ବିଶ୍ୱକୁ ସନ୍ତ୍ରାସବାଦ ମୁକ୍ତ କରିବା ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣକୁ ରୋକିବା ଦିଗରେ ଆନ୍ତର୍ଜାତୀୟ ଆନ୍ତଃ ସରକାରୀ ନିରୀକ୍ଷକ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ଗତ ଶୁକ୍ରବାର ଦିନ ଇରାନ ରହିଥିବା କଳା ତାଲିକା ଭୁକ୍ତକୁ ଜାରି ରଖିଛି। କିନ୍ତୁ ପାକିସ୍ତାନକୁ ଏହା ତଳକୁ ଧୂସର ତାଲିକାରେ ରଖିଛି। ପ୍ୟାରିସରେ ଥିବା ଏଫଏଟିଏଫ ହେଉଛି 40ଟି ସଦସ୍ୟ ରାଷ୍ଟ୍ରଙ୍କ ସଂଗଠନ ଯିଏକି ଅର୍ଥ ହେରଫେର ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ କ୍ରିୟା ଉପରେ ନଜର ରଖିଥାଏ ଏବଂ ରିପୋର୍ଟ ଆଧାରରେ ଦେଶମାନଙ୍କୁ ଦୁଇଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥାଏ । ଗୋଟିଏ କଳା ଏବଂ ଅନ୍ୟଟି ଧୂସର ଏହା ନିର୍ଭର କରେ ଯେ ଅର୍ଥ ହେରଫେର ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ସେମାନଙ୍କର ଭୂମିକା କଣ ରହିଛି। ଧୂସର ତାଲିକାଭୁକ୍ତ ଦେଶ ଏ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବାକୁ ନିର୍ଦେଶ ରହିଥାଏ ଯଦି ଏହା ନହୁଏ ତେବେ ତାକୁ କଳା ତାଲିକାଭୁକ୍ତ କରାଯାଏ।
ସଂଯୋଗବଶତଃ ଯେଉଁ ଦିନ ଇରାନରେ ସଂସଦୀୟ ନିର୍ବାଚନର ଫଳ ଘୋଷଣା ହେଲା ସେହି ଦିନ ଏହାକୁ କଳା ତାଲିକାଭୁକ୍ତ ଘୋଷଣା କରାଗଲା। ଇରାନ ଏବଂ ଆମେରିକା ମଧ୍ୟରେ ରହିଥିବା ଉତ୍ତେଜନା ମଧ୍ୟରେ ସେଠାରେ ନିର୍ବାଚନ ହୋଇଥିଲା। ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବା ସହିତ ପରମାଣୁ ରାଜିନାମାରୁ ନିଜକୁ ଦୂରେଇ ନେଇଛି ଫଳରେ ଇରାନରେ ଏବେ ଆର୍ଥିକ ସଂକଟ ଦେଖାଦେଇଛି।
ଇରାନ ଆଶା କରିଥିଲା ୟୁରୋପ ସହିତ ପରମାଣୁ ରାଜିନାମା ଜାରି ରହିବ ଏବଂ ଆର୍ଥିକ ଦୃଷ୍ଟିରୁ କୌଣସି ବିକଳ୍ପ ବାହାରିବ କିନ୍ତୁ ଏଫଏଟିଏଫ ଦ୍ୱାରା କଳା ତାଲିକାଭୁକ୍ତ ହେବା ପରେ ସେ ଦେଶର ସମସ୍ୟା ଆହୁରି ବଢିଗଲା। ଏହାଦ୍ୱାରା ଇରାନରେ ବିରୋଧି ଏବଂ ଶାସକ ମଧ୍ୟରେ ଦେଶର ପରିସ୍ଥିତି ନେଇ ଉତ୍ତେଜନା ଆହୁରି ବଢିପାରେ।
ସନ୍ତ୍ରାସବାଦର ଚାରଣଭୂମି ଥିବା ଏବଂ ଭାରତ ସମେତ ବିଭିନ୍ନ ଦେଶରେ ସନ୍ତ୍ରାସବାଦି ଆକ୍ରମଣରେ ସାମିଲ ଥିବା ପାକିସ୍ତାନକୁ ଏଫଏଟିଏଫ ଦୂସର ତାଲିକାରେ ରଖିଛି। ଏହି ତାଲିକାରୁ ମୁକୁଳିବା ପାଇଁ ପାକିସ୍ତାନ ଆମେରିକା ନିକଟରେ ଅନେକ ପ୍ରୟାସ ମଧ୍ୟ କରିଥିଲା। ପାକିସ୍ତାନରୁ ସନ୍ତ୍ରାସବାଦର ମୂଳୋତ୍ପାଟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଇମରାନ କାନ ପ୍ରତିଶ୍ରୁତି ଦେଲା ପରେ ସେ ଦେଶକୁ କଳା ତାଲିକା ଭୁକ୍ତ ନକରି ଧୂସର ତାଲିକାରେ ରଖାଯାଇଛି।
2012ରୁ 2015 ଯାଏଁ ପାକିସ୍ତାନ ଧୂସର ତାଲିକାରେ ରହିବା ପରେ ପୁଣି 2018ରେ ଆମେରିକାର ପ୍ରୟାସରେ ଏହି ତାଲିକାକୁ ଆସିଯାଇଥିଲା। ଏଫଏଟିଏଫ ପାକିସ୍ତାନ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ମଧ୍ୟ ଚିନ, ମାଲେସିଆ ଏବଂ ତୁର୍କୀର ସମର୍ଥନ ଯୋଗୁଁ ଏହାକୁ କଳା ତାଲିକାଭୁକ୍ତ କରାଯାଇ ନଥିଲା। କୁହାଯାଉଛି ଆମେରିକା ଏବଂ ତାଲିବାନ ମଧ୍ୟରେ ବୁଝାମଣାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ଏହାକୁ କଳା ତାଲିକାରେ ରଖାଯାଇ ନାହିଁ। ଏବେ ପାକିସ୍ତାନ ଆର୍ଥିକ ଦେବାଳିଆ ପରିସ୍ଥିତିରେ ଗତି କରୁଥିବାରୁ ଯଦି କଳା ତାଲିକାଭୁକ୍ତ ହୋଇଥାନ୍ତା ତେବେ ସେ ଦେଶର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଥାନ୍ତା।
କଳା ତାଲିକାଭୁକ୍ତ ଇରାନର ଆର୍ଥିକ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ବଢିଯାଇଛି ଏବଂ ଏହି ତାଲିକାରୁ ସେ ଏତେ ଶିଘ୍ର ମୁକୁଳି ପାରିବ ନାହିଁ । ଏଥିପାଇଁ ସେ ଦେଶରେ ଢାଞ୍ଚାଗତ ପରିବର୍ତ୍ତନ ଏବଂ ଶାସନ କ୍ଷେତ୍ରରେ ପରିବର୍ତ୍ତନ ସହିତ ଆମେରିକା ସହିତ ବୁଝାମଣା କରିବାକୁ ପଡିବ। ଅପରପକ୍ଷେ ଆଶା କରାଯାଉଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ତାଙ୍କର ପ୍ରତିଶ୍ରୁତିକୁ ପାଳନ କରି ସେ ଦେଶରୁ ସନ୍ତ୍ରାସବାଦ ଆଡ୍ଡାକୁ ବନ୍ଦ କରିବେ।
ଆଲେଖ୍ୟ: ଡକ୍ଟର ଆସିଫ ଶୁଜା
ଭାଷାନ୍ତର: ରାମଚଂଦ୍ର ନାଥ

Comments
Post a Comment