Skip to main content

ଏଫଏଟିଏଫ ଦ୍ୱାରା ଇରାନ କଳା ତାଲିକା ଭୁକ୍ତ କିନ୍ତୁ ପାକିସ୍ତାନ

ବିଶ୍ୱକୁ ସନ୍ତ୍ରାସବାଦ ମୁକ୍ତ କରିବା ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣକୁ ରୋକିବା ଦିଗରେ ଆନ୍ତର୍ଜାତୀୟ ଆନ୍ତଃ ସରକାରୀ ନିରୀକ୍ଷକ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ଗତ ଶୁକ୍ରବାର ଦିନ ଇରାନ ରହିଥିବା କଳା ତାଲିକା ଭୁକ୍ତକୁ ଜାରି ରଖିଛି। କିନ୍ତୁ ପାକିସ୍ତାନକୁ ଏହା ତଳକୁ ଧୂସର ତାଲିକାରେ ରଖିଛି। ପ୍ୟାରିସରେ ଥିବା ଏଫଏଟିଏଫ ହେଉଛି 40ଟି ସଦସ୍ୟ ରାଷ୍ଟ୍ରଙ୍କ ସଂଗଠନ ଯିଏକି ଅର୍ଥ ହେରଫେର ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ କ୍ରିୟା ଉପରେ ନଜର ରଖିଥାଏ ଏବଂ ରିପୋର୍ଟ ଆଧାରରେ ଦେଶମାନଙ୍କୁ ଦୁଇଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥାଏ । ଗୋଟିଏ କଳା ଏବଂ ଅନ୍ୟଟି ଧୂସର ଏହା ନିର୍ଭର କରେ ଯେ ଅର୍ଥ ହେରଫେର ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ସେମାନଙ୍କର ଭୂମିକା କଣ ରହିଛି। ଧୂସର ତାଲିକାଭୁକ୍ତ ଦେଶ ଏ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବାକୁ ନିର୍ଦେଶ ରହିଥାଏ ଯଦି ଏହା ନହୁଏ ତେବେ ତାକୁ କଳା ତାଲିକାଭୁକ୍ତ କରାଯାଏ।

ସଂଯୋଗବଶତଃ ଯେଉଁ ଦିନ ଇରାନରେ ସଂସଦୀୟ ନିର୍ବାଚନର ଫଳ ଘୋଷଣା ହେଲା ସେହି ଦିନ ଏହାକୁ କଳା ତାଲିକାଭୁକ୍ତ ଘୋଷଣା କରାଗଲା। ଇରାନ ଏବଂ ଆମେରିକା ମଧ୍ୟରେ ରହିଥିବା ଉତ୍ତେଜନା ମଧ୍ୟରେ ସେଠାରେ ନିର୍ବାଚନ ହୋଇଥିଲା। ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବା ସହିତ ପରମାଣୁ ରାଜିନାମାରୁ ନିଜକୁ ଦୂରେଇ ନେଇଛି ଫଳରେ ଇରାନରେ ଏବେ ଆର୍ଥିକ ସଂକଟ ଦେଖାଦେଇଛି।

ଇରାନ ଆଶା କରିଥିଲା ୟୁରୋପ ସହିତ ପରମାଣୁ ରାଜିନାମା ଜାରି ରହିବ ଏବଂ ଆର୍ଥିକ ଦୃଷ୍ଟିରୁ କୌଣସି ବିକଳ୍ପ ବାହାରିବ କିନ୍ତୁ ଏଫଏଟିଏଫ ଦ୍ୱାରା କଳା ତାଲିକାଭୁକ୍ତ ହେବା ପରେ ସେ ଦେଶର ସମସ୍ୟା ଆହୁରି ବଢିଗଲା। ଏହାଦ୍ୱାରା ଇରାନରେ ବିରୋଧି ଏବଂ ଶାସକ ମଧ୍ୟରେ ଦେଶର ପରିସ୍ଥିତି ନେଇ ଉତ୍ତେଜନା ଆହୁରି ବଢିପାରେ।

ସନ୍ତ୍ରାସବାଦର ଚାରଣଭୂମି ଥିବା ଏବଂ ଭାରତ ସମେତ ବିଭିନ୍ନ ଦେଶରେ ସନ୍ତ୍ରାସବାଦି ଆକ୍ରମଣରେ ସାମିଲ ଥିବା ପାକିସ୍ତାନକୁ ଏଫଏଟିଏଫ ଦୂସର ତାଲିକାରେ ରଖିଛି। ଏହି ତାଲିକାରୁ ମୁକୁଳିବା ପାଇଁ ପାକିସ୍ତାନ ଆମେରିକା ନିକଟରେ ଅନେକ ପ୍ରୟାସ ମଧ୍ୟ କରିଥିଲା। ପାକିସ୍ତାନରୁ ସନ୍ତ୍ରାସବାଦର ମୂଳୋତ୍ପାଟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଇମରାନ କାନ ପ୍ରତିଶ୍ରୁତି ଦେଲା ପରେ ସେ ଦେଶକୁ କଳା ତାଲିକା ଭୁକ୍ତ ନକରି ଧୂସର ତାଲିକାରେ ରଖାଯାଇଛି।

2012ରୁ 2015 ଯାଏଁ ପାକିସ୍ତାନ ଧୂସର ତାଲିକାରେ ରହିବା ପରେ ପୁଣି 2018ରେ ଆମେରିକାର ପ୍ରୟାସରେ ଏହି ତାଲିକାକୁ ଆସିଯାଇଥିଲା। ଏଫଏଟିଏଫ ପାକିସ୍ତାନ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ମଧ୍ୟ ଚିନ, ମାଲେସିଆ ଏବଂ ତୁର୍କୀର ସମର୍ଥନ ଯୋଗୁଁ ଏହାକୁ କଳା ତାଲିକାଭୁକ୍ତ କରାଯାଇ ନଥିଲା। କୁହାଯାଉଛି ଆମେରିକା ଏବଂ ତାଲିବାନ ମଧ୍ୟରେ ବୁଝାମଣାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ଏହାକୁ କଳା ତାଲିକାରେ ରଖାଯାଇ ନାହିଁ। ଏବେ ପାକିସ୍ତାନ ଆର୍ଥିକ ଦେବାଳିଆ ପରିସ୍ଥିତିରେ ଗତି କରୁଥିବାରୁ ଯଦି କଳା ତାଲିକାଭୁକ୍ତ ହୋଇଥାନ୍ତା ତେବେ ସେ ଦେଶର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଥାନ୍ତା।

କଳା ତାଲିକାଭୁକ୍ତ ଇରାନର ଆର୍ଥିକ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ବଢିଯାଇଛି ଏବଂ ଏହି ତାଲିକାରୁ ସେ ଏତେ ଶିଘ୍ର ମୁକୁଳି ପାରିବ ନାହିଁ । ଏଥିପାଇଁ ସେ ଦେଶରେ ଢାଞ୍ଚାଗତ ପରିବର୍ତ୍ତନ ଏବଂ ଶାସନ କ୍ଷେତ୍ରରେ ପରିବର୍ତ୍ତନ ସହିତ ଆମେରିକା ସହିତ ବୁଝାମଣା କରିବାକୁ ପଡିବ। ଅପରପକ୍ଷେ ଆଶା କରାଯାଉଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ତାଙ୍କର ପ୍ରତିଶ୍ରୁତିକୁ ପାଳନ କରି ସେ ଦେଶରୁ ସନ୍ତ୍ରାସବାଦ ଆଡ୍ଡାକୁ ବନ୍ଦ କରିବେ।

ଆଲେଖ୍ୟ: ଡକ୍ଟର ଆସିଫ ଶୁଜା

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...