Skip to main content

ବିବିଆଇଏନ ଭାରତର ସହ ଆଞ୍ଚଳିକ ସଂଯୋଗ ଯୋଜନାକୁ ସୁଦୃଢ କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାରଙ୍କ ପଡ଼ୋଶୀ ପ୍ରଥମେ ନୀତି ହେଉଛି ବିଦେଶ ନୀତିର ପ୍ରମୁଖ ଅଂଗ। 2014ରେ ଶାସନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ସରକାରଙ୍କ ନିକଟ ପଡୋଶୀଙ୍କ ସହିତ ଏହି ନୀତିକୁ କାର୍ଯ୍ୟକାରୀ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କର ପଡୋଶୀ ପ୍ରଥମେ ନୀତି କେବଳ ବନ୍ଧୁତା ପାଇଁ ନୁହେଁ ବରଂ ପଡ଼ୋଶୀ ଦେଶ ସହିତ ସଡ଼କ, ରେଳ ଏବଂ ବିମାନ ସଂଯୋଗ ପରି ଭିତ୍ତିଭୂମି ତଥା ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସଂପର୍କକୁ ପ୍ରାଧାନ୍ୟ ଦେଉଛି। ଏହି ଆଭିମୁଖ୍ୟ ନେଇ ପଡୋଶୀ ଦେଶ ମଧ୍ୟରେ ଭାରତ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।
ବିବିଆଇଏନ ଅର୍ଥାତ ବାଙ୍ଗଲାଦେଶ, ଭୁଟାନ, ଭାରତ ଏବଂ ନେପାଳ ହେଉଛି ଏହି ନୀତିର ମୁଖ୍ୟ ଭିତ୍ତିଭୂମି। ଏହିସବୁ ଦେଶମଧ୍ୟରେ ପରିବହନ ଗାଡିର ସଂଯୋଗକୁ ଗୁରୁତ୍ୱ ଦିଆଯାଉଛି।
ଏହି ପରିପ୍ରେକ୍ଷୀରେ ନିକଟରେ ଭାରତ, ବାଙ୍ଗଲାଦେଶ ଏବଂ ନେପାଳର ପ୍ରତିନିଧିମାନେ ମୋଟର ଗାଡି ରାଜିନାମା ଉପରେ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ପାଇଁ ବୈଠକ କରିଥିଲେ ଯାହାଦ୍ୱାରା ଏହି ଦେଶମାନଙ୍କ ସୀମାପାର ଭିତରେ ମଧ୍ୟ ଯାନବାହାନ ଚଳାଚଳ କରିପାରିବ। ଭୁଟାନର ପ୍ରତିନିଧି ମଧ୍ୟ ଏଥିରେ ନିରିକ୍ଷକ ଭାବେ ସାମିଲ ହୋଇଥିଲେ। ଏହି ବୈଠକ କାଳରେ ଯାତ୍ରୀବାହି ଏବଂ ମାଲବାହି ଗାଡି ଚଳାଚଳ କରିବା ନେଇ ଆଲୋଚନା ହୋଇଥିଲା। ଏହାର ପ୍ରଥମ ବୈଠକ ବେଙ୍ଗାଲୁରୁରେ 2018 ଜାନୁୟାରୀରେ ହୋଇଥିଲା।
2020 ମେ ମାସ ସୁଦ୍ଧା ଏହି ମସୁଧାକୁ ଚୁଡାନ୍ତ କରାଯିବ ମୋଟର ଗାଡି ରାଜିନାମା ପ୍ରଥମେ 2015 ଜୁନରେ ଭାରତ, ନେପାଳ ଏବଂ ବାଙ୍ଗଲାଦେଶ ତଥା ଭୁଟାନ ସ୍ୱାକ୍ଷର କରିଛନ୍ତି କିନ୍ତୁ ଭୁଟାନ ପାର୍ଲାମେଣ୍ଟର ଉଚ୍ଚ ସଦନ ଏପର୍ଯ୍ୟନ୍ତ ଚୁଡାନ୍ତ କରିନାହିଁ। ପରିବେଶଗତ ଚଆଶଙ୍କା ଦର୍ଶାଇ ଭୁଟାନ ଏପର୍ଯ୍ୟନ୍ତ ଏହି ରାଜିନାମାକୁ ଚୁଡାନ୍ତ କରିନାହିଁ।
ଏହି ଚାରୋଟି ଦେଶ ମଧ୍ୟରୁ ନେପାଳ ଏବଂ ଭୁଟାନ ମଧ୍ୟରେ ସିମିତ ଆନ୍ତ ସୀମା ଭିତ୍ତିଭୂମି ରହିଛି ଏଣୁ ଉଭୟ ନେପାଳ ଏବଂ ଭୁଟାନ ପରସ୍ପର ଦେଶକୁ ଭାରତ ଦେଇ ଜଳପଥରେ ଯାତାୟତ କରିଥାନ୍ତିଷ ଯଦି ଏହି ରାଜିନାମା କାର୍ଯ୍ୟକାରୀ ହୁଏ ତେବେ ଚାରୋଟି ଦେଶ ମଧ୍ୟରେ ଯାତାୟତ ସୁବିଧାଜନକ ହେବା ସହିତ ସଂପର୍କ ବୃଦ୍ଧି ପାଇବ ଏବଂ ଏହିସବୁ ଦେଶମାନଙ୍କର ଦ୍ରୁତ ଆର୍ଥିକ ବିକାଶ ମଧ୍ୟ ହୋଇପାରିବ।
ଆଲେଖ୍ୟ: ଡକ୍ଟର ରାହୁଲ ମିଶ୍ର
ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...