Skip to main content

ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର


ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶର ଗତି ବର୍ତ୍ତମାନ ବୈଶ୍ଵିକ ମାନ୍ଦାବସ୍ଥାର ଚାପରେ ରହିଥିବା ସମୟରେ ଚଳିତ ବର୍ଷ ଜାନୁଆରୀ ମାସରେ ଦେଶର ପ୍ରମୁଖ ବିନିର୍ମାଣ କ୍ଷେତ୍ରରେ ବିକାଶ ହାର ବୃଦ୍ଧି ପାଇବା ନିଃସନ୍ଦେହରେ ଏକ ସକାରାତ୍ମକ ଘଟଣାବଳୀ ବୋଲି ବିବେଚନା କରାଯାଉଛି | ଏକ ଅଗ୍ରଣୀ ବିପଣନ ଓ ଅର୍ଥନୈତିକ ଗବେଷଣା ସଂସ୍ଥା ଆଇଏଚଏସ ମାର୍କିଟ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଭାରତ ବିନିର୍ମାଣ ପରଚେଜିଙ୍ଗ ମେନେଜର୍ସ ଇଣ୍ଡେକ୍ସ (ପିଏମଆଇ)ସୂଚକାଙ୍କ ଗତ ଡିସେମ୍ବରରେ 52.7 ପଏଣ୍ଟ ରହିଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ଏହା ବୃଦ୍ଧି ପାଇ 55.3 ପଏଣ୍ଟ ହୋଇଛି | ପାଖାପାଖି ଆଠ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି | ଏହିପରି ଭାବେ ଭାରତୀୟ ଅର୍ଥବ୍ୟବସ୍ଥା ପୁଣିଥରେ ବିକାଶର ପ୍ରଗତି ପଥରେ ଅଗ୍ରସର ହେଉଥିବା ବିଷୟ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି |

ବିଶ୍ଵବ୍ୟାପୀ 40 ରୁ ଅଧିକ ଅର୍ଥବ୍ୟବସ୍ଥା ପାଇଁ ଆଇଏଚଏସ ମାର୍କିଟ ଦ୍ଵାରା ପରଚେଜିଙ୍ଗ ମେନେଜର୍ସ ଇଣ୍ଡେକ୍ସ ଡାଟା ସଂକଳନ କରାଯାଇଛି | ବେସରକାରୀ କମ୍ପାନୀ ଗୁଡିକରେ ବରିଷ୍ଠ ଅଧିକାରୀ ମାନଙ୍କ ସର୍ବେକ୍ଷଣରୁ ମାସିକିଆ ଡାଟା ମିଳିଥାଏ | ପିଏମଆଇ ଡାଟାସେଟରେ ଏକ ହେଡଲାଇନ ନମ୍ବର ଥାଏ ଯାହାକି କୌଣସି ଅର୍ଥବ୍ୟବସ୍ଥାର ସ୍ଥିତି ବିଷୟରେ ସୁଚାଇଥାଏ | 50ରୁ ଅଧିକ ପିଏମଆଇ ସୂଚକାଙ୍କ ସମ୍ପ୍ରସାରିତ ବୋଲି ଦର୍ଶାଇଥାଏ | ଉପଭୋକ୍ତା ସାମଗ୍ରୀର ଉପ କ୍ଷେତ୍ରରେ ପୁଣି ଥରେ ଅଭିବୃଦ୍ଧି ଘଟୁଥିବା ବେଳେ ମଧ୍ୟବର୍ତ୍ତୀ ସାମଗ୍ରୀ ଏହାର ବିକାଶ ଗତିକୁ ବଜାୟ ରଖିଛି |

ପିଏମଆଇ ସଙ୍କେତକ ମଧ୍ୟ ବାହ୍ୟ ବଜାରର ନୂତନ ବ୍ୟବସାୟକୁ ତ୍ୱରାନ୍ୱିତ କରିବା ଲାଗି ସହାୟକ ହେଉଛି | ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ନିର୍ମାତା ମାନେ ଅଧିକ ବିକ୍ରି କରିବା ସହ 2018 ନଭେମ୍ବର ମାସ ପରେ ସାନି ରପ୍ତାନି ଚାହିଦା ମଧ୍ୟ ଅଧିକ ମାତ୍ରାରେ ବୃଦ୍ଧି ପାଇଛି | ଆମଦାନୀ ଓ ରପ୍ତାନି ଟିକସରେ କୋହଳତା ଦେଖାଯାଇଥିବା ବିଷୟ ପିଏମଆଇ ଡାଟାରୁ ଜଣାପଡିଛି|କେତୋଟି କମ୍ପାନୀ ଧାତୁ, ବୟନ ଓ ଭୋଜନ ଲାଗି ଉଚ୍ଚ ଟିକସ ବିଷୟରେ ସୂଚନା ଦେଉଥିବା ବେଳେ ଅନ୍ୟ କେତେ ଜଣ ତମ୍ବା, ପେକେଜିଙ୍ଗ ସାମଗ୍ରୀ ଓ ରବର ପାଇଁ କମ ଶୁଳ୍କ ବିଷୟ ନେଇ କହିଛନ୍ତି |

ଚାହିଦା ବୃଦ୍ଧି ପାଇବା ପରେ ଭାରତୀୟ ସାମଗ୍ରୀ ଉତ୍ପାଦନକାରୀ ମାନେ ଜାନୁଆରୀରେ ଉତ୍ପାଦନ ବଢାଇଦେଇଥିଲେ | ବିଗତ ସାଢେ ସାତ ବର୍ଷରେ ଅଭବୃଦ୍ଧି ହାର ସଶକ୍ତ ରହିଥିବା କଥା ପିଏମଆଇ ଡାଟା ସୁଚାଇଛି | କମ୍ପାନୀ ଗୁଡିକ ବାଧ୍ୟତାକୁ ସମ୍ମିଳିତ କରିବା ପାଇଁ ସାମଗ୍ରୀ ସୁଚିର ପ୍ରୟୋଗ କରିବା ଆରମ୍ଭ କରିଦେଇଛନ୍ତି ଯଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସୁଚିରେ ହ୍ରାସ ଘଟିଛି | ଭାରତର ବିନିର୍ମାଣ କ୍ଷେତ୍ରରେ ନୂତନ ସର୍ବେକ୍ଷଣ ଫଳାଫଳ ଉପରେ ମନ୍ତବ୍ୟ ପ୍ରଦାନ କରି ଆଇଏଚଏସ ମାର୍କେଟର ମୁଖ୍ୟ ଅର୍ଥନୀତିଜ୍ଞ ପୋଲିଆନ୍ନା ଦେ ଲିମା କହିଛନ୍ତି “ପିଏମଆଇର ପରିଣାମରୁ ଜଣାପଡୁଛି ଯେ ବିକ୍ରି, ଇନ୍ପୁଟ କ୍ରୟ, ଉତ୍ପାଦନ ଓ ରୋଜଗାର ଚାହିଦାରେ ଉଲ୍ଲେଖନୀୟ ପ୍ରକ୍ଷପ୍ତ ଯୋଗୁଁ ବିକାଶକୁ ପ୍ରୋତ୍ସାହନ ମିଳିଛି, କାରଣ କମ୍ପାନୀ ଗୁଡିକ ସାମଗ୍ରୀର ସୂଚୀର ପୁନଃନିର୍ମାଣ ତଥା କ୍ଷମତାରେ ବିସ୍ତାର ଓ ନୂତନ ବ୍ୟବସାୟ ବୃଦ୍ଧି କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି |

ସମ୍ପ୍ରତ୍ତି ଉପସ୍ଥାପିତ ସାଧାରଣ ବଜେଟ 2020-21 ରେ ମୌଳିକଢାଞ୍ଚା ବିକାଶ ଓ କୃଷି ଜନିତ ଉତ୍ପାଦ କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ଉପରେ ପ୍ରାଧାନ୍ଯ ଦିଆଯାଇଛି | ଭିତ୍ତିଭୂମି ବିକାଶ ଓ କୃଷି ଉତ୍ପାଦ ପ୍ରମୁଖ ବିନିର୍ମାଣ କ୍ଷେତ୍ର ହୋଇଥିବାରୁ ଅର୍ଥନୀତି ଉପରେ ଏହାର ଅଧିକ ପ୍ରଭାବ ପଡିବ ବୋଲି ଅର୍ଥନୀତିଜ୍ଞ ମାନେ ମତ ଦେଇଛନ୍ତି |

ତେଣେ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁନାହିଁ ବୋଲି ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା ସ୍ପଷ୍ଟ କରିସାରିଛନ୍ତି |ସେ କହିଥିଲେ ଯେ ଗତ ବର୍ଷ ଭାରତୀୟ ଅର୍ଥନୀତି ଧିମେଇ ଯାଇଥିଲା ଏବଂ ଆଇଏମଏଫ ଦ୍ଵାରା ଅଭିବୃଦ୍ଧି ଆକଳନର ପୁନଃନିରୀକ୍ଷଣ କରାଯାଇଥିଲା | ବୈଶ୍ଵିକ ମାନ୍ଦାବସ୍ଥା ସତ୍ତ୍ୱେ 2020 ରେ ଅଭିବୃଦ୍ଧି ହାର ଶତକଡା 5.8 ଭାଗ ଓ 2021ରେ ଏହା 6.5 ଭାଗ ରହିବ ବୋଲି ଆଇଏମଏଫ ପକ୍ଷରୁ ଆକଳନ କରାଯାଇଛି | ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଭବିଷ୍ୟତରେ ଦେଶ ପାଇଁ ହିତକାରୀ ହେବ ବୋଲି ଆଇଏମଏଫ ମୁଖ୍ୟ ମତବ୍ୟକ୍ତ କରିଛନ୍ତି |

ମୂଳ ଲେଖା : ଆଦିତ୍ୟ ରାଜ ଦାସ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...