Skip to main content

ଧୂସର କଳା ନୁହେଁ : ଏଫଏଟିଏଫ ପାକିସ୍ତାନକୁ ଦେଲା ଆଉ ଏକ ସୁଯୋଗ

ଗତ ରବିବାର ଦିନ ପ୍ୟାରିସରେ ଅନୁଷ୍ଠିତ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ(ଏଫଏଟିଏଫ) ସମ୍ମିଳନୀରେ ଆଶା କରାଯାଉଥିଲା ପାକିସ୍ତାନ ଏହାର ଧୂସର ତାଲିକାରୁ ମୁକୁଳି ଯିବ | ଏହି ସମ୍ମିଳନୀରେ 205ଟି ଦେଶର ପ୍ରାୟ 800 ପ୍ରତିନିଧି ଯୋଗ ଦେଇଥିଲେ |

ସନ୍ତ୍ରାସବାଦ ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ଅର୍ଥ ହେରଫେର ମାମଲାକୁ ନେଇ ପାକିସ୍ତାନ ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ କରିଛି ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା | ପାକିସ୍ତାନ 2018ରୁ ଧୂସର ତାଲିକାରେ ରହିଛି |

2020 ଫେବୃୟାରୀ 19 ତାରିଖରେ ଗଣମାଧ୍ୟମ ଖବର ଦେବାକୁ ଲାଗିଲା ଯେ ପାକିସ୍ତାନ ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଧୂସର ତାଲିକାରେ ରହିବ ଆନ୍ତର୍ଜାତୀୟ ସହଯୋଗ ସମୀକ୍ଷା ଗୃପ ଯିଏକି ପାକିସ୍ତାନ ଦ୍ଵାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରୁଥିଲା | ତାହା ଫେବୃୟାରୀ 17ରେ ଏହି ନିଷ୍କର୍ଷରେ ପହଋ୍ଚିଲା ଯେ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଉଥିବା ମାମଲାରେ ପାକିସ୍ତାନ ଏହାର ଅବସାନ ପାଇଁ ଯଥେଷ୍ଟ ଭାବରେ କିଛି କରିନାହିଁ |

ମୁମ୍ଵାଇ ସନ୍ତ୍ରାସବାଦି ଆକ୍ରମଣର ମୁଖ୍ୟ ଷଢଯନ୍ତ୍ରକାରୀ ଲସ୍କରେ ତୈବାର ମୁଖ୍ୟ ହାଫିଜ ସୟିଦକୁ ଦଣ୍ତାଦେଶ ଦେଇଥିବା ଉପରେ ପାକିସ୍ତାନ ବିଶ୍ଵ ସମୁଦାୟକୁ ବୁଝାଇବାକୁ ଚେଷ୍ଟା କରିବା ସତ୍ତ୍ଵେ ମହା ହୋଇଥିଲା ବିଶ୍ଵ ସମୁଦାୟ ହୃଦୟଙ୍ଗମ କରିଥିଲା ଯେ ପାକିସ୍ତାନ 40ଟି ଅଭିଯୋଗ ମଧ୍ୟରୁ ସବୁଥିରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ | ଏବେ ମଧ୍ୟ ଅନେକ କ୍ଷେତ୍ରରେ ପାକିସ୍ତାନ ଧ୍ୟାନ ଦେଇନାହିଁ |

ଧୂସର ତାଲିକାରୁ ମୁକୁଳିବା ପାଇଁ ଏହାର ବଂଧୁ ରାଷ୍ଟ୍ର ଚିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପାକିସ୍ତାନକୁ ସମର୍ଥନ କରିନଥିଲା | ତୁର୍କୀ ବ୍ୟତିତ ସେଠାରେ ଉପସ୍ଥିତ ସବୁ ଦେଶ ପାକିସ୍ତାନକୁ ସମର୍ଥନ କରିନଥିଲେ | ଫଳରେ ଏଫଏଟିଏଫର ପରବର୍ତ୍ତି ବୈଠକ ପର୍ଯ୍ୟନ୍ତ ପାକିସ୍ତାନକୁ ଧୂସର ତାଲିକାରେ ରଖାଗଲା |

ଗତ ବର୍ଷ ଅକ୍ଟୋବର ମାସରେ ଏଫଏଟିଏଫ ଆପୋଷ ମୂଲ୍ୟାଙ୍କନ ରିପୋର୍ଟରେରେ ଜାଣିବାକୁ ପାଇଲା ଯେ ପାକିସ୍ତାନ ସନ୍ତ୍ରାସବାଦ ନିମନ୍ତେ ପାଣ୍ଠି ଯୋଗାଡ ବନ୍ଦ କରିବା କ୍ଷେତ୍ରରେ କୌଣସି ପଦକ୍ଷେପ ନେଇନାହିଁ ଏବଂ 27ଟି ସୂଚି ମଧ୍ୟରୁ ମାତ୍ର ପାଞ୍ଚଟି ସୂଚି ଉପରେ ପାକିସ୍ତାନ ପଦକ୍ଷେପ ନେଇଥିଲା | ଏଣୁ ଏହାକୁ ଫେବୃୟାରୀ 2020 ସୁଦ୍ଧା ସମସ୍ତ ସୂଚି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା | ନହେଲେ ପାକିସ୍ତାନ ଉପରେ ବାଣିଜ୍ୟିକ ସଂପର୍କ ତୁଟାଇବାକୁ ଅଧିକାଂଶ ଦେଶ ଧମକ ଦେଇଥିଲେ |

ଯଦି ପାକିସ୍ତାନ ଧୂସର ତାଲିକାରୁ ମୁକୁଳିବାକୁ ଚାହୁଁଛି ତେବେ ସେ ନିଜର ପ୍ରତିଶ୍ରୁତିକୁ ପାଳନ କରିବା ଉଚିଥ ଥିଲା | ଚିନ ମଧ୍ୟ ଏହାକୁ ଧୂସର ତାଲିକାରେ ରଖିବାକୁ ଉଚିତ ମଣିଲା କେବଳ ପାକିସ୍ତାନକୁ କଳା ତାଲିକାରୁ ବାଦ ଦେବା ପାଇଁ କଳା ତାଲିକା ପାଇଁ ସବୁ ରାଷ୍ଟ୍ରର ସହମତି ଆବଶ୍ୟକ | ଆଖିବୁଝି ପାକିସ୍ତାନକୁ ତୁର୍କୀ ସମର୍ଥନ କରିବା ସତ୍ତ୍ଵେ ପାକିସ୍ତାନ ଧୂସର ତାଲିକାରୁ ମୁକୁଳି ନଥିଲା |

ପାକିସ୍ତାନର ନେତୃତ୍ଵ ମଧ୍ୟ ଏକ୍ଷେତ୍ରରେ ଆନ୍ତରିକତା ଦର୍ଶାଉ ନାହାନ୍ତି ବହୁ ବର୍ଷ ଧରି ପାକିସ୍ତାନ ସନ୍ତ୍ରାସବାଦ ସହିତ ଯେପରି ହାତ ମିଳାଇଛି ଏବଂ ଏହାର ସାମାଜିକ, ଅର୍ଥନୈତିକ ତଥା ଆଇନଗତ ପନ୍ଥା ଯେପରି ସନ୍ତ୍ରାସବାଦ ସହିତ ମିଶି ଯାଇଛି | ଏମିତିରେ ସନ୍ତ୍ରାସବାଦ ବିରୁଦ୍ଧରେ ପଦକ୍ଷେପ ନେବା ପାକିସ୍ତାନ ପାଇଁ ଯେପରି ଅସମ୍ଭବ ହୋଇପଡିଛି | ଯଦି ପାକିସ୍ତାନ କିଛି ନକରେ ତେବେ ଏହାର ବଂଧୁ ରାଷ୍ଟ୍ର ମଧ୍ୟ ପାକିସ୍ତାନକୁ କଳା ତାଲିକାରୁ ମୁକୁଳେଇବା କଷ୍ଟକର ହୋଇପଡିବ |


ଆଲେଖ୍ୟ: ଆଶୋକ ବେହୁରିଆ

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...