ ଦୁଇ ଦେଶ ଗତବର୍ଷ ପ୍ରଥମ କୌଶଳଗତ ଶକ୍ତି ଭାଗିଦାରୀ ବୈଠକ କଲେ। ଭାରତର ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ଶ୍କତି ମନ୍ତ୍ରୀ ରିକ ପେରିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ଚାରୋଟି ଦିଗ ପ୍ରତି ପ୍ରାଧାନ୍ୟ ଦିଆଯାଇଥିଲା। ଯଥା ତୈଳ ଏବଂ ଗ୍ୟାସ, ଶକ୍ତି ଏବଂ ଇନ୍ଧନ ଦକ୍ଷତା, ନବୀକରଣୀୟ ଶକ୍ତି ଏବଂ ନିରନ୍ତର ଅଭିବୃଦ୍ଧି ତଥା କୋଇଲା।
ଘଟିଥିବା ଉଲ୍ଲେଖନୀୟ ଅଗ୍ରଗତି ଅନୁଯାୟୀ ଭାରତର ପେଟ୍ରୋନେଟ ଏଲଏନଜି ଲିମିଟେଡ ଏବଂ ଆମେରିକାର ଟେଲୁରିଆନ ଇଙ୍କ ମଧ୍ୟରେ 7.5 ବିଲିୟନ ଡଲାର ସମ୍ବଳିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଯେଉଁଥିରେ ପେଟ୍ରୋନେଟର 18 ଭାଗ ଅଂଶଧନ ଡ୍ରିଫ୍ଟଉଡ ଏଲଏନଜି ଏକ୍ସପୋର୍ଟ ଟର୍ମିନାଲରେ ରହିବ। ବର୍ଷକୁ 5 ମିଲିୟନ ମେଟ୍ରିକ ଟନ ଏଲଏନଜି ଉପରେ ଅଧିକାର ରହିବ। ଏହି ବୁଝାମଣା ଭାରତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକାରେ ଭାରତର ବୃହତ ପୁଞ୍ଜିନିବେଶ ଗ୍ୟାସ କ୍ଷେତ୍ରରେ ହୋଇଛି। ଅନ୍ୟପକ୍ଷେ ଭାରତୀୟ ତୈଳ ନିଗମ ଏବଂ ଭାରତ ପେଟ୍ରୋଲିୟମ ଆମେରିକାରୁ ଅଶୌଧିତ ତୈଳ ଉତ୍ତୋଳନ ପାଇଁ ବୁଝାମଣା ହୋଇଛି ଏବଂ ଗେଲ ଓ ରିଲିୟାନ୍ସ ଆମେରିକାରେ ଗ୍ୟାସ ପ୍ରକଳ୍ପରେ ପୁଞ୍ଜିନିବେଶ କରିଛନ୍ତି।
ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ସମୟରେ ବିଶ୍ୱ ଶକ୍ତି କାର୍ଯ୍ୟନିର୍ବାହିମାନେ ଭାରତରେ ଇନ୍ଧନ କ୍ଷେତ୍ରରେ ପୁଞ୍ଜିନିବେଶ ବିଷୟରେ ରହିଥିବା ସୁବିଧା ସୁଯୋଗ ବିଷୟରେ ଅବଗତ ହେବା ସହିତ ନିବେଶ ପାଇଁ ଭାରତରେ ଅନୁକୂଳ ପରିବେଶ ସହିତ କଂପାନି ଟିକସ ହ୍ରାସ କରାଯାଇଥିବାକୁ ସ୍ୱାଗତ କରିଥିଲେ। ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ମତରେ ଭାରତର ବୈଦେଶିକ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ମୋଦିଙ୍କ ଶାସନ କାଳରେ 12 ଭାଗ ବୃଦ୍ଧି ପାଇ 85 ବିଲିୟନ ଡଲାରକୁ ପହଞ୍ଚିଛି। ଯାହାକି ବିଶ୍ୱ ସ୍ତରରେ ସର୍ବାଧିକ। ଭାରତ ଆଗାମି ଦଶନ୍ଧି ମଧ୍ୟରେ ଜଳବିଦ୍ୟୁତ କ୍ଷେତ୍ରରେ 300 ବିଲିୟନ ଡଲାରର ପୁଞ୍ଜିନିବେଶର ସୁଯୋଗ ହାସଲ କରିପାରେ।
ଭାରତ ଆମେରିକା ମଧ୍ୟରେ ହୋଇଥିବା ଇନ୍ଧନ କ୍ଷେତ୍ରରେ ବୁଝାମଣା ମଧ୍ୟରେ ବେସାମରିକ ପରମାଣୁ ରାଜିନାମା, ପାୱରଗ୍ରିଡ ଏବଂ ଟ୍ରାନ୍ସମିଶନ ଲାଇନ କ୍ଷେତ୍ରରେ ବିଝାମଣା ଅନ୍ତର୍ଭୁକ୍ତ ଅଛି। ଏବେ ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କରେ ଦ୍ରୁତ ଅଗ୍ରଗତି ଘଟିଛି ଯାହାକି ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ଆଗାମି ଦିନରେ ସଂପର୍କ ଆହୁରି ସୁଦୃଢ ହେବ।

ଆଲେଖ: ସତ୍ୟଜୀତ ମହାନ୍ତି
ଭାବାନୁବାଦ: ରାମଚଂଦ୍ର ନାଥ
ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment