Skip to main content

ଭାରତ –ୟୁରୋପୀୟ ସଂଘ ଭାଗିଦାରିତାର ଗୁରୁତ୍ୱ

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ପରିଷଦ ସହିତ ଆଲୋଚନା କରିବାକୁ ବ୍ରସେଲ୍ସ ଯାଇଥିଲେ। ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ଉପ ସଭାପତି ଯୋସେଫ ବୋରେଲ ଫଣ୍ଟେଲେସଙ୍କ ଆମନ୍ତ୍ରଣରେ ଶ୍ରୀ ଜୟଶଙ୍କର ଏହି ଗସ୍ତ କରିଥିଲେ। ଏହା ଶ୍ରୀ ଜୟଶଙ୍କରଙ୍କର ବୈଦେଶିକ ମନ୍ତ୍ରୀ ଭାବରେ ୟୁରୋପୀୟ ସଂଘକୁ ପ୍ରଥମ ଗସ୍ତ।

ୟୁରୋପୀୟ ସଂଘର 27ଟି ସଦସ୍ୟ ରାଷ୍ଟ୍ରପ ବୈଦେଶିକ ମନ୍ତ୍ରୀମାନଙ୍କୁ ନେଇ ବୈଦେଶିକ ବ୍ୟାପାର ପରିଷଦ ଗଠନ କରାଯାଇଛି। ଏହି ପରିଷଦ ବୈଦେଶିକ ନୀତି, ସୁରକ୍ଷା, ବାଣିଜ୍ୟ, ବିକାଶମୂଳକ ସହଯୋଗ ଏବଂ ମାନବୀୟ ସହାୟତା ପ୍ରସଙ୍ଗ ଦେଖିଥାଏ। ଶ୍ରୀ ଜୟଶଙ୍କର ସେଠାରେ ଭାରତର ବୈଦେଶିକ ନୀତି ସହ ପରିଷଦକୁ ଅବଗତ କରାଇଥିଲେ।

ଶ୍ରୀ ବୋରେଲ ନିକଟରେ ଭାରତ ଗସ୍ତରେ ଆସିଥିଲେ ଏବଂ ରାଇସୀନା ଡାଇଲଗ 2020ରେ ଯୋଗ ଦେଇଥିଲେ। ଶ୍ରୀ ବୋରେଲ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ନିୟମ ଭିତ୍ତିକ ବହୁବିଧ କାର୍ଯ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ଉପରେ ଆଲୋଚନା କରିଥିଲେ। ସେ ବିଶ୍ୱ ବାଣିଜ୍ୟ ସଂଗଠନର ବିବାଦ ସମାଧାନ ବ୍ୟବସ୍ଥାକୁ ନେଇ ଆଲୋକପାତ କରିବା ସହିତ ଏହାର ବାସ୍ତବିକ ସମାଧାନ ଉପରେ ଦୁଇ ପକ୍ଷ ଇଛା ପ୍ରକାଶ କରିବା ନେଇ ଗୁରୁତ୍ୱ ଦେଇଥିଲେ।

ସାମୁଦ୍ରିକ ସମ୍ୱଳର ପରିଚାଳନା ଏବଂ ସଂରକ୍ଷଣ ତଥା ଜଳଦସ୍ୟୁ ପରି ସମସ୍ୟାର ମୁକାବିଲା ପାଇଁ ସାମୁଦ୍ରିକ ନିରାପତ୍ତାକୁ ମଜବୁତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ରହିଛି। ଏଣୁ ସାମୁଦ୍ରିକ ସୁରକ୍ଷା ଏବଂ ସ୍ଥିରତା ନେଇ ଉଭୟ ପକ୍ଷ ମିଳିମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହିପରି ସହଯୋଗିତାର ଉତ୍ତମ ଉଦାହରଣ ହେଉଛି ଅପରେସନ ଆଟଲାଣ୍ଟା ଯେଉଁଥିରେ ଭାରତ ମହାସାଗରରେ ଜଳଦସ୍ୟୁ ସମସ୍ୟାର ସମାଧାନ ନେଇ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ନିରାପତ୍ତା, ଡିଜିଟାଲ ଏବଂ ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ୟୁରୋପ-ଭାରତ ସହଯୋଗକୁ ସୁଦୃଢ କରି 2025 ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିବା ଉପରେ ଶ୍ରୀ ବୋରେଲ ଗୁରୁତ୍ୱ ଦେଇଛନ୍ତି। ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀତା ପାଳନ କରିବା ତଥା ସହଯୋଗମୂଳକ ସଂପର୍କ ସୁଦୃଢ କରିବା ନେଇ ସହମତ ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୟୁରୋପୀୟ ସବୁଜ ବୁଝାମଣାର କାର୍ଯ୍ୟନିର୍ବାହି ଉପ ସଭାପତି ଫ୍ରାନ୍ସ ଟିମରମାନ୍ସ, ବାଣିଜ୍ୟ କମିଶନର ଫିଲ ହୋଗାନ ଏବଂ ଆନ୍ତର୍ଜାତୀୟ ଭାଗିଦାରୀର କମିଶନର ଜୁଟା ଅରପିଲାଇନେନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଶ୍ରୀ ଜୟଶଙ୍କର ୟୁରୋପୀୟ ସଂଘର 27ଟି ସଦସ୍ୟ ରାଷ୍ଟ୍ରର ସରକାରୀ ମୁଖ୍ୟ ପରିଷଦର ସଭାପତି ଚାର୍ଲେସ ମାଇକେଲଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଦିନିକିଆ ଗସ୍ତ କାଳରେ ଶ୍ରୀ ଜୟଶଙ୍କର ୟୁରୋପୀୟ ପାର୍ଲାମେଣ୍ଟର ବିଭିନ୍ନ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପରବର୍ତ୍ତି ଭାରତ-ୟୁରୋପ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରସେଲ୍ସ ଯିବାର ସମ୍ଭାବନା ରହିଛି। ବ୍ରେକଜିଟ ପରେ ଭାରତ ଏବଂ 27 ସଦସ୍ୟ ରାଷ୍ଟ୍ର ସଂଘ ୟୁରୋପୀୟ ସଂଘ ସହ ସଂପର୍କ ମଜବୁତ କରିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

ଆଲେଖ୍ୟ: ପଦମ ସିଂହ

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...