Skip to main content

ଭାରତ ପର୍ତ୍ତୁଗାଲ ସଂପର୍କର ଏକ ନୂଆ ଅଧ୍ୟାୟ

ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା ଏକ ସଫଳ ଭାରତ ଗସ୍ତ କରିଛନ୍ତି। ତାଙ୍କ ଗସ୍ତର ସଫଳତା ପଛରେ ଦୁଇ ଦେଶର ସ୍ୱାର୍ଥ ସମ୍ୱଳିତ 14ଟି ବୁଝାମଣା ପତ୍ର ସ୍ୱାକ୍ଷର ରହିଛି। ଏଥିମଧ୍ୟରୁ ସାମୁଦ୍ରିକ ପରିବହନ ଏବଂ ବନ୍ଦର ବିକାଶ, ଷ୍ଟାର୍ଟ ଅପ, ମହାକାଶ, କୂଟନୈତିକ ପ୍ରଶିକ୍ଷଣ, ବୈତ୍ଜ୍ଞାନିକ ଗବେଷଣା ଏବଂ ଲୋକନୀତି।

ତାଙ୍କର ଗସ୍ତ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ଗତ ତିନି ବର୍ଷ ହେଲା ସଂପର୍କରେ ଯେଉଁ ପରିବ୍ୟାପ୍ତତା ଘଟିଛି ତାର ଏକ ନିଦର୍ଶନ। ଦୁଇ ଦେଶ ଦ୍ୱିପକ୍ଷୀୟ ସଂପର୍କକୁ ମଜବୁତ କରିବା ପାଇଁ ଆନ୍ତରିକ ଭାବେ ବିଭିନ୍ନ ପ୍ରୟାସ କରୁଛନ୍ତି।

ଆଜି ଅନେକ ଆନ୍ତର୍ଜାତୀୟ ଏବଂ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉଭା ହୋଇଛି ଯେଉଁଥିରେ ଭାରତ ଏବଂ ପର୍ତ୍ତୁଗାଲ ନିଜର ସ୍ୱାର୍ଥ ଦେଖୁଛନ୍ତି। ଆଜି ବିଶ୍ୱ ଏକ ଅପ୍ରତ୍ୟାଶିତ ସ୍ଥିତି ଦେଇ ଗତି କରୁଛି। ଭୂ-ଆର୍ଥିକ ଏବଂ ଭୂ କୌଶଳଗତ ପ୍ରତିଦ୍ୱନ୍ଦିତା, ଦେବାଳିଆ ଅର୍ଥନୀତି, ପାରମ୍ପରିକ ଏବଂ ଅଣ ପାରମ୍ପରିକ ନିରାପତ୍ତା ବିପଦ ଆଜି ବିଶ୍ୱରେ ଦେଖାଦେଇଛି। ଏକବିଂଶ ଶତାବ୍ଦିରେ ଆନ୍ତର୍ଜାତୀୟକରଣ ଏକ ମୁଖ୍ୟ ବିନ୍ଦୁ। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଲବ ଆଡକୁ ଅଗ୍ରସର ହେଉଥିବା ବେଳେ ଜ୍ଞାନକୌଶଳର ଅପବ୍ୟବହାର ମଧ୍ୟ ବେଳେବେଳେ ହେଉଛି। ୟୁରୋପ ପ୍ରତି ଆମେରିକାର ଯେଉଁ ପ୍ରତିବଦ୍ଧତା ଦେଖାଦେଇଛି ତାହାଦ୍ୱାରା ଏକ ନୂଆ ଭାଗିଦାରୀ ଏବଂ ମେଣ୍ଟ ପାଇଁ ଆହ୍ୱାନ ଦେଉଛି।

ବିଶ୍ୱ ପଟ୍ଟଳରେ ଭାରତର ବର୍ଦ୍ଧିତ ପ୍ରାସଙ୍ଗିକତା ଏବଂ ୟୁରୋପୀୟ ସଂଘ ଓ ନାଟୋରେ ପର୍ତ୍ତୁଗାଲର ସଦସ୍ୟତା ଉଭୟ ଦେଶକୁ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ଏକତ୍ର କରିବାରେ ଭୂମିକା ଗ୍ରହଣ କରୁଛି। କୋରୋନା ଭାଇରସ ପରି ବିପଦ ଦୁଇ ଦେଶକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅବସର ଦେଇଛି ଏବଂ ସଂପର୍କକୁ ସ୍ୱାଭାବିକ ଭାବେ ସୁଦୃଢ କରୁଛି।

ଏହି ପରିପ୍ରେକ୍ଷୀରେ ଭାରତ ଏବଂ ପର୍ତ୍ତୁଗାଲ ପରସ୍ପରର ମୂଳ ସୁରକ୍ଷା ଚିନ୍ତାକୁ ଦୂର କରିବା ପାଇଁ ଭାଗିଦାରିତା ସ୍ଥିର କରୁଛି। ପର୍ତ୍ତୁଗାଲ ପାର୍ଲାମେଣ୍ଟ 2019ର ପୁଲୱାମା ଆକ୍ରମଣକୁ ଦୃଢ ଭାବରେ ନିନ୍ଦା କରିଥିଲା ଏବଂ 2005ରେ ଲିସବନରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅବୁ ସଲିମକୁ ଭାରତକୁ ପ୍ରତ୍ୟାର୍ପଣ କରିଥିଲା। ବିଭିନ୍ନ ବିଶ୍ୱ ମଞ୍ଚରେ ପର୍ତ୍ତୁଗାଲ ଭାରତର ସଦସ୍ୟତାକୁ ସମର୍ଥନ କରିଆସିଛି। 500 ବର୍ଷ ପୂର୍ବେ ଭାସ୍କୋଡା ଗାମା ଯେଉଁ ସାମୁଦ୍ରିକ ସୁରକ୍ଷାକୁ ଗୁରୁତ୍ୱ ଦେଇଥିଲେ ସେହି ପରିପ୍ରେକ୍ଷୀରେ ଭାରତ ଏବଂ ପର୍ତ୍ତୁଗାଲ ଯଥାକ୍ରମେ ଭାରତ ମହାସାଗର ଏବଂ ଆଟଲାଣ୍ଟିକ ମହାସାଗର ପରି ଭୌଗୋଳିକ ସ୍ଥାନରେ ରହି ନିଜର ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ଆପୋଷ ସହଭାଗିତା ଉପରେ କାର୍ଯ୍ୟ କରୁଛନ୍ତି।

ସେହିପରି ପର୍ତ୍ତୁଗାଲର ଜାତୀୟ ଅଭିନବତା ପରିବେଶ ବ୍ୟବସ୍ଥା ଏବଂ ଜ୍ଞାନଭିତ୍ତିକ ଅର୍ଥନୀତି ଭାରତ ପାଇଁ ପ୍ରାସଙ୍ଗିକତା ରଖୁଛି। ପର୍ତ୍ତୁଗାଲ ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇ- ଗଭର୍ଣ୍ଣାନ୍ସ ପରି କ୍ଷେତ୍ରରେ ଆଗୁଆ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଧୁନିକ ଜ୍ଞାନକୌଶଳରେ ଭାରତର ଅର୍ଥନୀତିର ଅଧୁନିକିକରଣ କରିବା ନୀତି ଏହି କ୍ଷେତ୍ରକୁ ଅଧିକ ପ୍ରାସଙ୍ଗିକ କରିଛି। ପର୍ତ୍ତୁଗାଲର କଂପାନିମାନେ ଭାରତର ମେକ ଇନ ଇଣ୍ତିଆ, କ୍ଲିନ ଇଣ୍ତିଆ, ଡିଜିଟାଲ ଇଣ୍ତିଆ ଏବଂ ଷ୍ଟାର୍ଟ ଅପ ଇଣ୍ତିଆ ପରି ଅଭିନବ ପ୍ରକଳ୍ପଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଅପରପକ୍ଷେ ଭାରତ ଠାରୁ ପର୍ତ୍ତୁଗାଲ କୁଶଳି ଲୋକଶକ୍ତିର ଆବଶ୍ୟକ କରୁଛି ଏପରିସ୍ଥଳେ ଦୁଇ ଦେଶର ବାଣିଜ୍ୟ ସଂପର୍କ ବୃଦ୍ଧି ପାଇଛି ଏବଂ ଦୁଇ ବର୍ଷ ମଧ୍ୟରେ ପର୍ତ୍ତୁଗାଲ ଭାରତରେ 1 ବିଲିୟନ ୟୁରୋ ସମ୍ୱଳିତ ପୁଞ୍ଜି ବିନିଯୋଗ କରିଛି।

ପର୍ତ୍ତୁଗାଲର ଖର୍ଚ ପ୍ରତିଯୋଗି ଏବଂ ବାଣିଜ୍ୟ ଅନୁକୂଳ ପରିବେଶ ଯୋଗୁଁ ଭାରତର କଂପାନି ଗୁଡିକ ବ୍ରିଟେନ ବଦଳରେ ପର୍ତ୍ତୁଗାଲରେ ବ୍ୟବସାୟ କରିବାକୁ ଅଧିକ ମନ ଦେଉଛନ୍ତି। ବହୁ ସଂଖ୍ୟକ ଭାରତୀୟ ପର୍ତ୍ତୁଗାଲରେ ରହୁଥିବାରୁ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ୱାଭାବିକ ଭାବେ ନିବିଡ ହୋଇଛି ଏବଂ ଭାରତ ଯୋଗ, ଆୟୁର୍ବେଦ ବ୍ୟତିତ ପର୍ଯ୍ୟଟନ, ପୁନଃବ୍ୟବହାରଯୋଗ୍ୟ ଶକ୍ତି, ଆବର୍ଜନା ପରିଚାଳନା, ସାମୁଦ୍ରିକ ବିଜ୍ଞାନ, ପ୍ରତିରକ୍ଷା ଏବଂ କୃଷି ଉପରେ ଭାଗଦାରିତା ନିଭାଉଛନ୍ତି। ଏଣୁ ରାଷ୍ଟ୍ରପତି ଡି ସୌସାଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ଅଧିକ ସୁଦୃଢ କରିଛି।

ଆଲେଖ୍ୟ: ରାଜୋର୍ସି ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...