Skip to main content

ଭାରତକୁ 5 ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ଦିଗରେ କେନ୍ଦ୍ର ଦ୍ଵାରା ‘ନିପ’ ପ୍ରକଳ୍ପର ଶୁଭାରମ୍ଭ

କେନ୍ଦ୍ରସରକାର 102 ଲକ୍ଷ କୋଟି ଟଙ୍କାର ଜାତୀୟ ମୌଳିକ ଢାଞ୍ଚା ପାଇପଲାଇନ (ଏନଆଇପି) ପ୍ରକଳ୍ପର ଶୁଭାରମ୍ଭ କରି ଆସନ୍ତା ପାଞ୍ଚ ବର୍ଷରେ ଭାରତରେ ସାମାଜିକ ଓ ଆର୍ଥିକ ସ୍ତରରେ ପରିବର୍ତ୍ତନ ଆଣିବା ଲାଗି ଏହାର ଦୃଢ ପ୍ରତିଶୃତିବଦ୍ଧତାର ସଂକେତ ଦେଇଛନ୍ତି | ଦେଶ ସ୍ଵାଧୀନ ହେବା ପରେ ଯଦିଓ ସରକାରଙ୍କ ଦ୍ଵାରା ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଆରମ୍ଭ କରାଯାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟତା କବଳରୁ ରକ୍ଷା କରାଯାଇଛି ତେବେ ଏନଆଇପି ସମସ୍ତଙ୍କ ପାଇଁ କେବଳ ମୌଳିକଢାଞ୍ଚା ପର୍ଯ୍ୟନ୍ତ ସମାନ ପହଞ୍ଚର ପରିକଳ୍ପନାକୁ ସାକାର କରିନାହିଁ ବରଂ ଏହା 2024-25 ସୁଦ୍ଧା ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ଲାଗି ମଧ୍ୟ ପ୍ରତିଶୃତିବଦ୍ଧ ଅଛି | ଏକ ମହାତ୍ବାକାଙ୍ଖ୍ୟୀ ପ୍ରକଳ୍ପ ଭାବେ ଏନଆଇପି, ବିକାଶକୁ ଅଧିକ ସମଷ୍ଟିଗତ ଓ ଫଳପ୍ରଦ କରି ଜୀବନ ମାନରେ ସୁଧାର ଆଣିବା ଓ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ ନିଶ୍ଚିତ କରିଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ସ୍ଵାଧୀନତା ଦିବସ ଅବସରରେ ତାଙ୍କ ଅଭିଭାଷଣରେ କହିଥିଲେ ଆସନ୍ତା ପାଞ୍ଚବର୍ଷରେ ମୌଳିକ ଢାଞ୍ଚା କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କା ନିବେଶ କରାଯିବ | ଏହି ବିଶାଳ ଲକ୍ଷ ହାସଲ ଲାଗି ଗତ ବର୍ଷ ସେପ୍ଟେମ୍ବର ମାସରେ ଅର୍ଥନୈତିକ ବ୍ୟାପାରୀୟ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରଯାଇଥିଲା | ଏହି ଟାସ୍କ ଫୋର୍ସ ଚାରି ମାସ ମଧ୍ୟରେ 70ଟି ଅଂଶୀଦାର ପକ୍ଷଙ୍କ ସହ ବିଚାର ବିମର୍ଶ କରିବା ପରେ 102 ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଚିହ୍ନଟ କରିଥିଲେ |

ପୁଞ୍ଜି ନିବେଶ ପାଇଁ ସଡକ ପଥ, ରେଳବାଇ, ଊର୍ଜା, ସହରାଞ୍ଚଳ ସେଚନ, ଗମନାଗମନ , ଶିକ୍ଷା ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ପ୍ରକଳ୍ପର ଚିହ୍ନଟ କରାଯାଇଛି | ଅର୍ଥ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଏନଆଇପି ଅନ୍ତର୍ଗତ ବନ୍ଦର ଓ ବିମାନ ବନ୍ଦର ପ୍ରକଳ୍ପ ଲାଗି 2.5 ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଥିବା ବେଳେ ଡିଜିଟାଲ ଢାଞ୍ଚାଗତ ପ୍ରକଳ୍ପ ଲାଗି 3.2 ଲକ୍ଷ କୋଟି , ଜଳସେଚନ, ଗ୍ରାମୀଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ଲାଗି 16 ଲକ୍ଷ କୋଟି, ସଡକ ପ୍ରକଳ୍ପ ଲାଗି 20 ଲକ୍ଷ କୋଟି ତଥା ରେଳବାଇ ପ୍ରକଳ୍ପ ପାଇଁ 14 ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି |

ଏନଆଇପି ଅନ୍ତର୍ଗତ 25 ଲକ୍ଷ କୋଟି ଟଙ୍କା ମୂଲ୍ୟର ଊର୍ଜା ପ୍ରକଳ୍ପ ମଧ୍ୟ ଚିହ୍ନଟ କରାଯାଇଛି | ତେବେ ଏହା ଉଲ୍ଲେଖ ଯୋଗ୍ୟ ଯେ 102 ଲକ୍ଷ କୋଟି ଟଙ୍କାର ମୋଟ ସମ୍ଭାବ୍ୟ ପୁଞ୍ଜି ବ୍ୟୟ ମଧ୍ୟରୁ 42.7 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରେ ପୂର୍ବରୁ କାମ ଚାଲିଛି ଓ 32.7 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଅବଧାରଣା ପର୍ଯ୍ୟାୟରେ ରହିଛି ଓ ଅବଶିଷ୍ଟ ବିକାଶଧିନ ରହିଛି |

ଯଦିଓ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକଳ୍ପ ଗୁଡିକୁ ସମୟାନୁଯାୟୀ କାର୍ଯ୍ୟକାରୀ କରିବା ଏକ ଆହ୍ଵାନ ସଦୃଶ, ତେବେ ସରକାର ଦେଶ ତଥା ଦେଶବାସୀଙ୍କ ମଙ୍ଗଳ କାମନା ନିମନ୍ତେ ଏହାର ପ୍ରତିଶୃତିବଦ୍ଧତା ପାଳନ ଦିଗରେ ଅତ୍ୟନ୍ତ ସକ୍ରିୟ ଅଟନ୍ତି | ଏକ ମିଶନ ମୋଡ ଭାବେ ଏହି ଲକ୍ଷ ହାସଲ କରିବା ଲାଗି ସରକାର ଅଙ୍ଗୀକରବଦ୍ଧ ଅଟନ୍ତି | ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସବୁ ପ୍ରକଳ୍ପର କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ଲାଗି ଏକ ଦୃଢ ତଦାରଖ ବ୍ୟବସ୍ଥା ମଧ୍ୟ ପ୍ରତିଷ୍ଠା କରାଯିବ |ଖର୍ଚ୍ଚ ଓ ଜମାପୁଞ୍ଜି ଉପରେ ସରକାର କେତେ ନଜର ରଖିଛନ୍ତି ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଏନଆଇପି ପ୍ରକଳ୍ପ ସମ୍ପୁର୍ଣ୍ଣ ରୂପେ କେନ୍ଦ୍ରସରକାରଙ୍କ ଦ୍ଵାରା ପରିଚାଳିତ ନୁହେଁ | ଏନଆଇପି ପ୍ରକଳ୍ପରେ ବିଭିନ୍ନ ରାଜ୍ୟ ସରକାର ଓ ବେସରକାରୀ କ୍ଷେତ୍ର (ବିଦେଶୀ କମ୍ପାନୀ ସମେତ) ମଧ୍ୟ ମହତ୍ବପୂର୍ଣ୍ଣ ଅଂଶୀଦାର ରହିବେ | କାରଣ ଏନଆଇପିରେ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ଶତକଡା 39 ଭାଗ ଲେଖାଏଁ ଭାଗୀଦାରୀ ରହିବା ବେଳେ ବେସରକାରୀ କ୍ଷେତ୍ରର ଶତକଡା 22 ଭାଗ ରହିବ, ଯାହାକୁ ବୃଦ୍ଧି କରି ସରକାର 2025 ସୁଦ୍ଧା ଶତକଡା 30 ଭାଗ କରିବାର ସମ୍ଭାବନା ରହିଛି |

ସମଗ୍ର ଦେଶରେ ମୌଳିକ ଢାଞ୍ଚା କ୍ଷେତ୍ରର ସାମଗ୍ରିକ ବିକାଶ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ | ଏହା କାର୍ଯ୍ୟକାରୀ ହେଲେ ଏହା ଦ୍ଵାରା ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ସରକାରଙ୍କ ରାଜସ୍ୱ ଆଧାରରେ ସୁଧାର କରି ଅତିରିକ୍ତ ଆର୍ଥିକ କ୍ଷମତା ବଢାଇବା ଓ ଉତ୍ପାଦକ କ୍ଷେତ୍ରରେ କେନ୍ଦ୍ରିତ ବ୍ୟୟର ମାନ ନିଶ୍ଚିତ କରିବାର କ୍ଷମତା ବୃଦ୍ଧି ପାଇବ | ମୋଟାମୋଟି ଭାବେ କହିବାକୁ ଗଲେ ଏନଆଇପି ଆର୍ଥିକ ମାନ୍ଦାବସ୍ଥା ସମୟରେ ଏକ ଉପଯୁକ୍ତ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇପାରେ | ଏହି ମାନ୍ଦାବସ୍ଥାର ନକାରାତ୍ମକ ପ୍ରଭାବରେ ବିଶ୍ଵର ସବୁ ଦେଶ ଶିକାର ହୋଇଛନ୍ତି |

2030 ସୁଦ୍ଧା ଭାରତକୁ ଅର୍ଥନୈତିକ ଅଭିବୃଦ୍ଧି ହାର ଶତକଡା 8 ଭାଗ ବା ତଦୁର୍ଦ୍ଧ୍ଵ ହାସଲ କରିବା ପାଇଁ ମୌଳିକଢାଞ୍ଚା କ୍ଷେତ୍ରରେ 4.5 ଟ୍ରିଲିୟନ ଡଲାର ନିବେଶ କରିବାର ଆବଶ୍ୟକତା ହେବ ଓ ଏଥିସହିତ ବେରୋଜଗାର ପରିବେଶକୁ ମଧ୍ୟ ହଟେଇବାକୁ ପଡିବ ଏବଂ ଏହିପରି ଭାବେ ଲୋକମାନଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଅଣାଯାଇପାରିବ | ଏକ ଫଳପ୍ରଦ ପ୍ରଣାଳୀରେ ଏହାକୁ ସାକାର କରିବା ଲାଗି ଏନଆଇପିର ପୂର୍ଣ୍ଣ କ୍ଷମତା ରହିଛି | ବାସ୍ତବରେ ଦୀର୍ଘକାଳୀନ ସ୍ତରରେ ବ୍ୟାପକ ଓ ସମଷ୍ଟିଗତ ବିକାଶର ଲକ୍ଷ ହାସଲ କରିବା ଲାଗି ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ମୌଳିକଢାଞ୍ଚାର ଉପଲବ୍ଧତା ଅତ୍ୟନ୍ତ ଆବଶ୍ୟକ | ଏହା ମନେ ରଖିବା ଉଚିତ ଯେ ଏନଆଇପି ପ୍ରକଳ୍ପକୁ ସମୟାନୁଯାୟୀ କାର୍ଯ୍ୟକାରୀ କରାଗଲେ ଦେଶର ସାମାଜିକ ଓ ଅର୍ଥନୈତିକ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ | କେନ୍ଦ୍ରସରକାର ସମସ୍ତ ବାଧା ବିଘ୍ନ ତଥା ଆହ୍ଵାନ ସତ୍ତ୍ୱେ ବିକାଶକୁ ଆଗକୁ ବଢାଇବାର ଅଭିଯାନ ସହ ଅଗ୍ରସର ହେବାକୁ ସଙ୍କଳ୍ପବଦ୍ଧ ହୋଇଥିବାରୁ ଏହି ପଦକ୍ଷେପକୁ ସମାଜର ସବୁ ବର୍ଗର ଲୋକମାନଙ୍କ ଦ୍ଵାରା ଖୋଲା ମନରେ ସ୍ଵାଗତ କରାଯିବା ଉଚିତ |

ମୂଳ ଲେଖା : ଶଙ୍କର କୁମାର, ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...