Skip to main content

ବ୍ରେକଜିଟ, ୟୁରୋପୀୟ ସଂଘ ଏବଂ ଭାରତ ଉପରେ ଏହାର ପ୍ରଭାବ

ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ 47 ବର୍ଷର ସଂପର୍କ 2020 ଜାନୁୟାରୀ 31 ତାରିଖରେ ବ୍ରେକଜିଟ ସହିତ ଶେଷ ହୋଇଛି। 2016ରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପରେ ଏବେ ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହୋଇଛି। ବ୍ରିଟେନ ୟୁରୋପୀୟ ଅର୍ଥନୈତିକ ସମୁଦାୟ ସହିତ 1973ରେ ଯୋଗ ଦେଇଥିଲା ଏବଂ ଏହା ପ୍ରଥମ ରାଷ୍ଟ୍ର ଯିଏକି ଲିସବନ ଚୁକ୍ତିର ଧାରା 50 ଆଧାରରେ ସଂଘ ଠାରୁ ଅଲଗା ହୋଇଛି।
ବ୍ରେକଜିଟ କାର୍ଯ୍ୟକାରୀ ହେବାର ଅନୁଭବ ଉଭୟ ବ୍ରିଟେନ ଏବଂ ୟୁରୋପୀୟ ସଂଘ ଭିନ୍ନଭିନ୍ନ ଭାବରେ କରିବେ। ବ୍ରେକଜିଟର ସମର୍ଥକମାନଙ୍କ ପାଇଁ ବ୍ରିଟେନ ଏକ ଜାତୀୟ ଶକ୍ତି ଭାବେ ପରିଚିତ ହେବ ଏବଂ ବ୍ରସେଲ୍ସର ବନ୍ଧନରୁ ମୁକ୍ତ ହେବ। କିନ୍ତୁ ଏହି ଯାତ୍ରା ଏତେ ସହଜ ହେବନି। ବ୍ରିଟେନକୁ ବାଣିଜ୍ୟ କାରବାର ପାଇଁ ଏବଂ ବଜାର ସୁବିଧା ପାଇଁ ସବୁ ଦେଶ ସହିତ ବୁଝାମଣା କରିବାକୁ ପଡିବ। ବ୍ରେକଜିଟ ପରେ ବ୍ରିଟେନକୁ ଶ୍ରମିକ, ପୁଞ୍ଜି ଏବଂ ସେବା ଆଦି ଅନେକ କ୍ଷେତ୍ରର ସାମ୍ନା କରିବାକୁ ପଡିବ। ୟୁରୋପୀୟ ସଂଘ ନିକଟରେ ଏକ ବିଶାଳ ଆମଦାନି ରପ୍ତାନି ବ୍ୟବସ୍ଥା ଥିବାବେଳେ ଏବେ ବ୍ରିଟେନକୁ ନିଜେ ସବୁ କିଛି କରିବାକୁ ପଡିବ।
ଅପରପକ୍ଷେ ୟୁରୋପୀୟ ସଂଘ ଉପରେ ମଧ୍ୟ ବ୍ରେକଜିଟର ପ୍ରଭାବ ବିଭିନ୍ନ ଦିଗରୁ ପଡିବ। ୟୁରୋପୀୟ ସଂଘର ସାଧାରଣ ବଜେଟରେ ବ୍ରିଟେନର ଦ୍ୱିତୀୟ ସର୍ବବୃହତ ଯୋଗଦାନ ଥିଲା ଏବଂ ଏହା ଜାତିସଂଘ ନିରାପତ୍ତା ପରିଷଦର ଏକ ସ୍ଥାୟୀ ସଦସ୍ୟ ହେବା ସହିତ ପରମାଣୁ ଶକ୍ତି ରାଷ୍ଟ୍ରର ଏକ ସଦସ୍ୟ ରହିଛି। ଏବେ ୟୁରୋପୀୟ ସଂଘର ସାଧାରଣ ବଜେଟ କେବଳ ହ୍ରାସ ପାଇବନି ବରଂ ବୈଦେଶିକ ଏବଂ ନିରାପତ୍ତା ନୀତି ଉପରେ ମଧ୍ୟ ପ୍ରଭାବ ପଡିବ। ସମସ୍ତ ୟୁରୋପୀୟ ସଂଘ ପ୍ରତିଷ୍ଠାନରୁ ୟୁନିୟନ ଜ୍ୟାକକୁ କାଢି ଦିଆଯାଇଛି।
2020 ଡିସେମ୍ୱର ପର୍ଯ୍ୟନ୍ତ ବ୍ରେକଜିଟର ଟ୍ରାନଜିଟ ସମୟ ରହିବ। ଏହି ସମୟ ମଧ୍ୟରେ ବାଣିଜ୍ୟ ଏବଂ ବଜାର ସଂପର୍କୀୟ ସମସ୍ତ ବୁଝାମଣା ସଂପନ୍ନ ହେବ ଯାହାକୁ ଏତେ ସହଜ କଥା ନୁହେଁ। ବ୍ରିଟେନ ପୂର୍ବରୁ କହିସାରିଛି ଯେ ଏହା ୟୁରୋପୀୟ ସଂଘର ନିୟମ ମାନିବ ନାହିଁ କିମ୍ବା ବିବାଦ ସମାଧାନ ପାଇଁ ୟୁରୋପୀୟ କୋର୍ଟର ଆଦେଶକୁ ଗ୍ରହଣ କରିବ ନାହିଁ। 
ଏହି ପରିପ୍ରେକ୍ଷୀରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସଂପର୍କର ଅନ୍ୟ ଏକ ଦିଗ ଖୋଲିଯାଇଚି। ଭାରତ ସହିତ ବାଣିଜ୍ୟ ସଂପର୍କ ବୃଦ୍ଧି କରିବା ପାଇଁ ବ୍ରିଟେନ ଚାହୁଁଛି ଏବଂ ବାଣିଜ୍ୟ ଓ ଅର୍ଥନୈତିକ ବାଗିଦାରୀ ଉପରେ ବୁଝାମଣା କରିବାକୁ ଚାହୁଁଛି। ଲଣ୍ତନର ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ଲର୍ଡ କରନ ବିଲିମୋରିଆ କହିଛନ୍ତି ଯେ ବ୍ରେକଜିଟର ଲାଭ ଉଠାଇବାକୁ ଭାରତ କଂପାନି ଟିକସ କମ କରିବାକୁ ଆଗେଇ ଆସିବା ଦରକାର। ସେ କହିଛନ୍ତି ଜ୍ଞାନକୌଶଳ, ଅର୍ତନୈତିକ ସେବା ଏବଂ ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ସକରାତ୍ମକ ଅଭିବୃଦ୍ଧିର ସମ୍ଭାବନା ରହିଛି ଯାହାକୁ ଭାରତ ଏବଂ ବ୍ରିଟେନ ନିଜର ଭାଗିଦାରୀତାକୁ ସୁଦୃଢ କରି କରିପାରିବେ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ସହିତ ନୂଆ ଭାଗିଦାରୀ ସଂପର୍କ ସ୍ଥାପନ କରିବାକୁ ପୂର୍ବରୁ ଇଙ୍ଗିତ କରିସାରିଛନ୍ତି।
ରାଜନୈତିକ ସ୍ତରରେ ବ୍ରିଟେନ ଗଣରାଜ୍ୟ ରାଷ୍ଟ୍ରସଂଘ ମାଧ୍ୟମରେ ଏହାର ସଂପର୍କକୁ ମଜବୁତ କରିବାକୁ ଚାହିଁବ ଯାହାକି ଭାରତ ପାଇଁ ଉପଯୋଗୀ ହେବ। ଏହାଛଡା ଭାରତ ସେବା କ୍ଷେତ୍ରରେ ଶ୍ରମିକ ସଂମ୍ୱନ୍ଧୀୟ ପ୍ରସଙ୍ଗ ଏବଂ ବାଣିଜ୍ୟ ଓ ବଜାର ସୁବିଧା ହାସଲ କରିବା ନିମନ୍ତେ ବ୍ରିଟେନ ସହିତ ଆଲୋଚନା କରିବା ଦରକାର। ମୋଟ ଉପରେ ବ୍ରେକଜିଟର ସୁବିଧା ଭାରତ ନେବା ଦରକାର ବ୍ରିଟେନ ସହିତ ଭାଗିଦାରୀ ସଂପର୍କକୁ ସୁଦୃଢ କରି।
ଆଲେଖ୍ୟ: ପ୍ରଫେସର ଉମ୍ମୁ ସଲମା ବାଭା
ଭାଷାନ୍ତର:  ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...