Skip to main content

ପୁଣି ଥରେ ହତଚକିତ କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହିତ ଏକ ବୈଠକ କାଳରେ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗ ଉପରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ଏ କାହାଣୀ ସଂପୂର୍ଣ୍ଣ କାହାଣୀ ନୁହେଁ । ଆମେରିକା ଏବଂ ପାକିସ୍ତାନ ମଧ୍ୟରେ କୌଣସି ଆଲୋଚନାକୁ ଭାରତ ପକ୍ଷରୁ ତୀକ୍ଷ୍ଣ ଅନୁଧ୍ୟାନ କରାଯାଇଥାଏ। ଆମେରିକାର ବୈଦେଶିକ ବିଭାଗ ନିଜର ସ୍ପଷ୍ଟିକରଣରେ କହିଛି ଯେ କଶ୍ମୀର ହେଉଛି ଭାରତ ଏବଂ ପାକିସ୍ତାନର ଦ୍ବିପକ୍ଷୀୟ ମାମଲା ଯେଉଁଥିରେ ଆମେରିକାର କୌଣସି ଭୂମିକା ନାହିଁ।

ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ଏପରି ଅନୁରୋଧ ଆଦୌ କରିନାହାନ୍ତି।

ଆମେରିକା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦି ଗତ ମାସ ଜାପାନରେ ଓସାକା ଜି-20 ସମ୍ମିଳନୀ କାଳରେ ଆଲୋଚନା କରିଥିଲେ ତାହା ପୁଣି ଶ୍ରୀ ମୋଦି ବିପୁଳ ସଂଖ୍ୟାଗରିଷ୍ଠତା ସହ ପୁନର୍ବାର ବିଜୟୀ ହେବା ପରେ। ଦୁଇ ନେତା ଜାତିସଂଘ ସାଧାରଣ ପରିଷଦ ବୈଠକ କାଳରେ ୱାସିଙ୍ଗଟନ ଡିସିରେ ସାକ୍ଷାତ ଆଲୋଚନା କରିବାର ସମ୍ଭାବନା ମଧ୍ୟ ରହିଛି। ଏହାବ୍ୟତିତ ରାଷ୍ଟ୍ରପତି ଟ୍ରମ୍ପ ନିକଟ ଭବିଷ୍ୟତରେ ଦ୍ବିପକ୍ଷୀୟ ଆଲୋଚନା ପାଇଁ ଭାରତ ଗସ୍ତରେ ଆସିବାର ଆଶା କରାଯାଉଛି। ଦୁଇ ପକ୍ଷ ଯେତେବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଉଛନ୍ତି ସେପରି ସମୟରେ ଟ୍ରମ୍ପଙ୍କ ଏହି ବିବୃତ୍ତି ଆସିଛି।

ଗୋଟିଏ ପଟେ ଆମେରିକା ଭାରତକୁ ନାଟୋ ପରି ସହଯୋଗୀ ଭାବେ ମାନ୍ୟତା ଦେବାକୁ ସଂସଦରେ ଆଇନ ପାସ କରିଥିବାବେଳେ ଅନ୍ୟ ପଟେ ଆଫଗାନିସ୍ଥାନ ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ଆଲୋଚନା ଜାରି ରଖିଛନ୍ତି। ଏହା ବ୍ୟତିତ ଦୁଇ ଦେଶ ମଧ୍ୟରେ ବହୁ ପରିମାଣ ବିଶିଷ୍ଟ ପ୍ରତିରକ୍ଷା ରାଜିନାମା ମଧ୍ୟ ହେବାକୁ ଯାଉଛି। ଏପରି ସ୍ଥିତିରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗ ଉପରେ କାହିଁକି ମଧ୍ୟସ୍ଥତା କରିବାକୁ କହିଲେ ତାହା ସ୍ପଷ୍ଟ ହୋଇନାହିଁ, ଯେତେବେଳେକି ତାଙ୍କୁ ଜଣା ଅଛି ଯେ କଶ୍ମୀର ହେଉଛି ଭାରତ ଏବଂ ପାକିସ୍ତାନର ଦ୍ବିପକ୍ଷୀୟ ପ୍ରସଙ୍ଗ।

ଏଥିରୁ ଜଣା ପଡୁଛି ପାରମ୍ପରିକ କୂଟନୀତି ଏବେ ଆଉ ଆମେରିକାରେ ନାହିଁ। 1972 ସିମଳା ଚୁକ୍ତି ପରଠାରୁ ଭାରତ କହିଆସୁଛି ଯେ ଭାରତ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାର ବିବାଦର ସମାଧାନ ଦୁଇ ପକ୍ଷ ମିଶି କରିବେ କୌଣସି ତୃତୀୟ ପକ୍ଷର ସ୍ଥାନ ନାହିଁ। ପାକିସ୍ତାନ କିନ୍ତୁ ତୃତୀୟ ପକ୍ଷର ମଧ୍ୟସ୍ଥତା ଉପରେ ସବୁବେଳେ କହିଆସିଛି କିନ୍ତୁ ଭାରତ ସର୍ବଦା ଏହାକୁ ଅଗ୍ରାହ୍ୟ କରିଆସିଛି।

ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ଉଚ୍ଚ ସ୍ତରୀୟ ଆଲୋଚନା ପଛରେ ଉଦ୍ଦେଶ୍ୟ ରହିଛି ୟେ ଦକ୍ଷିଣ ଏସିଆ ମାମଲାରେ ପାକିସ୍ତାନକୁ ନୂଆ ଭୂମିକା ଦେବା ଏବଂ ଭାରତ ସହିତ ପୁନଃ ସନ୍ତୁଳନ ବଜାୟ ରଖିବା। ଆଫଗାନିସ୍ଥାନରୁ ଆମେରିକା ଏହାର ସୈନ୍ୟ ପ୍ରତ୍ୟାହାର କରିବାକୁ ନିତିଗତ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ପାକିସ୍ତାନକୁ ଆଫଗାନିସ୍ଥାନ ମାମଲାରେ ଅନ୍ତର୍ଭୁକ୍ତ କରାଇବାକୁ ଆମେରିକା ଚାହୁଁଛି।

ଯଦିଓ ଆମେରିକା ରାଷ୍ଟ୍ରପତିଙ୍କ କଶ୍ମୀର ଉପରେ ବିବୃତ୍ତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି କିନ୍ତୁ ଏକଥା ମନେ ରଖିବା ଉଚିତ ଯେ ଅନେକ ମାସ ହେଲା ଆମେରିକା ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଜଟିଳ ରୂପ ନେଇଛି। ଆମେରିକାକୁ ଖୁସି କରିବାକୁ ପାକିସ୍ତାନ ହାଫିଜ ସୟୀଦ ପରି ସନ୍ତ୍ରାସବାଦିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇମରାନ ଖାନ ଯେତେବେଳେ ଆମେରିକାରୁ ଫେରିବେ ସେତେବେଳେ ଏକ ନୂଆ ଖେଳ ଆରମ୍ଭ ହେବାର ଆଶା କରାଯାଉଛି।

ଆମେରିକା ରାଷ୍ଟ୍ରପତିଙ୍କ କୂଟନୀତି ଅଣ ପାରମ୍ପରିକ ଏବଂ ସେ ବିଭିନ୍ନ କ୍ଷେତ୍ରରେ ଯେପରି ମଧ୍ୟସ୍ଥତା କରିବାକୁ ଚାହୁଁଛନ୍ତି ତାହାଦ୍ବାରା ଏକ ନୂଆ ଆନ୍ତର୍ଜାତୀକ ବିତର୍କକୁ ଜନ୍ମ ଦେବ। ଆମେରିକା ଏବଂ ଭାରତର ସଂପର୍କ ଉପରେ ଏବେ ଭାରତକୁ ନିଜର ସାର୍ବଭୌମତ୍ବକୁ ଅଘୂର୍ଣ୍ଣ ରଖିବାକୁ ଯାଇ ଅତି ସତର୍କତାର ସହିତ ଚାଲିବାକୁ ପଡ଼ିବ। ଆମେରିକାକୁ ମଧ୍ୟ ବୁଝିବା ଦରକାର ଯେ ବିଦେଶ ନୀତି ପରିପକ୍ବତା ସହିତ ଆଗକୁ ବଢିଥାଏ ଏପରି ପିଲାଳିଆମି ବିବୃତ୍ତି ଦ୍ବାରା ନୁହେଁ। କଶ୍ମୀର ଉପରେ ଭାରତର ନୀତି ସ୍ପଷ୍ଟ ରହିଛି ଯେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ କିମ୍ବା ମଧ୍ୟସ୍ଥତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ।

ମୂଳ ଲେଖା: କଲ୍ଲୋଳ ଭଟ୍ଟାଚାର୍ଯ୍ୟ

ମର୍ମାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...