Skip to main content

ଭାରତ ଓ ତୁର୍କମେନିସ୍ତାନ ସମ୍ପର୍କ ପ୍ରଗତି ପଥରେ 

ତୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ମନ୍ତ୍ରୀମଣ୍ଡଳର ଉପାଧ୍ୟକ୍ଷ ରାଶିଦ ମେରେଡୋଭ ଭାରତକୁ ଏକ ସ୍ଵଳ୍ପକାଳୀନ ଗସ୍ତରେ ଆସି ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରି ବହୁ ଦ୍ଵିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ | ଏହି ବୈଠକରେ ଆଞ୍ଚଳିକ ପ୍ରସଙ୍ଗ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜଣାଇଥିଲେ |

1990 ମସିହା ପହିଲାରେ ତତ୍କାଳୀନ ସୋଭିଏତ ସଂଘରୁ ସ୍ଵାଧୀନତା ହାସଲ କରିଥିବା ପାଞ୍ଚୋଟି ମଧ୍ୟ ଏସିଆ ଗଣରାଜ୍ୟ ମଧ୍ୟରେ ତୁର୍କମେନିସ୍ତାନ ଅନ୍ୟତମ | ଭାରତ ମଧ୍ୟଏସିଆକୁ ଏହାର ସମ୍ପ୍ରସାରିତ ପଡୋଶୀ ଭାବେ ବିବେଚନା କରେ | ଏହି ଅଞ୍ଚଳରେ ତୁର୍କମେନିସ୍ତାନର ଏକ ବିଶିଷ୍ଟ ଭୌଗୋଳିକ ସ୍ଥିତି ଯୋଗୁଁ ଆନ୍ତଃ-ଆଞ୍ଚଳିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଏହା ଏକ ପ୍ରମୁଖ ରାଷ୍ଟ୍ର ପାଲଟିଛି |

ଏହି ଦେଶ ଦକ୍ଷିଣ ଏସିଆ, ମଧ୍ୟ ଏସିଆ ଓ ପଶ୍ଚିମ ଏସିଆ ସହ ଯୋଡିଛି କାରଣ ଦକ୍ଷିଣଏସିଆରେ ଏହାର ପଡୋଶୀ ଆଫଗାନିସ୍ତାନ ଓ ପଶ୍ଚିମରେ ଇରାନ ରହିଥିବା ବେଳେ ମଧ୍ୟ ଏସିଆରେ ଏହାର ପଡୋଶୀ କାଜାଖସ୍ତାନ ଓ ଉଜବେକିସ୍ତାନ ଅଛି | ତୁର୍କମେନିସ୍ତାନ କେସ୍ପିୟନ ସାଗର ଉପକୂଳରେ ଅବସ୍ଥିତ ଓ ଏହା ୟୂରେସିଆ ଓ ୟୁରୋପର ପ୍ରବେଶ ଦ୍ଵାର ବୋଲି କୁହାଯାଏ | ଯୋଗାଯୋଗ କ୍ଷେତ୍ରରେ ସୁଧାର ଆଣିବା ଉପରେ ତୁର୍କମେନିସ୍ତାନ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି | 2016ରେ ଏହି ଦେଶ 2.3 ବିଲିଅନ ଡଲାର ସମ୍ବଳିତ ଏହି ଅଞ୍ଚଳର ସବୁଠୁ ବଡ ବିମାନବନ୍ଦର ନିର୍ମାଣ କରିଥିଲା |

ତୁର୍କମେନିସ୍ତାନ ଭୌଗୋଳିକ ରୂପରେ ପ୍ରାୟ 6 ନିୟୁତ ଜନସଂଖ୍ୟା ସହ ଏକ ଛୋଟ ଦେଶ ହୋଇଥିବା ସତ୍ତ୍ୱେ ଅର୍ଥନୈତିକ କ୍ଷେତ୍ରରେ ଏହାର ଯଥେଷ୍ଟ ମହତ୍ଵ ରହିଛି | ଏହା ପାଖରେ ବିଶ୍ଵର ଚତୁର୍ଥ ସବୁଠୁ ବଡ ପ୍ରାକୃତିକ ଗ୍ୟାସ ଭଣ୍ଡାର ରହିଛି | ଏହା ତୈଳ, ସଲଫର ଓ ଅନ୍ୟ ଖଣିଜ ପଦାର୍ଥରେ ମଧ୍ୟ ସମୃଦ୍ଧ ଅଟେ |ଏହାର ଜିଡ଼ିପି ପ୍ରାୟ 40.5 ବିଲିଅନ ଆମେରିକୀୟ ଡଲାର ବୋଲି ବିଶ୍ଵବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି | ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଦିମୂହମେଦୋଭଙ୍କ ସରକାର ଅର୍ଥବ୍ୟବସ୍ଥାରେ ବିବିଧତା ଆଣିବା ଲାଗି ପ୍ରୟାସ ଚଳେଇଛନ୍ତି ଏବଂ ତୈଳ, ଗ୍ୟାସ, କୃଷି, ନିର୍ମାଣ, ପରିବହନ ଓ ଯୋଗାଯୋଗ ଭଳି ପାରମ୍ପରିକ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା ସହ ରସାୟନ, ଟେଲିଯୋଗାଯୋଗ ଓ ଅନ୍ୟ ଉଚ୍ଚ-ଜ୍ଞାନକୌଶଳ ଭଳି ନୂତନ କ୍ଷେତ୍ରରେ ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରାଧାନ୍ୟ ଦେଉଛି | ତୁର୍କମେନିସ୍ତାନ 2019-25 ପର୍ଯ୍ୟନ୍ତ ଏକ ପର୍ଯ୍ୟାୟ ପ୍ରଣାଳୀରେ ଏକ ଡିଜିଟାଲ ଅର୍ଥନୀତି କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରୁଛି |ତୁର୍କମେନିସ୍ତାନ ସମଗ୍ର ବିଶ୍ଵ ସହ ଏହାର ସମ୍ପର୍କ କ୍ଷେତ୍ରରେ ‘ସ୍ଥାୟୀ ନିରପେକ୍ଷତା’ ନୀତି ଆପଣେଇଛି | 1995ରେ ଜାତିସଂଘ ସାଧାରଣ ସଭା ପକ୍ଷରୁ ମଧ୍ୟ ଏହି ନୀତିକୁ ସମର୍ଥନ କରାଯାଇଥିଲା | ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତ ଏହାର 25 ତମ ବର୍ଷ ପୂର୍ତ୍ତି ପାଳନ କରୁଛି |

ଏହାର ଅଦ୍ଵିତୀୟ ଭୌଗୋଳିକ ସ୍ଥିତି ଓ ଅର୍ଥନୈତିକ ସମ୍ଭାବନା ଯୋଗୁଁ ମଧ୍ୟଏସିଆ ସହ ଭାରତର ସମ୍ପର୍କ କ୍ଷେତ୍ରରେ ତୁର୍କମେନିସ୍ତାନ ଏକ ମହତ୍ବପୂର୍ଣ୍ଣ ଭୂମିକା ନିଭାଇପାରିବ | ଦୀର୍ଘ ଦଶନ୍ଧିରୁ ଦୁଇ ଦେଶ ମଧ୍ୟରେ ଦୃଢ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି |ପ୍ରସିଦ୍ଧ “ସିଳ୍କ ରୁଟ” ବା ରେଶମ ମାର୍ଗ ଏହି ଦୁଇ ସଭ୍ୟତାକୁ ଯୋଡିଛି ଏବଂ ସନ୍ଥ ମହାପୁରୁଷ ତଥା ବିଦ୍ଵାନ ମାନେ ଏହି ମାର୍ଗ ଦେଇ ଭାରତକୁ ଆସିଥିଲେ | ପ୍ରସିଦ୍ଧ ସୁଫି ସନ୍ଥ ଶାହ ତୁର୍କମାନ ବାୟାବାନୀ ତ୍ରୟୋଦଶ ଶତାବ୍ଦୀରେ ଭାରତରେ ରହୁଥିଲେ | ତାଙ୍କ ସମ୍ମାନାର୍ଥେ ଦିଲ୍ଲୀରେ 17ତମ ଶତାବ୍ଦୀରେ ‘ତୁର୍କମାନ ଗେଟ’ ନିର୍ମାଣ କରାଯାଇଥିଲା | ସମ୍ରାଟ ଆକବରଙ୍କ ଗୁରୁ ବଇରମ ଖାଁ ମଧ୍ୟ ତୁର୍କମେନିସ୍ତାନର ମୂଳ ବାସିନ୍ଦା ଥିଲା |

ଭାରତ ଓ ତୁର୍କମେନିସ୍ତାନ ମଧ୍ୟରେ ଦୃଢ ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଛି | ଉଭୟ ଦେଶ ମଧ୍ୟରେ ବରିଷ୍ଠ ରାଜନେତା ମାନଙ୍କ ଗସ୍ତ ଜାରି ରହିଛି |ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଦିମୂହମେଦଭ 2010ରେ ଭାରତ ଗସ୍ତରେ ଆସିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ଜୁଲାଇ ମାସରେ ତୁର୍କମେନିସ୍ତାନ ଗସ୍ତରେ ଯାଇଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ଓ ରାଜିନାମାରେ ସ୍ଵାକ୍ଷର କରିଥିଲେ | 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଏକ ପାରମ୍ପରିକ ଔଷଧ ତଥା ଯୋଗ କେନ୍ଦ୍ର ମଧ୍ୟ ଉଦଘାଟନ କରିଥିଲେ |

ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଯପୂର୍ଣ୍ଣ ସମ୍ପର୍କ ଓ ନିବିଡ ଜନସମ୍ପର୍କ ଥିବା ସତ୍ତ୍ୱେ ଉଭୟ ଦ୍ଵିପକ୍ଷୀୟ ଅର୍ଥନୈତିକ ସମ୍ଭାବନା ଗୁଡିକର ଫାଇଦା ଉଠାଇ ପାରୁନାହାନ୍ତି | ଦୁଇ ଦେଶ ମଧ୍ୟରେ 2018-19ରେ ବାଣିଜ୍ୟ କାରବାର 66 ନିୟୁତ ଡଲାର ଥିଲା | ଉଭୟଙ୍କ ମଧ୍ୟରେ ସୁଯୋଗ ଗୁଡିକୁ ନେଇ ସୂଚନାର ଅଭାବ ଓ ଭାରତ ତଥା ମଧ୍ୟ ଏସିଆ ମଧ୍ୟରେ ସଡକ ଯୋଗାଯୋଗର ଅଭାବ ଯୋଗୁଁ ଦ୍ଵିପକ୍ଷୀୟ ବ୍ୟାପାର ବାଧାପ୍ରାପ୍ତ ହୋଇଛି |

ସମ୍ପ୍ରତ୍ତି ଘଟଣାବଳୀ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଘନୀଭୂତ କରିବାରେ ସହାୟକ ହେବ | ଭାରତ ଇରାନର ଚାବାହର ବନ୍ଦରରେ ଭାରି ନିବେଶ କରିଛି | ତୁର୍କମେନିସ୍ତାନ ଓ କାଜାଖସ୍ତାନର ଇରାନ ସହ ରେଳ ଯୋଗାଯୋଗ ରହିଛି | ଚାବାହର ବନ୍ଦରକୁ ଇରାନର ରେଳ ନେଟୱର୍କରେ ଯୋଡିଲେ ତୁର୍କମେନିସ୍ତାନ ଓ ମଧ୍ୟଏସିଆ ସହ ଭାରତର ସମ୍ପର୍କ ଆହୁରି ମଜବୁତ ହେବ | 2018ରେ ଭାରତ ଏଶଗାବାତ ରାଜିନାମାରେ ସାମିଲ ହୋଇଥିଲା ଯାହା ପଶ୍ଚିମ ଏସିଆର ଇରାନ ଓ ଓମାନକୁ ଏବଂ ମଧ୍ୟଏସିଆର ତୁର୍କମେନିସ୍ତାନ ତଥା ଉଜବେକିସ୍ତାନ ମଧ୍ୟରେ ଏକ ଆନ୍ତର୍ଜାତୀୟ ପରିବହନ କୋରିଡର ସ୍ଥାପିତ କରିଛି | ସମ୍ପ୍ରତ୍ତି ତୁର୍କମେନିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ ଓ ଭାରତ ମଧ୍ୟରେ ପ୍ରାକୃତିକ ଗ୍ୟାସ ପାଇପଲାଇନ କାର୍ଯ୍ୟ କ୍ଷେତ୍ରରେ ଅନେକ ପ୍ରଗତି ଘଟିଛି | 2012ରେ ବିକ୍ରୟ ଓ କ୍ରୟ ରାଜିନାମାରେ ମଧ୍ୟ ସ୍ଵାକ୍ଷର କରାଯାଇଥିଲା | ଅଞ୍ଚଳରେ ଏହି ଗ୍ୟାସ ପାଇପ ଲାଇନର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଛି ଏବଂ 2018ରେ ଆଫଗାନିସ୍ତାନରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ବୋଲି ତୁର୍କମେନିସ୍ତାନ ଜଣାଇଛି | ନିକଟ ଭବିଷ୍ୟତରେ ଭାରତ ଓ ତୁର୍କମେନିସ୍ତାନ ମଧ୍ୟରେ ସମ୍ପର୍କରେ ଆହୁରି ପ୍ରଗତି ଘଟିବ ବୋଲି ଆଶା ରହିଛି |

ମୂଳ ଲେଖା : ଡଃ ଅଥର ଜାଫର, ସିଆଇଏସ ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...