Skip to main content

ଖରାପ ସମୟ ଦେଇ ଗତି କରୁଛନ୍ତି ଇମ୍ରାନ ଖାଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ କାଶ୍ମୀର ପ୍ରସଙ୍ଗ ନେଇ ବିଶ୍ଵ ସମୁଦାୟର ପ୍ରତିକ୍ରିୟା ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଦୁଇଟି ତଥ୍ୟକୁ ଦୃଷ୍ଟିରେ ରଖି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି| ପ୍ରଥମରେ ବିଶ୍ଵ ଗଣମାଧ୍ୟମ, ରାଷ୍ଟ୍ରପତି ଟ୍ରମ୍ଫ ଯୋଗ ଦେଇଥିବା “ହାଓଡି ମୋଦୀ” କାର୍ଯ୍ୟକ୍ରମର ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିଥିବା ବେଳେ ଦ୍ଵିତୀୟରେ ତୁର୍କୀ ଓ ମାଳୟେସିଆ ବ୍ୟତୀତ କୌଣସି ମୁସଲିମ ଦେଶ ଇମ୍ରାନ ଖାଁଙ୍କ ଭାଷଣ ଓ ଅପିଲ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିନଥିଲେ | ଜାତିସଂଘ ସାଧାରଣ ପରିଷଦର 74 ତମ ଅଧିବେଶନ ସମୟରେ ଭାରତ ପକ୍ଷରୁ ଜଣେ ଯୁବ ପ୍ରଥମ ସଚିବ ଶ୍ରୀ ଖାଁ ଙ୍କ ଅଭିଭାଷଣ ର କଡା ଜବାବ ଦେବା ପରେ ପାକିସ୍ତାନ ମାମଲା ଆହୁରି ଦୁର୍ବଳ ହୋଇପଡିଛି | ୟୁଏନଜିଏ ରେ ଇମ୍ରାନ ଖାଁ ଙ୍କ ଭାଷଣ ର ପ୍ରଭାବକାରିତା ଓ ମୁଖ୍ଯତଃ କାଶ୍ମୀର ପ୍ରସଙ୍ଗ ନେଇ ଭାରତ ସହ ମୁକାବିଲା ଲାଗି ଏହାର ସମଗ୍ର ରଣକୌଶଳ ଉପରେ ପ୍ରଶ୍ନବାଚୀ ଉଠିବା ସହ ପାକିସ୍ତାନରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ ପାଇଛି|

ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୁଦ୍ଧରେ ସମାଲୋଚନା ଦିନକୁ ଦିନ ବଢିବାରେ ଲାଗିଛି | ଏହା ଆଭ୍ୟନ୍ତରୀଣ ରାଜନୈତିକ ଓ ଆର୍ଥିକ ସଙ୍କଟ ଉପରେ ହେଉ ବା ଆନ୍ତର୍ଜାତୀୟ ସମୂହରେ ବିଭିନ୍ନ ମାମଲାର ନିୟନ୍ତ୍ରଣ କ୍ଷେତ୍ରରେ ତାଙ୍କ ବିଫଳତା ଉପରେ ହେଉ | କେବଳ ଭାଷଣ ଦେଲେ କାଶ୍ମୀର ପ୍ରସଙ୍ଗ ର ସମାଧାନ ହୋଇପାରିବ ନାହିଁ ବୋଲି ମୁଖ୍ୟତଃ ସମାଲୋଚନା କରାଯାଇ ଏକ ସମଗ୍ର ଦୃଷ୍ଟିକୋଣ ଓ ଏକ ନୂତନ ଦୀର୍ଘକାଳୀନ ନୀତିର ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ସଭାପତି ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ୟୁଏନଜିଏ ରେ ଖାଁଙ୍କ ଭାଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କାଶ୍ମୀରବାସୀଙ୍କ ଦୁଃଖ ଦୁର୍ଦ୍ଦଶା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି ମଞ୍ଚରେ ଠିକ ଭାବେ ଉପସ୍ଥାପନା କରିପାରିନାହାନ୍ତି ବୋଲି ଦର୍ଶାଇ କେତୋଟି ବଛା ବଛା ଗଣମାଧ୍ୟମ ଓ ଭାଷ୍ୟକାର ମାନେ ଖାଁ ଙ୍କ ଭାଷଣକୁ ଅଯଥାରେ ବଢେଇ ଚଢେଇ ପ୍ରଚାର ପ୍ରସାର କରୁଛନ୍ତି ବୋଲି ଦୋଷାରୋପକରିଛନ୍ତି | ଟ୍ରମ୍ଫ-ଇମ୍ରାନ ମଧ୍ୟରେ ବୈଠକ ଓ ରାଷ୍ଟ୍ରପତି ଙ୍କ ଉଦାସୀନତା କୁ ମଧ୍ୟ ପାକିସ୍ତାନରେ ବିଶ୍ଳେଷଣ କରାଯାଉଥିବା ବେଳେ ଏଥିପ୍ରତି ସନ୍ଦେହ ମଧ୍ୟ କରାଯାଉଛି | ଗୋଟିଏ ପଟେ ଏହି ବୈଠକକୁ କେବଳ ଲୋକଦେଖାଣିଆ ଭାବେ ଦେଖା ଯାଉଥିବା ବେଳେ ଅନ୍ୟ ପଟେ ଇମ୍ରାନ ଖାଁ କାଶ୍ମୀରରେ ମାନବାଧିକାର ଲଙ୍ଘନ ନେଇ ଆମେରିକାର ସମର୍ଥନ ହାସଲ କରିବାର ସୁଯୋଗ ହାତ ଛଡା କରିଦେଇଛନ୍ତି ଓ ଏଥିଯୋଗୁଁ ସେ ତୀବ୍ର ସମାଲୋଚନାର ଶିକାର ହେଉଛନ୍ତି | କାଶ୍ମୀର ପ୍ରସଙ୍ଗ ଉପରେ ଜାତିସଂଘ (ୟୁଏନଏଚଆରସି ଓ ୟୁଏନଜିଏ)ରେ ଏକ ପ୍ରସ୍ତାବ ଆଗତ କରିବାରେ ମଧ୍ୟ ପାକିସ୍ତାନ ବିଫଳ ହୋଇଛି ଓ ଏହା ହେଉଛି ଇମ୍ରାନ ଖାଁ ସରକାରଙ୍କ ସବୁଠୁ ବଡ ବିଫଳତା ବୋଲି ସେଠାକାର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି |

ମାନବାଧିକାର ଲଙ୍ଘନ ପ୍ରସଙ୍ଗ ଉତଥାପନ କରି ପାକିସ୍ତାନ ପ୍ରତି ସହାନୁଭୁତି ହାସଲ କରିବା ଓ ଆନ୍ତର୍ଜାତୀୟ ମଞ୍ଚରେ ଭାରତ ପ୍ରତି ଶତ୍ରୁତା ମନୋଭାବ ସୃଷ୍ଟି କରିବା ଲାଗି ଇମ୍ରାନ ଖାଁ ଆଶା ରଖିଥିବା ବେଳେ, ଆକ୍ଟୋବର ମାସ ଶେଷରେ ଏକ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ଦ୍ଵାରା କଳାତାଲିକାଭୁକ୍ତ ହେବାରୁ ବର୍ତ୍ତିବା ପାଇଁ ସନ୍ତ୍ରାସବାଦ କାର୍ଯ୍ୟକଳାପ ଉପରେ ଲଗାମ କଷିବା ଲାଗି ଆମେରିକା, ପାକିସ୍ତାନକୁ ଚେତାବନୀ ଦେଇଛି |

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏନଜିଏ ରେ ଭାଷଣ ଦେବା ସମୟରେ କାଶ୍ମୀର ପ୍ରସଙ୍ଗ ଉଲ୍ଲେଖ ନକରି ମୁଖ୍ୟତଃ ସନ୍ତ୍ରାସବାଦ ଉପରେ ଆଲୋକପାତ କରିଥିଲେ ଯଦ୍ୱାରା ଇମ୍ରାନ ଖାଁ ଙ୍କ ଭାଷଣ ଅପ୍ରାସଙ୍ଗିକ ହୋଇଯାଇଥିଲା | ତେଣୁ ଇମ୍ରାନ ଖାଁ ଙ୍କ ଭାଷଣରୁ କଣ ସୁଫଳ ମିଳିଲା ବୋଲି ଏବେ ପ୍ରଶ୍ନ ଉଠୁଛି | ବିଶ୍ଳେଷକ ମାନେ ମତ ଦେଇଛନ୍ତି ଯେ ଭଲ ଭାଷଣ ଯୋଗୁଁ ଭଲ ପରିଣାମ ମିଳିନଥାଏ ବରଂ ଦୃଢ ପଦକ୍ଷେପ ଓ ପ୍ରଭାବୀ ରଣନୀତି ଯୋଗୁଁ ଉପଯୁକ୍ତ ଫଳାଫଳ ମିଳିଥାଏ | କାଶ୍ମୀର ପ୍ରସଙ୍ଗ ଉପରେ ବିଶ୍ଵ ସମୁଦାୟ ଭାରତକୁ ସମର୍ଥନ ଜଣାଇବା ଲାଗି ସ୍ଥିର କରିସାରିଛି ବୋଲି ପାକିସ୍ତାନରେ, ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ସମସ୍ତେ ହୃଦୟଙ୍ଗମ କରିସାରିଛନ୍ତି | ଇସଲାମିକ ଦେଶର ସଂଗଠନ ଓ ସାଉଦିଆରବ ଏବଂ ୟୁଏଇ ଭଳି ପାକିସ୍ତାନର ଘନିଷ୍ଠ ସହଯୋଗୀ ରାଷ୍ଟ୍ର ମାନେ ମଧ୍ୟ ପାକିସ୍ତାନ କୁ ସମର୍ଥନ ଜଣାଇବାକୁ ସଙ୍କୋଚ କରୁଛନ୍ତି |

ପାକିସ୍ତାନରେ ବିରୋଧୀ ପାର୍ଟି ଗୁଡିକ କାଶ୍ମୀର ପ୍ରସଙ୍ଗ ନେଇ ସରକାରଙ୍କ ବିଫଳତା ବିଷୟରେ ଉଜାଗର କରିବା ଓ ଦେଶର ଆର୍ଥିକ ସଙ୍କଟ ନେଇ ଲୋକ ମାନଙ୍କୁ ଅବଗତ କରାଇବା ଲାଗି ଏକ ମିଳିତ ପ୍ରତିରୋଧ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକଜୁଟ ହେଉଥିବା ଯୋଗୁଁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାର ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛନ୍ତି | ଚଳିତ ମାସ ଶେଷ ସୁଦ୍ଧା ସରକାରଙ୍କ ବିରୁଦ୍ଧରେ ଜାମାତ-ଉଲେମା-ଇ-ଇସଲାମ ର ମୌଲାନା ଫଜଲ-ଉର-ରହମାନ ଏକ ଶୋଭାଯାତ୍ରା (ଆଜାଦ ମାର୍ଚ୍ଚ) ର ଆୟୋଜନ କରିବା ଲାଗି ଯୋଜନା ଚଳେଇଛନ୍ତି | ଏଥିଯୋଗୁଁ ପିଟିଆଇ ସରକାର ବଡ ଅଡୁଆରେ ପଡ଼ିପାରନ୍ତି ବୋଲି କୁହାଯାଉଛି | ତେଣେ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଲୋକମାନଙ୍କୁ ପିଟିଆଇ ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇ ଏହା ବିରୁଦ୍ଧରେ ଏକ ଗଣଆନ୍ଦୋଳନ ଆରମ୍ଭ କରିବା ଲାଗି ଏକ ଦେଶବ୍ୟାପୀ ଗସ୍ତ କରିବା ନିମନ୍ତେ ଯୋଜନା କରୁଛନ୍ତି |

ଇମ୍ରାନ ଖାଁ ସରକାର ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଖରାପ ବେଳା ଦେଇ ଗତିକରୁଛି | ଯଦି ପାକିସ୍ତାନ ପୁଣି ଥରେ ଏହାର ସନ୍ତ୍ରାସବାଦ କାର୍ଯ୍ୟକଳାପ ସକ୍ରିୟ କରେ ତେବେ ଏଫଏଟିଏଫ ଦ୍ଵାରା ବ୍ଲାକଲିଷ୍ଟ ବା କଳାତାଲିକାଭୁକ୍ତ ହେବାରୁ କେହି ତାକୁ ରକ୍ଷା କରିପାରିବେ ନହିଁ | ଅନ୍ୟ ପକ୍ଷରେ ପାକିସ୍ତାନ ସରକାର ଦେଶର ସାଧାରଣ ଲୋକ ମାନଙ୍କ ପାଇଁ ଦରବୃଦ୍ଧି ଭଳି ଆଭ୍ୟନ୍ତରୀଣ ମାମଲା ଗୁଡିକର ଖୁବ ଶୀଘ୍ର ସମାଧାନ ଯଦି ନ କରିବେ ତେବେ ତାଙ୍କୁ ଜନସାଧାରଣଙ୍କ କ୍ରୋଧ ଓ ଆକ୍ରୋଶ ତଥା ଖୁବ ଶୀଘ୍ର ଏକ ଐକ୍ୟବଦ୍ଧ ବିପକ୍ଷ ମେଣ୍ଟର ସମ୍ମୁଖୀନ ହେବାକୁ ପଡିବ |

ମୂଳ ଲେଖା : ଡଃ ଜୈନାବ ଅଖତର, ପାକିସ୍ତାନ ଉପରେ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...