Skip to main content

ଏଲପିଜି ଆମଦାନୀ ଉପରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ବୁଝାମଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଙ୍ଗଲାଦେଶରେ ତାଙ୍କ ପ୍ରତିପକ୍ଷ ସୁଶ୍ରୀ ଶେଖ ହାସିନା ବାଙ୍ଗଲାଦେଶରୁ ଏଲପିଜି ଗ୍ୟାସ ଆମଦାନୀ ପାଇଁ ସମ୍ପ୍ରତ୍ତି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି | ଏଥିସହିତ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଆପୋଷ ସମ୍ପର୍କ ଆହୁରି ଦୃଢୀଭୂତ ହୋଇଛି |

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାକୁ ସୁରୁଖୁରୁରେ ଏଲପିଜି ଯୋଗାଣ ପାଇଁ ବାଙ୍ଗଲାଦେଶ ସହ ଏକ ବୁଝାମଣାରେ ଉପନୀତ ହେବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି | ଏହି ପଦକ୍ଷେପରୁ ଉଭୟଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସୌହାର୍ଦ୍ଯ ସମ୍ପର୍କ ଓ ପରସ୍ପରର ଅସୁବିଧା ଗୁଡିକୁ ହୃଦବୋଧ କରିବା ସହ ଏହାକୁ ଦୂର କରିବା ଲାଗି ବାଟ ବାହାର କରିବା ନେଇ ସ୍ପଷ୍ଟ ପ୍ରତିଫଳିତ ହେଉଛି | ବାଙ୍ଗଲାଦେଶରୁ ଭାରତର ସୀମାବର୍ତ୍ତି ରାଜ୍ୟକୁ ଏଲପିଜିର ଆମଦାନୀ ଯୋଗୁଁ ଏଲପିଜି ର ବର୍ଷ ଯାକ ଯୋଗାଣ ନିଶ୍ଚିତ ହେବ ନାହିଁ ବରଂ ପରିବହନ ମୂଲ୍ୟ ହ୍ରାସ ହେବା ସହ ସମୟ ମଧ୍ୟ ବଞ୍ଚିବ |

ବର୍ତ୍ତମାନ ତ୍ରିପୁରାକୁ ମେଘାଳୟ ବା ସିଲଚର ଦେଇ 287 କିଲୋମିଟର ଜରିଆରେ ଗୁୱାହାଟୀରୁ ଏଲପିଜି ଯୋଗାଣ ହେଉଛି | ଗୁୱାହାଟୀରୁ ଏଲପିଜି ଟ୍ୟାଙ୍କର ଯୋଗେ ପାର୍ବତ୍ଯ ଇଲାକା ତଥା ଭୁସ୍ଖଳନ ଅଧ୍ୟୁଷିତ ସଡକ ମାଧ୍ୟମରେ ଏକ ଦୀର୍ଘ ଯାତ୍ରା କରି ଏଲପିଜି ଯୋଗାଣ ହେଉଛି | ବର୍ଷା ଋତୁରେ ଏଲପିଜି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଘୋର ବାଧାପ୍ରାପ୍ତ ହେଉଛି |

ଭାରତ, ବାଙ୍ଗଲାଦେଶରୁ ଟ୍ରକ ଗୁଡିକରେ ଦୁଇଟି ବେସରକାରୀ ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ବାଙ୍ଗଲାଦେଶରୁ ଏଲପିଜି ଆମଦାନୀ ଆରମ୍ଭ କଲେ ବାଙ୍ଗଲାଦେଶର ମୋଙ୍ଗଳା ବନ୍ଦରରୁ ଭାରତୀୟ ତୈଳ ନିଗମ ର ୱେଷ୍ଟ ତ୍ରିପୁରା ଏଲପିଜି କାରଖାନା ମଧ୍ୟରେ ଯାତ୍ରାର ଦୂରତା ମାତ୍ର 120 କିଲୋମିଟରକୁ ଖସି ଆସିବ |

ସମ୍ପ୍ରତ୍ତି ଅନେକ ଚାଲେଞ୍ଜ ଉଭା ହୋଇଥିବା ସତ୍ତ୍ୱେ ଉଭୟ ଶ୍ରୀ ମୋଦୀ ଓ ସୁଶ୍ରୀ ହାସିନା ଘନିଷ୍ଠ ଓ ଆପୋଷ ସ୍ଵାର୍ଥ ବିଜଡିତ ଦ୍ଵିପକ୍ଷୀୟ ସମ୍ପର୍କର ମହତ୍ଵ ଉପରେ ଜୋର ଦେଇଛନ୍ତି |

ବାଙ୍ଗଲାଦେଶ ର ଦୁଇଟି ଏଲପିଜି ଫାର୍ମ ଦ୍ଵାରା ଏଲପିଜି ଯୋଗାଣ କରାଯିବ ଓ ଭାରତୀୟ ତୈଳ ନିଗମ ଏହାର ରୀତିମତ ସଞ୍ଚାଳନ କରିବ | ଭାରତର ପୂର୍ବାଞ୍ଚଳ ଉପକୂଳ ସ୍ଥିତ କ୍ଷେତ୍ର ପାଇଁ ଏହାର ଦୀର୍ଘ କାଳୀନ ଊର୍ଜା ବିତରଣ ଯୋଜନା କ୍ଷେତ୍ରରେ ବାଙ୍ଗଲାଦେଶରୁ ଏଲପିଜି ଆମଦାନୀ ନେଇ ଏହି ବୁଝାମଣାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ବର୍ତ୍ତମାନ ଭାରତ ପାଖରେ ତୈଳ ଓ ଗ୍ଯାସ ଆମଦାନୀ ଲାଗି ବଳିଷ୍ଠ ଭିତ୍ତିଭୂମି ରହିଛି |

ଭାରତ -ବାଙ୍ଗଲାଦେଶ ରାଜିନାମା ଗ୍ୟାସ ଓ ଇନ୍ଧନ ଯୋଗାଣ ନିଶ୍ଚିତ କରିବ ଯାହାକି ଅଞ୍ଚଳରେ ଆବଶ୍ୟକୀୟ ଇନ୍ଧନ ଚାହିଦା ପୂରଣ କରିବ | ତେଣେ ଏଲପିଜି ରପ୍ତାନି ହେଲେ ବାଙ୍ଗଲାଦେଶରେ ନିଯୁକ୍ତି ସୃଷ୍ଟି ହେବା ସହ ଆୟ ବୃଦ୍ଧି ହେବ ଓ ଦୁଇ ଦେଶରେ ଜୀବନ ମାନରେ ଉନ୍ନତି ପରିଲକ୍ଷିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱଳ୍ପ କାଳୀନ ଅଭିଭାଷଣରେ ଜୋର ଦେଇ କହିଥିଲେ | ଏହି ଅବସରରେ ସୁଶ୍ରୀ ଶେଖ ହାସିନା ମଧ୍ୟ ଉପସ୍ଥିତ ଥିଲେ |

ଭାରତର ଉତ୍ତର-ପୂର୍ବାଞ୍ଚଳ ଭାଗରେ ଏଲପିଜି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ର ଆମଦାନୀ ପାଇଁ ବାଙ୍ଗଲାଦେଶ ସହାୟତାର ହାତ ବଢେଇଛି | ବାଙ୍ଗଲାଦେଶ ଭାରତୀୟ ନିବେଶକାରୀ ମାନଙ୍କ ପାଇଁ ଚଟ୍ଟଗ୍ରାମ ସାମୁଦ୍ରିକ ବନ୍ଦର ନିକଟସ୍ଥ ମିରସରାୟ ଅର୍ଥନୈତିକ ଜୋନରେ ଭାରତକୁ 1,000 ଏକର ଜମି ଆବଣ୍ଟନ କରିଛି | ଏଥିସହିତ ବାଙ୍ଗଲାଦେଶ ବିଶେଷକରି ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ସହ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ଲାଗି ଆଶୁଗଞ୍ଜ ଓ ମୋଙ୍ଗଲା ବନ୍ଦରର ଉପଯୋଗ କରିବା ପାଇଁ ଅନୁମତି ଦେଇଛି |

ଦ୍ଵିପକ୍ଷୀୟ ସହଯୋଗ ଜାରି ରଖିବା ସହ ବାଙ୍ଗଲାଦେଶ ଓ ଭାରତ ର ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ଆଖାଉରା ମାଧ୍ୟମରେ ରେଳ ଯୋଗାଯୋଗ ପୁନଃସ୍ଥାପିତ କରାଯିବ | ଫେନି ନଦୀ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ପୁରା ହେବା ପରେ ସଡକ ପଥ ଖୋଲାଯିବ ଯାହା ଦ୍ଵାରା ଆପୋଷ ବିକାଶ ଓ ସମୃଦ୍ଧି ର ନୂତନ ପଥ ଉନ୍ମୁକ୍ତ ହେବ |

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ହାସିନା ଏଲପିଜି ଆମଦାନୀ କ୍ଷେତ୍ରରେ ସହଯୋଗକୁ 'ଉତ୍ତମ ପଡୋଶୀ ର ମଡେଲ ' ବୋଲି ଆଖ୍ୟା ଦେଇଛନ୍ତି | ଭାରତ ଏହାର ଭାରତୀୟ ତୈଳ ନିଗମ(ଆଇଓସି) ଜରିଆରେ ବାଙ୍ଗଲାଦେଶରେ ତୈଳ ମୌଳିକଢାଞ୍ଚା ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବ ଦେଇଛି |

ଭୂବୈଜ୍ଞାନିକ ମାନଙ୍କ ମତ ଅନୁଯାୟୀ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସବୁଠୁ ବଡ ତୈଳ ଓ ଗ୍ୟାସ ଭଣ୍ଡାର ବାଙ୍ଗଲାଦେଶର ସାମୁଦ୍ରିକ ଆର୍ଥିକ ଜୋନରେ ରହିଛି | ଏକ ପ୍ରମୁଖ ଆନ୍ତର୍ଜାତୀୟ ହାଇଡ୍ରୋକାର୍ବନ ଉତ୍ପାଦକ ଭାବେ ଉଭା ହେବାରେ ବାଙ୍ଗାଲଦେଶକୁ ସହାୟତା କରିବା ଲାଗି ଉପଯୁକ୍ତ ଜ୍ଞାନକୌଶଳ ଯୁକ୍ତ ବିଶେଷଜ୍ଞତା ପ୍ରଦାନ କରିବାରେ ଭାରତ ଏକ ବଡ ସହଯୋଗୀ ବନିପାରିବ |

ବର୍ତ୍ତମାନ ପରିପ୍ରେକ୍ଷୀରେ ବାଙ୍ଗଲାଦେଶ ସହ ଭାରତ ର ସମ୍ପର୍କ ମୁଖ୍ୟତଃ 'ମାନବତା, ଐତିହ୍ୟ, ଗତିଶୀଳ ଭାଗୀଦାରୀତା ଓ ଉଚ୍ଚ ସ୍ତରରେ ବିଚାରଧାରା ଆଦାନ ପ୍ରଦାନ ଉପରେ ପର୍ଯ୍ୟବେଶିତ | 2018-19 ରେ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର 9 ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ 10.46 ବିଲିୟନ ଡଲାରରେ ପହଞ୍ଚିଛି | ଭାରତ ମଧ୍ୟ ଏକ ଗ୍ୟାସ ଗ୍ରୀଡ ସ୍ଥାପନା କରିବା ଲାଗି ବାଙ୍ଗଲାଦେଶ ସହ ମିଳିମିଶି କାର୍ଯ୍ୟ କରୁଛି |

ବାଙ୍ଗଲାଦେଶ ରୁ ଏଲପିଜି ଆମଦାନୀ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ଉତ୍ତର-ପୂର୍ବାଞ୍ଚଳକୁ ପାଇପାଲାଇନ ଜରିଆରେ ଗ୍ୟାସ ଯୋଗାଣ କରିବା | ଭାରତ ସମ୍ପ୍ରତ୍ତି ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହାର ଊର୍ଜା ଚାହିଦାର ହାର ଅତ୍ୟଧିକ ମାତ୍ରାରେ ବୃଦ୍ଧି କରିଛି | 2040 ସୁଦ୍ଧା ଏହାକୁ ଦ୍ଵିଗୁଣିତ କରିବାର ସମ୍ଭାବନା ରହିଛି | ଏହି ଘଟଣାକ୍ରମ ଉଭୟ ଦେଶ ପାଇଁ ହିତକାରୀ ଯେଉଁମାନେକି ସେମାନଙ୍କ ପାରସ୍ପରିକ ଆଶା ଓ ଆକାଂକ୍ଷା ପୂରଣ କରିବା ଲାଗି ଆପୋଷ ସ୍ଵାର୍ଥ ବିଜଡିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି |

ମୂଳ ଲେଖା : ଦୀପଙ୍କର ଚକ୍ରବର୍ତ୍ତୀ, ସ୍ଵତନ୍ତ୍ର ପ୍ରତିନିଧି, ଦ ଷ୍ଟେଟସମେନ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...