ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହିତ ଏକ ବୈଠକ କାଳରେ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗ ଉପରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ଏ କାହାଣୀ ସଂପୂର୍ଣ୍ଣ କାହାଣୀ ନୁହେଁ । ଆମେରିକା ଏବଂ ପାକିସ୍ତାନ ମଧ୍ୟରେ କୌଣସି ଆଲୋଚନାକୁ ଭାରତ ପକ୍ଷରୁ ତୀକ୍ଷ୍ଣ ଅନୁଧ୍ୟାନ କରାଯାଇଥାଏ। ଆମେରିକାର ବୈଦେଶିକ ବିଭାଗ ନିଜର ସ୍ପଷ୍ଟିକରଣରେ କହିଛି ଯେ କଶ୍ମୀର ହେଉଛି ଭାରତ ଏବଂ ପାକିସ୍ତାନର ଦ୍ବିପକ୍ଷୀୟ ମାମଲା ଯେଉଁଥିରେ ଆମେରିକାର କୌଣସି ଭୂମିକା ନାହିଁ।
ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ଏପରି ଅନୁରୋଧ ଆଦୌ କରିନାହାନ୍ତି।
ଆମେରିକା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦି ଗତ ମାସ ଜାପାନରେ ଓସାକା ଜି-20 ସମ୍ମିଳନୀ କାଳରେ ଆଲୋଚନା କରିଥିଲେ ତାହା ପୁଣି ଶ୍ରୀ ମୋଦି ବିପୁଳ ସଂଖ୍ୟାଗରିଷ୍ଠତା ସହ ପୁନର୍ବାର ବିଜୟୀ ହେବା ପରେ। ଦୁଇ ନେତା ଜାତିସଂଘ ସାଧାରଣ ପରିଷଦ ବୈଠକ କାଳରେ ୱାସିଙ୍ଗଟନ ଡିସିରେ ସାକ୍ଷାତ ଆଲୋଚନା କରିବାର ସମ୍ଭାବନା ମଧ୍ୟ ରହିଛି। ଏହାବ୍ୟତିତ ରାଷ୍ଟ୍ରପତି ଟ୍ରମ୍ପ ନିକଟ ଭବିଷ୍ୟତରେ ଦ୍ବିପକ୍ଷୀୟ ଆଲୋଚନା ପାଇଁ ଭାରତ ଗସ୍ତରେ ଆସିବାର ଆଶା କରାଯାଉଛି। ଦୁଇ ପକ୍ଷ ଯେତେବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଉଛନ୍ତି ସେପରି ସମୟରେ ଟ୍ରମ୍ପଙ୍କ ଏହି ବିବୃତ୍ତି ଆସିଛି।
ଗୋଟିଏ ପଟେ ଆମେରିକା ଭାରତକୁ ନାଟୋ ପରି ସହଯୋଗୀ ଭାବେ ମାନ୍ୟତା ଦେବାକୁ ସଂସଦରେ ଆଇନ ପାସ କରିଥିବାବେଳେ ଅନ୍ୟ ପଟେ ଆଫଗାନିସ୍ଥାନ ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ଆଲୋଚନା ଜାରି ରଖିଛନ୍ତି। ଏହା ବ୍ୟତିତ ଦୁଇ ଦେଶ ମଧ୍ୟରେ ବହୁ ପରିମାଣ ବିଶିଷ୍ଟ ପ୍ରତିରକ୍ଷା ରାଜିନାମା ମଧ୍ୟ ହେବାକୁ ଯାଉଛି। ଏପରି ସ୍ଥିତିରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗ ଉପରେ କାହିଁକି ମଧ୍ୟସ୍ଥତା କରିବାକୁ କହିଲେ ତାହା ସ୍ପଷ୍ଟ ହୋଇନାହିଁ, ଯେତେବେଳେକି ତାଙ୍କୁ ଜଣା ଅଛି ଯେ କଶ୍ମୀର ହେଉଛି ଭାରତ ଏବଂ ପାକିସ୍ତାନର ଦ୍ବିପକ୍ଷୀୟ ପ୍ରସଙ୍ଗ।
ଏଥିରୁ ଜଣା ପଡୁଛି ପାରମ୍ପରିକ କୂଟନୀତି ଏବେ ଆଉ ଆମେରିକାରେ ନାହିଁ। 1972 ସିମଳା ଚୁକ୍ତି ପରଠାରୁ ଭାରତ କହିଆସୁଛି ଯେ ଭାରତ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାର ବିବାଦର ସମାଧାନ ଦୁଇ ପକ୍ଷ ମିଶି କରିବେ କୌଣସି ତୃତୀୟ ପକ୍ଷର ସ୍ଥାନ ନାହିଁ। ପାକିସ୍ତାନ କିନ୍ତୁ ତୃତୀୟ ପକ୍ଷର ମଧ୍ୟସ୍ଥତା ଉପରେ ସବୁବେଳେ କହିଆସିଛି କିନ୍ତୁ ଭାରତ ସର୍ବଦା ଏହାକୁ ଅଗ୍ରାହ୍ୟ କରିଆସିଛି।
ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ଉଚ୍ଚ ସ୍ତରୀୟ ଆଲୋଚନା ପଛରେ ଉଦ୍ଦେଶ୍ୟ ରହିଛି ୟେ ଦକ୍ଷିଣ ଏସିଆ ମାମଲାରେ ପାକିସ୍ତାନକୁ ନୂଆ ଭୂମିକା ଦେବା ଏବଂ ଭାରତ ସହିତ ପୁନଃ ସନ୍ତୁଳନ ବଜାୟ ରଖିବା। ଆଫଗାନିସ୍ଥାନରୁ ଆମେରିକା ଏହାର ସୈନ୍ୟ ପ୍ରତ୍ୟାହାର କରିବାକୁ ନିତିଗତ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ପାକିସ୍ତାନକୁ ଆଫଗାନିସ୍ଥାନ ମାମଲାରେ ଅନ୍ତର୍ଭୁକ୍ତ କରାଇବାକୁ ଆମେରିକା ଚାହୁଁଛି।
ଯଦିଓ ଆମେରିକା ରାଷ୍ଟ୍ରପତିଙ୍କ କଶ୍ମୀର ଉପରେ ବିବୃତ୍ତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି କିନ୍ତୁ ଏକଥା ମନେ ରଖିବା ଉଚିତ ଯେ ଅନେକ ମାସ ହେଲା ଆମେରିକା ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଜଟିଳ ରୂପ ନେଇଛି। ଆମେରିକାକୁ ଖୁସି କରିବାକୁ ପାକିସ୍ତାନ ହାଫିଜ ସୟୀଦ ପରି ସନ୍ତ୍ରାସବାଦିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇମରାନ ଖାନ ଯେତେବେଳେ ଆମେରିକାରୁ ଫେରିବେ ସେତେବେଳେ ଏକ ନୂଆ ଖେଳ ଆରମ୍ଭ ହେବାର ଆଶା କରାଯାଉଛି।
ଆମେରିକା ରାଷ୍ଟ୍ରପତିଙ୍କ କୂଟନୀତି ଅଣ ପାରମ୍ପରିକ ଏବଂ ସେ ବିଭିନ୍ନ କ୍ଷେତ୍ରରେ ଯେପରି ମଧ୍ୟସ୍ଥତା କରିବାକୁ ଚାହୁଁଛନ୍ତି ତାହାଦ୍ବାରା ଏକ ନୂଆ ଆନ୍ତର୍ଜାତୀକ ବିତର୍କକୁ ଜନ୍ମ ଦେବ। ଆମେରିକା ଏବଂ ଭାରତର ସଂପର୍କ ଉପରେ ଏବେ ଭାରତକୁ ନିଜର ସାର୍ବଭୌମତ୍ବକୁ ଅଘୂର୍ଣ୍ଣ ରଖିବାକୁ ଯାଇ ଅତି ସତର୍କତାର ସହିତ ଚାଲିବାକୁ ପଡ଼ିବ। ଆମେରିକାକୁ ମଧ୍ୟ ବୁଝିବା ଦରକାର ଯେ ବିଦେଶ ନୀତି ପରିପକ୍ବତା ସହିତ ଆଗକୁ ବଢିଥାଏ ଏପରି ପିଲାଳିଆମି ବିବୃତ୍ତି ଦ୍ବାରା ନୁହେଁ। କଶ୍ମୀର ଉପରେ ଭାରତର ନୀତି ସ୍ପଷ୍ଟ ରହିଛି ଯେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ କିମ୍ବା ମଧ୍ୟସ୍ଥତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ।
ମୂଳ ଲେଖା: କଲ୍ଲୋଳ ଭଟ୍ଟାଚାର୍ଯ୍ୟ
ମର୍ମାନୁବାଦ: ରାମଚଂଦ୍ର ନାଥ

Comments
Post a Comment