ଆଫଗାନିସ୍ତାନରେ 2019 ସେପ୍ଟେମ୍ବର 28 ତାରିଖରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଦୀର୍ଘ ପାଞ୍ଚ ମାସ ବିଳମ୍ବରେ ଗତ 18 ତାରିଖରେ ଘୋଷଣା କରାଯାଇଛି | ଏହି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଆଶରଫ ଘନି ବିଜୟୀ ଘୋଷିତ ହୋଇଛନ୍ତି। ହେଲେ ତାଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦୀ ଡଃ ଅବଦୁଲ୍ଲା ଅବଦୁଲ୍ଲା ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିଦେଇଛନ୍ତି ଏବଂ ନିର୍ବାଚନ କମିଶନ ଅନିୟମିତତା କରିଥିବା କଥା ଅଭିଯୋଗ କରି ପରବର୍ତ୍ତୀ ସରକାର ସେ ଗଠନ କରିବେ ବୋଲି ଘୋଷଣା କରିଛନ୍ତି | ଏହି ନିର୍ବାଚନରେ ବହୁତ କମ ଭୋଟ ପଡିଥିଲା ଓ ପ୍ରାଥମିକ ମତ ଗଣନାରେ ଶ୍ରୀ ଘନି ଆଗୁଆ ରହିଥିଲେ । ପ୍ରତିଦ୍ଵନ୍ଦୀ ପକ୍ଷ କମ ମତଦାନ ପଡିଥିବାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ଫଳରେ ଶତକଡା 15 ଭାଗ ଭୋଟକୁ ଯାଞ୍ଚ କରିବାକୁ କୁହାଯାଇଥିଲା | ରାଷ୍ଟ୍ରପତି ଘନି ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ଠାରୁ ବହୁତ କମ ବ୍ୟବଧାନରେ 50.64 ପ୍ରତିଶତ ଭୋଟ ପାଇ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି |
ରାଷ୍ଟ୍ରପତି ଅଶରଫ ଘନି ପୁନଃନିର୍ବାଚିତ ହେବା ପରେ ଭାରତ ତାଙ୍କୁ ଅଭିନନ୍ଦନ ଜଣାଇଛି | ଭାରତ ଆଫଗାନିସ୍ତାନ ବାସୀଙ୍କ ଗଣତାନ୍ତ୍ରିକ ଆଶା ଆକାଂକ୍ଷା ପ୍ରତି ଏହାର ସମର୍ଥନ ଦୋହୋରାଇବା ସହ ଦ୍ଵିପକ୍ଷୀୟ ରଣନୀତିକ ଭାଗୀଦାରୀତା ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ନୂତନ ସରକାରଙ୍କ ସହ କାର୍ଯ୍ୟ ଜାରି ରଖିବ ବୋଲି ଜଣାଇଛି | ଏଥିସହିତ ଭାରତ, ବାହ୍ୟ ପ୍ରାୟୋଜିତ ସନ୍ତ୍ରାସବାଦର ଦମନ ଏବଂ ଆଫଗାନ ନେତୃତ୍ଵ ଓ ଆଫଗାନ ନିୟନ୍ତ୍ରିତ ଏକ ସ୍ଥାୟୀ ଓ ସମଷ୍ଟିଗତ ଜାତୀୟ ଶାନ୍ତି ତଥା ବନ୍ଧୁତ୍ଵର ପୁନଃସ୍ଥାପନା କ୍ଷେତ୍ରରେ ଏହାର ପ୍ରତିଶୃତିବଦ୍ଧତା ପ୍ରକଟ କରିଛି |
ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଉପରେ ଅଭିଯୋଗ ପ୍ରଥମ ଥର ଲାଗି କରାଯାଇ ନାହିଁ ବରଂ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ରହିଛି। ଏହାକୁ 2014 ନିର୍ବାଚନର କିଛି କାଂଶରେ ପୁନରାବୃତ୍ତି ହୋଇଥିବା କଥା କୁହାଯାଉଛି | 2014 ନିର୍ବାଚନରେ ଶ୍ରୀ ଘନି ଓ ଡଃ ଅବଦୁଲ୍ଲା ଅବଦୁଲ୍ଲା ମୁଖ୍ୟ ପ୍ରତିଦ୍ଵନ୍ଦୀ ରହିଥିଲେ | ଏହି ସମୟରେ କେବଳ ପୁନଃ ମତଗଣନା କରାଯାଇନଥିଲା ବରଂ ନିର୍ବାଚନ ଫଳାଫଳକୁ ନେଇ ଦୁଇ ପ୍ରତିଦ୍ଵନ୍ଦୀ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ଯାହାକୁ କୌଣସି ପକ୍ଷ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ | ତେବେ ଏହି ନିର୍ବାଚନରେ ଏକ କ୍ଷମତା ବଣ୍ଟନ ଫର୍ମୁଲା ଅନୁଯାୟୀ ଡଃ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବୀରେ ଅଧିଷ୍ଠିତ କରାଗଲା, ଯାହା ସାମ୍ବିଧାନିକ ନଥିଲା ଏବଂ ଏଥିପାଇଁ ପାର୍ଲାମେଣ୍ଟର ସ୍ବୀକୃତିର ଆବଶ୍ୟକତା ଥିଲା | ଦୀର୍ଘ ଚାରି ବର୍ଷର ବିଳମ୍ବ ପରେ 2018 ସେପ୍ଟେମ୍ବର ମାସରେ ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା| ଜାତୀୟ ଏକତା ସରକାରଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଏକ ସ୍ୱତନ୍ତ୍ର ନିର୍ବାଚନ ସଂସ୍କାର କମିଶନ ଗଠନ କରିବା ଓ ନିର୍ବାଚନ ସଂସ୍କାର ନେଇ ସହମତ ହୋଇଥିବା ସତ୍ତ୍ୱେ କାର୍ଯ୍ୟ ସମ୍ପାଦନ କରାଯାଇପାରିଲା ନାହିଁ କାରଣ ଦୁଇଟି ଶିବିରରେ ମତଭେଦ ଜାରି ରହିଥିବାରୁ ସରକାର ଆଭ୍ୟନ୍ତରୀଣ ରୂପରେ ଅଚଳ ହୋଇପଡିଥିଲା ।
ଆଫଗାନିସ୍ତାନର ଏକତା ସରକାର ଗତ ପାଞ୍ଚ ବର୍ଷ ହେଲା ଦୁଇ ଜଣ ପ୍ରତିଯୋଗୀ ନେତାଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅଚଳାବସ୍ଥାରେ ରହିଛି | ଫଳରେ ଉଭୟ ନେତା ନିଜ ନିଜ ଅନୁଗାମୀ ମାନଙ୍କୁ, ମୁଖ୍ୟତଃ ନିଜ ଜାତି ସମୂହରୁ, ଅମଲାତନ୍ତ୍ରରେ ଭର୍ତ୍ତି କରିଥିବା ଯୋଗୁଁ ଅନ୍ୟ କ୍ଷୁଦ୍ର ସମୂହମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ଥିବା ଦୃଷ୍ଟିରୁ ତଥା ଉତ୍ତମ ପ୍ରଶାସନର ଅଭାବ ଯୋଗୁଁ ପ୍ରଶାସନ ଦ୍ଵାରା ଅବହେଳିତ ସ୍ଥାନକୁ ତାଲିବାନ ଓ ସରକାର ବିରୋଧୀ ଅନ୍ୟାନ୍ୟ ଗୋଷ୍ଠୀ ଗୁଡିକ ପ୍ରତି ସହାନୁଭୁତି ରଖୁଥିବା ସଦସ୍ୟ ମାନେ ଅକ୍ତିଆର କରଥିଲେ ।
ଗତ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଏପରି ସମୟରେ ପ୍ରକାଶ ପାଇଛି ଯେତେବେଳେ ଆଫଗାନିସ୍ତାନ ଟ୍ରମ୍ଫ ପ୍ରଶାସନ ଓ ତାଲିବାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରୁଛି | ଏହି ଚୁକ୍ତିକୁ ଚୁଡାନ୍ତ ରୂପ ଦେବା ଲାଗି ଏକ ସାତ ଦିନିଆ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡିବ ଯେଉଁଠି ଉଭୟ ପକ୍ଷ ହିଂସାତ୍ମକ କାର୍ଯ୍ୟକଳାପ କମ କରିବା ଲାଗି ପ୍ରୟାସ କରିବେ | ଏହି ଶାନ୍ତି ଚୁକ୍ତି ଅନୁସାରେ ପର୍ଯ୍ୟାୟ କ୍ରମେ ଆମେରିକା ବାହିନୀକୁ ପ୍ରତ୍ୟାହାର କରାଯିବ | ତେବେ ଶାନ୍ତି ସ୍ଥାପନା ପାଇଁ ପ୍ରକୃତ ପରୀକ୍ଷାର ସମୟ ସେତେବେଳେ ହେବ ଯେତେବେଳେ ତାଲିବାନ ଆଫଗାନ ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବ ଯିଏକି ଆଜି ପର୍ଯ୍ୟନ୍ତ କଥାବାର୍ତ୍ତା ଲାଗି ମନା କରିଆସୁଛି | ତାଲିବାନ ଓ ଆଫଗାନ ସରକାରଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଅଣଆନୁଷ୍ଠାନିକ ବୈଠକ ହୋଇଥିବା ବେଳେ ନେତା ମାନେ ନିଜ ବ୍ୟକ୍ତିଗତ କ୍ଷମତା ଅନୁଯାୟୀ କଥାବାର୍ତ୍ତାରେ ଯୋଗ ଦେଉଛନ୍ତି ବୋଲି ତାଲିବାନ ସ୍ପଷ୍ଟ କରିଛି | ଶାନ୍ତି ସ୍ଥାପନର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇ ରାଷ୍ଟ୍ରପତି ଘନି, ଏକ ଶାନ୍ତି ରାଜିନାମରେ ଉପନୀତ ହେବା ଲାଗି ତାଲିବାନ ଯେଉଁ ଇଚ୍ଛା ଜାହିର କରିଆସୁଛି ତାହା ଏକ ଛଳନା ସଦୃଶ ବୋଲି ସେ ବର୍ଣ୍ଣନା କରିଛନ୍ତି |
ତାଲିବାନ, ଆଫଗାନ ସରକାରଙ୍କୁ ଏଯାଏଁ ବୈଧ ବୋଲି ଗ୍ରହଣ କରିନାହିଁ | ଆଫଗାନିସ୍ତାନର ଏକ ବିବାଦୀୟ ନିର୍ବାଚନ ବର୍ତ୍ତମାନ ଘନି ସରକାରଙ୍କ ବୈଧତା ଉପରେ ପ୍ରଶ୍ନ ଉଠାଇଛି | ଏହା ଆଫଗାନିସ୍ତାନରେ ନିର୍ବାଚନର ସଂପୂର୍ଣ୍ଣ ପ୍ରକ୍ରିୟା ଓ ସମ୍ପ୍ରତି ସ୍ଥାପିତ ଗଣତନ୍ତ୍ର ପ୍ରତି ମଧ୍ୟ ପ୍ରଶ୍ନ ଉତଥାପନ କରାଯାଉଛି। ଏହା ଏକ ଏପରି ବ୍ୟବସ୍ଥା ଯାହାକୁ ତାଲିବାନ ବହୁ ପୂର୍ବରୁ ବିରୋଧ କରିଆସୁଛି| ଏକ ଶାନ୍ତି ରାଜିନାମା ଚୁଡାନ୍ତ ହେବାକୁ ଯାଉଥିବା ସମୟରେ ନିର୍ବାଚନ ଫଳାଫଳକୁ ନେଇ ଜାରି ରହିଥିବା ବିବାଦ ଶାନ୍ତି ପ୍ରକ୍ରିୟାରେ ବାଧା ପହଞ୍ଚାଇପାରେ | ତାଲିବାନ ଆମେରିକାର ଶାନ୍ତି ଚୁକ୍ତି ଉପରେ ସହମତ ପ୍ରକାଶ କରିବାକୁ ଯାଉଥିବା ସମୟରେ ଏହି ପ୍ରସଙ୍ଗ ନେଇ ଦୁଇ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଜାରି ରହିଥିବା ବିବାଦ, ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ସହ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି କରିବାର ସମ୍ଭାବନା ରହିଛି |
ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments
Post a Comment