Skip to main content

5 ଟ୍ରିଲିୟନ ଡଲାର ଅର୍ଥନୀତି ଅଭିମୁଖେ ଭାରତ ଅଗ୍ରସର

ଭାରତୀୟ ଅର୍ଥନିତୀ 2024 ମସିହା ସୁଦ୍ଧା 5 ଟ୍ରିଲିୟନ ଡଲାର ହାସଲ କରିବା ସଂକ୍ରାନ୍ତୀୟ ରୂପରେଖ ଉପରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2019 ବର୍ଷର ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି | ଅର୍ଥନୈତିକ ଅଭିବୃଦ୍ଧି ଏବଂ ପୁଞ୍ଜିନିବେଶକୁ ଗୁରୁତ୍ୱ ଦେଇ ଅନେକ ସଂଖ୍ୟକ ନୀତିଗତ ପଦକ୍ଷେପ ଥିବା "ଦଶନ୍ଧି ପାଇଁ ଏକ ଭିଜନ" ର ସେ ଘୋଷଣା କରିଛନ୍ତି | 

ବିଭିନ୍ନ ନୀତିଗତ ପଦକ୍ଷେପ ମଧ୍ୟରେ ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ସୁଦୃଢ଼ୀକରଣ, ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ଆର୍ଥିକ ପ୍ରଣାଳୀରେ ସମସ୍ତଙ୍କୁ ସାମିଲ ପ୍ରକ୍ରିୟା ଉନ୍ନତ କରିବା, ମହିଳା ଓ ଶିଶୁ ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଜଳ ସଂରକ୍ଷଣ ଓ ସଠିକ ପରିଚାଳନା, ମହାକାଶ ଉପରେ ବିଭିନ୍ନ କାର୍ଯ୍ୟକ୍ରମ, "ମେକ ଇନ ଇଣ୍ଡିଆ" ଓ "ଆୟୁଷ୍ମାନ ଭାରତ" ଯୋଜନା ଇତ୍ୟାଦିକୁ ଆହୁରି ସୁଦୃଢ କରିବା ପାଇଁ ନୀତିଗତ ପଦକ୍ଷେପ ଗୁଡିକ ଅନ୍ତର୍ଭୁକ୍ତ ରହିଛି | ଏହି ପ୍ରକ୍ରିୟାରେ ପ୍ରତ୍ୟେକ ଭାରତୀୟ ଏକ ଅଂଶୀଦାର ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି |

ତେବେ 2024 ମସିହା ସୁଦ୍ଧା ଭାରତୀୟ ଅର୍ଥନିତୀକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ସକାଶେ ଉଦ୍ଦିଷ୍ଟ ଢାଞ୍ଚାଗତ ସଂସ୍କାର ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି | ଭାରତର ଉଚ୍ଚ ଅଭିବୃଦ୍ଧି ହାରରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ରତୀନ ରାୟ ସଚେତନ କରାଇଛନ୍ତି |

ଅଭିବୃଦ୍ଧି ହାସଲ ସକାସେ ପୁଞ୍ଜିନିବେଶକୁ ଆକର୍ଷଣ କରାଇବା ମୋଦି ସରକାରଙ୍କର ପ୍ରାଧାନ୍ୟ ରହିଛି | ଭାରତୀୟ ଅର୍ଥନୀତିରେ ପୁଞ୍ଜିନିବେଶ ସକାଶେ ନିବେଶକ ମାନଙ୍କ ଆସ୍ଥାଭାଜନ ହେବା ଉପରେ ମଧ୍ୟ ଗୁରୁତ୍ତ୍ଵ ଦିଆଯାଉଛି | ଆର୍ଥକ ଦୃଢ଼ୀକରଣ ଉପରେ ଭାରତକୁ ସଚେତନ ରହିବା ନିହାତି ଆବଶ୍ୟକ; ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହା ଯେଭଳି ବାଧକ ନହେବା ଉଚିତ | ଆର୍ଥିକ ସୁଦୃଢ଼ୀକରଣ ପଦକ୍ଷେପ ଓ ଅଭିବୃଦ୍ଧିରେ ସରକାରୀ ଖର୍ଚ୍ଚ ଅପେକ୍ଷା ଟିକସ ଆଦାୟକୁ ଉଲ୍ଲେଖନୀୟ ବିବେଚନା କରାଯାଉଛି |

ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଟିକସ ଆଦାୟ ଏକ ବଳିଷ୍ଠ ପଦକ୍ଷେପ ସଦୃଶ | ଟିକସ ସଂସ୍କାର ପଦକ୍ଷେପରେ ଉଦ୍ୟୋଗ ଜଗତରୁ ଟିକସ ଆଦାୟ ହେଉଛି ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ | 400 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ଥିବା ସମସ୍ତ କମ୍ପାନୀ ଗୁଡିକର ଉଦ୍ୟୋଗ ଟିକସ ହାରକୁ ଶତକଡା 25 ଭାଗ ହ୍ରାସ କରାଯାଇଛି | GST ରୁ ଅଧିକ ରାଜସ୍ବ ସଂଗ୍ରହ ପାଇଁ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାରେ ସରଳୀକରଣର ଆବଶ୍ୟକତା ରହିଛି |

କୃଷି ଭିତ୍ତିକ ସମସ୍ୟା ଗୁଡିକର ମୁକାବିଲା ପାଇଁ ମଧ୍ୟ ଭାରତକୁ ନୀତି ନିର୍ଦ୍ଧାରଣ କରିବାକୁ ପଡିବ | ଆଜି ମଧ୍ୟ ଭାରତରେ ଶସ୍ୟ ଉତ୍ପାଦନ ଏବଂ ଅଧିକାଂଶ ଫସଲ କମ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ଏବଂ ଯଦି ଖରାପ ମୌସୁମୀ ଓ କମ ବର୍ଷା ଜାରି ରହେ ତେବେ ଶସ୍ୟ ହାନି ଦ୍ୱାରା କୃଷକ ମାନେ ଋଣଗ୍ରସ୍ତ ହୋଇପାରନ୍ତି | 


କୃଷି କ୍ଷେତ୍ରରେ ପୁଞ୍ଜିନିବେଶର ନିହାତି ଆବଶ୍ୟକତା ରହିଛି | ସମସ୍ତଙ୍କୁ ସମାନ ଅଧିକାର ଓ ସମାନ ସୁବିଧା ଉପଲବ୍ଧ କରାଇବାକୁ ଦ୍ଵିତୀୟ ଥର କ୍ଷମତାକୁ ଆସିଥିବା ମୋଦି ସରକାରଙ୍କର ପ୍ରଧାନ ଉଦ୍ଦେଶ୍ୟ ରହିଛି ଏବଂ ଏଥି ସକାଶେ "ଲିଭ ନୋ ୱାନ ବିହାଇଣ୍ଡ" (LNOB) କିମ୍ବା କେହି ଯେଭଳି ବଞ୍ଚିତ ହେବେନାହିଁ ନୀତି ଘୋଷଣା କରାଯାଇଛି | 

ଗରିବ ଲୋକ ମାନଙ୍କୁ ବିଦ୍ୟୁତ ଓ ଶକ୍ତି ଯୋଗାଇଦେବା ଲକ୍ଷ୍ୟରେ ଉଜ୍ଜ୍ଵଳା, ଉଦୟ ଇତ୍ୟାଦି ଯୋଜନା ଗୁଡିକ ସରକାରଙ୍କର ଉଲ୍ଲେଖନୀୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ | ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରୁ ଉଦୟ ଯୋଜନା ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକୁ ଆର୍ଥିକ ଓ ପରିଚାଳନା ଗତ ଭାବେ ସଶକ୍ତ କରାଇଛି |

ଅଭିବୃଦ୍ଧି ହାସଲ ସକାଶେ ବିଭିନ୍ନ ପ୍ରମୁଖ କ୍ଷେତ୍ର ଗୁଡିକରେ ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜିନିବେଶ (FDI) ଜରିଆରେ ଭାରତୀୟ ଅର୍ଥନୀତିକୁ ବିଦେଶୀ ପୁଞ୍ଜିନିବେଶ ଆକର୍ଷଣ କରି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି | ତେବେ ବିଦେଶୀ ପୁଞ୍ଜିନିବେଶ ସୀମା ଉପରେ ଏହାର ବର୍ଦ୍ଧିତ ସୁଧ ହାରକୁ ଦୃଷ୍ଟିରେ ରଖି ସଜାଗ ରହିବା ଆବଶ୍ୟକ | ବାଣିଜ୍ୟ ବ୍ୟବସାୟ ପରିପ୍ରେକ୍ଷୀରେ ଚଳିତ ବଜେଟରେ କିଛିଟା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବା ବିଷୟ ଘୋଷଣା କରାଯାଇଛି | ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ସମୟରେ ଭାରତ, ଏହାର ବାଣିଜ୍ୟ ନୀତିକୁ ବିବେକପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ଉଚିତ |

ଭାରତ ବର୍ତ୍ତମାନ 2.8 ଟ୍ରିଲିୟନ ଡଲାର ସମ୍ପନ୍ନ ଏକ ଅର୍ଥନୀତି | ଯଦି ଆମେ ସାଧାରଣ ଭାବେ ବାର୍ଷିକ ଶତକଡା 10 ଭାଗ ଅଭିବୃଦ୍ଧି ହାସଲ କରି ଅଗ୍ରସର ହେବା ତେବେ ଯାଇ 2024 ମସିହା ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ହୋଇପାରିବ | ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ତଥା ସ୍ଥାନୀୟ ଓ ରାଜ୍ୟ ସ୍ତରରେ ପୁଞ୍ଜିନିବେଶର ମଧ୍ୟ ନିତାନ୍ତ ଆବଶ୍ୟକତା ରହିଛି |




ମୂଳ ଲେଖା : ଡକ୍ଟର ଲେଖା ଚକ୍ରବର୍ତ୍ତୀ, ପ୍ରଫେସର, NIPF 

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...