Skip to main content

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦ ପହଞ୍ଚି ଭାରତରେ ତାଙ୍କ ଗସ୍ତର ଶୁଭାରମ୍ଭ କଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଲେ | ଦୁଇ ନେତାଙ୍କ ମଧ୍ୟରେ ସଂପର୍କ ବିଶ୍ଵ ପରିଚିତ | ଗୁଜରାଟ ହେଉଛି ମହାତ୍ମା ଗାନ୍ଧୀଙ୍କ ଭୂମି ଏଣୁ ରାଷ୍ଟ୍ରପତି ସେଠାରେ ସାବରମତୀ ଆଶ୍ରମ ଯିବା ଏକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଇଙ୍ଗିତ କରୁଛି | ଏକ ଲକ୍ଷରୁ ଅଧିକ ଜନସମୁଦ୍ର ମଧ୍ୟରେ ଅହମଦାବାଦର ମୋଟରା ଷ୍ଟାଡିୟମରେ ଟ୍ରମ୍ପଙ୍କର ଯେପରି ସ୍ଵାଗତ କରାଗଲା ତାହା ଅବିସ୍ମରିଣୀୟ | ତାଙ୍କ ଦ୍ଵାରା ବିଶ୍ଵର ସବୁଠୁ ବଡ ଏହି ଷ୍ଟାଡିୟମର ଉଦଘାଟନ ମଧ୍ୟ ହେଲା | ତାଙ୍କ ସ୍ଵାଗତରେ ଭାରତର ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ହେଲା |

ରାଷ୍ଟ୍ରପତି ଟ୍ରମ୍ପ ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତି ଦ୍ଵାରା ପ୍ରଭାବିତ ହେଲେ | ରାଷ୍ଟ୍ରପତି ଟ୍ରମ୍ପ ମୋଟରା ଷ୍ଟାଡିୟମରେ ଦେଇଥିବା ଭାଷଣରେ ଦାରିଦ୍ର ଉନ୍ମୁଳନ, ଆର୍ଥିକ ବିକାଶ, ବିଜ୍ଞାନ ଏବଂ ଜ୍ଞାନକୌଶଳର ବିକାଶ ତଥା ଅନ୍ୟ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାକୁ ସେ ପ୍ରଶଂସା କଲେ | ସେ କହିଲେ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥ ବ୍ୟବସ୍ଥାବାଲା ଦେଶ ଏବଂ ବର୍ତ୍ତମାନ ଭାରତ ଜିଡିପି କ୍ଷେତ୍ରରେ ବ୍ରିଟେନକୁ ମଧ୍ୟ ପଛରେ ପକାଇ ଦେଇଛି | ଆମେରିକାରେ ଥିବା ପ୍ରାୟ 40 ଲକ୍ଷ ମୂଳ ଭାରତୀୟଙ୍କ ଯୋଗଦାନକୁ ଟ୍ରମ୍ପ ପ୍ରଶଂସା କଲେ|

ଏହା ବ୍ୟତିତ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆମେରିକା ସାମରିକ ଭାଗିଦାରୀରେ ଉଲ୍ଲେଖନୀୟ ପ୍ରଗତିକୁ ଆଲୋକପାତ କଲେ ଏବଂ ଭବିଷ୍ୟତରେ ଏହି ସଂପର୍କ ଆହୁରି ସୁଦୃଢ ହେବ ବୋଲି କହିଲେ | ସନ୍ତ୍ରାସବାଦର ମୁକାବିଲା ପାଇଁ ଭାରତ ଆମେରିକାର ସମନ୍ଵିତ ପ୍ରୟାସର ଆବଶ୍ୟକତା ଦର୍ଶାଇ ସେ କହିଲେ ଯେ ପଶ୍ଚିମ ଏସିଆରେ ଆଇଏସଆଇଏସର ଅବସାନ ଏବଂ ଏହାର ଛାମୁଆ ନେତାଙ୍କ ମୃତ୍ଯୁ ଉପରେ ଆଲୋକପାତ କଲେ | ସନ୍ତ୍ରାସବାଦ କ୍ଷେତ୍ରରେ ସେ ପାକିସ୍ତାନ ଉପରେ ଚାପ ପକାଇବା ପ୍ରୟାସକୁ ଦୋହରାଇଲେ ଏବଂ ଆମେରିକାର ସହଯୋଗୀ ବୋଲି ମଧ୍ୟ କହିଲେ |

ଅନେକ ଲୋକଙ୍କୁ ଟ୍ରମ୍ପଙ୍କ ପାକିସ୍ତାନ ଉପରେ ମନ୍ତବ୍ୟ ଅନାବଶ୍ୟକ ଲାଗିଲା କିନ୍ତୁ ଆଫଗାନିସ୍ଥାନରେ ଯୁଦ୍ଧ ସମାପ୍ତି ପାଇଁ ଆମେରିକାର ପ୍ରୟାସ ପରିପ୍ରେକ୍ଷୀରେ ଏହି ଟିପ୍ପଣୀ ଥିଲା | ସନ୍ତ୍ରାସବାଦର ମୁକାବିଲା ପାଇଁ ଭାରତ ଆମେରିକାର ଭୂମିକା ଉପରେ ସେ ଗୁରୁତ୍ଵ ଦେଲେ | ନିକଟରେ ଭାରତ ଆମେରିକା ଏବଂ ଚିନ ଏହା ସୁନିଶ୍ଚିତ କରିବାରେ ଏକମତ ଥିଲେ ଯେ ପାକିସ୍ତାନ ସନ୍ତ୍ରାସବାଦକୁ ପାଣ୍ଠି ଯୋଗାଣ କାରୀ ଦେଶ ଭାବରେ ଧୂସର ତାଲିକାରେ ରହୁ | ପାକିସ୍ତାନକୁ ଆମେରିକା ଏହାର ଆର୍ଥିକ ସହାୟତାକୁ ବନ୍ଦ କରିଛି | ଏଣୁ ଏହି ପରିପ୍ରେକ୍ଷୀରେ ତାଙ୍କ ଟିପ୍ପଣୀ ଠିକ ଲାଗୁଛି | ସେ ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ସାମରିକ ଭାଗିଦାରୀକୁ ଗୁରୁତ୍ଵ ଦେଲେ ଏବଂ ଭାରତକୁ ଅତ୍ୟାଧୁନିକ ସୈନ୍ୟ ଉପକରଣ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଲେ |

ଯେବେଠାରୁ ଟ୍ରମ୍ପ ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ଭାରତ ବିଶେଷକରି ବାଣିଜ୍ୟିକ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି | କିନ୍ତୁ ତଥାପି ଦୁଇ ଦେଶର ଅଧିକାରୀମାନେ ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି | ଆଶା କରାଯାଉଛି ଖୁବଶିଘ୍ର ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ବୁଝାମଣା ହୋଇଯିବ |

ଆଲେଖ୍ୟ: ପ୍ରଫେସର ଚିନ୍ତାମଣୀ ମହାପାତ୍ର

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...