Skip to main content

ଦ୍ୱିପକ୍ଷୀୟ ସଂପର୍କ ବୃଦ୍ଧି କରିବ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଭାରତକୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ତଳି ସହିତ ଆସି ଭାରତୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ବି,ୟ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ମଧ୍ୟ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା ଆବାହନ କାଳରୁ ପଡୋଶୀ ଏବଂ ଘନିଷ୍ଠ ବନ୍ଧୁ। ଦୁଇ ଦେଶର ସଂପର୍କର ଇତିହାସ ଏହାର ସଂସ୍କୃତି, ଧର୍ମ, ଆଧାତ୍ମ, କଳା ଏବଂ ଭାଷାର ପ୍ରାଚିନତାର ପ୍ରତିଫଳିତ। ଆର୍ଥିକ ହେଉ କିମ୍ୱା ସାମାଜିକ ବିକାଶ ସବୁଥିରେ ଆମର ଅତିତ ଏବଂ ଭବିଷ୍ୟତ ପ୍ରତ୍ୟେକ କାରଣରୁ ପରସ୍ପର ସହିତ ଜଡିତ।ଶ୍ରୀଲଙ୍କାର ସ୍ଥିରତା, ନିରାପତ୍ତା ଏବଂ ସମୃଦ୍ଧି କେବଳ ଭାରତର ସ୍ୱାର୍ଥ ପାଇଁ ନୁହେଁ ବରଂ ସମଗ୍ର ଭାରତ ମହାସାଗର ଅଞ୍ଚଳ ପାଇଁ ଆବଶ୍ୟକ ଏଣୁ ଆମର ନିବିଡ ସଂପର୍କ ଭାରତ ପ୍ରସାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଏବଂ ସମୃଦ୍ଧି ପାଇଁ ଆବଶ୍ୟକ। ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସରକାରଙ୍କ ପଡୋଶୀ ପ୍ରଥମେ ନୀତି ଏବଂ ସାଗର ଆଭିମୁକ୍ୟ ଯୋଗୁଁ ଶ୍ରୀଲଙ୍କା ସହିତ ସଂପର୍କକୁ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଶ୍ରୀ ରାଜପକ୍ଷେ ଆପୋଷ ସ୍ୱାର୍ଥ ସମ୍ୱଳିତ ଦ୍ୱିପକ୍ଷୀୟ ଏବଂ ଆନ୍ତର୍ଜାତୀକ ସଂପର୍କ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଦକ୍ଷିଣ ଏସିଆ ଅଞ୍ଚଳରେ ସନ୍ତ୍ରାସବାଦ ଏକ ମୁଖ୍ୟ ବିପଦ। ଉଭୟ ଦେଶ ଏହି ସମସ୍ୟାର ମୁକାବିଲା କରୁଛନ୍ତି। ଗତବର୍ଷ ଏପ୍ରିଲରେ ଇଷ୍ଟର ପର୍ବରେ ଶ୍ରୀଲଙ୍କାରେ ଏକ ଅମାନବୀୟ ସନ୍ତ୍ରାସବାଦ ଆକ୍ରମଣ ହୋଇଥିଲା ଯାହାକି ମାନବିକତା ପ୍ରତି ଆକ୍ରମଣ ଥିଲା। ଦୁଇ ନେତା ସନ୍ତ୍ରାସବାଦ ଉପରେ ସହଯୋଗ ସକାଶେ ଆଲୋଚନା କରିଛନ୍ତି। ଭାରତର ତାଲିମ କେନ୍ଦ୍ରରେ ଶ୍ରୀଲଙ୍କାର ପୁଲିସ ସନ୍ତ୍ରାସବାଦ ବିରୋଧି ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଛି। ଦୁଇ ନେତା ଶ୍ରୀଲଙ୍କାର ମିଳିତ ଅର୍ଥନୈତିକ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି ଏବଂ ଆର୍ଥିକ, ବାଣିଜ୍ୟିକ ଏବଂ ନିବେଶ ସଂପର୍କକୁ ବୃଦ୍ଧି କରିବାକୁ ସଂକଳ୍ପବଦ୍ଧତା ଦୋହରାଇଛନ୍ତି।

ନିକଟରେ ଚେନ୍ନାଇରୁ ଜାଫନାକୁ ସିଧାସଳଖ ବିମାନ ସେବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ସଂପର୍କ ବଢିବ ଏବଂ ଆର୍ଥିକ ଓ ସାମାଜିକ ବିକାଶ ହୋଇପାରିବ। ଏହିପରି ଭାବେ ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି। ଶ୍ରୀଲଙ୍କାର ବିକାଶ ପ୍ରକଳ୍ପରେ ଭାରତ ଏକ ବିଶ୍ୱସନୀୟ ଭାଗିଦାରୀ। ଏଣୁ ବିକାଶମୂଳକ ସହଯୋଗ ନିମନ୍ତେ ଭାରତ ଗତ ବର୍ଷ ଶ୍ରୀଲଙ୍କାକୁ ଋଣ ଦେବାକୁ ଘୋଷଣା କରିଥିଲା। ଶ୍ରୀଲଙ୍କାର ଉତ୍ତର ପୂର୍ବାଞ୍ଚଳରେ ଭାରତ ଦ୍ୱାରା 48,000 ଗୃହ ନିର୍ମାଣ କରାଯାଇ ଆବଣ୍ଟନ କରାଯାଇଛି। ଶ୍ରୀଲଙ୍କା ସ୍ଥିତ ଭାରତୀୟ ବଂଶୋଦ୍ଭବ ତାମିଲମାନଙ୍କ ପାଇଁ ବହୁ ସଂଖ୍ୟକ ଗୃହ ନିର୍ମାଣ ସେଠାରେ ଚାଲିଛି।

ମସ୍ତଜୀବିମାନଙ୍କ ସଂପର୍କରେ ମାନବୀୟ ଦୃଷ୍ଟିକୋଣରୁ ଶ୍ରୀ ମୋଦି ଏବଂ ଶ୍ରୀ ରାଜପକ୍ଷେ ଆଲୋଚନା କରିଛନ୍ତି। ଏହା ଉଭୟ ଦେଶର ଲୋକଙ୍କ ଜୀବିକା ଉପରେ ସିଧା ପ୍ରଭାବ ପକାଉଛି। ଏହି ପ୍ରସଙ୍ଗରେ ମାନବୀୟ ମୂଲ୍ୟବୋଧକୁ ଧ୍ୟାନରେ ରଖାଯିବା ବୋଲି ଉଭୟ ନେତା ମତ ପ୍ରକାଶ କରିଛନ୍ତି।


ଆଲେଖ୍ୟ: ପଦମ୍ ସିଂହ

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...