ପାକିସ୍ତାନ ସ୍ଥିତ ସନ୍ତ୍ରାସବାଦି ସଂଗଠନ ଜମାତ ଉଦ ଦାଵା ଏବଂ ଲସ୍କରେ ତୈବାର ମୁଖ୍ୟ ଏବଂ 2008 ମୁମ୍ଵାଇ ସନ୍ତ୍ରାସବାଦି ଆକ୍ରମଣର ମୁଖ୍ୟ ଷଢଯନ୍ତ୍ରକାରୀ ହାଫିଜ ସୟିଦକୁ ପାକିସ୍ତାନର ସନ୍ତ୍ରାସବାଦ ନିରୋଧି ଅଦାଲତ 11 ବର୍ଷ ଜେଲ ଦଣ୍ତରେ ଦଣ୍ତିତ କରିଛି | ସନ୍ତ୍ରାସବାଦି ପାଇଁ ପାଣ୍ଠି ଯୋଗାଇବା ସଂକ୍ରାନ୍ତୀୟ ଦୁଇଟି ମାମଲାରେ ସେ ଏବେ ଜେଲରେ ଅଛି | ପଞ୍ଜାବ ପ୍ରଦେଶର ବିଭିନ୍ନ ସହରରେ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ପାକିସ୍ତାନର ସନ୍ତ୍ରାସବାଦ ମୁକାବିଲା ବିଭାଗ(ସିଟିଡି) ସୟିଦ ଏବଂ ତା ସାଥିଙ୍କ ବିରୁଦ୍ଧରେ 23ଟି ଅଭିଯୋଗ ପତ୍ର ଦାଖଲ କରିଛି |
ହାଫିଜ ସୟିଦ ଏବଂ ତାର ଘନିଷ୍ଠ ସହଯୋଗୀଜଫର ଇକବାଲକୁ ଦୁଇଟି ସନ୍ତ୍ରାସବାଦ ପାଣ୍ଠି ଯୋଗାଡ ମାମଲାରେ ଦଣ୍ତିତ କରାଯାଇଥିବା ସରକାରୀ ଓକିଲ କହିଛନ୍ତି | ଦୁଇ ଜଣଙ୍କୁ 11 ବର୍ଷ ଲେଖାଏଁ ଜେଲ ଦଣ୍ତ ହୋଇଥିଲେ ହେଁ ହାଫିଜ ଆଉ 5 ବର୍ଷ 6 ମାସ ଜେଲରେ ରହିବ | ଦଣ୍ତାଦେଶ ବିରୁଦ୍ଧରେ ଆବେଦନ କରାଯିବ ବୋଲି ହାଫିଜ ସୟିଦର ଓକିଲ କହିଛନ୍ତି|
ଜାତିସଂଘ ଦ୍ଵାରା ଘୋଷିତ ଆନ୍ତର୍ଜାତୀୟ ସନ୍ତ୍ରାସବାଦି ହାଫିଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦୀର୍ଘ ଦିନର ଆନ୍ତର୍ଜାତୀୟ ପ୍ରତିବଦ୍ଧତା ବାକି ରହିଥିବା ଭାରତ କହିଛି |
ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଏଫଏଟିଏଫ ବୈଠକ ପରିପ୍ରେକ୍ଷୀରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି କିନ୍ତୁ ନିଷ୍ପତ୍ତିର ଫଳାଫଳ ଦେଖିବାକୁ ବାକି ରହିଲା | ମୁମ୍ଵାଇ ଏବଂ ପଠାନକୋଟ ସନ୍ତ୍ରାସବାଦି ଆକ୍ରମଣରେ ଜଡିତ ତଥା ସୀମାପାର କରୁଥିବା ପାକିସ୍ତାନର ଅନ୍ୟ ସନ୍ତ୍ରାସବାଦିମାନଙ୍କ ପ୍ରତି ପାକିସ୍ତାନ କିପରି ଦୃଷ୍ଟିଭଙ୍ଗି ରଖୁଛି ତାହା ମଧ୍ୟ ଦେଖିବାକୁ ହେବ |
ହାଫିଜକୁ ଗିରଫ କରି ପାକିସ୍ତାନ ଏହା ଦେଖାଇବାକୁ ଚାହୁଁଛି ଯେ ସେ ସନ୍ତ୍ରାସବାଦି ଗୋଷ୍ଠି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ଗୁରୁତ୍ଵ ଦେଉଛି | ଆସନ୍ତା ସପ୍ତାହରେ ଏଫଏଟିଏଫରି ଗୁରୁତ୍ଵପୂର୍ଣ୍ଣ ବୈଠକ ଅଛି | ଯଦି ପାକିସ୍ତାନ ସନ୍ତ୍ରାସବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଏହା କଳା ତାଲିକାଭକ୍ତ ହେବାର ଆଶଙ୍କା ରହିଛି | ପୂର୍ବରୁ ପାକିସ୍ତାନ ଏଫଏଟିଏଫର ଗେର ତାଲିକାଭୁକ୍ତ ହୋସାରିଛି ସନ୍ତ୍ରାସବାଦ ପାଇଁ ପାଣ୍ଠି ସଂଗ୍ରହ ଉପରେ ପାକିସ୍ତାନ ଉପରେ ଚାପ ରହିଛି | ଯଦି କଳାତାଲିକାବୁକ୍ତ ହେବ ତେବେ ଆର୍ଥିକ ଦେବାଳିଆ ପାକିସ୍ତାନ ଉପରେ ଆର୍ଥିକ କଟକଣା ଲାଗିପାରେ |
ବିଶେଷଜ୍ଞମାନଙ୍କ ମତରେ ଚିନ, ମାଲେସିଆ ଏବଂ ତୁର୍କୀର ସମର୍ଥନ ଯୋଗୁଁ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯାଇ ନାହିଁ | ଗ୍ରେ ତାଲିକାର ମୁକ୍ତ ହେବା ପାଇଁ ପାକିସ୍ତାନକୁ 39ଟି ଦେଶ ମଧ୍ୟରୁ 12ଟି ଦେଶର ସମର୍ଥନ ଆବଶ୍ୟକ |
ଆମେରିକା ରାଷ୍ଟ୍ରପତିଙ୍କ ଚଳିତ ମାସ ଭାରତ ଗସ୍ତର ପୂର୍ବରୁ ହାଫିଜକୁ ଦଣ୍ତାଦେଶ ହୋଇଛି | ସନ୍ତ୍ରାସବାଦ ପ୍ରତି ପାକିସ୍ତାନ ଉପରେ ରାଷ୍ଟ୍ରପତି ଟ୍ରମ୍ପ କଡା ଆଭିମୁଖ୍ୟ ରଖିଛନ୍ତି କିନ୍ତୁ ଆଫଗାନିସ୍ଥାନରେ ତାଲିବାନ ସହ ମୁକାବିଲା ପାଇଁ ଆମେରିକା ପାକିସ୍ତାନର ସାହାର୍ଯ୍ୟ ଲୋଡୁଛି | ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ ତାଲିବାନ ଏବଂ ପାକିସ୍ତାନର ସେନା ମଧ୍ୟରେ ନିବିଡ ସଂପର୍କ ରହିଛି |
ବେଜିଙ୍ଗରେ ହୋଇଥିବା ଏଫଏଟିଏଫ ବୈଠକରେ ପାକିସ୍ତାନକୁ ଚିନ, ମାଲେସିଆ ଏବଂ ତୁର୍କୀର ସମର୍ଥନ ଥିଲା ଏବଂ ଆମେରିକା ମଧ୍ୟ ନିରବ ରହିଥିଲା | ଏଫଏଟିଏଫ କହିଛି ଯଦି ପାକିସ୍ତାନ ସନ୍ତ୍ରାସବାଦ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଫେବୃୟାରୀ ବୈଠକରେ ତାକୁ କଳା ତାଲିକାଭୁକ୍ତ କରାଯାଇ ପାରେ |
ପାକିସ୍ତାନ ଗ୍ରେ ତାଲିକାରେ ଥାଇ ମଧ୍ୟ ସନ୍ତ୍ରାସବାଦିଙ୍କୁ ସମର୍ଥନ ଯୋଗଗାଇବା ଜାରି ରଖିଛି | ଏଠାରେ ପ୍ରକାଶ କରାଯାଇ ପାରେ ଯେ ପାକିସ୍ତାନର ସନତ୍ରାସବାଦିଙ୍କ ଷଢଯନ୍ତ୍ରରେ ଆକ୍ରମଣ ଦ୍ଵାରା ଭାରତର ପୁଲଵାମାରେ 40 ଜଣ ଯବାନ ପ୍ରାଣ ହରାଇଥିଲେ |
ସନ୍ତ୍ରାସବାଦ ନୀତି ଉପରେ ପାକିସ୍ତାନ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବା କ୍ଷେତ୍ରରେ ବିଶ୍ଵ ସଂପ୍ରଦାୟ ସକରାତ୍ମକ ଭୂମିକା ଗ୍ରହଣ କରିବା ଆବଶ୍ୟକ | ଆଗାମି ଏଫଏଟିଏଫ ବୈଠକରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ |
ଆଲେଖ୍ୟ: କୌଶିକ ରାୟ
ଭାଷାନ୍ତର: ରାମଚଂଦ୍ର ନାଥ
Comments
Post a Comment