ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଦିନକୁ ଦିନ ଆହୁରି ଘନୀଭୂତ ହେଉଛି | ସମୟ ଅତିକ୍ରମ ହେବା ସହ ଉଭୟ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବାବେଳେ ଏଥିପ୍ରତି ଆନ୍ତର୍ଜାତୀୟ ସମୁଦାୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି | ଯଦ୍ୟପି 1979 ମସିହାର ଇରାନ ବିଦ୍ରୋହ ଠାରୁ ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି, ତେବେ ନିକଟ ଅତୀତରେ ଗତବର୍ଷ ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମିଳିତ ବ୍ୟାପକ କ୍ରିୟାନୁଷ୍ଠାନ ଯୋଜନା – JCPOA ରୁ ଏକତରଫା ଭାବେ ଓହରି ଯିବାକୁ ନିଷ୍ପତି ନେଲେ, ସେତେବେଳେ ଠାରୁ ଉଭୟ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ଆହୁରି ଘନୀଭୂତ ହୋଇପଡିଛି | ତାହା ପରଠାରୁ ଆମେରିକା ଇରାନ ଉପରେ ନୂଆ କଟକଣା ଲାଗୁ କରିଆସୁଛି | ଇରାନର ସର୍ବୋଚ୍ଚ ନେତା ଏବଂ ଇରାନ ରିଭୋଲ୍ଯୁସନାରୀ ଗାର୍ଡ କର୍ପ୍ସ ଉପରେ ମଧ୍ୟ ଆମେରିକା ବିଭିନ୍ନ କଟକଣା ଲାଗୁ କରିଛି |
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରୁ JCPOA ରାଜିନାମା ଉପରେ ଅସନ୍ତୋଷ ବ୍ୟକ୍ତ କରିଆସିଥିଲେ ଏବଂ ତାଙ୍କର ସେହି ଦୃଷ୍ଟିଭଙ୍ଗୀରୁ ସେ ଏହି ରାଜିନାମାରୁ ଓହରିଯିବା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା | ନିର୍ବାଚନରେ ବିଜୟ ହେବା ପରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଅଧିକ କଠୋର ନୀତି ଆପଣେଇଥିଲେ | ଇରାନର ଆଞ୍ଚଳିକ ଭିତ୍ତିକ କାର୍ଯ୍ୟକଳାପକୁ କାଣ୍ଟଛାଣ୍ଟ କରିବା ଉଦ୍ଦେଶ୍ୟରେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ | ଆମେରିକା, ଇରାନ ଉପରେ ରାଜନୈତିକ ଏବଂ ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥା ଲାଗୁ କରିବା ସମେତ ଉପସାଗରୀୟ ଅଞ୍ଚଳରେ ସାମରିକ ପ୍ରସ୍ତୁତି, ଯୁଦ୍ଧ ବିମାନ, B52 ବୋମାବର୍ଷଣକାରୀ ବିମାନ ମୁତୟନ ଏବଂ ଅତିରିକ୍ତ 1000 ଆମେରିକୀୟ ସୈନ୍ୟ ମଧ୍ୟ ମୁତୟନ କରିଛି |
ଆମେରିକାର ଏହି ସବୁ ପଦକ୍ଷେପ ଗୁଡିକର ପ୍ରତ୍ୟୁତ୍ତରରେ ଇରାନ ମଧ୍ୟ ସେଭଳି ଧରଣର ପଦକ୍ଷେପ ଗ୍ରହଣ କରିଥିବା ଯୋଗୁଁ ଉଭୟ ଦେଶ ମଧ୍ୟରେ ବିବାଦ ଘନୀଭୂତ ହୋଇଛି | ସେଥି ମଧ୍ୟରୁ ଅତ୍ୟନ୍ତ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଇରାନ JCPOA ରେ ଏହାର ପ୍ରତିଶ୍ରୁତି ଗୁଡିକୁ କାଣ୍ଟଛାଣ୍ଟ କରିଛି | ସେଥିମଧ୍ୟରୁ ଇରାନ ୟୂରାନିୟମ ରପ୍ତାନୀ ବନ୍ଦ କରିବା ପଦକ୍ଷେପ ଅନ୍ଯତମ | ଇରାନର ଆଣବିକ କାର୍ଯ୍ୟକ୍ରମକୁ ସୀମିତ କରିବା ପାଇଁ JCPOA ରେ ଉଲ୍ଲେଖିତ ପଦକ୍ଷେପ ଗୁଡିକରୁ ୟୂରାନିୟମ ବ୍ୟବହାର ସୀମିତ କରିବା ପଦକ୍ଷେପ ଅନ୍ଯତମ | ଏହି ଚୁକ୍ତିରୁ ଆମେରିକା ଓହରିଗଲେ ୟୂରାନିୟମ ଉତ୍ପାଦନ ଓ ଏହାର ବ୍ୟବହାର ସୀମାରୁ ଅର୍ଥନୈତିକ ଫାଇଦା ପାଇପାରିବ ନାହିଁ ବୋଲି ଇରାନ ଉଲ୍ଲେଖ କରିଛି | ତେବେ ଏହି ଚୁକ୍ତିକୁ ରକ୍ଷା କରିବା ସକାଶେ ଇରାନ JCPOA ରେ ଉଲ୍ଲେଖିତ ରାଜିନାମା ଗୁଡିକୁ ପାଳନ କରିବା ପାଇଁ ରାଜିନାମାରେ ସାମିଲ ଥିବା ୟୁରୋପୀୟ ଦେଶ ଗୁଡିକ ଇରାନକୁ କହିଛନ୍ତି |
ଉପସାଗରୀୟ ଅଞ୍ଚଳରେ ଏ ସମ୍ପର୍କିତ ଆହୁରି ଅନେକ ଘଟଣାବଳୀ ନିକଟ ଅତୀତରେ ଘଟିଯାଇଛି ଯାହାର ଫଳସ୍ଵରୂପ ସାମ୍ପ୍ରତିକ ବିବାଦ ଆହୁରି ବଢିବାରେ ଲାଗିଛି | ଓମାନ ଉପସାଗରରେ ଅନେକ ତୈଳ ଟ୍ୟାଙ୍କର ଗୁଡିକ ଉପରେ ଆକ୍ରମଣ, ପାରସ୍ୟ ଉପସାଗରରେ ଇରାନ ଦ୍ଵାରା ଏକ ଆମେରିକୀୟ ଡ୍ରୋନକୁ ଗୁଳିମାଡ ଦ୍ଵାରା ଖସାଇଦେବା, ଗିବ୍ରାଲଟାରରେ ବ୍ରିଟେନ ସେନାବାହିନୀ ଦ୍ଵାରା ଇରାନର ତୈଳ ଟ୍ୟାଙ୍କର ଜବତ ଏବଂ ଏହାର ଜବାବରେ ଇରାନର ଚେତାବନୀ ଇତ୍ୟାଦି ଘଟଣାବଳୀ ଗୁଡିକ ବିବାଦକୁ ଘନୀଭୂତ କରିଛି |
ତେଣୁ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ କୂଟନୈତିକ ଜରିଆରେ ହ୍ରାସ କରିବା ପାଇଁ ବିଶ୍ଵ ଶକ୍ତି ଗୁଡିକ ଗୁରୁତ୍ତ୍ୱପୂର୍ଣ୍ଣ ଭାବେ ଉଦ୍ୟମ କରିବା ଉଚିତ |
ଭାରତ ଏହାର ଶକ୍ତି କ୍ଷେତ୍ରର ବିଭିନ୍ନ ଆବଶ୍ୟକତାରୁ ଅଧିକାଂଶ, ଉପସାଗରୀୟ ଦେଶ ଗୁଡିକରୁ ଆମଦାନୀ କରିଥାଏ | ସେଥିପାଇଁ ଏହି ଅଞ୍ଚଳକୁ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ବିବେଚନା କରାଯାଏ ଏବଂ ଏହି ଅଞ୍ଚଳରେ କୌଣସି ପ୍ରକାର ବିବାଦ ଉପୁଜିଲେ ଏହା ଭାରତ ପାଇଁ ଆଦୌଭାବେ ଲାଭଦାୟକ ହେବନାହିଁ | ହୋରମୁଜ ଷ୍ଟ୍ରେଟରେ କୌଣସି ବିବାଦ ଭାରତର ହାଇଡ୍ରୋକାର୍ବନ ଆମଦାନୀ ହ୍ରାସ କରାଇବା ସହ ଏହାର ଶକ୍ତି ସୁରକ୍ଷା କ୍ଷେତ୍ର ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ | ଏହି ଅଞ୍ଚଳରେ ସାମ୍ପ୍ରତିକ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନୌବାହିନୀ ଏହାର ସାମରିକ ଜାହାଜ INS ଚେନ୍ନାଇ ଏବଂ ସୁନୟନା ଓମାନ ଉପସାଗରରେ ମୁତୟନ କରିଛି | ପାରସ୍ୟ ଉପସାଗର ଏବଂ ଓମାନ ଉପସାଗର ମଧ୍ୟଦେଇ ପରିଚାଳିତ ହେଉଥିବା ଭାରତୀୟ ଜାହାଜ ଗୁଡିକର ସୁରକ୍ଷା ନିମନ୍ତେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି | ସେହି ଅଞ୍ଚଳର ଦେଶ ଗୁଡିକ ସହ ଭାରତ ଉତ୍ତମ ଦ୍ଵିପକ୍ଷୀୟ ସମ୍ପର୍କ ବଜାୟ ରଖିଛି | ତେଣୁ ସେହି ଅଞ୍ଚଳରେ ଉପୁଜିଥିବା ବିବାଦ ଗୁଡିକର ଯଥାଶୀଘ୍ର ସମାଧାନ ସକାଶେ ମଧ୍ୟ ଭାରତ ଆଶା ରଖିଛି | ଏହି ବିବାଦ ଦ୍ଵାରା ସେହି ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଅର୍ଥନୈତିକ ସଙ୍କଟ ଏବଂ ମାନବୀୟ କ୍ଷୟକ୍ଷତି ଘଟିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୁକ୍ତ ଉଦ୍ୟମ ସହକାରେ ବିବାଦର ସମାଧାନ କରାଇବାକୁ ଆଶାବ୍ୟକ୍ତ କରାଯାଉଛି |
ମୂଳ ଲେଖା : ଡକ୍ଟର ଆସିଫ ସୁଜ, ଇରାନ ସାମରିକ ବ୍ଯାପାର ଉପରେ ବିଶ୍ଳେଷକ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments
Post a Comment