Skip to main content

ଭାରତର ଆକ୍ଟ ଇଷ୍ଟ ନୀତିରେ ଭିଏତନାମର ଗୁରୁତ୍ୱପୂର୍ଣ୍ଣ ଭୂମିକା 

ଭିଏତନାମର ଉପରାଷ୍ଟ୍ରପତି ଡାଙ୍ଗ ଥାଇ ନୋକ ଥିହ୍ନ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ସହ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ଲାଗି ଭାରତକୁ ଏକ ସରକାରୀ ଗସ୍ତରେ ଆସିଥିଲେ |ଭାରତର ଆକ୍ଟ ଇଷ୍ଟ ନୀତି ଓ ଭାରତର ବୃହତ ଭାରତ-ପ୍ରଶାନ୍ତ ରଣନୀତିକ କ୍ଷେତ୍ରରେ ଭିଏତନାମର ପ୍ରମୁଖ ଭୂମିକା ରହିଛି | ଏହା ବ୍ୟତୀତ ହାନୋଇ, ସିଏଲଏମଭି (କାମ୍ବୋଡିଆ, ଲାଓ ପିଡ଼ିଆର, ମିଆଁମାର ଓ ଭିଏତନାମ )ଦେଶ ପାଇଁ ନୂଆଦିଲ୍ଲୀର ଆଭିମୁଖ୍ଯ ଲାଗି ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଦକ୍ଷିଣ ପୂର୍ବ ଏସିଆ ସହ ବ୍ୟାପକ ଆର୍ଥିକ ଓ ରଣନୀତିକ ସଂଯୋଗ ସ୍ଥାପନ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ |ଭିଏତନାମ ଉପରାଷ୍ଟ୍ରପତି ତାଙ୍କ ଗସ୍ତ କାଳରେ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ଭାଗୀଦାରୀତାକୁ ଆହୁରି ମଜବୁତ କରିବା ଉପରେ ଅଧିକ ପ୍ରାଧାନ୍ୟ ଦେଇଥିଲେ | ଏହି ସମୟରେ ଭାରତ ଓ ଭିଏତନାମ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଲାଗି ଘୋଷଣା କରାଯାଇଥିଲା | ଏହି ଗସ୍ତ କାଳରେ ସେ ବୋଧଗୟା ପରିଦର୍ଶନରେ ମଧ୍ୟ ଯାଇଥିଲେ |

2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଏତନାମ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ ରଣନୀତିକ ଭାଗୀଦାରୀତା ସମ୍ପର୍କ ବୃଦ୍ଧି ହେବା ସହ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ମଜବୁତ ହୋଇଥିଲା | ଭାରତର ଆକ୍ଟ ଇଷ୍ଟ ନୀତି ପ୍ରତି ଭିଏତନାମର ଏକ ସକାରାତ୍ମକ ଆଭିମୁଖ୍ୟ ରହିଆସିଛି ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଭାରତ ର ଏକ ବଳିଷ୍ଠ ଭୂମିକାକୁ ଏହା ସ୍ଵାଗତ କରେ | ଆସିଆନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ, ଇଷ୍ଟ ଏସିଆ ସମ୍ମିଳନୀ, ମେକଙ୍ଗ ଗଙ୍ଗା ସହଯୋଗ, ଏସିଆ ୟୁରୋପ ବୈଠକ, ଜାତିସଂଘ ଓ ବିଶ୍ଵ ବାଣିଜ୍ୟ ସଂଗଠନ (ଡ଼ବଲଇଉଟିଓ) ଭଳି ଆଞ୍ଚଳିକ ଫୋରମରେ ସହଯୋଗ ସ୍ଥାପନ ସହ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତରଣ ଓ ପ୍ରତିରକ୍ଷା ଉପକରଣ ସଂଗ୍ରହ, ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ, ନୌ ଜାହାଜ ପରିଦର୍ଶନ , ସେବା ମଧ୍ୟରେ ସହଯୋଗ ତଥା ଉଚ୍ଚ ସ୍ତରୀୟ ଗସ୍ତର ଆଦାନ ପ୍ରଦାନ ସହ ଦ୍ଵିପକ୍ଷୀୟ ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ ଆହୁରି ମଜବୁତ ହୋଇଛି |

2016ରେ ଭାରତ ପ୍ରତିରକ୍ଷା ସଂଗ୍ରହ ଲାଗି 500 ନିୟୁତ ଡଲାର ଋଣ ଆକାରରେ ସହାୟତା ପ୍ରଦାନ କରିଥିବା ବେଳେ ଲାର୍ଶନ ଏଣ୍ଡ ଟ୍ଯୁବ୍ରୋ ଏବଂ ଭିଏତନାମ ସୀମାରକ୍ଷୀ ମଧ୍ୟରେ ଉପକୂଳ ଦ୍ରୁତଗାମୀ ପହରା ଡଙ୍ଗା ଲାଗି ଅନୁବନ୍ଧରେ ଉଭୟ ପକ୍ଷ ସ୍ଵାକ୍ଷର କରିଛନ୍ତି | ଏଥି ସହିତ ନ୍ହା ଟ୍ରାଙ୍ଗରେ ଦୁରସଞ୍ଚାର ବିଶ୍ଵବିଦ୍ୟାଳୟରେ ଏକ ସେନା ସଫ୍ଟୱେର ପାର୍କ ନିର୍ମାଣ ପାଇଁ ଭାରତ, 5 ନିୟୁତ ଆମେରିକୀୟ ଡଲାର ମଞ୍ଜୁରୀ କରିଛି | ଅପରାଧିକ ମାମଲା ଗୁଡିକର ମୁକାବିଲା ଲାଗି ଦୁଇ ଦେଶର ଉପକୂଳରକ୍ଷୀ ମଧ୍ୟରେ ମଧ୍ୟ ଏକ ବୁଝାମଣା ପତ୍ର ସ୍ଵାକ୍ଷର କରାଯାଇଛି |ଏହା ବ୍ୟତୀତ ଭିଏତନାମର ସର୍ବସାଧାରଣ ସୁରକ୍ଷା ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ସାଇବର ସୁରକ୍ଷା ଉପରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି|

ଦ୍ଵିପକ୍ଷୀୟ ସମ୍ପର୍କ କ୍ଷେତ୍ରରେ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ସହିତ ଆର୍ଥିକ ସହଯୋଗ ଏକ ମହତ୍ବପୂର୍ଣ୍ଣ ସ୍ତମ୍ଭ ପାଲଟିଛି | ଭାରତ ହାନୋଇର ଶୀର୍ଷ ଦଶଟି ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ମଧ୍ୟରେ ଅନ୍ୟତମ |ଆସିଆନ ରାଷ୍ଟ୍ର ମଧ୍ୟରେ ଭିଏତନାମ , ସିଙ୍ଗାପୁର ପରେ ଭାରତ ର ଦ୍ଵିତୀୟ ସବୁଠୁ ବଡ ରପ୍ତାନି ସ୍ଥଳୀ ହୋଇଥିବା ବେଳେ ଇଣ୍ଡୋନେସିଆ, ସିଙ୍ଗାପୁର ଓ ମାଳୟେସିଆ ପରେ ଏହା ହେଉଛି ଚତୁର୍ଥ ସବୁଠୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର | ପୋଷାକ ଓ ବୟନ, ଫାର୍ମାସିୟୁଟିକଲ, କୃଷି ବସ୍ତୁ, ଚମଡା ଓ ଜୋତା ଏବଂ ଇଞ୍ଜିନିଅରିଙ୍ଗ ଆଦି ପାଞ୍ଚୋଟି ମହତ୍ବପୂର୍ଣ୍ଣ କ୍ଷେତ୍ର ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି |

ଦକ୍ଷିଣପୂର୍ବ ଏସିଆର ଦ୍ରୁତ ବିକାଶଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ ହୋଇଥିବା ଭିଏତନାମ ଭାରତ ପାଇଁ ଅନେକ ଅବସର ପ୍ରଦାନ କରିଛି | ଭାରତ ଶକ୍ତି, ଖଣିଜ ଅନ୍ବେଷଣ , କୃଷି ପ୍ରସଂସ୍କରଣ, ଚିନୀ ନିର୍ମାଣ , କୃଷି ରସାୟନ, ଆଇଟି ଓ ଅଟୋ ଉପାଦାନ ଭଳି କ୍ଷେତ୍ରରେ ନିବେଶ କରିଛି | ଓଏନଜିସି ବ୍ୟତୀତ ଟାଟା ପାୱାର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଜିମପେକ୍ସ, ଜେକେ ଟାୟାର ଓ ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ ଲିମିଟେଡ ସମେତ ଅନେକ ଭାରତୀୟ କମ୍ପାନୀ ଭିଏତନାମରେ ବାଣିଜ୍ୟ କାରବାର କରୁଛନ୍ତି |

ଭାରତ –ଭିଏତନାମ ରଣନୀତିକ ସହଭାଗିତା ବହୁ ଅତୀତରୁ ରହି ଆସିଛି | 1954 ରେ ପଣ୍ଡିତ ଜବାହରଲାଲ ନେହେରୁ ଭିଏତନାମ ଗସ୍ତ କରିଥିବା ବେଳେ ସେଠାକାର ରାଷ୍ଟ୍ରପତି ହୋ ଚି ମିହ୍ନ 1958 ମସିହାରେ ଭାରତ ଗସ୍ତରେ ଆସିଥିଲେ | ସେହିପରି 1959 ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ମଧ୍ୟ ଭିଏତନାମ ଗସ୍ତରେ ଯାଇଥିଲେ | ଏହାପରଠୁ ଉଚ୍ଚ ସ୍ତରୀୟ ଗସ୍ତ ରୀତିମତ ଜାରି ରହିଛି ଓ ଦ୍ଵିପକ୍ଷୀୟ ସମ୍ପର୍କ ନିବିଡ ହୋଇଛି |ଭାରତର ଆକ୍ଟ ଇଷ୍ଟ ନୀତିରେ ଭିଏତନାମର ପ୍ରମୁଖ ଭୂମିକା ରହିଛି | ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ଭାଗୀଦାରୀତାକୁ ନୂତନ ଶିଖରରେ ପହଞ୍ଚାଇବା ଲାଗି ଭାରତ କାର୍ଯ୍ୟ ଜାରି ରଖିବ ଓ ଭୂ-ରଣନୀତିକ ବିକାଶ ପରିପ୍ରେକ୍ଷୀରେ ଭାରତ –ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ଆହୁରି ଦୃଢୀଭୂତ କରିବା ଲାଗି ପ୍ରୟାସ ତ୍ୱରାନ୍ୱିତ କରିବ |

ମୂଳ ଲେଖା : ଡଃ ତିତଲୀ ବାସୁ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...