Skip to main content

ପାର୍ଲାମେଣ୍ଟରେ ଚଳିତ ସପ୍ତାହ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବିଦେଶୀ ନିବେଶକାରୀ ମାନେ ପୁଞ୍ଜି ନିବେଶ ଲାଗି ଭାରତ ଉପରେ ବିଶ୍ଵାସ ଜାରି ରଖିଛନ୍ତି | କେନ୍ଦ୍ରୀୟ ବଜେଟ 2020-21 ଉପରେ ବିତର୍କ ଉପରେ ଉତ୍ତର ଦେବା ବେଳେ ସେ କହିଛନ୍ତି ବିକାଶ ନିବେଶରେ ପାଣ୍ଠି ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକ ଏବେ ସକ୍ଷମ ଅଛନ୍ତି | 2024-25 ସୁଦ୍ଧା ସରକାର ମୌଳିକ ଢାଞ୍ଚା ବିକାଶ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ନିବେଶ କରିବେ ବୋଲି ଦୋହୋରାଇ ସେ କହିଛନ୍ତି ଦେଶର ଅର୍ଥନୀତି ଆଗେଇ ଚାଲିଛି | ଅର୍ଥମନ୍ତ୍ରୀ କହିଛନ୍ତି ଜିଏସଟି ରାଜସ୍ୱ ସଂଗ୍ରହରେ ଲଗାତାର ବୃଦ୍ଧି ପାଉଛି | ସେ କହିଛନ୍ତି ଦେଶର ଜିଡ଼ିପି 2014-15 ରେ ଦୁଇ ଟ୍ରିଲିୟନ ଡଲାର ରୁ 2019-20 ସୁଦ୍ଧା 2.9 ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି | ଦେଶର ଯୁବକ ମାନଙ୍କ ମଙ୍ଗଳ କାମନା ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବର୍ଣ୍ଣନା କରିବା ସହ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ଆସ୍ଥା ସୃଷ୍ଟି ହୋଇଛି ଏବଂ ଏହାକୁ ସଶକ୍ତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ସେ ଜଣାଇଛନ୍ତି |

ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଥିଲେ ନୋଭେଲ କାରୋନାଭାଇରସ ଆତଙ୍କର ମୁକାବିଲା ଲାଗି ଦେଶ ପ୍ରସ୍ତୁତ ରହିଛି | ଲୋକସଭାରେ ଏହି ମାମଲା ଉପରେ ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ ସବୁ ଆବଶ୍ୟକୀୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ଓ ସରକାର ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି | କାରୋନାଭାଇରସ ପରିସ୍ଥିତିକୁ ତର୍ଜମା କରିବା ଲାଗି ସରକାର ଏକ ପ୍ୟାନେଲ ଗଠନ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ ମହୋଦୟ ଜଣାଇଥିଲେ | 

ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଦିନ ପରିସ୍ଥିତିର ତର୍ଜମା ଓ ସମୀକ୍ଷା କରାଯାଉଛି । ଏବେ ପର୍ଯ୍ୟନ୍ତ 1,118 ଟି ବିମାନକୁ ଯାଞ୍ଚ କରାଯାଇସାରିଲାଣି ବୋଲି ମନ୍ତ୍ରୀ ମହୋଦୟ ସଭାଗୃହରେ ସୂଚନା ଦେଇଥିଲେ | ୱହାନରୁ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବାରେ ସହାୟତା କରିଥିବା ଉଦ୍ଧାରକାରୀ ମିଶନରେ ସାମିଲ ଥିବା ଏୟାର ଇଣ୍ଡିଆ ଓ ମେଡିକାଲ ଷ୍ଟାଫକୁ ଡଃ ହର୍ଷବର୍ଦ୍ଧନ ଧନ୍ୟବାଦ ଜଣାଇଥିଲେ | ମନ୍ତ୍ରୀ ମହୋଦୟ ରାଜ୍ୟସଭାରେ କହିଥିଲେ ସମଗ୍ର ଦେଶରେ କାରୋନାଭାଇରସ ପାଇଁ ରକ୍ତ ନମୁନା ଯାଞ୍ଚ ଲାଗି ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି | ରାଜ୍ୟସଭାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ଡଃ ବର୍ଦ୍ଧନ କହିଥିଲେ ଯେ ଏହି ଯୋଜନା ଅନ୍ତର୍ଗତ ପାଖାପାଖି 10 କୋଟି 74 ଲକ୍ଷ ଗରିବ ତଥା ଅସହାୟ ପରିବାରକୁ ପ୍ରତି ବର୍ଷ ପ୍ରତି ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଏ | 

ସ୍ଵରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଲୋକସଭାରେ କହିଥିଲେ ଯେ 2019 ନଭେମ୍ବର 9 ତାରିଖରୁ 2020 ଜାନୁଆରୀ 31 ତାରିଖ ମଧ୍ୟରେ 44 ହଜାର 951 ତୀର୍ଥଯାତ୍ରୀ କର୍ତ୍ତାରପୁର କୋରିଡର ଦେଇ ଯାତ୍ରା କରି ଶ୍ରୀ କର୍ତ୍ତାରପୁର ସାହିବ ଦର୍ଶନ କରିଛନ୍ତି | 2020 ଜାନୁଆରୀ 31 ତାରିଖ ସୁଦ୍ଧା 35 ଲକ୍ଷ 40 ହଜାର 267 ପ୍ରବାସୀ ଭାରତୀୟ (ଓସିଆଇ) କାର୍ଡ ଜାରି କରାଯାଇଛି ବୋଲି ଲୋକସଭାରେ ସ୍ଵରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି | ତେବେ ନାଗରିକତା ଆଇନ 1955 ଅନ୍ତର୍ଗତ ଏହି କାର୍ଡକୁ ବାତିଲ କରିଦିଆଯାଇପାରେ ବୋଲି ମଧ୍ୟ ସେ ଜଣାଇଛନ୍ତି | ମନ୍ତ୍ରୀ ମହୋଦୟ କହିଥିଲେ ଯେ ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ ହେଲା ବିଦେଶୀ ଆଇନ 1946 ଓ ପାସପୋର୍ଟ (ଭାରତକୁ ପ୍ରବେଶ) ଆଇନ, 1920 ଓ ଏହି ଆଇନ ଅନ୍ତର୍ଗତ ନିୟମ/ଆଦେଶ ର ଦଣ୍ଡାତ୍ମକ ବ୍ୟବସ୍ଥାରୁ କୋହଳ କରାଯାଇଥିବା ପ୍ରବାସୀ ତଥା 2014 ମସିହା ଡିସେମ୍ବର 31 ବା ଏହା ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ଆଫଗାନିସ୍ତାନ, ପାକିସ୍ତାନ ଓ ବାଙ୍ଗଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ପ୍ରବାସୀ ମାନଙ୍କୁ ନାଗରିକତା ପ୍ରଦାନ କରିବା |

ରସାୟନ ଓ ଉର୍ବରକ ମନ୍ତ୍ରୀ ଡ଼ି ଭି ସଦାନନ୍ଦ ଗୌଡା କହିଥିଲେ ଯେ ଦେଶରେ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ଲାଗି ପଚାଶ ମାଇକ୍ରୋନରୁ କମ ମୋଟା ଥିବା ପୁନଃବ୍ୟବହାରକ୍ଷମ ପ୍ଲାଷ୍ଟିକ ରୁ ନିର୍ମିତ କେରି ବ୍ୟାଗର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି | ତେବେ ଏକକ-ବ୍ୟବହାର ପ୍ଲାଷ୍ଟିକ ବିଶେଷକରି ମୃତ୍ତିକା, ଜଳ ଶାଖା ଓ ସାମୁଦ୍ରିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଉଚ୍ଚ ପରିବେଶ ସଙ୍କ୍ରାନ୍ତୀୟ ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ 2022 ସୁଦ୍ଧା ଦେଶକୁ ଏକକ-ବ୍ୟବହାର ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଭାରତର ପ୍ରତିଶୃତିବଦ୍ଧତା ବିଷୟ ଘୋଷଣା କରିଛନ୍ତି | 

ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଜାତୀୟ ପର୍ଯ୍ୟଟନ ନୀତି ଉପରେ ଏକ ନୂତନ ଚିଠା ପ୍ରସ୍ତୁତ ହୋଇଛି ଏବଂ ଏହା ଉପରେ ଏବେ ସମୀକ୍ଷା କରାଯାଉଛି | ସେ କହିଛନ୍ତି ଏହି ନୂତନ ନୀତିରେ ରୋଜଗାର ସୃଷ୍ଟି ଓ ପର୍ଯ୍ୟଟନରେ ସାମୁଦାୟିକ ସହଭାଗିତା ଉପରେ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯାଇଛି | ସେ ଆହୁରି ମଧ୍ୟ କହିଛନ୍ତି ଏହି ନୀତିରେ ଅନ୍ୟାନ୍ୟ ବିଷୟ ସମେତ ବୈଶ୍ଵିକ ଯାତ୍ରୀ ମାନଙ୍କ ପାଇଁ ଭାରତକୁ ଏକ ଅଗ୍ରଣୀ ଅଭିଜ୍ଞତା ପୂର୍ଣ୍ଣ ରାଷ୍ଟ୍ର ତଥା ପରିବର୍ତ୍ତନକାରୀ ଗନ୍ତବ୍ୟ ସ୍ଥଳୀ ଭାବେ ବିକଶିତ କରିବା ଉପରେ ପ୍ରାଥମିକତା ଦିଆଯିବା ସହିତ ଭାରତୀୟ ମାନଙ୍କୁ ନିଜ ଦେଶ ବିଷୟରେ ଅନୁସନ୍ଧାନ କରିବା ଲାଗି ପ୍ରୋତ୍ସାହିତ କରାଯାଇଛି। 

ସଭାଗୃହର ଉଭୟ ସଦନରେ ବର୍ତ୍ତମାନ ଅବକାଶ ହୋଇଛି | ପାର୍ଲାମେଣ୍ଟରେ ବଜେଟ ଅଧିବେଶନର ପରବର୍ତ୍ତୀ କାର୍ଯ୍ୟଧାରା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି | 

ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ 

ଅନୁବାଦ : ରୀତା ଯୋଶୀ 

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...