Skip to main content

ଚତୁର୍ଥ ପଶ୍ଚିମ ଏସିଆ ସମ୍ମିଳନୀ

ପ୍ରତିରକ୍ଷା ଗବେଷଣା ନିମନ୍ତେ ମନୋହର ପାରିକର ପ୍ରତିଷ୍ଠାନ ଏବଂ ଆନାଲିସିସ ଦ୍ୱାରା ଆୟୋଜିତ ଚତୁର୍ଥ ପଶ୍ଚିମ ଏସିଆ ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟ ଥିଲା ପଶ୍ଚିମ ଏସିଆରେ ଦଶ ବର୍ଷର ରାଜନୈତିକ ଏବଂ ଅର୍ଥନୈତିକ ପରିବର୍ତ୍ତନ, ଚ୍ୟାଲେଞ୍ଜ, ଶିକ୍ଷା ଏବଂ ଭବିଷ୍ୟତ। ଏହି ସମ୍ମିଳନୀରେ ଦେଶ ଏବଂ ବିଦେଶରୁ ବହୁ ପ୍ରତିନିଧି ଯୋଗଦେଇଥିଲେ। ଲେବାନନର ପୂର୍ବତନ ପ୍ରଧାନମନ୍ତ୍ରୀ ଫୌଆଦ ସିନିଓରା ଏବଂ ଇଜିପ୍ଟର ପୂର୍ବତନ ବୈଦେଶିକ ମନ୍ତ୍ରୀ ନବୀଲ ଫାମି ଯୋଗ ଦେଇଥିଲେ। ଦୁଇ ଦିନିଆ ଏହି ସମ୍ମିଳନୀରେ 6ଟି ଅଧିବେଶନ ହୋଇଥିଲା।

ଭାରତର ସଡକ ପରିବହନ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ(ସେବାନିବୃତ୍ତ) ଏଥିରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଆୟୋଜକ ସଂସ୍ଥା ମନୋହର ପାରିକର ପ୍ରତିରକ୍ଷା ଗବେଶଣା ପ୍ରତିଷ୍ଠାନର ମହାନିର୍ଦେଶକ ଆଞ୍ଚଳିକ ପୃଷ୍ଠଭୂମିରେ ଭାରତର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କଙିଥିଲେ ଭାରତ ବିଭିନ୍ନ ଦେଶ ସହିତ ସଂପର୍କ ମଜବୁତ କରିବା ସହିତ ନିରାପତ୍ତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଉପରେ ଏହି ସବୁ ଦେଶ ସହିତ ଭାଗିଦାରୀ ସଂପର୍କ ସୁଦୃଢ କରିଛି।

ବିଭିନ୍ନ ଦେଶରେ ଦେଖାଦେଇଥିବା ସମସ୍ୟା ଉପରେ ଏହି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା। ଆରବରେ ଗତ ଦଶନ୍ଧି ଧରି ଯେପରି ଅଚଳାବସ୍ଥା ଦେଖା ଦେଇଛି ଏବଂ ଏବେ ସେଠାରେ ଯେପରି ଗଣତାନ୍ତ୍ରୀକ ପ୍ରକ୍ରିୟା ପାଇଁ ସ୍ୱର ଉଠୁଛି ସେ ବିଷୟ ମଧ୍ୟ ସମ୍ମିଳନୀରେ ସ୍ଥାନ ପାଇଥିଲା । ବହୁ ବକ୍ତା ଏହି ବିଷୟକୁ ଉଠାଇଥିଲେ। ସିରିୟା, ୟମେନ, ଇରାକ, ଲିବିୟା ପରି ଦେଶରେ ଆଭ୍ୟନ୍ତରିଣ କନ୍ଦଳ ବିଷୟ ମଧ୍ୟ ସମ୍ମିଳନୀରେ ସ୍ଥାନ ପାଇଥିଲା। ଏସବୁ ପଛରେ କାରଣ ହେଉଛି ଯେ ସେଠାକାର ଶାସନ ଏବଂ ପ୍ରଶାସନ ଯୁବକମାନଙ୍କ ରାଜନୈତିକ ଏବଂ ଅର୍ଥନୈତିକ ଅଭିଳାଷାକୁ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଏହା ବ୍ୟତିତ ବେକାରୀ ଏବଂ ଜିଡିପି ହ୍ରାସ ସମଗ୍ର ବିଶ୍ୱରେ ଏବେ ଏକ ଚିନ୍ତାର କାରଣ ହୋଇଛି। ଉପସାଗରୀୟ ଅଞ୍ଚଳରେ ଯେପରି ହିଂସା ଏବଂ ଅଚଳାବସ୍ଥା ବଢି ଯାଇଛି ସେପରି ପରିସ୍ଥିତିରେ ଭାରତ, ଜାପାନ, ଦକ୍ଷିଣ କୋରିଆ ଏବଂ ଚିନ ପରି ତୈଳ ଆମଦାନୀ ଦେଶମାନଙ୍କ ପାଇଁ ନିରାପତ୍ତା ପରିସ୍ଥିତି ଦେଖାଦେଇଛି।

ଭାରତ କ୍ଷେତ୍ରରେ ଦେଖିବାକୁ ଗଲେ ଉପସାଗରୀୟ ଦେଶମାନଙ୍କ ସହିତ ଭାରତର ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 200 ବିଲିୟନ ଡଲାରରେ ପହଞ୍ଚିଛି ଏବଂ ଭାରତ ଏହାର ଶକ୍ତି ଆବଶ୍ୟକତାର 60 ଭାଗ ଏହି ସବୁ ଦେଶରୁ ଆମଦାନି କରିଥାଏ। ପ୍ରାୟ 90 ଲକ୍ଷ ଭାରତୀୟ ଉପସାଗରୀୟ ଦେଶମାନଙ୍କରେ ବସବାସ କରୁଛନ୍ତି। ଏଣୁ ସେମାନଙ୍କ ନିରାପତ୍ତା ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ନୀତି ଭାରତ ସହିତ ଅନ୍ୟ ଦେଶମାନଙ୍କର ସଂପର୍କକୁ ମଜୁତ କରିଛି। ଭାରତର ଲୁକ ୱେଷ୍ଟ ନୀତି ଏବେ ଲିଙ୍କ ଏଣ୍ତ ଆକ୍ଟ ୱେଷ୍ଟ ନୀତିରେ ପରିବର୍ତ୍ତନ ହୋଇଛି ଯାହାକି ସୁଫଳ ପ୍ରଦାନ କରୁଛି। ପଶ୍ଚିମ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ସମସ୍ତଙ୍କ ପାଇଁ ମଙ୍ଗଳକର ହେବବୋଲି ସମ୍ମିଳନୀରେ ମତପ୍ରକାଶ ପାଇଛି।




ଆଲେଖ୍ୟ: ଡକ୍ଟର ମହମ୍ମଦ ମୁଦାସୀର କମର

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...