Skip to main content

ଆମେରିକା ଦ୍ଵାରା ତାଲିବାନ ଠାରୁ ଶାନ୍ତି ପରୀକ୍ଷଣର ଇଛା

ଆମେରିକା ଏବଂ ତାଲିବାନ ଉଭୟଙ୍କ ଦ୍ଵାରା ଶାନ୍ତି ବୁଝାମଣା ହେବା ପୂର୍ବରୁ ଅସ୍ଥାୟୀ ଯୁଦ୍ଧବିରାମ ପାଇଁ ଭିନ୍ନଭିନ୍ନ ସମୟସୀମା ଦିଆଯିବା କାରଣରୁ ଆଫଗାନିସ୍ଥାନ ଶାନ୍ତି ପ୍ରକ୍ରୀୟା ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି | ତାଲିବାନ ସହିତ ଶାନ୍ତି ପ୍ରକ୍ରୀୟାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ନିଯୁକ୍ତ ସ୍ଵତନ୍ତ୍ର ପ୍ରତିନିଧି ଜାଲମେ ଖଲିଲଜାଦ ପ୍ରୟାସ ଆରମ୍ଭ କରିବା ପରେ ଏହି ଆଲୋଚନା ଅନେକ ଉତ୍ଥାନ ପତ୍ତନ ଦେଇ ଗତି କରୁଛି | ଏଣେ ଦୁଇ ପକ୍ଷ ଆଫଗାନିସ୍ଥାନରେ ପରସ୍ପର ମଧ୍ୟରେ ଯୁଦ୍ଧରେ ଲିପ୍ତ ଅଛନ୍ତି |

ଆମେରିକା କହୁଛି ଯୁଦ୍ଧ ବିରାମ ପାଇଁ ଦଶ ଦିନ ସମୟ ହେବା ଦରକାର କିନ୍ତୁ ତାଲିବାନ ଏହାକୁ ସାତ ଦିନ ପାଇଁ କହୁଛି | ପୂର୍ବରୁ ଆମେରିକା 2019 ଡିସେମ୍ଵରରେ ତାଲିବାନ ସହିତ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନିଙ୍କୁ ଆଲୋଚନା ଆମେରିକାରେ କରିବାକୁ କହିଥିଲା କିନ୍ତୁ ତାଲିବାନ କାବୁଲରେ ଏକ ସେନା ଶିବିରରେ ଆକ୍ରମଣ କରିବାରୁ ଏହି ପଦକ୍ଷେପ ବିଫଳ ହୋଇଥିଲା |

ଚିନ, ରୁଷ, ଇରାନ ଏବଂ ସାଉଦି ଆରବ ଦ୍ଵାରା କଥାବାର୍ତ୍ତା ପୁଣି ଆରମ୍ଭ କରିବା ପାଇଁ ପ୍ରୟାସ ହେବା ପରେ ପୁଣିଥରେ ଏହି କଥାବାର୍ତ୍ତା ଗୁରୁତ୍ଵପୂର୍ଣ୍ଣ ମୋଡରେ ପହଞ୍ଚିଛି | ତାଲିବାନ କହୁଛି ଯେ ସେ ବିଷୟବସ୍ତୁ ପ୍ରସ୍ତୁତ କରି ରଖିଛି ଯାହା ଉପରେ ଉଭୟ ପକ୍ଷଙ୍କର ସହମତି ଡିସେମ୍ଵର ମାସରେ ଥିଲା କିନ୍ତୁ ଚୁଡାନ୍ତ ରୂପରେଖ ଦେବା ପୂର୍ବରୁ ବାତାବରଣ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି |

ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ କହିଥିଲେ ଯେ ତାଲିବାନ ପ୍ରକୃତରେ ଶାନ୍ତି ଚାହୁଁଛି ଏବଂ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ବୋଲି ବିଶ୍ଵାସ ହେଉଛି | ଏସବୁ ଆଫଗାନିସ୍ଥାନରେ ଦୀର୍ଘ ଦଶନ୍ଧି ଧରି ଜାରି ରହିଥିବା ହିଂସାକାଣ୍ତକୁ ଅବସାନ କରିବ |

ଅଧିକାଂଶ ସୁରକ୍ଷା ବିଶେଷଜ୍ଞମାନଙ୍କ ଦୃଷ୍ଟିରେ ତାଲିବାନ ଏବେ ମଧ୍ୟ ସନ୍ତ୍ରାସବାଦି ଗୋଷ୍ଠି ଏବଂ ଆମେରିକା ଏବଂ କତ୍ତାର ସହିତ ଏହି ଗୋଷ୍ଠି ଦୋହାରେ ରାଜନୈତିକ ଆଲୋଚନା କଲାପରେ ଏହା ଏକ ରାଜନୈତିକ ସଂଗଠନ ହୋଇଯିବ |

ତେଣେ ଆଫଗାନିସ୍ଥାନ ତାଲିବାନ ପ୍ରତି ସତର୍କ ଆଭିମୁଖ୍ୟ ରଖିଛି | ଆଫଗାନିସ୍ଥାନ ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଅମରୁଲ୍ହା ସାଲେହ କହିଥିଲେ ଯେ ତାଲିବାନ ଭରୋଷାଯୋଗ୍ୟ ନୁହେଁ | ସେ କହିଛନ୍ତି ଯେ ତାଲିବାନକୁ ପ୍ରଥମେ ହିଂସା ପରିତ୍ୟାଗ କରିବା ଦରକାର |ଅବଶ୍ଯ ଏପରି ଆଲୋଚନା ଏହି ଶାନ୍ତି ପ୍ରକ୍ରୀୟାକୁ ଅଧିକ ଜଟିଳ କରିପାରେ |

ଭାରତ କହିଆସିଛି ଯେ ଆଫଗାନିସ୍ଥାନର ଯେକୌଣସି ଶାନ୍ତି ଆଲୋଚନା ଆଫଗାନି ନେତୃତ୍ଵବାଲା ଏବଂ ଆଫଗାନି ସ୍ଵାମିତ୍ଵବାଲା ଦେବା ଦରକାର | ଭାରତ ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ଆଫଗାନିସ୍ଥାନ ଚାହେଁ କିନ୍ତୁ ସନ୍ତ୍ରାସବାଦି ସଂଗଠନ ସହିତ ଆଲୋଚନା କରିବା ବା ଭରଷା କରିବା ଉପରେ ଭାରତର ଦୃଷ୍ଟିଭଙ୍ଗି ସ୍ପଷ୍ଟ ରହିଛି| ଦେଖିବା କଥା ଯେ ତାଲିବାନ ଏବଂ ଆମେରିକା ମଧ୍ୟରେ ତାଳମେଳ କେତେ ରହୁଛି|




ଆଲେଖ୍ୟ: କଲ୍ଲୋଳ ଭଟ୍ଟାଚାର୍ଯ୍ୟ
ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...