Skip to main content

ତୁର୍କୀର ହସ୍ତକ୍ଷେପକୁ ଭାରତର ନିନ୍ଦା


ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଏର୍ଡୋଗାନ ନିକଟରେ ପାକିସ୍ତାନ ଗସ୍ତରେ ଆସି କାଶ୍ମୀର ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ସମସ୍ତ ପଦକ୍ଷେପ ନେବା ସତ୍ତ୍ଵେ କାଶ୍ମୀରରେ ପରିସ୍ଥିତି ଭଲ ନାହିଁ | କଶ୍ମୀର ଲୋକମାନଙ୍କ ଇଛା ଏବଂ ଜାତିସଂଘ ପ୍ରସ୍ଥାବ ଆଧାରରେ କାଶ୍ମୀର ପ୍ରସଙ୍ଗ ଭାରତ ପାକିସ୍ତାନ ମଧ୍ୟରେ ଆଲୋଚନା ଦ୍ଵାରା ସମାଧାନ ହେବାକୁ ତୁର୍କୀ ଚାହେଁ | ସେ କାଶ୍ମୀର ପ୍ରତି ସମବେଦନା ଜଣାଇବା ସହିତ କାଶ୍ମୀର ସଂଗ୍ରାମକୁ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ବିଦେଶୀ କ୍ଷମତା ସହ ତୁର୍କୀର ସଂଘର୍ଷକୁ ତୁଳନା କରିଛନ୍ତି |

ତୁର୍କୀ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ଭାରତ କଡା ଆପତ୍ତି ଏହାର ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ଜଣାଇଛି | ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ତୁର୍କୀ ରାଷ୍ଟ୍ରପତିଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ସେ ନା ଇତିହାସ ବୁଝନ୍ତି ନା କୂଟନୈତିକ ଆଚରଣକୁ ବୁଝନ୍ତି ଯାହା ତୁର୍କୀ ଉପରେ ଭାରତର ସଂପର୍କର ଖରାପ ପ୍ରଭାବ ପକାଇବ | ଆହୁରି ମଧ୍ୟ କୁହାଯାଇଛି ଯେ ତୁର୍କୀର ଏତାଦ୍ରୁଶ ଆଚରଣ ଏହା ପୁଣି ଥରେ ପ୍ରମାଣ କରୁଛି ଯେ ତୁର୍କୀ ଅନ୍ୟ ଦେଶର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିଚାଲିଛି ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ | ସୀମାପାର ସନ୍ତ୍ରାସବାଦକୁ ତୁର୍କୀ ବାରମ୍ଵାର ଉଚିତ ଭାବେ ଦର୍ଶାଇବାକୁ ଭାରତ ଏହାକୁ ଦୃଢ ଭାବେ ଅଗ୍ରାହ୍ୟ କରିଛି | କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ହୋଇଥିବାରୁ ଏହା ସଂପର୍କରେ କହିବା ଅର୍ଥ ଭାରତର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିବା | ଏଣୁ ଏହାକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ |

ଗତ ବର୍ଷ ଜମ୍ମୁ କଶ୍ମୀରରେ ଧାରା 370 ଉଚ୍ଛେଦ ପରେ ତୁର୍କୀ ରାଷ୍ଟ୍ରପତି ଭାରତକୁ ନିନ୍ଦା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତୁର୍କୀ ଗସ୍ତକୁ ବାତିଲ କରିଥିଲେ | କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ଏବଂ ତୁର୍କୀ ମଧ୍ୟରେ ଥିବା ସଂପର୍କରେ ଉତ୍ଥାନ ପତ୍ତନ ଆସିଛି | ଏର୍ଡୋଗାନ ପ୍ରଥମେ 2019ରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହା ଉପରେ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଦିଆଯାଉନାହିଁ ଏବଂ ଏହାର ସମାଧାନ ନ୍ୟାୟ, ଅଂଶୀଦାର ଆଧାରରେ ହେବା ଦରକାର ବିଲୟ ଆଧାରରେ ନୁହେଁ | ତୁର୍କୀ ସବୁବେଳେ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଆସିଛି ଯାହାକୁ ଭାରତ ଖାରଜ କରିଆସିଛି | ଭାରତ କହିଛି ଏର୍ଡୋଗାନ ନିଜର ରେକର୍ଡ ଦେଖିବା କଥାଏବଂ ଘରକୁ ଫେରି ତୁର୍କୀ ଲୋକମାନେ କିପରି ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ତା ଉପରେ ଧ୍ୟାନ ଦେବା ଦରକାର |

କାଶ୍ମୀର ପ୍ରସଙ୍ଗ ଉପରେ ଭାରତ ସର୍ବଦା ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି ଯେ ଏହା ଏକ ଦ୍ଵିପକ୍ଷୀୟ ପ୍ରସଙ୍ଗ |ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ | 370 ଉଚ୍ଛେଦ ପରେ ପାକିସ୍ତାନ କିମ୍ଵା ଅନ୍ୟ କୌଣସି ଦେଶ ଏହା ଉପରେ ହସ୍ତକ୍ଷେପକୁ ଭାରତ ଆଭ୍ଯନ୍ତରିଣ ମାମଲାରେ ହସ୍ତକ୍ଷେପ ଭାବେ ବିବେଚନା କରିଛି | ଯାହା ଜାତିସଂଘର ଆଇନ ଅନୁଯାୟୀ ବେଆଇନ ଅଟେ|

ତୁର୍କୀ ପାକିସ୍ତାନକୁ ଦୁଇଟି କାରଣରୁ ସମର୍ଥନ କରୁଛି | ଧାର୍ମିକ ଏବଂ ସାଇପ୍ରସ ଦୃଷ୍ଟିରୁ | ଉଭୟ ହେଉଛନ୍ତି ଇସଲାମୀୟ ଦେଶ | ସାଇପ୍ରସ ମାମଲାରେ ଭାରତ ଉତ୍ତରାଞ୍ଚଳ ସାଇପ୍ରସକୁ ସ୍ଵତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇ ନାହିଁ ବରଂ ଗ୍ରୀକ ସାଇପ୍ରସକୁ ମାନ୍ୟତା ଦେଇଛି | ଏହି ମାମଲାରେ ପାକିସ୍ତାନର ଆଭିମୁଖ୍ୟ ଭାରତର ବିପରିତ | ଭାରତର ସଂପର୍କ ଆରମେନିଆ ଏବଂ ଗ୍ରୀକ ସହିତ ଭଲ ଅଛି କିନ୍ତୁ ତୁର୍କୀର ଏହି ଦୁଇଟି ଦେଶ ସହିତ ସଂପର୍କ ଭଲ ନାହିଁ |

ଏସବୁ ସତ୍ତ୍ଵେ ଭାରତ ତୁର୍କୀ ସହିତ ଭଲ ସଂପର୍କ ରଖିବାକୁ ଚାହିଁଛି | ଏପରିକି 2019 ଜୁନରେ ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରରେ କହିଥିଲେ ଯେ ତୁର୍କୀ ହେଉଛି ଭାରତର ଗୁରୁତ୍ଵପୂର୍ଣ୍ଣ ବଂଧୁ | ଭାରତ ସନ୍ତ୍ରାସବାଦ ଉପରେ ନିଜର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ କରିଛି ଏବଂ ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଆସିଛି | ଭାରତ ଏହା ମଧ୍ୟ ଚାହିଁଛି ଯେ ଧାର୍ମିକ ସମାନତା ଥିଲେ ମଧ୍ୟ ମାନବୀଯ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦିଆଯିବା ଦରକାର |

ଆଲେଖ୍ୟ: ଡକ୍ଟର ଇନ୍ଦ୍ରାଣୀ ତାଲୁକଦାର

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...