Skip to main content

74 ବର୍ଷରେ ଜାତିସଂଘ

1948 ମସିହାରୁ ଅକ୍ଟୋବର 24କୁ ଜାତିସଂଘ ଦିବସ ଭାବେ ପାଳନ କରାଯାଉଛି । ଜାତିସଂଘର 50ଟି ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଭାରତ 1945 ଜୁନ 26 ତାରିଖରେ ସାନ ଫ୍ରାନ୍ସିସକୋରେ ଜାତିସଂଘର ସନନ୍ଦରେ ସ୍ୱାକ୍ଷର କରିଥିଲା।ଏହି ସନନ୍ଦ ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ସ୍ୱାକ୍ଷରିତ ଦେଶର ଅଧିକାଂଶଙ୍କ ମତାନୁଯାୟୀ ସଂଶୋଧନ ହୋଇ 1945 ଅକ୍ଟୋବର 24 ତାରିଖରେ ଲାଗୁ କରାଯାଇ ଥିଲା।

1947 ଅକ୍ଟୋବର 31 ତାରିଖରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଅକ୍ଟୋବର 24 ଜାତିସଂଘ ଦିବସ ଭାବେ ପାଳନ କରିବାକୁ ଏକ ପ୍ରସ୍ଥାବ ଗୃହିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଲା ଜାତିସଂଘର ଲକ୍ଷ୍ୟ ଏବଂ ସଫଳତାକୁ ଉଜାଗର କରିବା ସହିତ ଆନ୍ତଃସରକାରୀ ସଂଗଠନର କାର୍ଯ୍ୟକୁ ନିରନ୍ତର ସହଯୋଗ କରିବା।

1947 ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହେଲା। ଏହାର ମାତ୍ର ଦୁଇ ମାସ ପରେ ଜାତିସଂଘ ସାଧାରଣ ପରିଷଦ ପ୍ରସ୍ଥାବ ଗୃହିତ ହେଲା ଯାହାକି ଜାତିସଂଘ ଦିବସ ପ୍ରସ୍ଥାବର ଲକ୍ଷ୍ୟରେ ନିଜର ଯୋଗଦାନ ପାଇଁ ଭାରତକୁ ସୁଯୋଗ ମିଳିଲା। ବିଗତ 72 ବର୍ଷରେ ଜାତିସଂଘର ସଫଳତାର ତିନୋଟି ମୁଖ୍ୟ ବିଷୟ ହେଉଛି ଉପନିବେଶବାଦର ସମାପ୍ତି, ସ୍ଥାୟୀ ବିକାଶ ଏବଂ ମାନବର ମୌଳିକ ଅଧିକାର ଓ ସ୍ୱାଧୀନତାକୁ ବଜାୟ ରଖିବା। ଭାରତ ଏଥିରେ ନିଜର ଭୂମିକା ଗ୍ରହଣ କରିଛି।

ଉପନିବେଶବାଦରୁ ମୁକ୍ତି ପାଇଥିବା ସବୁଠୁ ବଡ ଦେଶ ଭାରତ 1960 ଡିସେମ୍ବରରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଉପନିବେଶବାଦର ସମାପ୍ତି ପ୍ରସ୍ଥାବର ପ୍ରକ୍ରିୟାରେ ନିଜର ନେତୃତ୍ୱ ବହନ କରିଥିଲା। ଏହାଦ୍ୱାରା ଜାତିସଂଘ କାର୍ଯ୍ୟାକାରିତାରେ ବଡ ପରିବର୍ତ୍ତନ ଆସିଲା ଏବଂ ଦେଶମାନଙ୍କର ଆକାଂକ୍ଷା ପରିପୂରଣ କ୍ଷେତ୍ରରେ ଜାତିସଂଘ ଅଧିକ ତତ୍ପର ହେଲା।

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ପ୍ରଥମ ସମ୍ମିଳନୀ 1961 ସେପ୍ଟେମ୍ବରରେ ବେଲଗ୍ରେଡରେ ଅନୁଷ୍ଠିତ ହେଲା। ଏହି ଆନ୍ଦୋଳନର ଭାରତ ଏକ ପ୍ରତିଷ୍ଠାତା ସଦସ୍ୟ ଥିଲା। ସେତେବେଳେ 24ଟି ସଦସ୍ୟରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଆଜି 122ଟି ଦେଶ ସଦସ୍ୟ ଅଛନ୍ତି। ଶିତଳ ଯୁଦ୍ଧ ସମୟରେ ସାମରିକ କ୍ଷେତ୍ରରେ ଦୁଇଟି ଗୋଷ୍ଠି ହେବା ପରେ ମଧ୍ୟ ନୂଆ ସ୍ୱାଧୀନତା ପାଇଥିବା ଦେଶ ଆନ୍ତର୍ଜାତୀୟ ପରିପ୍ରେକ୍ଷୀରେ ନିଜର ସାର୍ବଭୌମତ୍ୱକୁ ବଜାୟ ରଖିଥିଲେ। ଆଜି ମଧ୍ୟ ଏହି ଆନ୍ଦୋଳନର ପ୍ରାସଙ୍ଗିକତା ରହିଛି ଯେତେବେଳେକି ଅଧିକାଂଶ ଦେଶ ଅନେକ ସମସ୍ୟା ଦେଇ ଗତି କରୁଛି।

1964ରେ ଜାତିସଂଘରେ 77ଟି ବିକାଶଶୀଳ ଦେଶର ଅକ ଗୋଷ୍ଠି ଗଠନ ହେଲା। ଜି-77 ଯୋଗୁଁ ଜାତିସଂଘ ସନନ୍ଦରେ ସମସ୍ତଙ୍କ ପାଇଁ ସାମାଜିକ ଏବଂ ଅର୍ଥନୈତିକ ପ୍ରୋତ୍ସାହନ ନିମନ୍ତେ ସଂଶୋଦନ କରାଗଲା। ଯାହା ଫଳରେ 1965ରେ ୟୁଏନଡିପିର ଗଠନ ହେଲା। ଭାରତ 1970ରେ ଜି-77ର ପ୍ରଥମ ଅଧ୍ୟକ୍ଷତା କରିଥିଲା। 

ଜାତିସଂଘର କାର୍ଯ୍ୟସୂଚି 2030ରେ ବିକାଶ ସହିତ ଜଳବାୟୁ ପରିବର୍ତ୍ତନକୁ ସମ୍ମିଶ୍ରଣ କରିବା ନିଷ୍ପତ୍ତି 2015 ସେପ୍ଟେମ୍ୱରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ନେତାମାନେ ଗ୍ରହଣ କଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଲା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଦାରିଦ୍ର ଦୂରୀକରଣ କରିବା ଏବଂ ନିରନ୍ତର ବିକାଶ ହାସଲ କରିବା। ଜାତିସଂଘ ସାଧାରଣ ପରିଷଦର ପ୍ରସ୍ଥାବ ପାଇଁ ଭାରତ ତିନୋଟି ସହ ପ୍ରଯୋଜକ ଦେଶ ମଧ୍ୟରେ ଥିଲା ଯିଏକି 1948ର ନରସଂହାର ସମ୍ମିଳନୀର ଆଲୋଚନାକୁ ଅତ୍ୟାଚାର ଅପରାଧ ଭାବେ ରେଖାଙ୍କିତ କରିଥିଲା। 1948 ଡିସେମ୍ବର 10 ତାରିଖରେ ଗ୍ରହଣ କରାଯାଇଥିବା ମାନବିକ ଅଧିକାର ଚୁକ୍ତିରେ ଲିଙ୍ଗଗତ ସମାନତାକୁ ଆଇନ ସମ୍ମତ କରିବାରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଜାତିସଂଘ ସଦସ୍ୟ ଦେଶମାନଙ୍କ ଦ୍ୱାରା ଆସନ୍ତା ବର୍ଷ ଜାତିସଂଘର 75ତମ ଜୟନ୍ତି ଅବସରରେ ବିଷୟ ରଖାଯାଇଛି ବହୁପକ୍ଷବାଦ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତା। ଏହି ବିଷୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଜାତିସଂଘ ପ୍ରମୁଖ ଶକ୍ତିମାନଙ୍କ ମଧ୍ୟରେ ଏକତରଫାବାଦ ଦ୍ୱାରା ଆନ୍ତର୍ଜାତୀୟ ସହଯୋଗର ସିଦ୍ଧାନ୍ତ ସମ୍ମୁଖରେ ଦେଖାଦେଇଥିବା ବଡ ଚ୍ୟାଲେଞ୍ଜର ଉତ୍ତର ଦେବାକୁ ଚାହୁଁଛି। ଏହି ଚ୍ୟାଲେଞ୍ଜ ପ୍ରତି ଭାରତ ଇଙ୍ଗିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେଇ ବହୁପକ୍ଷବାଦକୁ ନୂଆ ସ୍ଫୁର୍ତ୍ତି ଏବଂ ଦିଗ ଦେବାକୁ ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଆହ୍ୱାନ ଦେଇଛନ୍ତି।



ଆଲେଖ: ଅଶୋକ ମୁଖାର୍ଜୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...