ଭାରତର ମହାକାଶ କାର୍ଯ୍ୟକ୍ରମର ଅନ୍ୟତମ ଅତ୍ୟନ୍ତ ଜଟୀଳ ଏବଂ ମହତ୍ୱାକାଂକ୍ଷୀ ମିଶନର ଉଡାଣ ସୋମବାରଦିନ ଅପରାହ୍ନରେ ଆରମ୍ଭ ହୋଇଛି | ଚନ୍ଦ୍ରକୁ ଭାରତର ଦ୍ଵିତୀୟ ମିଶନ ଚନ୍ଦ୍ରଯାନ-2 କୁ ବହନ କରି ଦେଶର ସବୁଠାରୁ ଅଧିକ ଶକ୍ତିଶାଳୀ ରକେଟ GSLV Mk-III କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସୋମବାର ଅପରାହ୍ନ 2 ଟା 43 ମିନିଟରେ ପ୍ରକ୍ଷେପଣ କରାଯାଇଥିଲା | ପ୍ରକ୍ଷେପଣର 17 ମିନିଟ ପରେ ଚନ୍ଦ୍ରଯାନ-2 କୁ ଏହାର ପୂର୍ବ ନିର୍ଦ୍ଧାରିତ ପୃଥିବୀ ଚତୁଃପାର୍ଶ୍ବ କକ୍ଷପଥରେ ସ୍ଥାପିତ କରାଯାଇଥିଲା |
ପ୍ରଥମତଃ ଜୁଲାଇ 15 ତାରିଖରେ ଏହି ମିଶନର ପ୍ରକ୍ଷେପଣ ହେବାର ଥିଲା ତେବେ କୌଣସି ବୈଷୟିକ ତ୍ରୁଟି କାରଣରୁ ଏହାକୁ ସେଦିନ ସ୍ଥଗିତ ରଖାଯାଇଥିଲା | ଏତେ କମ ସମୟରେ ବୈଷୟିକ ତୃଟି ଚିହ୍ନଟ କରି ଓ ଏହାକୁ ସୁଧାରି ମିଶନକୁ ପ୍ରକ୍ଷେପଣ କରାଯାଇଥିବା ଶ୍ରେୟ ଭାରତୀୟ ମହାକାଶ ବୈଜ୍ଞାନିକ ମାନଙ୍କୁ ଦିଆଯାଇପାରେ |
ସଠିକ ଭାବେ ପ୍ରକ୍ଷେପଣ ହୋଇଥିବା ଏହି ମିଶନର ଏହା ପ୍ରଥମ ପର୍ଯ୍ୟାୟ ଏବଂ ଏହା ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ - ISRO ର ବୈଜ୍ଞାନିକ ମାନଙ୍କ ଦ୍ୱାରା ସମ୍ଭବପର ହୋଇପାରିଛି | ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାକୁ ଚନ୍ଦ୍ରଯାନ-2 କୁ 48 ଦିନ ସମୟ ଲାଗିବ | ସେପ୍ଟେମ୍ବର ମାସ 7 ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି |
ଚନ୍ଦ୍ର ପୃଷ୍ଠକୁ ଭାରତର ପ୍ରଥମ ମିଶନ, ଚନ୍ଦ୍ରଯାନ-1 ତୁଳନାରେ ଏହି ଦ୍ଵିତୀୟ ମିଶନ ଅଧିକ ଜଟିଳ ଧରଣର ମିଶନ | ଏହାର ତିନୋଟି ଭାଗ ରହିଛି - ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର | ଏହି ତିନୋଟି ଯାକ ଅବୟବ ଏକାଠି କାର୍ଯ୍ୟକାରୀ ହୋଇ ଚନ୍ଦ୍ର ପୃଷ୍ଠର ଉପର ଭାଗରୁ ଏବଂ ପୃଷ୍ଠଭାଗରେ ରହି ଚନ୍ଦ୍ରର ଅଧ୍ୟୟନ କରିବେ | ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ତଥା "ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ" ବିକ୍ରମ ସରାଭାଇଙ୍କ ସମ୍ମାନାର୍ଥେ ଚନ୍ଦ୍ରଯାନ-2 ର ଲ୍ୟାଣ୍ଡରର ନାମ “ବିକ୍ରମ” ରଖାଯାଇଛି | ରୋଭରର ନାମ ପ୍ରଜ୍ଞା ରଖାଯାଇଛି | ସଂସ୍କୃତରେ ପ୍ରଜ୍ଞାର ଅର୍ଥ ହେଉଛି "ଜ୍ଞାନ" |
ପ୍ରଥମେ ଏକ ରାଜିନାମା ଅନୁଯାୟୀ ରୁଷ ଲ୍ୟାଣ୍ଡର ଯୋଗାଇବା ଥିଲା କିନ୍ତୁ ଏଥିରୁ ରୁଷ ଓହରିଯିବା ପରେ ISRO ଲ୍ୟାଣ୍ଡର ନିର୍ମାଣ କରିଥିଲା | ଏହିପରି ଚନ୍ଦ୍ରଯାନ-2 ସମ୍ପୂର୍ଣ୍ଣ ଭାବେ ଏକ ଭାରତୀୟ ମିଶନ |
ଚନ୍ଦ୍ରକୁ ଅଧ୍ୟୟନ କରିବା ପାଇଁ ଚନ୍ଦ୍ରଯାନ-2, 13 ଟି ପେଲୋଡ଼ ବହନ କରୁଛି, 8ଟି ଅର୍ବିଟରରେ, 3ଟି ଲ୍ୟାଣ୍ଡରରେ ଏବଂ 2ଟି ରୋଭରରେ ବହନ କରୁଛି | ଲ୍ୟାଣ୍ଡର ଏକ NASA ଲେଜର ରିଟ୍ର-ପ୍ରତିଫଳକ ମଧ୍ୟ ବହନ କରୁଛି | ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ଏହାର ଦକ୍ଷତା ପ୍ରତିପାଦନ କରିବା ଏବଂ ଚନ୍ଦ୍ରପୃଷ୍ଠରେ ଏକ ରୋବଟିକ ରୋଭର ପରିଚାଳନା କରିବା |
ଦକ୍ଷିଣ ମେରୁ ଠାରୁ 600 କିଲୋମିଟର ଦୂରରେ ଚନ୍ଦ୍ରଯାନ-2 ର ଅବତରଣ ସ୍ଥଳୀ ନିରୂପଣ କରାଯାଇଛି | ଚନ୍ଦ୍ରପୃଷ୍ଠରେ ପାଣି ବରଫ ଓ ଅଧିକାଂଶ ସ୍ଥାନ ଛାଇ ଓ ଅନ୍ଧକାରମୟ ଆଚ୍ଛାଦିତ ଥିବାରୁ ଏହି ସ୍ଥାନକୁ ଉଲ୍ଲେଖନୀୟ ମନେକରାଯାଉଛି |
ସୋମବାରଦିନ ପ୍ରକ୍ଷେପଣ ପରେ ଚନ୍ଦ୍ରଯାନ-2 ପୃଥିବୀର କକ୍ଷପଥର ଏକ ଉଚ୍ଚକକ୍ଷ ସ୍ଥାନରେ ସ୍ଥାପିତ କରାଯାଇଛି ଯେଉଁଠାରୁ ଅନେକ କକ୍ଷ ପଥ ଦେଇ ଚନ୍ଦ୍ରର ମାଧ୍ୟାକର୍ଷଣୀୟ ବଳୟ ମଧ୍ୟକୁ ଧୀରେ ଧୀରେ ପ୍ରବେଶ କରିବ | 27 ଦିନ ଧରି ଏହି ଯାନ ଚନ୍ଦ୍ରପୃଷ୍ଠରେ ବିରାଜମାନ ହେବ |
ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଲ୍ୟାଣ୍ଡର ଧୀରେ ଧୀରେ ତଳକୁ ଖସି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ | ଏହି ସମୟ ମିଶନର ସବୁଠାରୁ ଅଧିକ ଉଲ୍ଲେଖନୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ବୋଲି ISRO ଅଧ୍ୟକ୍ଷ କେ. ଶିବନ କହିଛନ୍ତି |
ଯଦି ସବୁ କିଛି ଠିକ ଭାବେ ପରିଚାଳିତ ହୁଏ, ତେବେ ଆମେରିକା, ରୁଷ ଏବଂ ଚୀନ ପରେ, ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ଏହାର ଏକ ମହାକାଶଯାନ ଅବତରଣ କରାଇବାରେ ସକ୍ଷମ ହୋଇପାରିବ |
ଅବତରଣ ପରେ ରୋଭର, ଲ୍ୟାଣ୍ଡରରୁ ପୃଥକ ହୋଇଯାଇ ବାହାରିଆସିବ ଏବଂ ଚନ୍ଦ୍ରପୃଷ୍ଠରେ ଏକ ଦିନର ଚନ୍ଦ୍ର ଦିନ ପାଇଁ ଏହାର ପରୀକ୍ଷଣ ଆରମ୍ଭ କରିବ | ଚନ୍ଦ୍ରରେ ଗୋଟିଏ ଦିନର ସମୟ ପୃଥିବୀର 14 ଦିନର ସମୟ ସହ ସମାନ | ଅର୍ବିଟର ଏହାର ମିଶନ କାର୍ଯ୍ୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜାରି ରଖିବ |
ଚନ୍ଦ୍ରପୃଷ୍ଠରେ ଅବତରଣ ମିଶନର ସଫଳତା ହାର ଶତକଡା 50 ଭାଗରୁ କମ ଥିବା ISRO ସୂଚିତ କରିଥିଲେ ସୁଦ୍ଧା, ISROର ପୂର୍ବ ସଫଳତା ହାରକୁ ଦୃଷ୍ଟିରେ ରଖି, ବିଶେଷ ଭାବେ 2008 ମସିହାରେ ଚନ୍ଦ୍ରଯାନ-1ର ସଫଳତା ଓ 2013ରେ ମଙ୍ଗଳ ମିଶନର ସଫଳତାକୁ ତୁଳନା କଲେ ଚନ୍ଦ୍ରଯାନ-2 ମିଶନ ମଧ୍ୟ ଆଉ ଏକ ସଫଳତା ଭାବେ ଲିପିବଦ୍ଧ ହେବାକୁ ଯାଉଛି |
ମୂଳ ଲେଖା : ବିମାନ ବାସୁ, ବରିଷ୍ଠ ବିଜ୍ଞାନ ଲେଖକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ
Comments
Post a Comment