ତୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ମନ୍ତ୍ରୀମଣ୍ଡଳର ଉପାଧ୍ୟକ୍ଷ ରାଶିଦ ମେରେଡୋଭ ଭାରତକୁ ଏକ ସ୍ଵଳ୍ପକାଳୀନ ଗସ୍ତରେ ଆସି ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରି ବହୁ ଦ୍ଵିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ | ଏହି ବୈଠକରେ ଆଞ୍ଚଳିକ ପ୍ରସଙ୍ଗ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜଣାଇଥିଲେ |
1990 ମସିହା ପହିଲାରେ ତତ୍କାଳୀନ ସୋଭିଏତ ସଂଘରୁ ସ୍ଵାଧୀନତା ହାସଲ କରିଥିବା ପାଞ୍ଚୋଟି ମଧ୍ୟ ଏସିଆ ଗଣରାଜ୍ୟ ମଧ୍ୟରେ ତୁର୍କମେନିସ୍ତାନ ଅନ୍ୟତମ | ଭାରତ ମଧ୍ୟଏସିଆକୁ ଏହାର ସମ୍ପ୍ରସାରିତ ପଡୋଶୀ ଭାବେ ବିବେଚନା କରେ | ଏହି ଅଞ୍ଚଳରେ ତୁର୍କମେନିସ୍ତାନର ଏକ ବିଶିଷ୍ଟ ଭୌଗୋଳିକ ସ୍ଥିତି ଯୋଗୁଁ ଆନ୍ତଃ-ଆଞ୍ଚଳିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଏହା ଏକ ପ୍ରମୁଖ ରାଷ୍ଟ୍ର ପାଲଟିଛି |
ଏହି ଦେଶ ଦକ୍ଷିଣ ଏସିଆ, ମଧ୍ୟ ଏସିଆ ଓ ପଶ୍ଚିମ ଏସିଆ ସହ ଯୋଡିଛି କାରଣ ଦକ୍ଷିଣଏସିଆରେ ଏହାର ପଡୋଶୀ ଆଫଗାନିସ୍ତାନ ଓ ପଶ୍ଚିମରେ ଇରାନ ରହିଥିବା ବେଳେ ମଧ୍ୟ ଏସିଆରେ ଏହାର ପଡୋଶୀ କାଜାଖସ୍ତାନ ଓ ଉଜବେକିସ୍ତାନ ଅଛି | ତୁର୍କମେନିସ୍ତାନ କେସ୍ପିୟନ ସାଗର ଉପକୂଳରେ ଅବସ୍ଥିତ ଓ ଏହା ୟୂରେସିଆ ଓ ୟୁରୋପର ପ୍ରବେଶ ଦ୍ଵାର ବୋଲି କୁହାଯାଏ | ଯୋଗାଯୋଗ କ୍ଷେତ୍ରରେ ସୁଧାର ଆଣିବା ଉପରେ ତୁର୍କମେନିସ୍ତାନ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି | 2016ରେ ଏହି ଦେଶ 2.3 ବିଲିଅନ ଡଲାର ସମ୍ବଳିତ ଏହି ଅଞ୍ଚଳର ସବୁଠୁ ବଡ ବିମାନବନ୍ଦର ନିର୍ମାଣ କରିଥିଲା |
ତୁର୍କମେନିସ୍ତାନ ଭୌଗୋଳିକ ରୂପରେ ପ୍ରାୟ 6 ନିୟୁତ ଜନସଂଖ୍ୟା ସହ ଏକ ଛୋଟ ଦେଶ ହୋଇଥିବା ସତ୍ତ୍ୱେ ଅର୍ଥନୈତିକ କ୍ଷେତ୍ରରେ ଏହାର ଯଥେଷ୍ଟ ମହତ୍ଵ ରହିଛି | ଏହା ପାଖରେ ବିଶ୍ଵର ଚତୁର୍ଥ ସବୁଠୁ ବଡ ପ୍ରାକୃତିକ ଗ୍ୟାସ ଭଣ୍ଡାର ରହିଛି | ଏହା ତୈଳ, ସଲଫର ଓ ଅନ୍ୟ ଖଣିଜ ପଦାର୍ଥରେ ମଧ୍ୟ ସମୃଦ୍ଧ ଅଟେ |ଏହାର ଜିଡ଼ିପି ପ୍ରାୟ 40.5 ବିଲିଅନ ଆମେରିକୀୟ ଡଲାର ବୋଲି ବିଶ୍ଵବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି | ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଦିମୂହମେଦୋଭଙ୍କ ସରକାର ଅର୍ଥବ୍ୟବସ୍ଥାରେ ବିବିଧତା ଆଣିବା ଲାଗି ପ୍ରୟାସ ଚଳେଇଛନ୍ତି ଏବଂ ତୈଳ, ଗ୍ୟାସ, କୃଷି, ନିର୍ମାଣ, ପରିବହନ ଓ ଯୋଗାଯୋଗ ଭଳି ପାରମ୍ପରିକ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା ସହ ରସାୟନ, ଟେଲିଯୋଗାଯୋଗ ଓ ଅନ୍ୟ ଉଚ୍ଚ-ଜ୍ଞାନକୌଶଳ ଭଳି ନୂତନ କ୍ଷେତ୍ରରେ ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରାଧାନ୍ୟ ଦେଉଛି | ତୁର୍କମେନିସ୍ତାନ 2019-25 ପର୍ଯ୍ୟନ୍ତ ଏକ ପର୍ଯ୍ୟାୟ ପ୍ରଣାଳୀରେ ଏକ ଡିଜିଟାଲ ଅର୍ଥନୀତି କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରୁଛି |ତୁର୍କମେନିସ୍ତାନ ସମଗ୍ର ବିଶ୍ଵ ସହ ଏହାର ସମ୍ପର୍କ କ୍ଷେତ୍ରରେ ‘ସ୍ଥାୟୀ ନିରପେକ୍ଷତା’ ନୀତି ଆପଣେଇଛି | 1995ରେ ଜାତିସଂଘ ସାଧାରଣ ସଭା ପକ୍ଷରୁ ମଧ୍ୟ ଏହି ନୀତିକୁ ସମର୍ଥନ କରାଯାଇଥିଲା | ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତ ଏହାର 25 ତମ ବର୍ଷ ପୂର୍ତ୍ତି ପାଳନ କରୁଛି |
ଏହାର ଅଦ୍ଵିତୀୟ ଭୌଗୋଳିକ ସ୍ଥିତି ଓ ଅର୍ଥନୈତିକ ସମ୍ଭାବନା ଯୋଗୁଁ ମଧ୍ୟଏସିଆ ସହ ଭାରତର ସମ୍ପର୍କ କ୍ଷେତ୍ରରେ ତୁର୍କମେନିସ୍ତାନ ଏକ ମହତ୍ବପୂର୍ଣ୍ଣ ଭୂମିକା ନିଭାଇପାରିବ | ଦୀର୍ଘ ଦଶନ୍ଧିରୁ ଦୁଇ ଦେଶ ମଧ୍ୟରେ ଦୃଢ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି |ପ୍ରସିଦ୍ଧ “ସିଳ୍କ ରୁଟ” ବା ରେଶମ ମାର୍ଗ ଏହି ଦୁଇ ସଭ୍ୟତାକୁ ଯୋଡିଛି ଏବଂ ସନ୍ଥ ମହାପୁରୁଷ ତଥା ବିଦ୍ଵାନ ମାନେ ଏହି ମାର୍ଗ ଦେଇ ଭାରତକୁ ଆସିଥିଲେ | ପ୍ରସିଦ୍ଧ ସୁଫି ସନ୍ଥ ଶାହ ତୁର୍କମାନ ବାୟାବାନୀ ତ୍ରୟୋଦଶ ଶତାବ୍ଦୀରେ ଭାରତରେ ରହୁଥିଲେ | ତାଙ୍କ ସମ୍ମାନାର୍ଥେ ଦିଲ୍ଲୀରେ 17ତମ ଶତାବ୍ଦୀରେ ‘ତୁର୍କମାନ ଗେଟ’ ନିର୍ମାଣ କରାଯାଇଥିଲା | ସମ୍ରାଟ ଆକବରଙ୍କ ଗୁରୁ ବଇରମ ଖାଁ ମଧ୍ୟ ତୁର୍କମେନିସ୍ତାନର ମୂଳ ବାସିନ୍ଦା ଥିଲା |
ଭାରତ ଓ ତୁର୍କମେନିସ୍ତାନ ମଧ୍ୟରେ ଦୃଢ ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଛି | ଉଭୟ ଦେଶ ମଧ୍ୟରେ ବରିଷ୍ଠ ରାଜନେତା ମାନଙ୍କ ଗସ୍ତ ଜାରି ରହିଛି |ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଦିମୂହମେଦଭ 2010ରେ ଭାରତ ଗସ୍ତରେ ଆସିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ଜୁଲାଇ ମାସରେ ତୁର୍କମେନିସ୍ତାନ ଗସ୍ତରେ ଯାଇଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ଓ ରାଜିନାମାରେ ସ୍ଵାକ୍ଷର କରିଥିଲେ | 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଏକ ପାରମ୍ପରିକ ଔଷଧ ତଥା ଯୋଗ କେନ୍ଦ୍ର ମଧ୍ୟ ଉଦଘାଟନ କରିଥିଲେ |
ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଯପୂର୍ଣ୍ଣ ସମ୍ପର୍କ ଓ ନିବିଡ ଜନସମ୍ପର୍କ ଥିବା ସତ୍ତ୍ୱେ ଉଭୟ ଦ୍ଵିପକ୍ଷୀୟ ଅର୍ଥନୈତିକ ସମ୍ଭାବନା ଗୁଡିକର ଫାଇଦା ଉଠାଇ ପାରୁନାହାନ୍ତି | ଦୁଇ ଦେଶ ମଧ୍ୟରେ 2018-19ରେ ବାଣିଜ୍ୟ କାରବାର 66 ନିୟୁତ ଡଲାର ଥିଲା | ଉଭୟଙ୍କ ମଧ୍ୟରେ ସୁଯୋଗ ଗୁଡିକୁ ନେଇ ସୂଚନାର ଅଭାବ ଓ ଭାରତ ତଥା ମଧ୍ୟ ଏସିଆ ମଧ୍ୟରେ ସଡକ ଯୋଗାଯୋଗର ଅଭାବ ଯୋଗୁଁ ଦ୍ଵିପକ୍ଷୀୟ ବ୍ୟାପାର ବାଧାପ୍ରାପ୍ତ ହୋଇଛି |
ସମ୍ପ୍ରତ୍ତି ଘଟଣାବଳୀ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଘନୀଭୂତ କରିବାରେ ସହାୟକ ହେବ | ଭାରତ ଇରାନର ଚାବାହର ବନ୍ଦରରେ ଭାରି ନିବେଶ କରିଛି | ତୁର୍କମେନିସ୍ତାନ ଓ କାଜାଖସ୍ତାନର ଇରାନ ସହ ରେଳ ଯୋଗାଯୋଗ ରହିଛି | ଚାବାହର ବନ୍ଦରକୁ ଇରାନର ରେଳ ନେଟୱର୍କରେ ଯୋଡିଲେ ତୁର୍କମେନିସ୍ତାନ ଓ ମଧ୍ୟଏସିଆ ସହ ଭାରତର ସମ୍ପର୍କ ଆହୁରି ମଜବୁତ ହେବ | 2018ରେ ଭାରତ ଏଶଗାବାତ ରାଜିନାମାରେ ସାମିଲ ହୋଇଥିଲା ଯାହା ପଶ୍ଚିମ ଏସିଆର ଇରାନ ଓ ଓମାନକୁ ଏବଂ ମଧ୍ୟଏସିଆର ତୁର୍କମେନିସ୍ତାନ ତଥା ଉଜବେକିସ୍ତାନ ମଧ୍ୟରେ ଏକ ଆନ୍ତର୍ଜାତୀୟ ପରିବହନ କୋରିଡର ସ୍ଥାପିତ କରିଛି | ସମ୍ପ୍ରତ୍ତି ତୁର୍କମେନିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ ଓ ଭାରତ ମଧ୍ୟରେ ପ୍ରାକୃତିକ ଗ୍ୟାସ ପାଇପଲାଇନ କାର୍ଯ୍ୟ କ୍ଷେତ୍ରରେ ଅନେକ ପ୍ରଗତି ଘଟିଛି | 2012ରେ ବିକ୍ରୟ ଓ କ୍ରୟ ରାଜିନାମାରେ ମଧ୍ୟ ସ୍ଵାକ୍ଷର କରାଯାଇଥିଲା | ଅଞ୍ଚଳରେ ଏହି ଗ୍ୟାସ ପାଇପ ଲାଇନର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଛି ଏବଂ 2018ରେ ଆଫଗାନିସ୍ତାନରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ବୋଲି ତୁର୍କମେନିସ୍ତାନ ଜଣାଇଛି | ନିକଟ ଭବିଷ୍ୟତରେ ଭାରତ ଓ ତୁର୍କମେନିସ୍ତାନ ମଧ୍ୟରେ ସମ୍ପର୍କରେ ଆହୁରି ପ୍ରଗତି ଘଟିବ ବୋଲି ଆଶା ରହିଛି |
ମୂଳ ଲେଖା : ଡଃ ଅଥର ଜାଫର, ସିଆଇଏସ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments
Post a Comment