Skip to main content

ଭାରତ-ଆମେରିକା ବ୍ୟାପକ ବୈଶ୍ଵିକ ରଣନୀତିକ ଭାଗିଦାରୀତା

ସାର୍ବଭୌମ ଓ ବଳିଷ୍ଠ ଗଣତନ୍ତ୍ରର ନେତା ଭାବେ ସ୍ଵାଧୀନତାର ମହତ୍ଵକୁ ମାନ୍ୟତା ଦେବା, ସବୁ ନାଗରିକଙ୍କ ପ୍ରତି ସମାନ ଆଚରଣ, ମାନବାଧିକାର ଓ ନିୟମ ଆଧାରିତ ଶାସନ ଲାଗି ପ୍ରତିବଦ୍ଧତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ-ଆମେରିକା ବ୍ୟାପକ ବୈଶ୍ଵିକ ରଣନୀତିକ ଭାଗୀଦାରୀତାକୁ ଆହୁରି ମଜଭୁତ କରିବା ଲାଗି ସହମତ ପ୍ରକାଶ କରିଛନ୍ତି | ଦୁଇ ଦେଶର ନାଗରିକ ମାନଙ୍କ ମଧ୍ୟରେ ଆପୋଷ ବିଶ୍ଵାସ ତଥା ସଦଭାବନାର ଆଦାନ ପ୍ରଦାନ କରି ଏହି ସହଭାଗିତାକୁ ଦୃଢୀଭୂତ କରିବା ଲାଗି ଦୁଇ ନେତା ଅଙ୍ଗୀକାରବଦ୍ଧ ହୋଇଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସାମୁଦ୍ରିକ ଓ ମହାକାଶ ସଙ୍କ୍ରାନ୍ତୀୟ ସୂଚନା ଆଦାନ ପ୍ରଦାନ ଜରିଆରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ବୃଦ୍ଧି କରିବା ସହ ସୈନ୍ୟ ଆଦାନ ପ୍ରଦାନ, ସବୁ ସେବା ତଥା ସ୍ଵତନ୍ତ୍ର ବାହିନୀ ମଧ୍ୟରେ ସମରାଭ୍ୟାସ ଓ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ଆଦି କ୍ଷେତ୍ରରେ ସହଯୋଗ ତ୍ୱରାନ୍ୱିତ କରିବା ଲାଗି ଏକମତ ହୋଇଛନ୍ତି | ଏଥିସହିତ ପ୍ରତିରକ୍ଷା ଉଦ୍ୟୋଗ ମଧ୍ୟରେ ସହଭାଗିତା ସ୍ଥାପନ ଓ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣର ସହ ଉତ୍ପାଦନ ଲାଗି ମଧ୍ୟ ଦୁଇ ନେତା ରାଜି ହୋଇଛନ୍ତି | ଦୁଇ ନେତା ମୌଳିକ ବିନିମୟ ଓ ସହଯୋଗ ରାଜିନାମା ସମେତ ପ୍ରତିରକ୍ଷା ସହଯୋଗ ସ୍ଥାପନ ଲାଗି ତତ୍ପରତା ପ୍ରକଟ କରିଛନ୍ତି |

ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକାର ରାଷ୍ଟ୍ରପତି ହାଇଡ୍ରୋକାର୍ବନରେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠତାକୁ ସ୍ଵାଗତ ଜଣାଇଛନ୍ତି | ଭାରତ ଓ ଆମେରିକା ଏହାର ରଣନୀତିକ ଶକ୍ତି ଭାଗୀଦାରୀତା ଜରିଆରେ ଶକ୍ତି ସୁରକ୍ଷା ବୃଦ୍ଧି କରିବା, ସମ୍ବନ୍ଧୀୟ ଶକ୍ତି କ୍ଷେତ୍ରରେ ଶକ୍ତି ଓ ଅଭିନବତାର ସଂପ୍ରସାରଣ କରିବା ଏବଂ ଉଦ୍ୟୋଗ ଓ ଅନ୍ୟ ଅଂଶୀଦାର ମାନଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଲାଗି ଇଚ୍ଛା ଜାହିର କରିଛନ୍ତି |

ଭାରତ ଓ ଆମେରିକା, 2022ରେ ବିଶ୍ଵର ପ୍ରଥମ ଦ୍ଵେତ-ଫ୍ରିକୱେନସି ସିନଥେଟିକ ଏପର୍ଚର ରେଡିଏସନ ଉପଗ୍ରହ ସହ ଏକ ଯୁକ୍ତ ମିଶନ ଅଭିଯାନର ଶୁଭାରମ୍ଭ ଓ ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଜାତୀୟ ଏରୋନେଟିକ୍ସ ଓ ମହାକାଶ ପ୍ରଶାସନ (ନାସା )ର ପ୍ରୟାସକୁ ସ୍ଵାଗତ ଜଣାଇଛନ୍ତି |

ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ଫ “ଯୁବ ନବ ପ୍ରବର୍ତ୍ତକ” ଇଣ୍ଟର୍ନ୍ସିପ ଜରିଆରେ ଉଚ୍ଚ ଶିକ୍ଷା ସହଯୋଗ ଓ ଶିକ୍ଷା ବିଷୟକ ଆଦାନ ପ୍ରଦାନ ସୁବିଧା ସୁଯୋଗ ଗୁଡିକୁ ଆହୁରି ବୃଦ୍ଧି କରିବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି ଓ ଆମେରିକାରେ ସମ୍ପ୍ରତ୍ତି ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ସ୍ଵାଗତ କରାଯାଇଛି |

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ମୁକ୍ତ, ଖୋଲା, ସମଷ୍ଟିଗତ, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସ୍ଥାପନ କ୍ଷେତ୍ରରେ ଭାରତ ଆମେରିକା ମଧ୍ୟରେ ଘନିଷ୍ଠ ଭାଗୀଦାରୀତା ଅତ୍ୟନ୍ତ ମହତ୍ବପୂର୍ଣ୍ଣ | ଏହି ସହଯୋଗକୁ ଆସିଆନ ରାଷ୍ଟ୍ର ସମୂହରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି | ଆମେରିକା, ଭାରତୀୟ ମହାସାଗର ଅଞ୍ଚଳରେ ସୁରକ୍ଷା ପ୍ରଦାନ କରିବା ତଥା ବିକାଶମୂଳକ କାର୍ଯ୍ୟ ଓ ମାନବୀୟ ସହାୟତା ପ୍ରଦାନ କ୍ଷେତ୍ରରେ ଭାରତର ଭୂମିକା ପ୍ରତି ଭୂୟସୀ ପ୍ରଶଂସା କରିଛି | ଉଭୟ ଦେଶ ଏହି କ୍ଷେତ୍ରରେ ନିରନ୍ତର, ସ୍ବଚ୍ଛ, ଓ ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ ଲାଗି ପ୍ରତିଶୃତିବଦ୍ଧତା ପ୍ରକଟ କରିଛନ୍ତି |

ଭାରତ-ପ୍ରଶାନ୍ତ ଓ ବିଶ୍ଵ ସ୍ତରରେ ଫଳପ୍ରଦ ବିକାଶ ପ୍ରକ୍ରିୟା କ୍ଷେତ୍ରରେ ଆଗେଇବା ଲାଗି ଦୁଇ ଦେଶର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତି ତୃତୀୟ ଦେଶର ସହଯୋଗ ପାଇଁ ୟୁଏସଏଆଇଡ଼ି ଓ ଭାରତର ବିକାଶ ଭାଗୀଦାରୀତା ପ୍ରଶାସନ ମଧ୍ୟରେ ଏକ ନୂତନ ସହଭାଗିତା ସ୍ଥାପନ ଲାଗି ଇଛୁକ ଅଛନ୍ତି | 

ଭାରତ ଓ ଆମେରିକା ଦକ୍ଷିଣ ଚୀନ ସାଗରରେ ଏକ ଅର୍ଥପୂର୍ଣ୍ଣ ଆଚାର ସଂହିତା ଅନୁପାଳନ ଦିଗରେ ଅଧିକ ଧ୍ୟାନ ଦେଇଥିଲେ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ସବୁ ଦେଶର ବୈଧ ଅଧିକାର ଓ ହିତସାଧନ ଉପରେ ଯେପରି ଏହା ପ୍ରଭାବ ନପକାଇବ ସେଥିପ୍ରତି ନିବେଦନ କରିଥିଲେ |.

ଭାରତ ଓ ଆମେରିକା, ଆଫଗାନିସ୍ତାନ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ସମଷ୍ଟିଗତ, ସ୍ଥିର ତଥା ସମୃଦ୍ଧ ରାଷ୍ଟ୍ର ଭାବେ ପରିଣତ ହେଉ ବୋଲି ଚାହାନ୍ତି | ଆମେରିକା ରାଷ୍ଟ୍ରପତି, ଆଫଗାନିସ୍ତାନରେ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ଓ ସ୍ଥିରତା ବଜାୟ ରଖିବା ଲାଗି ବିକାଶ ତଥା ସୁରକ୍ଷା ସହାୟତା ପ୍ରଦାନ କ୍ଷେତ୍ରରେ ଭାରତର ଭୂମିକାକୁ ସ୍ଵାଗତ କରିଛନ୍ତି |

ଭାରତ ଓ ଆମେରିକା ଏକ ଖୋଲା, ବିଶ୍ଵସନୀୟ ଓ ସୁରକ୍ଷିତ ଇଣ୍ଟର୍ନେଟ ସେବା ଲାଗି ପ୍ରତିବଦ୍ଧ ଅଛନ୍ତି ଯାହାକି ବାଣିଜ୍ୟ ଓ ଯୋଗାଯୋଗ ବ୍ୟବସ୍ଥାକୁ ସହଜ ଓ ସୁଗମ କରିଥାଏ | ଭାରତ ଓ ଆମେରିକା ଏକ ଅଭିନବ ଡିଜିଟାଲ ବ୍ୟବସ୍ଥାର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି ଯାହା ନିରାପଦ ଓ ବିଶ୍ଵସନୀୟ ତଥା ସୂଚନା ଓ ଡାଟାର ପ୍ରବାହକୁ ସୁବିଧାଜନକ କରିଥାଏ | ଦୁଇ ନେତା, ମୌଳିକଢାଞ୍ଚାର ବିକାଶ ଏବଂ ସୁରକ୍ଷିତ ରଣନୀତିକ ସାମଗ୍ରୀର ଯୋଗାଣ ଲାଗି ଉଭୟ ଦେଶର ଉଦ୍ୟୋଗ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ତଥା ବର୍ତ୍ତମାନ ଉଭା ହେଉଥିବା ଜ୍ଞାନକୌଶଳ ସହ ଜଡିତ ବିପଦର ସ୍ଵତନ୍ତ୍ର ଭାବେ ଆକଳନ କରିବା ଲାଗି ଇଚ୍ଛା ଜାହିର କରିଛନ୍ତି | 


ମୂଳ ଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ 



ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...