Skip to main content

ମ୍ୟୁନିଖ ସୁରକ୍ଷା ସମ୍ମିଳନୀ 2020 : ପ୍ରମୁଖ ପ୍ରସଙ୍ଗ

56 ତମ ମ୍ୟୁନିଖ ସୁରକ୍ଷା ସମ୍ମିଳନୀ (ଏମଏସସି) ଗତ ସପ୍ତାହରେ ଜର୍ମାନୀର ମ୍ୟୁନିଖରେ ଅନୁଷ୍ଠିତ ହୋଇଥିଲା | ଏହି ଶିଖର ବୈଠକରେ ପଶ୍ଚିମହୀନତା ବା “ୱେଷ୍ଟଲେସନେସ “ ଉପରେ ମୁଖ୍ଯତଃ ପ୍ରାଧାନ୍ୟ ଦିଆଯାଇଥିଲା | ଯାହାକି ମୂଲ୍ଯବୋଧ ଓ ରଣନୀତିକ ଅଭିମୁଖିକରଣ କ୍ଷେତ୍ରରେ ପାଶ୍ଚାତ୍ୟ ଦେଶ ଗୁଡିକ ମଧ୍ୟରେ ମତଭେଦ ଓ ଅନିଶ୍ଚିତତା ଯୋଗୁଁ ଉଭା ହୋଇଛି | ଏହି ସମ୍ମିଳନୀରେ ଉଦବୋଧନ ଦେବା ବେଳେ ନାଟୋର ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଥିଲେ ୱାଶିଙ୍ଗଟନ ସହଯୋଗୀ ମେଣ୍ଟ ଓ ବୈଶ୍ଵିକ ଉଦବେଗ ଗୁଡିକରୁ ବିମୁଖ ହୋଇଯାଇଥିଲା | ଏହି ଅବସରରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଥିଲେ ଟ୍ରାନ୍ସଆଟଲାଣ୍ଟିକ ମେଣ୍ଟର ପରିସମାପ୍ତିକୁ ଅତ୍ୟଧିକ ଗୁରୁତ୍ଵ ଦିଆଯାଇଥିଲା | ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରଗତି ପଥରେ ଆଗଉଛନ୍ତି ବୋଲି ଦର୍ଶାଇ ସେ କହିଥିଲେ ୱାଶିଙ୍ଗଟନ, ଇସଲାମିକ ଷ୍ଟେଟକୁ ପ୍ରତିହତ କରିବା ଲାଗି ଏକ ବହୁରାଷ୍ଟ୍ରୀୟ ପ୍ରୟାସର ନେତୃତ୍ଵ ନେଉଥିବା ବେଳେ ନାଟୋ ଜରିଆରେ ୟୁରୋପର ସୀମାବର୍ତ୍ତି ଇଲାକା ଗୁଡିକୁ ସୁରକ୍ଷା ପ୍ରଦାନ ଲାଗି ଏକ ମହତ୍ବପୂର୍ଣ୍ଣ ଭୂମିକା ନିଭାଉଛି | ତାଙ୍କ ମନ୍ତବ୍ୟକୁ ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ-ୱାଲଟରଙ୍କ ପ୍ରତିକ୍ରିୟାର ଜବାବ ଭାବେ ଦେଖାଯାଉଛି | ଶ୍ରୀ ଫ୍ରାଙ୍କ କହିଥିଲେ ଯେ ଆମେରିକା ଆନ୍ତର୍ଜାତୀୟ ସମୁଦାୟର ବିଚାରଧାରାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ଓ ପଡୋଶୀ ଓ ସହଯୋଗୀଙ୍କ ଆଳରେ କାର୍ଯ୍ୟ କରୁଥିଲା | ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ମଧ୍ୟ ପାଶ୍ଚାତ୍ୟ ଦେଶ ଦୁର୍ବଳ ହେଉଥିବା ନେଇ ଚେତାବନୀ ଦେଇଥିଲେ | 

ନାଟୋକୁ ସମର୍ଥନ ଜଣାଇ ରାଷ୍ଟ୍ରପତି ମାକ୍ରୋନ, ପ୍ରତିରକ୍ଷା ମାମଲାରେ ଆମେରିକାର ସ୍ଵତନ୍ତ୍ର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ପ୍ରାଧାନ୍ଯ ଦେଇଥିଲେ | ସମ୍ମିଳନୀର ଅଧ୍ୟକ୍ଷ ଇସ୍କିଙ୍ଗର, ନୂତନ ସାମରିକ ଶକ୍ତି ସହ ଏକ ୟୁରୋପୀୟ ରଣକୌଶଳ ପ୍ରସ୍ତୁତ ନେଇ ମାକ୍ରୋନଙ୍କ ଦୁରଦୃଷ୍ଟିକୁ ସ୍ଵାଗତ ଜଣାଇଥିଲେ | ୟୁକ୍ରେନରେ ଏହାର କାର୍ଯ୍ୟାନୁଷ୍ଠାନ ଲାଗି ରୁଷ ଉପରେ ୟୁରୋପୀୟ ସଂଘ ଦ୍ଵାରା କଟକଣା ଲଗାଯିବା ସତ୍ତ୍ୱେ ଫ୍ରାନ୍ସ ରାଷ୍ଟ୍ରପତି ରୁଷ ସହ କଥାବାର୍ତ୍ତା ଜାରି ରଖିବା ଉପରେ ଯୁକ୍ତି ବାଢିଥିଲେ | ଡୋନବାସ ଅଞ୍ଚଳରେ ପୁନର୍ବାର ସଂଘର୍ଷ ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ମ୍ୟୁନିଖ ସୁରକ୍ଷା ସମ୍ମିଳନୀର ଆୟୋଜକ ମାନେ ୟୁକ୍ରେନକୁ 2020 ର ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ତାଲିକାଭୁକ୍ତ କରିଛନ୍ତି | 

ତେଣେ ପାଶ୍ଚାତ୍ୟ ଦେଶ ଗୁଡିକର ଆଦର୍ଶକୁ ଏବେ ଆହ୍ଵାନ ଦିଆଯାଉଛି ବୋଲି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ ଏନେଗ୍ରେଟ କ୍ରେମ୍ପ-କାରେନବାଉର କହିଥିଲେ | ଆନ୍ତର୍ଜାତୀୟ ସ୍ତରରେ ସୁରକ୍ଷାକୁ ଆହୁରି ମଜବୁତ କରିବା ଲାଗି ସମନ୍ଵିତ ପ୍ରୟାସ ପାଇଁ ନିବେଦନ ଜଣାଇ ଆଫ୍ରିକାର ସାହେଲ ଆଞ୍ଚଲ ସମେତ ବିଦେଶ ମିଶନରେ ଅଧିକ ସକ୍ରିୟ ହେବା ଲାଗି ସେ ଜର୍ମାନୀକୁ ଆହ୍ଵାନ ଦେଇଥିଲେ |

ଚୀନ ଟେଲିଯୋଗାଯୋଗ କମ୍ପାନୀ ହୁଆୱେଇକୁ ନେଇ ଆମେରିକା ଓ ୟୁରୋପ ମଧ୍ୟରେ ମତଭେଦ ଲାଗିରହିଛି | ଏହି କମ୍ପାନୀ ବେଜିଂ ପାଇଁ ଏକ ଗୋଇନ୍ଦା ବୋଲି ଆମେରିକା କହିଆସୁଛି | ଆମେରିକା ବୈଦେଶିକ ମନ୍ତ୍ରୀ, ପଶ୍ଚିମାଞ୍ଚଳ ଭିତ୍ତିଭୂମିରେ ଅନୁପ୍ରବେଶ ଲାଗି ଚୀନର ମନ୍ଦ ରଣକୌଶଳ ପାଇଁ ହୁଆୱେଇ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି ଦର୍ଶାଇ 5ଜି ନେଟୱର୍କ ସ୍ଥାପନରେ ଏକ ସୀମିତ ଭୂମିକା ଲାଗି ହୁଆୱେଇକୁ ଅନୁମତି ଦେବା ଉପରେ ଏହାର ନିଷ୍ପତ୍ତି ନେଇ ପୁନର୍ବିଚାର କରିବା ଲାଗି ଚେତାବନୀ ଦେଇଛନ୍ତି | ତେଣେ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହେକୋ ମାସ, ୟୁରୋପର ଏକ ସର୍ବସମ୍ମତ ଆଭିମୁଖ୍ୟ ଓ ନାଟୋ ସଂସ୍କାରର ଆବଶ୍ୟକତା ବିଷୟ ଦର୍ଶାଇ ଆମେରିକା ଓ ୟୁରୋପ ମଧ୍ୟରେ କୌଣସି ସଂଘର୍ଷ ହେବା ବିଷୟକୁ ଖଣ୍ଡନ କରିଛନ୍ତି | 

ପଶ୍ଚିମ ଦେଶ ଗୁଡିକ ସର୍ବସମ୍ମତି କ୍ରମେ ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟାନୁଷ୍ଠାନ ଓ ଏହାର ସାମରିକରଣକୁ କମ କରିଦେଇଥିବାରୁ ଆମେରିକା ଓ ୟୁରୋପ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି | ତେବେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ଚୀନ ସଦା ସର୍ବଦା ଶାନ୍ତିପୂର୍ଣ୍ଣ ବିକାଶ ଲାଗି କାର୍ଯ୍ୟ କରେ ବୋଲି ଜଣାଇ ତାଙ୍କ ଦେଶ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି |ଏହି ସମ୍ମିଳନୀରେ ବୁହାନ କରୋନା ଭାଇରସ ସଂକ୍ରମଣର ମୁକାବିଲା ସଙ୍କ୍ରାନ୍ତରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା | ଚୀନ ଉପ- ବୈଦେଶିକମନ୍ତ୍ରୀ କିନ ଗାଙ୍ଗ, ଏହି ଭାଇରସର ମୁକାବିଲା ଲାଗି ତାଙ୍କ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ପ୍ରତି ଉଚ୍ଚ ପ୍ରସଂଶା କରିଥିଲେ ଏବଂ ଏହି ଭାଇରସର ସଂକ୍ରମଣକୁ ଆମେ ରୋକିପାରିଛୁ ତେଣୁ ଏହି ଭାଇରସରେ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ମାତ୍ର 1 ପ୍ରତିଶତ ରୋଗୀ ଚୀନ ବାହ୍ୟ ସୀମାର ଅଛନ୍ତି ବୋଲି ସେ କହିଛନ୍ତି | 

ଏହି ଶିଖର ବୈଠକରେ ଆମେରିକାର ସିନେଟର ଲିଣ୍ଡସେ ଗ୍ରାହାମ, ଏକ ଗଣତନ୍ତ୍ର ପ୍ରକ୍ରିୟାରେ କାଶ୍ମୀର ପ୍ରସଙ୍ଗ ର ସମାଧାନ ଲାଗି ସୁଚାଇଥିଲେ | ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଭାରତର ଦୃଢ ଗଣତନ୍ତ୍ର ନିଜେ ହିଁ ଏହି ସମସ୍ୟାର ସମାଧାନ କରିବା ଲାଗି ବେଶ ସକ୍ଷମ ଅଛି | ମ୍ୟୁନିଖ ଠାରେ ଡଃ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ସହ ସାକ୍ଷାତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଆଗାମୀ ଭାରତ ଗସ୍ତ ସଙ୍କ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଇଚନା କରିଥିଲେ | ଏହି ସୁରକ୍ଷା ସମ୍ମିଳନୀ ଅବସରରେ ଶ୍ରୀ ଜୟଶଙ୍କର ସାଉଦୀ ଓ ଓମାନର ବୈଦେଶିକ ମନ୍ତ୍ରୀ ମାନଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ |

ଏହି ଶିଖର ସମ୍ମିଳନୀରେ ପାଶ୍ଚାତ୍ୟ ମେଣ୍ଟର ବିଚାରଧାରା ଉପରେ ଅନେକ ମତ ଆଦାନ ପ୍ରଦାନ ହୋଇଥିବାରୁ ମ୍ୟୁନିଖ ସୁରକ୍ଷା ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଏମଏସସି ଭଳି ଏହି ମଞ୍ଚରେ ବିଶ୍ଵ ପଟଳରେ ବର୍ତ୍ତମାନ ଉଭା ହୋଇଥିବା ବିପଦ ତଥା ସମସ୍ୟା ଗୁଡିକ ଉପରେ ଅନେକ ତର୍କ ବିତର୍କ ହେବା ସହ ଏସଙ୍କ୍ରାନ୍ତରେ ବିଚାର ବିମର୍ଶ ମଧ୍ୟ କରାଯାଇଥିଲା | ତେବେ ଏହା ମନେ ରଖିବାକୁ ହେବ ଯେ ଏହି ରାଷ୍ଟ୍ର ଗୁଡିକ ସମ୍ମୁଖୀନ ହେଉଥିବା ସମଧରଣର ସୁରକ୍ଷା ତଥା ପ୍ରତିରକ୍ଷା ସଙ୍କ୍ରାନ୍ତୀୟ ସମସ୍ୟା ଗୁଡିକ ନେଇ ଆପୋଷ ମତ ଆଦାନ ପ୍ରଦାନ କରିବାର ଆବଶ୍ୟକତା ଅଛି ଏବଂ ସାମୁହିକ ପ୍ରୟାସ ବଳରେ ମିଳିମିଶି କାର୍ଯ୍ୟ କଲେ ହିଁ ବିଶ୍ଵକୁ ଏକ ନିରାପଦ ଓ ସୁରକ୍ଷିତ ସ୍ଥଳୀରେ ପରିଣତ କରାଯାଇପାରିବ |
ମୂଳ ଲେଖା : ଡଃ ସଙ୍ଘମିତ୍ରା ଶର୍ମା , ୟୁରୋପୀୟ ବ୍ୟାପାର ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ 

________

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...