Skip to main content

ଏ ସପ୍ତାହରେ ପାର୍ଲାମେଣ୍ଟ

ଆନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଦ୍ବାରା ପ୍ରଦତ୍ତ ରାୟ ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଭାରତୀୟ ନାଗରିକ କୁଳଭୁଷଣ ଯାଦବଙ୍କୁ ମୁକ୍ତ କରି ଭାରତ ପଠାଇବାକୁ ପାକିସ୍ତାନକୁ କହିଛନ୍ତି | ପାର୍ଲାମେଣ୍ଟର ଉଭୟ ସଦନରେ ଏକ ବିବୃତ୍ତିରେ ସେ କହିଛନ୍ତି ଯେ ଏହି ରାୟ କେବଳ ଭାରତ ଏବଂ ଯାଦବଙ୍କ ପାଇଁ ଆଶ୍ବାସନାର କଥା ନୁହେଁ ବରଂ ଆଇନ ପ୍ରତି ଭରଷା ଥିବା ତଥା ଆନ୍ତର୍ଜାତୀକ ଚୁକ୍ତି ପ୍ରତି ସମ୍ମାନ ରଖୁଥିବା ସମସ୍ତଙ୍କ ପାଇଁ ଅଭିପ୍ରେତ | ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଶ୍ରୀ ଯାଦବ ନିର୍ଦୋଶ ଏବଂ କୌଣସି ଆଇନ ପ୍ରତିନିଧିଙ୍କ ବିନା ବଳପୂର୍ବକ ତାଙ୍କ ଦ୍ବାରା ଦୋଷାରୋପ କୁହାଇଲେ ପ୍ରକୃତ ସତ୍ୟକୁ ଆଖିଠାର ମାରିହେବନି | ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ କୂଟନୈତିକ ସଂପର୍କ ଉପରେ ଭିଏନା କନଭେନସନ ଅନ୍ତର୍ଗତ ରହିଥିବା ନିୟମକୁ ଉଲଂଘନ କରିଥିବା ଅଦାଲତ କହିଛନ୍ତି | ସେ କହିଛନ୍ତି ଯେ କାଳ ବିଳମ୍ବ ନକରି ଯାଦବଙ୍କୁ ଭାରତୀୟ ଦୂତାବାସ ସହଯୋଗ ନେବାର ଅଧିକାର ପାକିସ୍ତାନ ତୁରନ୍ତ ଦେବା ଦରକାର |

ପାର୍ଲାମେଣ୍ଟରେ ଜାତୀୟ ତଦନ୍ତ ଏଜେନ୍ସି ସଂଶୋଧନ ବିଲ 2019 ପାସ ହୋଇଛି | ଏହି ଆଇନର ଉଦ୍ଦେଶ୍ୟ ହେଉଛି ଭାରତ ବାହାରେ ଭାରତୀୟ ନାଗରିକ ତଥା ସେମାନଙ୍କ ସଂପତ୍ତି ବିରୁଦ୍ଧରେ ହୋଇଥିବା ଅପରାଧର ତଦନ୍ତ ପରିଧିକୁ ବୃଦ୍ଧି କରିବା | ବର୍ତ୍ତମାନ ହୋଇଥିବା ସଂଶୋଧନ ଦ୍ବାରା ଏଜେନ୍ସି ଅତିରିକ୍ତ ଭାବେ ମାନବ ଚୋରା ଚାଲାଣ, ଜାଲି ନୋଟ କାରବାର, ନିଷିଦ୍ଧ ଅସ୍ତ୍ରଶସ୍ତ୍ରର ନିର୍ମାଣ ଏବଂ ବିକ୍ରି, ସାଇବର ସନ୍ତ୍ରାସବାଦ ଏବଂ ବିସ୍ଫୋରକ ସାମଗ୍ରୀ ଆଇନ 1908 ଅନ୍ତର୍ଗତ ଅପରାଧର ତଦନ୍ତ କରିପାରିବ | ଏତଦବ୍ୟତିତ ସାଇବର ସନ୍ତ୍ରାସବାଦ ତଥା ମାନବ ଚୋରା ଚାଲାଣ ପରି ଅପରାଧର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ସ୍ଥାପନ କରାଯାଇ ପାରିବ | ଏକ ବିତର୍କର ଉତ୍ତର ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମୀତ ଶାହ ସଦନକୁ ଆଶ୍ବାସନା ଦେଇଛନ୍ତି ଯେ ଏନଆଇଏ ଦେଶ ହିତରେ ଦେଶ ବାହାରେ ରହୁଥିବା ଭାରତୀୟ ନାଗରିକଙ୍କ ବିରୁଦ୍ଧରେ ସନ୍ତ୍ରାସବାଦ ସଂମ୍ବନ୍ଧୀୟ ମାମଲାର ମଧ୍ୟ ପରିଚାଳନା କରିବ |

ନୂଆଦିଲ୍ଲୀ ଆନ୍ତର୍ଜାତୀୟ ଆର୍ବିଚ୍ରେସନ କେନ୍ଦ୍ର ବିଲ 2019କୁ ମଧ୍ୟ ପାର୍ଲାମେଣ୍ଟ ପାସ କରିଛି | ସଂସ୍ଥାଗତ ଆର୍ବିଟ୍ରେସନ ପାଇଁ ଏକ ସ୍ବତନ୍ତ୍ର ଏବଂ ସ୍ବୟଂଶାସିତ ନୂଆଦିଲ୍ଲୀ ଆନ୍ତର୍ଜୀତୟ ଆର୍ବିଟ୍ରେସନ କେନ୍ଦ୍ର ସ୍ଥାପନ ଏହି ବିଲ ବ୍ୟବସ୍ଥା ପ୍ରଦାନ କରିଛି |

ଲୋକସଭାରେ ଅର୍ଥ ବିଲ 2019 ପାସ ହୋଇଛି | ଟିକସ ଆଇନର ପ୍ରସ୍ଥାବିତ ସଂଶୋଧନ ବିଷୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହା ମେକ ଇନ ଇଣ୍ତିଆ ଏବଂ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବ |

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକ ସଭାରେ କହିଛନ୍ତି ଯେ ସୀମା ସଂଲଗ୍ନ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ସୁନିଶ୍ଚିତ ପାଇଁ ଭାରତ ଏବଂ ଚୀନ ଦ୍ବିପକ୍ଷୀୟ ରାଜିନାମାକୁ ସମ୍ମାନ କରୁଛନ୍ତି | ଚଳିତ ମାସ 6 ତାରିଖରେ ଦଲାଇଲାମାଙ୍କ ଜନ୍ମ ଦିନରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଥିବା ଡେମଚୋକକୁ ଚୀନର ବେସାମରିକ ନାଗରିକ ପ୍ରବେଶ କରିଥିବା କଥା ଜଣେ କଂଗ୍ରେସ ସାଂସଦଙ୍କ ଅଭିଯୋଗର ଉତ୍ତର ଦେବାକୁ ଯାଇ ଶ୍ରୀ ସିଂହ ଏହା କହିଥିଲେ | ସେ କହିଛନ୍ତି ଯେ ଡୋକଲାମରେ ଦୁଇ ଦେଶର ସଶସ୍ତ୍ର ସେନା ସଂପୂର୍ଣ୍ଣ ଭାବେ ନିଜ ନିଜ ସ୍ଥାନରେ ରହିଛନ୍ତି |

ସ୍ବାରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଦେଶରେ ବେଆଇନ ଭାବେ ବିଦେଶୀ ନାଗରିକମାନଙ୍କ ପ୍ରବେଶକୁ ଯାଞ୍ଚ କରିବା ପାଇଁ ବିଭିନ୍ନ ପଦକ୍ଷେପ ସରକାର ନେଇଛନ୍ତି | ଲୋକସଭାରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲିଧରନ କହିଛନ୍ତି ଯେ 2014 ପରଠାରୁ ଭାରତ ପାକିସ୍ତାନ ଜେଲରୁ ଏପର୍ଯ୍ୟନ୍ତ ମତ୍ସଜିବୀଙ୍କ ସମେତ 2110 ଜଣ ଭାରତୀୟଙ୍କୁ ମୁକ୍ତ କରାଇବାରେ ସଫଳ ହୋଇଛି |

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ 2021-2022 ପାଇଁ ଜାତିସଂଘ ନିରାପତ୍ତା ପରିଷଦର ଅଣ ସ୍ଥାୟୀ ସଦସ୍ୟ ଭାବେ ଭାରତର ସଦସ୍ୟତା ଘୋଷଣା କରାଯାଇଛି | 2013ରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଗୃପ ପାଇଁ ଏହି ଏକମାତ୍ର ସିଟର ବ୍ୟବସ୍ଥା ହୋଇଥିଲା | 2021-22 ପାଇଁ ଏହି ଗୃପର 55ଟି ସଦସ୍ୟ ରାଷ୍ଟ୍ର 2019 ଜୁନରେ ଭାରତର ପ୍ରାର୍ଥୀତ୍ବକୁ ସମର୍ଥନ କରିଛନ୍ତି |


ମୂଳ ଲେଖା: ଭି. ମୋହନରାଓ

ମର୍ମାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...