Skip to main content

ଆର.ସି.ଇ.ପି ଆଲୋଚନାରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ

ନଭେମ୍ବର 2ରୁ 4 ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବ ଏସିଆ ସମ୍ମିଳନୀ, ଆସିଆନ ସମ୍ମିଳନୀ ଏବଂ ଅନ୍ୟ ତତସଂପର୍କୀୟ ବୈଠକ ପୂର୍ବରୁ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ (ଆର.ସି.ଇ.ପି) ଆଲୋଚନାକୁ ସଫଳର ଆଶା କରାଯାଉଛି। ଏହାଦ୍ୱାରା 2020 ଜୁନରେ ହେବାକୁ ଥିବା ଆନୁଷ୍ଠାନିକ ବୁଝାମଣା ପାଇଁ ରାସ୍ତା ପରିସ୍କାର ହୋଇଯିବ। ଆସନ୍ତା ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେବା ପାଇଁ ବ୍ୟାଙ୍ଗକ ଯିବେ। ବୈଠକର କାର୍ଯ୍ୟସୂଚିରେ ଆର.ସି.ଇ.ପିର ପ୍ରସଙ୍ଗ ମଧ୍ୟ ଉଠିବ।

ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସଂଘ(ଆସିଆନ)ର ଦଶଟି ସଦସ୍ୟ ଦେଶ ଏବଂ ଏହାର ଛଅଟି ଆଲୋଚନାକାରୀ ଦେଶ ଭାରତ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜଲ୍ୟାଣ୍ତ, ଅଷ୍ଟ୍ରେଲିଆ ଏବଂ ଚୀନ 2012 ନଭେମ୍ୱରରୁ ଆର.ସି.ଇ.ପି ଆଲୋଚନାରେ ସଂପୃକ୍ତ ଅଛନ୍ତି। ବିଗତ ସାତ ବର୍ଷରେ ବିଭିନ୍ନ ବୁଝାମଣାକୁ ନେଇ ବହୁବାର ଆଲୋଚନା ହୋଇଛି। ବ୍ୟାଙ୍ଗକରେ ଚଳିତ ସପ୍ତାହରେ ଆଞ୍ଚଳିକ ବାଣିଜ୍ୟ ଆଲୋଚନାକୁ ନେଇ ଏକ ବଡ ବୈଠକ ଶେଷ ହୋଇଛି। ଏଥିରେ ପ୍ରାୟ 80 ଭାଗ ଆଲୋଚନା ବୁଝାମଣା ଶେଷ ହୋଇଛି। ମୋଟ 225ଟି ବୁଝାମଣା ମଧ୍ୟରୁ 185ଟି ବୁଝାମଣା ଉପରେ ସହମତି ପ୍ରକାଶ ପାଇଛି ଯାହା ମୁଖ୍ୟତଃ ଦ୍ରବ୍ୟ, ସେବା ଏବଂ ପୁଞ୍ଜି ବିନିଯୋଗ ଉପରେ ପର୍ଯ୍ୟବଶିତ।

ଭାରତ ସମେତ ଆସିଆନ ସଦସ୍ୟ ଏବଂ ଏହାର ଭାଗିଦାରୀ ରାଷ୍ଟ୍ରମାନେ ଆଞ୍ଚଳିକ ଅର୍ଥନୈତିକ ଆଲୋଚନା କରିବାରେ ଆର.ସି.ଇ.ପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆର.ସି.ଇ.ପିରେ ଭାଗନେବା ଭାରତର ଆକ୍ଟ ଇଷ୍ଟ ନୀତିର ଏକ ମୁଖ୍ୟ ଭାଗ। ଆର.ସି.ଇ.ପି ଥରେ ସଫଳ ହେଲାପରେ ଆନ୍ତ ଆଞ୍ଚଳିକ ବ୍ୟବସାୟରେ ସ୍ଥିରତା ଦେଖାଦେବ ଏଐବଂ ପଥ ସୁଗମ ହେବ। ଏହାସତ୍ତ୍ୱେ ମଧ୍ୟ ବିଭିନ୍ନ କାରଣରୁ ଏହା ଏତେଟା ସହଜ ହେବନି କାରଣ ପ୍ରତ୍ୟେକ ଦେଶ ନିଜ ଦେଶର ସାମଗ୍ରୀକୁ ସୁରକ୍ଷା ଦେବା ପାଇଁ କେତେକ କ୍ଷେତ୍ରରେ ବୁଝାମଣା ଦିଗରେ ଅସହମତ ହୋଇପାରନ୍ତି। ବିଶେଷକରି ଆଠଟି ପ୍ରସଙ୍ଗ ଉପରେ ମନ୍ତ୍ରୀ ସ୍ତରୀୟ ଆଲୋଚନାରେ ସମାଧାନ ହେବା ଦରକାର ଆର.ସି.ଇ.ପିର ଅନ୍ତିମ ବୁଝାମଣା ପୂର୍ବରୁ। ବିବାଦ ସମାଧାନ ପ୍ରକ୍ରିୟା, ଇ-ବାଣିଜ୍ୟ ଏବଂ ମୂଳ ନିୟମ ଭାରତ ପାଇଁ ମୁଖ୍ୟ ଚିନ୍ତାର ବିଷୟ ରହିଛି। ମନ୍ତ୍ରୀ ସ୍ତରୀୟ ବୈଠକରେ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ଏହି ବୈଠକ ସଫଳ ହେଲା ନାହିଁ କାରଣ ଅଧିକାଂଶ ବିବାଦୀୟ ପ୍ରସଙ୍ଗ ଅମିମାଂଶିତ ରହିଗଲା। ଏପରିକି ମିଳିତ ବିବୃତ୍ତି ଉପରେ ମଧ୍ୟ ସହମତି ପ୍ରକାଶ ପାଇନଥିଲା।

ଭାରତ ନିୟମ ଭିତ୍ତିକ ଆଞ୍ଚଳିକ ବାଣିଜ୍ୟ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧ ଥିବାରୁ ଏକ ଆପୋଷ ବୁଝାମଣା ଯେପରି ହୋଇପାରିବ ସେଥିପାଇଁ ଅନ୍ୟ ଦେଶମାନଙ୍କ ସହ କଥାବାର୍ତ୍ତା କରୁଛି। ଭାରତର ଚିନ୍ତା ଯେ ମୂଳ ନିୟମକୁ କାର୍ଯ୍ୟକାରୀ କରାନଗଲେ ଭାରତ ବଜାରରେ ଚୀନ ସିଧାସଳଖ ପ୍ରବେଶ କରିବ। ଚୀନର ବାଣିଜ୍ୟିକ ବିବାଦ ଆମେରିକା ସହିତ ଚାଲୁଥିବାରୁ ଆର.ସି.ଇ.ପି ବୁଝାମଣା ଶିଘ୍ର ଚୁଡାନ୍ତ କରିବାକୁ ଚିନ ଚାହୁଁଛି ଯାହାଦ୍ୱାରା ଭାରତ ପରି ଦେଶମାନଙ୍କରେ ଏହାର ବାଣିଜ୍ୟ କାରବାର ବଢିଯିବ।

ଏବେ ଭାରତ ଏବଂ ଚିନ ମଧ୍ୟରେ ଯେଉଁ ବାଣିଜ୍ୟ ଅସମତୁଳତା ରହିଛି ତାହା ଆର.ସି.ଇ.ପି ପରେ ଅର୍ଥହୀନ ହୋଇଯିବ। ଏବଂ ଭାରତର ଚିନ ସହିତ ବାଣିଜ୍ୟ କାରବାରରେ 50 ବିଲିୟନ ଡଲାରର ନିଅଣ୍ଟ ରହିଛି ଏବଂ ଚିନ ଲାଭରେ ଅଛି। ଭାରତର ଏହି ଚିନ୍ତାକୁ ଦୂର କରିବା ପାଇଁ ଚିନ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛି। ଭାରତର ଅର୍ଥନୀତି ସିଧାସଳଖ ଭାବେ ଦୁଗ୍ଧ ଉତ୍ପାଦନ ଶିଳ୍ପ ଉପରେ ପଡିବ କାରଣ ଏ କ୍ଷେତ୍ରରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲ୍ୟାଣ୍ତ ଆଗରେ ଅଛନ୍ତି। ଏଣୁ ଭାରତ ଏଥିପ୍ରତି ସଜାଗ ରହିଛି।

ନିଜ ଦେଶର ଉତ୍ପାଦିତ ସାମଗ୍ରୀର ସୁରକ୍ଷା ଢାଞ୍ଚା ପାଇଁ ପ୍ରସ୍ଥାବକୁ ଯଦି ଗ୍ରହଣ କରାଯାଏ ତେବେ ଭାରତ ଆର.ସି.ଇ.ପିରେ ଯୋଗଦେବ। ଏହାଦ୍ୱାରା ଭାରତର ନାମମାତ୍ର ଚାଷି ଏବଂ କ୍ଷୁଦ୍ର ଶିଳ୍ପ ଯେପରି କ୍ଷତିଗ୍ରସ୍ତ ନହେବ। ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ କୌଣସି ମୁକ୍ତ ବାଣିଜ୍ୟ ଉପରେ ସ୍ୱାକ୍ଷର କରିବା ପୂର୍ବରୁ ଘରୋଇ ଶିଳ୍ପ ଏବଂ ଦେଶର ଲୋକମାନଙ୍କର ହିତର ସୁରକ୍ଷା ପ୍ରତି ଅଗ୍ରାଧିକାର ଦିଆଯିବ। ଭାରତ ଏହା ସୁନିଶ୍ଚିତ କରିବ ଯେ ସେବା ଏବଂ ନିବେଶ ଆଦି ପ୍ରତ୍ୟେକ ଦିଗରୁ ଜାତୀୟ ସ୍ୱାର୍ଥ ଯେପରି ସୁରକ୍ଷିତ ରହିବ।

ଆଲେଖ: ରାହୁଲ ମିଶ୍ର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...