Skip to main content

ହାଫିଜ ସୟିଦକୁ ପାକିସ୍ତାନ ପକ୍ଷରୁ ପୁଣିଥରେ ଜାମିନ

ପାକିସ୍ତାନର ଲାହୋର ସ୍ଥିତ ସନ୍ତ୍ରାସବାଦ ବିରୋଧି ଅଦାଲତ ବେଆଇନ ଘୋଷିତ ଜମାତ ଉଦ ଦାୱାର ମୁଖ୍ୟ ହାଫିଜ ମହମ୍ମଦ ସୟିଦ ଏବଂ ଅନ୍ୟ ତିନି ଜଣଙ୍କୁ ଆଗୁଆ ଜାମିନ ଜାମିନ ପ୍ରଦାନ କରିଛି କିନ୍ତୁ ଖବର ମିଳିଛି ଯେ ପାକିସ୍ତାନ କର୍ତ୍ତୃପକ୍ଷ ସୟିଦକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି। ଏହା ପୂର୍ବରୁ ସୟିଦ ସହିତ ତାଙ୍କ ଭାଇ ହାଫିଜ ମସୁଦ ଏବଂ ଲସ୍କରେ ତୈବାର ଦୁଇ ଜଣ ସହ ପ୍ରତିଷ୍ଠାତା ଅମୀର ହାମଜା ଏବଂ ମଲ୍ଲିକ ଜଫରକୁ ଅଗଷ୍ଟ 30 ତାରିଖ ଯାଏଁ 50 ହଜାର ଟଙ୍କା ଲେଖାଏଁ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇ ଥିଲା।

ଜମାତ ଉଦ ଦାୱା ପାଇଁ ଉଭୟ ହମଜା ଏବଂ ଜାଫର ପାଣ୍ଠି ଯୋଗାଡ କରୁଥିଲେ। କୁହାଯାଉଛି ଯେ ମାର୍ଚ୍ଚ 2018ରେ ହମଜା ଲସ୍କରେ ତୈବାରୁ ଅଲଗା ହୋଇ ଜୈସେ ମଙ୍ଗଫା ନାମରେ ଏକ ସନ୍ତ୍ରାସବାଦି ସଂଗଠନ ଗଠନ କରିଥିଲା।

ପ୍ରକାଶ ଥାଉକି ଜୁଲାଇ ପ୍ରଥମ ସପ୍ତାହରେ ପାକିସ୍ତାନର ସନ୍ତ୍ରାସବାଦ ବିରୋଧି ଅଦାଲତ ନ୍ୟାସନାଲ ସୁରକ୍ଷା କମିଟି ନିର୍ଦେଶରେ କାର୍ଯ୍ୟ ସଂପାଦନ କରିଥାଏ। ଜମାତ ଉଦ ଦାୱାର ନେତାମାନଙ୍କ ବିରୁଦ୍ଧରେ ଲାହୋର, ଗୁଜରନୱାଲା, ମୁଲତାନ, ଫୈଜଲାବାଦ ଏବଂ ସରଗୋଦା ସ୍ଥିତ ସନ୍ତ୍ରାସବାଦ ବିରୋଧି ଅଦାଲତରେ 23ରୁ ଉର୍ଦ୍ଧ ମାମଲା ଦାୟର ହୋଇଥିଲା। ଅଦାଲତ ଏହି ସଂଗଠନର 4 ଜଣ ତୁଙ୍ଗ ନେତାଙ୍କ ସମେତ 13 ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା। ମଇ ମାସରେ ସୟିଦର ଭିଣୋଇ ଅବଦ୍ଦୁଲ ରହମାନ ମକ୍କି ସମେତ ଅନ୍ୟ ଜଣେ ବରିଷ୍ଠ ନେତା ମହମ୍ମଦ ଶାହବାଜକୁ ହାଜତକୁ ନିଆଯାଇ ଥିଲା।

ପାକିସ୍ତାନ ଗଣମାଧ୍ୟମ ଖବର ଅନୁଯାୟୀ ବ୍ୟାପକ ତଦନ୍ତ ପରେ ଏନଏସସି ଜମାତ ଉଦ ଦାୱା ଏବଂ ଏହାର ତାଦବ୍ୟ ସଂଗଠନ ଫଲାଇ ଇନସାନିୟତ ଉପରେ କଟକଣା ଜାରି କରିଥିଲା ଏବଂ ନ୍ୟାସନାଲ ସୁରକ୍ଷା କମିଟି ଜାଣିବାକୁ ପାଇଥିଲା ଯେ ଏହି ସଂଗଠନ ବିଭିନ୍ନ ଅଣ ଲାଭକାରୀ ସଂଗଠନ ମାଧ୍ୟମରେ ସନ୍ତ୍ରାସବାଦ ପାଇଁ ଅର୍ଥ ସଂଗ୍ରହ କରୁଥିଲା। କୁହାଯାଉଛି ଯେ ଯେଉଁସବୁ ସଂଗଠନ ଏଥିରେ ସଂପୃକ୍ତ ଥିଲେ ସେମାନଙ୍କୁ ସରକାର ଠାବ କରିଛନ୍ତି।

ଏସବୁ ସତ୍ତ୍ବେ ପାକିସ୍ତାନର ସନ୍ତ୍ରାସବାଦ ବିରୋଧି ଅଦାଲତ ହାଫିଜ ସୟିଦକୁ ଆଗୁଆ ଜାମିନ ଦେବାର ଅର୍ଥ ହେଉଛି ଯେ ଆଇନ କାର୍ଯ୍ୟକାରୀ ସଂସ୍ଥାମାନେ ଆଇନକୁ ପାଳନ କରିବାରେ ଆନ୍ତରିକତା ଦେଖାଉନାହାନ୍ତି କିମ୍ବା ସନ୍ତ୍ରାସବାଦକୁ ରୋକିବା କ୍ଷେତ୍ରରେ ଗୁରୁତ୍ବ ପ୍ରଦର୍ଶନ କରୁନାହାନ୍ତି

ସରକାର ମଧ୍ୟ ନିରବ ରହୁଛି। ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ 2017 ନଭେମ୍ବରରେ ଲାହୋର କୋର୍ଟ ମଧ୍ୟ ହାଫିଜକୁ 10 ମାସର ନଜର ବନ୍ଦି ପରେ ମୁକ୍ତ କରିଥିଲା। ହାଫିଜ ମଧ୍ୟ ଜାଣେ ଯେ ସରକାର ତା ପ୍ରତି ଅତି କୋହଳ ମନୋଭାବ ରଖିଛନ୍ତି। ସାମାନ୍ୟ କେତେ ଦିନ ନଜର ବନ୍ଦି ରଖି ପାକିସ୍ତାନ ପ୍ରଚାର କଲା ଯେ ସନ୍ତ୍ରାସବାଦ ପ୍ରତି ସେ ଗମ୍ଭିର ରହିଛି କିନ୍ତୁ ଏସବୁ ଲୋକଦେଖାଣିଆ କୁହାଯାଇ ପାରେ।

ସତ କହିବାକୁ ଗଲେ ପାକିସ୍ତାନ କେବଳ ଆନ୍ତର୍ଜାତୀୟ ଚାପରେ ସୟୀଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗତମାସ ଆମେରିକାର ଓରଲାଣ୍ତୋରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ପାକିସ୍ତାନର ଗ୍ରେ ତାଲିକାକୁ ମେ 2019 ପର୍ଯ୍ୟନ୍ତ ଘୁଞ୍ଚାଇ ଥିଲା ଜାନୁୟାରୀର ସମୟ ସୀମା ଅତିବାହିତ ହେବା ପରେ। ବୈଠକରେ କୁହାଯାଇଛି ଯେ ପାକିସ୍ତାନ 2019 ଅକ୍ଟୋବର ସୁଦ୍ଧା ଏହାର କାର୍ଯ୍ୟ ଯୋଜନା ଶେଷ କରୁ ଏବଂ ଯଦି ଏହା ନହୁଏ ତେବେ ପାକିସ୍ତାନ ବିରୁଦ୍ଧରେ ପରବର୍ତ୍ତି ପନ୍ଥା ଗ୍ରହଣ କରାଯିବ। ଯାହାକି କଳା ତାଲିକାଭୁକ୍ତ ହୋଇପାରେ। ଏହାହିଁ ବର୍ତ୍ତମାନ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି।

ସୟୀଦ ଏବଂ ଅନ୍ୟ ମାନଙ୍କ ବିରୁଦ୍ଧରେ ଯେଉଁ ମକଦ୍ଦମା କରାଯାଇଛି ତାହା ଅତ୍ୟନ୍ତ ହାଲୁକା ଭାବେ ନିଆଯାଇଛି। ଏହାଦ୍ବାରା ହାଫିଜର ଓକିଲ ଏହା ପ୍ରମାଣିତ କରିପାରେ ଯେ ହାଫିଜ ତସ୍କରେ ତୈବାର ସଦସ୍ୟ ନାହିଁ କାରଣ ସେ ଏହାକୁ 2001ରେ ପରିତ୍ୟାଗ କରିଛି। ଯେତେବେଳେକି 2002ରେ ଯାଇ ଏହି ସଂଗଠନକୁ ବେଆଇନ ଘୋଷଣା କରାଯାଇଥିଲା। ଏସବୁ ହାଫିଜକୁ ଆଇନର ଫାନ୍ଦରୁ ଖସିଯିବାର ପରିକଳ୍ପିତ ଯୋଜନା କୁହାଯାଇ ପାରେ।

କେବଳ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସର ଚାପ ନୁହେଁ ବରଂ ଏଇ ସପ୍ତାହ ଶେଷ ବେଳକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆମେରିକା ଗସ୍ତ କରୁଥିବାରୁ ସନ୍ତ୍ରାସବାଦ ବିରୁଦ୍ଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଦେଖାଇବା ପାଇଁ କିଛି ନା କିଛି କାର୍ଯ୍ୟ କରିବାର ବାହାନା କରିବ। ହାଫିଜ ସଇଦ ଏବଂ ଏହାର ସଂଗଠନ ପାକିସ୍ତାନରେ ଏତେ ସୁଦୃଢ ଯେ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାକିସ୍ତାନ ପାଇଁ ଏତେ ସହଜ ହେବନି।

ମୂଳ ଲେଖା – ଅଶୋକ ବେହୁରିଆ

ଭାବାନୁବାଦ- ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...