Skip to main content

ଭାରତ ଆମେରିକା ଶକ୍ତି କ୍ଷେତ୍ରରେ ବୁଝାମଣା, ଏକ ଦୃଢ ପଦକ୍ଷେପ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିକଟରେ ଆମେରିକା ଗସ୍ତ ସମୟରେ ହଷ୍ଟନରେ ପହଞ୍ଚି କହିଥିଲେ ଯେ ହଷ୍ଟନକୁ ଆସି ଶକ୍ତି କଥା ନକହିବା ଅସମ୍ଭବ। ହଷ୍ଟନ ଏବଂ ଟେକସାସ ହେଉଛି ବିଶ୍ୱର ଶକ୍ତି କ୍ଷେତ୍ରର କେନ୍ଦ୍ରବିନ୍ଦୁ ଏଣୁ ଶ୍ରୀ ମୋଦି ତାଙ୍କର ପ୍ରଥମ ଆଗମନରେ ଏକଥାର ସ୍ପଷ୍ଟ ଇଙ୍ଗିତ ଦେଇଥିଲେ ଯେ ଆମେରିକା ଏବଂ ଭାରତ ମଧ୍ୟରେ ସଂପର୍କର କେନ୍ଦ୍ରବିନ୍ଦୁକୁ ଶକ୍ତି କ୍ଷେତ୍ର ସହ ସଂଯୋଗ କରିବା। ସେଠାରେ ପ୍ରଧାନମନ୍ତ୍ରୀ ଶକ୍ତି କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହିମାନଙ୍କ ସହ ବୈଠକ କରି ପୁଞ୍ଜିନିବେଶ ପ୍ରତି ଆକୃଷ୍ଟ କରିଥିଲେ। ହାଉଡି ମୋଦିର ସଫଳ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିପକ୍ଷୀୟ କୌଶଳଗତ ଭାଗିଦାରି ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟତଃ ସ୍ଥାନ ପାଇଥିଲା।

ଉଭୟ ନେତା 2017 ଜୁନ ବୈଠକରେ ଶକ୍ତି କ୍ଷେତ୍ରରେ ଭାଗିଦାରି ପାଇଁ ଭାରତ ଆମେରିକା ସେମାନଙ୍କର ବଚନବଦ୍ଧତାକୁ ଦୋହରାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଆମେରିକାର ପ୍ରଥମ ଶକ୍ତି ଯୋଜନା ଅନ୍ତର୍ଗତ ତୈଳ ଏବଂ ଗ୍ୟାସ ସଂରକ୍ଷଣର ଉତ୍ତୋଳନ ପାଇଁ ରହିଥିବା ଆଇନଗତ ପ୍ରତିବନ୍ଧକୁ ଦୂର କରିବା ଏବଂ ପୁଞ୍ଜିନିବେଶ ପ୍ରତିବନ୍ଧକୁ ଦୂର କରିବାକୁ ଚାହିଁଲେ। ଦ୍ରୁତ ପ୍ରଗତିଶୀଳ ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ଶ୍କତିର ବିକଳ୍ପ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଥିଲା ଏବଂ ନିର୍ଦ୍ଧିଷ୍ଟ କେତେକ ଦେଶ ଉପରୁ ନିର୍ଭରଶୀଳତା ହ୍ରାସ କରିବା ଆବଶ୍ୟକ ଥିଲା। ପ୍ୟାରିସ ଜଳବାୟୁ ପରିବର୍ତ୍ତନ ପ୍ରତିଶ୍ରୁତି ଅନୁଯାୟୀ ଭାରତକୁ ଗ୍ୟାସ ଭିତ୍ତିକ ଅର୍ଥନୀତି ଉପରେ ଅଧିକ ଧ୍ୟାନ ଦେବାର ନୀତି ଭାରତ ଗ୍ରହଣ କଲା।

ମଧ୍ୟପ୍ରାଚ୍ୟ ଦେଶମାନଙ୍କ ଠାରୁ ଅଶୌଧିତ ତୈଳ ଆମଦାନୀ ପାଇଁ ନିର୍ଭରଶୀଳତା ହ୍ରାସ ପାଇଁ ଉପସାଗରୀୟ ଦେଶ ପରିବର୍ତ୍ତେ ଅନ୍ୟ ଦେଶ ପ୍ରତି ଦୃଷ୍ଟି ଦେବା ଉପରେ ଭାରତ ଗୁରୁତ୍ୱ ଦେଲା। ଆମେରିକା ଭାରତକୁ ତୈଳ ଏବଂ ଗ୍ୟାସ ଯୋଗାଣର ଉତ୍ସ ଭାବେ ଉଭା ହେଲା। 2017ରେ ଆରମ୍ଭ ହୋଇଥିବା ଆମେରିକାରୁ ଅଶୌଧିତ ତୈଳ ଆମଦାନି ମାତ୍ର ଦୁଇ ବର୍ଷ ମଧ୍ୟରେ ବହୁ ଗୁଣିତ ହୋଇଗଲା। ଗତ ବର୍ଷ ଭାରତକୁ ଆମେରିକାରୁ ପ୍ରଥମ ଗ୍ୟାସଭର୍ତ୍ତି ଜାହାଜ ଆସିଲା ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ ଯେଉଁ ବାଣିଜ୍ୟିକ ନିଅଣ୍ଟର ସମସ୍ୟା ତିଲା ତାହା ହ୍ରାସ ପାଇଲା।

ଶକ୍ତି ବା ଇନ୍ଧନ ହାସଲ, ଇନ୍ଧନର ନିରାପତ୍ତା ଏବଂ ଦକ୍ଷତାର ଅଗ୍ରଗତି ପାଇଁ ଦୁଇ ଦେଶ ଗତବର୍ଷ ପ୍ରଥମ କୌଶଳଗତ ଶକ୍ତି ଭାଗିଦାରୀ ବୈଠକ କଲେ। ଭାରତର ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ଶ୍କତି ମନ୍ତ୍ରୀ ରିକ ପେରିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ଚାରୋଟି ଦିଗ ପ୍ରତି ପ୍ରାଧାନ୍ୟ ଦିଆଯାଇଥିଲା। ଯଥା ତୈଳ ଏବଂ ଗ୍ୟାସ, ଶକ୍ତି ଏବଂ ଇନ୍ଧନ ଦକ୍ଷତା, ନବୀକରଣୀୟ ଶକ୍ତି ଏବଂ ନିରନ୍ତର ଅଭିବୃଦ୍ଧି ତଥା କୋଇଲା।

ଘଟିଥିବା ଉଲ୍ଲେଖନୀୟ ଅଗ୍ରଗତି ଅନୁଯାୟୀ ଭାରତର ପେଟ୍ରୋନେଟ ଏଲଏନଜି ଲିମିଟେଡ ଏବଂ ଆମେରିକାର ଟେଲୁରିଆନ ଇଙ୍କ ମଧ୍ୟରେ 7.5 ବିଲିୟନ ଡଲାର ସମ୍ବଳିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଯେଉଁଥିରେ ପେଟ୍ରୋନେଟର 18 ଭାଗ ଅଂଶଧନ ଡ୍ରିଫ୍ଟଉଡ ଏଲଏନଜି ଏକ୍ସପୋର୍ଟ ଟର୍ମିନାଲରେ ରହିବ। ବର୍ଷକୁ 5 ମିଲିୟନ ମେଟ୍ରିକ ଟନ ଏଲଏନଜି ଉପରେ ଅଧିକାର ରହିବ। ଏହି ବୁଝାମଣା ଭାରତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକାରେ ଭାରତର ବୃହତ ପୁଞ୍ଜିନିବେଶ ଗ୍ୟାସ କ୍ଷେତ୍ରରେ ହୋଇଛି। ଅନ୍ୟପକ୍ଷେ ଭାରତୀୟ ତୈଳ ନିଗମ ଏବଂ ଭାରତ ପେଟ୍ରୋଲିୟମ ଆମେରିକାରୁ ଅଶୌଧିତ ତୈଳ ଉତ୍ତୋଳନ ପାଇଁ ବୁଝାମଣା ହୋଇଛି ଏବଂ ଗେଲ ଓ ରିଲିୟାନ୍ସ ଆମେରିକାରେ ଗ୍ୟାସ ପ୍ରକଳ୍ପରେ ପୁଞ୍ଜିନିବେଶ କରିଛନ୍ତି।

ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ସମୟରେ ବିଶ୍ୱ ଶକ୍ତି କାର୍ଯ୍ୟନିର୍ବାହିମାନେ ଭାରତରେ ଇନ୍ଧନ କ୍ଷେତ୍ରରେ ପୁଞ୍ଜିନିବେଶ ବିଷୟରେ ରହିଥିବା ସୁବିଧା ସୁଯୋଗ ବିଷୟରେ ଅବଗତ ହେବା ସହିତ ନିବେଶ ପାଇଁ ଭାରତରେ ଅନୁକୂଳ ପରିବେଶ ସହିତ କଂପାନି ଟିକସ ହ୍ରାସ କରାଯାଇଥିବାକୁ ସ୍ୱାଗତ କରିଥିଲେ। ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ମତରେ ଭାରତର ବୈଦେଶିକ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ମୋଦିଙ୍କ ଶାସନ କାଳରେ 12 ଭାଗ ବୃଦ୍ଧି ପାଇ 85 ବିଲିୟନ ଡଲାରକୁ ପହଞ୍ଚିଛି। ଯାହାକି ବିଶ୍ୱ ସ୍ତରରେ ସର୍ବାଧିକ। ଭାରତ ଆଗାମି ଦଶନ୍ଧି ମଧ୍ୟରେ ଜଳବିଦ୍ୟୁତ କ୍ଷେତ୍ରରେ 300 ବିଲିୟନ ଡଲାରର ପୁଞ୍ଜିନିବେଶର ସୁଯୋଗ ହାସଲ କରିପାରେ।

ଭାରତ ଆମେରିକା ମଧ୍ୟରେ ହୋଇଥିବା ଇନ୍ଧନ କ୍ଷେତ୍ରରେ ବୁଝାମଣା ମଧ୍ୟରେ ବେସାମରିକ ପରମାଣୁ ରାଜିନାମା, ପାୱରଗ୍ରିଡ ଏବଂ ଟ୍ରାନ୍ସମିଶନ ଲାଇନ କ୍ଷେତ୍ରରେ ବିଝାମଣା ଅନ୍ତର୍ଭୁକ୍ତ ଅଛି। ଏବେ ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କରେ ଦ୍ରୁତ ଅଗ୍ରଗତି ଘଟିଛି ଯାହାକି ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ଆଗାମି ଦିନରେ ସଂପର୍କ ଆହୁରି ସୁଦୃଢ ହେବ।

ଆଲେଖ: ସତ୍ୟଜୀତ ମହାନ୍ତି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...