ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କୌଣସି ଦେଶକୁ ଆମେରିକାର କୌଣସି ରାଷ୍ଟ୍ରପତିଙ୍କ ଗସ୍ତର ଯଥେଷ୍ଟ ମହତ୍ଵ ରହିଛି ଏବଂ ଏହାକୁ କେହି ହେଲେ ଅସ୍ଵୀକାର କରିପାରିବେ ନାହିଁ | ଯୁକ୍ତରାଷ୍ଟ୍ର ଆମେରିକା ଏକ ବୈଶ୍ଵିକ ମହାଶକ୍ତି ବୋଲି ନୁହେଁ ବରଂ ବିଶ୍ଵର ରାଜନୈତିକ ଅର୍ଥନୀତି କ୍ଷେତ୍ରରେ ଆମେରିକାର ଭୂମିକା ସର୍ବୋପରି ରହିଆସିଛି |ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତର ପରିଣାମକୁ ନେଇ ଭିନ୍ନ ଭିନ୍ନ ମତ ହୋଇଥାଇପାରେ କିନ୍ତୁ ଆମେରିକା ସହ କଥାବାର୍ତ୍ତା କରିବାର ମହତ୍ଵ ଉପରେ କେହି ହେଲେ ଚାଲେଞ୍ଜ କରିପାରିବେ ନାହିଁ | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତ ଗସ୍ତ ଉଭୟ ଦେଶ ପାଇଁ ବିଭିନ୍ନ କାରଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି |
ବୈଶ୍ଵିକ ରଣନୀତିକ ସନ୍ତୁଳନ ଯୁକ୍ତରାଷ୍ଟ୍ର ଆମେରିକା ସପକ୍ଷରେ ଦ୍ରୁତ ଗତିରେ ମୁହାଁଉଛି | ରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିବା ପରେ ଅନେକ ବିବାଦ ଉପୁଜିଥିବା ସତ୍ତ୍ୱେ ରାଷ୍ଟ୍ରପତି ଟ୍ରମ୍ଫ ବିଶ୍ବରେ କ୍ଷମତା ହାସଲ ତଥା ଆମେରିକାର ସ୍ଥିତି ସୁଦୃଢ କରିବାରେ ସମର୍ଥ ହୋଇଛନ୍ତି ଏବଂ ଆମେରିକାର ବୈଶ୍ଵିକ ପ୍ରଭାବକୁ ଚାଲେଞ୍ଜ ଦେବା ଲାଗି ଚୀନ ଭଳି ଦେଶ ମଧ୍ୟ ସକ୍ଷମ ହୋଇପାରିନାହିଁ | ଆନ୍ତର୍ଜାତୀୟ ସମୁଦାୟର କୌଣସି ସଦସ୍ୟ ରାଷ୍ଟ୍ର ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ସହ ସମ୍ପର୍କ ସ୍ଥାପନ କରିବା ନିହାତି ଆବଶ୍ୟକ |
ଚୀନ ଦ୍ଵାରା ବୃଦ୍ଧି ପାଉଥିବା ଆକ୍ରମଣାତ୍ମକ କାର୍ଯ୍ୟକଳାପର ମୁକାବିଲା ଲାଗି ଟ୍ରମ୍ଫ ପ୍ରଶାସନ, ସମ୍ପ୍ରତ୍ତି କିଛି ବର୍ଷରେ ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛି | ଚୀନକୁ ଏକ ଶାନ୍ତିପୂର୍ଣ୍ଣ ଅଂଶୀଦାର କରିବା ଏବଂ ସାମରିକ କ୍ଷମତା ପ୍ରଦର୍ଶନ କରିବାରୁ ଏହାକୁ ନିରୂତ୍ସାହିତ କରିବା ଲାଗି ଚାହୁଁଥିବା ରାଷ୍ଟ୍ର ଗୁଡିକ ସହ ସାମିଲ ହେବା ଲାଗି ଭାରତ ସବୁବେଳେ ଆଗ୍ରହ ପ୍ରକାଶ କରିଛି |
ଗତ କିଛି ଦଶନ୍ଧିରେ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗୀଦାରୀତା କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯାଇଛି | ଆମେରିକା ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ବୈଠକ ରଣନୀତିକ ଭାଗୀଦାରୀତା ସମ୍ପର୍କର ଏକ ପ୍ରାକୃତିକ ଅନୁସିଦ୍ଧାନ୍ତ ବୋଲି କୁହାଯାଉଛି | ପ୍ରତିରକ୍ଷା ଓ ବୈଦେଶିକ ବିଭାଗକୁ ସାମିଲ କରାଯାଇଥିବା 2+2 ଡାଏଲଗ ବ୍ୟବସ୍ଥା ଭାରତ-ଆମେରିକା ରଣନୀତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଉପଯୁକ୍ତ ପଦକ୍ଷେପ ବୋଲି ପ୍ରମାଣିତ ହୋଇଛି | କିନ୍ତୁ ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ଆହୁରି ନିବିଡ କରିବା ଲାଗି ଉଚ୍ଚସ୍ତରୀୟ ଧ୍ୟାନ ଓ ସହଭାଗିତାର ଆବଶ୍ୟକତା ରହିଛି |
ଭାରତ ଓ ଆମେରିକା ମଧ୍ୟରେ ରହିଥିବା ଅର୍ଥନୈତିକ ସମ୍ପର୍କ ଅନେକ ଆହ୍ଵାନ ର ସମ୍ମୁଖୀନ ହେଉଛି | ଦୁଇ ଦେଶର ବାଣିଜ୍ୟ ଅଧିକାରୀ ମାନେ ମତଭେଦ ଗୁଡିକୁ ଦୂର କରି ଏକ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଦିଗରେ ପାରୁପର୍ଜ୍ଯନ୍ତେ ଉଦ୍ୟମ କରୁଛନ୍ତି | ରାଷ୍ଟ୍ରପତି ଟ୍ରମ୍ଫଙ୍କ ଭଳି ଆମେରିକାର ଅନ୍ୟ କୌଣସି ରାଷ୍ଟ୍ରପତି ବାଣିଜ୍ୟ ଓ ନିବେଶ ଉପରେ ସେତେଟା ଧ୍ୟାନ ଦେଇନଥିଲେ | ବ୍ୟବସାୟରେ ଅଭିଜ୍ଞତା ଥିବା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ଫ ପୂର୍ବରୁ ଥିବା ପାରମ୍ପରିକ ବିଦେଶୀ ଆର୍ଥିକ ନୀତି ଗୁଡିକରେ ପରିବର୍ତ୍ତନ ଆଣି ନିର୍ଦ୍ଦିଷ୍ଟ ଉପାୟରେ ତାଙ୍କ ବିଦେଶୀ ଆର୍ଥିକ ନୀତିକୁ ଆକାର ଦେବା ଲାଗି ଚାହୁଁଛନ୍ତି | ବିଶ୍ଵର ପରିବର୍ତ୍ତନଶୀଳ ରାଜନୈତିକ ଅର୍ଥବ୍ୟବସ୍ଥା ପରିପ୍ରେକ୍ଷୀରେ ଭାରତ ଆମେରିକା ସହ ଏହାର ସମୀକରଣ କରିବାକୁ ଚାହୁଁଛି |
ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ସମ୍ପର୍କର ପ୍ରଗାଢତାକୁ ଦର୍ଶାଇଥାଏ | ରାଷ୍ଟ୍ରପତି ଟ୍ରମ୍ଫ ଅନେକ ଦ୍ଵିପକ୍ଷୀୟ ଗସ୍ତ କରିନଥିବା ବେଳେ ଭାରତ ଗସ୍ତରେ ଆସିବାକୁ ଇଚ୍ଛା ଜାହିର କରିବା ବିଷୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଭାରତ ସହ ସମ୍ପର୍କ ସ୍ଥାପନା ପାଇଁ ଆମେରିକା କେତେ ମହତ୍ଵ ଦେଉଛି |
ୱାଶିଙ୍ଗଟନ, ଡ଼ିସିରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିଖର ବୈଠକ, ଶ୍ରୀ ମୋଦୀଙ୍କ ବିଦେଶ ନୀତି ର ଏକ ଉଲ୍ଲେଖନୀୟ ଦୃଷ୍ଟିକୋଣ ଥିଲା | ଆମେରିକାର ହ୍ୟୁଷ୍ଟନ ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଆୟୋଜିତ “ହାଉଡି ମୋଦୀ” କାର୍ଯ୍ୟକ୍ରମ ରାଷ୍ଟ୍ରପତି ଟ୍ରମ୍ଫଙ୍କୁ ପ୍ରଭାବିତ କରିଥିଲା ଓ ସେ ତାଙ୍କ ଦେଶରେ ଭାରତୀୟ ମାନଙ୍କ ଅବଦାନ ପ୍ରତି ଭୂୟସୀ ପ୍ରଶଂସା କରିଥିଲେ | ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଗୁଜରାଟର ମୋଟେରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି |
ଦୁଇ ଦେଶ ମଧ୍ୟରେ ମୂଳ ସିଦ୍ଧାନ୍ତ ଗୁଡିକ କେତେ ଦୃଢୀଭୁତ ରହିଛି ତାହା ପ୍ରସଙ୍ଗ ନୁହେଁ ବରଂ ଏଥିପ୍ରତି ଉଚ୍ଚ ସ୍ତରରେ ଧ୍ୟାନ ଦେବା ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପ୍ରମୁଖ ପ୍ରସଙ୍ଗ ହୋଇଛି |ଏହିପରି ଭାବେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ଆଗାମୀ ଭାରତ ଗସ୍ତ ଅତ୍ୟଧିକ ମହତ୍ବପୂର୍ଣ୍ଣ ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ |
ମୂଳଲେଖା : ପ୍ରଫେସର ଚିନ୍ତାମଣି ମହାପାତ୍ର, JNU
ଅନୁବାଦ : ରୀତା ଯୋଶୀ

Comments
Post a Comment