Skip to main content

ଭାରତ-ଆଫ୍ରିକା ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ସମ୍ମିଳନୀ

ଭାରତ ଓ ଆଫ୍ରିକା ମଧ୍ୟରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ, ପ୍ରତିରକ୍ଷା ପ୍ରଦର୍ଶନୀ ବା ଡିଫେନସ ଏକ୍ସପୋ ଇଣ୍ଡିଆ ସହ ଲକ୍ଷ୍ନୌରେ ଆୟୋଜନ କରାଯାଇଥିଲା | ଆଫ୍ରିକା ମହାଦେଶର ରାଷ୍ଟ୍ର ଗୁଡିକ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଲାଗି ଭାରତ ପକ୍ଷରୁ ଏହା ଏକ ବଡଧରଣର ଅଭିଯାନ ଥିଲା ବୋଲି ବିବେଚନା କରାଯାଉଛି | 1950 ମସିହାରୁ ଜାରି ରହିଥିବା ଦୀର୍ଘସ୍ଥାୟୀ ପ୍ରତିରକ୍ଷା ଭାଗୀଦାରିତା ସମ୍ପର୍କକୁ ଦୃଷ୍ଟିରେ ରଖି ଆଫ୍ରିକା ମହାଦେଶକୁ ଭାରତ ନିର୍ମିତ ଉପକରଣ ରପ୍ତାନି ଲାଗି ଏହା ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି | ଏହି ସମ୍ମିଳନୀରେ 14 ଟି ଆଫ୍ରିକୀୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଆଫ୍ରିକାର 154 ରୁ ଅଧିକ ପ୍ରତିନିଧି, ସାଂସଦ, ପ୍ରତିରକ୍ଷା ଓ ସେବା ବିଭାଗ ର 19 ଜଣ ମୁଖ୍ୟ ଓ ଆଫ୍ରିକୀୟ ଦେଶର 8 ଜଣ ସ୍ଥାୟୀ ସେକ୍ରେଟାରୀ ଅଂଶଗ୍ରହଣ କରିଥିଲେ | ଏହି ସମ୍ମିଳନୀରେ ପ୍ରତିରକ୍ଷା ଓ ସୁରକ୍ଷା ପ୍ରସଙ୍ଗ ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା |

ଆଫ୍ରିକୀୟ ଦେଶ ଗୁଡିକ ଲାଗି ବର୍ତ୍ତମାନ ପରିପ୍ରେକ୍ଷୀରେ ଶାନ୍ତି ଓ ସୁରକ୍ଷା ଏକ ପ୍ରମୁଖ ପ୍ରାଥମିକତା ଭାବେ ଉଭା ହୋଇଛି | ଆଫ୍ରିକୀୟ ସଂଘର ଚଳିତ ବର୍ଷର ଶୀର୍ଷକ ହେଉଛି ଆଫ୍ରିକାର ଉନ୍ନୟନ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା | ଏହି ଲକ୍ଷ ହାସଲ ଲାଗି ଆଫ୍ରିକୀୟ ସଂଘ ଶାନ୍ତି, ସୁରକ୍ଷା ଓ ବିକାଶ ଉପରେ ଅଧିକ ପ୍ରାଧାନ୍ୟ ଦେଉଛି | ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାତ୍ବାକାଙ୍ଖି ଏସଏଜିଏଆର (ସୁରକ୍ଷା ଓ ଅଞ୍ଚଜଳରେ ସମସ୍ତଙ୍କ ପାଇଁ ବିକାଶ ) ଦୃଷ୍ଟିକୋଣର ଅନୁରୂପ ଅଟେ |

ଭାରତ ଓ ଆଫ୍ରିକା ମଧ୍ୟରେ ଦୀର୍ଘ ଦଶନ୍ଧିରୁ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କ ରହିଆସିଛି | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଔପନିବେଶକ ପରବର୍ତ୍ତୀ ଆଫ୍ରିକାରେ ଭାରତ ଅନେକ ଆଫ୍ରିକୀୟ ଦେଶରେ ସାମରିକ କର୍ମଚାରୀ ମାନଙ୍କୁ ତାଲିମ ଦେବା ସହ ଘାନାରେ ବିମାନ ବାହିନୀ ସ୍ଥାପନ କରିଥିଲା ଏବଂ ନାଇଜେରିଆରେ ଡିଫେନସ କଲେଜ ଓ ନାଭାଲ ୱାର କଲେଜ ତଥା ଇଥିଓପିଆରେ ସାମରିକ ଏକାଡେମୀ ପ୍ରତିଷ୍ଠା ଲାଗି ସହାୟତା କରିଥିଲା | ଭାରତ ଜାତିସଂଘ ଶାନ୍ତିରକ୍ଷାକାରୀ ଅଭିଯାନରେ ସକ୍ରିୟ ଭାଗୀଦାରୀ ଜରିଆରେ ଆଫ୍ରିକା ମହାଦେଶରେ ଶାନ୍ତି ସ୍ଥାପନା କ୍ଷେତ୍ରରେ ମଧ୍ୟ ସହଯୋଗ କରିଥିଲା |

ଅଞ୍ଚଳରେ ବୃଦ୍ଧି ପାଉଥିବା ସାମୁଦ୍ରିକ ଅସୁରକ୍ଷାର ମୁକାବିଲା ଲାଗି ଆଫ୍ରିକୀୟ ସଂଘ ଏକ ପେନ -ଆଫ୍ରିକା ସାମୁଦ୍ରିକ ରଣକୌଶଳ ଆପଣେଇଛି ଯାହାକୁ ‘ଆଫ୍ରିକାର ଏକୀକରଣ ସାମୁଦ୍ରିକ (ଏଆଇଏମ ) ରଣକୌଶଳ 2050’ ବୋଲି କୁହାଯାଏ | ଏହି ରଣନୀତି ଅଦ୍ଵିତୀୟ ଅଟେ କାରଣ ଏହା ପାରମ୍ପରିକ ସାମୁଦ୍ରିକ ଆହ୍ଵାନ ଗୁଡିକୁ ହ୍ରାସ କରିବା ଓ ଆଫ୍ରିକୀୟ ‘ନୀଳ’ ଅର୍ଥନୀତି ର ନିରନ୍ତର ବିକାଶ ଲାଗି ଆହ୍ଵାନ ଜଣାଇଥାଏ |

ଆଫ୍ରିକା ସହ ଭାରତର ସମ୍ପର୍କ ସମଷ୍ଟିଗତ ଓ ଆଫ୍ରିକାର ପ୍ରାଥମିକତା ଗୁଡିକ ଉପରେ ଆଧାରିତ | ଉଲ୍ଲେଖଯୋଗ୍ୟ ଯେ ଏହି ସମ୍ମିଳନୀରେ ଭାରତକୁ ଏହାର ସ୍ପଷ୍ଟ ଆଭିମୁଖ୍ଯ ଲାଗି ଭୂୟସୀ ପ୍ରଶଂସା କରାଯାଇଥିଲା | ଆଫ୍ରିକାରେ ଭାରତୀୟ ମହାସାଗର ର ସମୁଦ୍ର ତଟ ରାଷ୍ଟ୍ର ଗୁଡିକ ସହ ଭାରତର ଏକ ଦୃଢ ସାମୁଦ୍ରିକ ସୁରକ୍ଷା ସହଯୋଗ ରହିଛି| ଭାରତୀୟ ମହାସାଗର ଅଞ୍ଚଳରେ ଆଫ୍ରିକୀୟ ଦେଶ ଗୁଡିକର ଅନୁରୋଧ କ୍ରମେ ଜଳଦସ୍ୟୁ ବିରୋଧୀ ପହରା, ନିରୀକ୍ଷଣ ଓ ମାନବୀୟ ତଥା ଦୁର୍ବିପାକ ରିଲିଫ ଅଭିଯାନ ଲାଗି ଭାରତ ଏହାର ନୌବାହିନୀ ମୁତୟନ କରିଛି | ଦୁଇ ଦେଶ ସନ୍ତ୍ରାସବାଦ ଓ ଜଳଦସ୍ୟୁ ଭଳି ସମାନ ଚାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ଭାରତ ଓ ଆଫ୍ରିକା ମଧ୍ୟରେ ସାମରିକ ସମ୍ପର୍କ ସମ୍ପ୍ରସାରିତ ହେଉଛି କାରଣ ଭାରତ, ଆଫ୍ରିକାରେ ଏକ ନିରାପତ୍ତା ପ୍ରଦାନକାରୀ ଭାବେ ଉଭା ହେବାକୁ ଚାହୁଁଛି | ଏହି ଲକ୍ଷ୍ୟ ହାସଲ ଲାଗି ନୂଆଦିଲ୍ଲୀ ଆଫ୍ରିକୀୟ ଦେଶ ଗୁଡିକ ସହ ମିଳିତ ସମରାଭ୍ୟାସ ବୃଦ୍ଧି କରିବା ଉପରେ ମଧ୍ୟ ଅଧିକ ଧ୍ୟାନ ଦେଉଛି |

ନିକଟ ଭବିଷ୍ୟତରେ ଭାରତ-ଆଫ୍ରିକା ମଧ୍ୟରେ ବିକାଶ ଭାଗୀଦାରୀତା ସମ୍ପର୍କ ଆହୁରି ଘନୀଭୂତ ହେବାର ଆଶା ଉଜ୍ଜୀବିତ ହୋଇଛି |ଆଫ୍ରିକା ସହ ଭାରତ ର ଭାଗୀଦାରୀତା ସମ୍ପର୍କ ନିରପେକ୍ଷ ଓ ସ୍ଵଛ ରହିଛି କାରଣ ଏହା ସମାନତାର ସିଦ୍ଧାନ୍ତ ଉପରେ ପର୍ଜ୍ୟବେଶିତ |

ମୂଳ ଲେଖା : ଉତ୍ତମ କୁମାର ବିଶ୍ବାସ, ପ୍ରତିରକ୍ଷା ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...