Skip to main content

ବ୍ରିକ୍ସ ବୈଦେଶିକ ମନ୍ତ୍ରିବୃନ୍ଦଙ୍କ ବୈଠକ

ବିଶ୍ଵ ଇତିହାସ ବର୍ତ୍ତମାନ ପରିପ୍ରେକ୍ଷୀରେ ତୀବ୍ର ଗତିରେ ପଟ ପରିବର୍ତ୍ତନ କରୁଛି | କ୍ଷମତା ପରିବର୍ତ୍ତନ ପଶ୍ଚିମରୁ ପୂର୍ବ ଓ ଉତ୍ତର ରୁ ଦକ୍ଷିଣ ଆଡକୁ ଗତି କରୁଛି | ଏହି ପରିବର୍ତ୍ତନ କୌଣସି ପରିବର୍ତ୍ତନ ତୁଳନାରେ ଅତ୍ୟନ୍ତ କ୍ଷିପ୍ର ଓ ଏହା ଏକ ଐତିହାସିକ ପରିବର୍ତ୍ତନ ଅଟେ | ଆଧୁନିକ ଯୁଗରେ ପ୍ରଥମ ଥର ଲାଗି ବିଭବ ଓ ବିଶ୍ଵ ଜନସଂଖ୍ୟା ସମାନ ସ୍ଥାନରେ କେନ୍ଦ୍ରୀଭୂତ ହୋଇଛି | ଏହା ହେଉଛି ସେହି ପରିବର୍ତ୍ତନ ଯଦ୍ୱାରା ବ୍ରିକ୍ସ ର ଆବିର୍ଭାବ ହୋଇଥିଲା | ବିଶ୍ଵ ଦ୍ରୁତ ଗତିରେ ପରିବର୍ତ୍ତନ ଆଡକୁ ମୁହାଁଊ ଥିବାରୁ ଏଥିରେ ଜଡିତ ସବୁ ପକ୍ଷ ମଧ୍ୟ ଏହିସ୍ଥିତି ଅନୁଯାୟୀ ଅଗ୍ରସର ହେଉଛନ୍ତି | ବ୍ରିକ୍ସ ଉପରେ ଏବେ ସମଗ୍ର ଦୁନିଆର ନଜର ରହିଛି |

ତେବେ ଏହି ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଭଳି ନୁହେଁ | ଏଥିରେ ଏକ ପୂର୍ବତନ ମହାଶକ୍ତି, ଭବିଷ୍ୟତର ମହାଶକ୍ତି ଓ ଏସିଆ, ଆଫ୍ରିକା ତଥା ଲାଟିନ ଆମେରିକାରେ ଉଭା ହୋଇଥିବା ମହାଶକ୍ତି ମାନେ ସାମିଲ ଅଛନ୍ତି | ବ୍ରିକ୍ସ ଏକ ବିକଳ୍ପ ତଥା ପ୍ରତିଯୋଗିତାମୂଳକ ପରିବେଶ ପ୍ରଦାନ କରିଛି | ସବୁଠୁ ମହତ୍ବପୂର୍ଣ୍ଣ କଥା ହେଲା ଏହା ବୈଶ୍ଵିକ ଅର୍ଥବ୍ୟବସ୍ଥା ର ସ୍ଥିରତା ଓ ସମୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଓ ଉଭା ହେଉଥିବା ଶକ୍ତି ମାନଙ୍କ କ୍ଷେତ୍ରରେ ମଧ୍ୟ ମୁଖ ଭୂମିକା ନିଭାଇଛି | ବ୍ରିକ୍ସ ଆନ୍ତର୍ଜାତୀୟ ସମ୍ପର୍କରେ ଏକ ନୂତନ କ୍ଷେତ୍ର ଅଟେ | ଏହାର ଜି7 ତୁଳନାରେ ଅଧିକ ପ୍ରତିନିଧି ଅଛନ୍ତି | ବ୍ରିକ୍ସ ଏହାର ଦ୍ଵିତୀୟ ଦଶନ୍ଧିର ଯାତ୍ରା ଆରମ୍ଭ କରିଛି |

ଗତ ସପ୍ତାହରେ ରିଓ ଦେ ଜାନେରିଓ ରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକରେ ବହୁପକ୍ଷବାଦ ପାଇଁ ସର୍ବସମ୍ମତିରେ ଓ ଏକତରଫା ସମର୍ଥନ ଓ ଆନ୍ତର୍ଜାତୀୟ ବ୍ୟାପାରରେ ଜାତିସଂଘର ମୁଖ୍ୟ ଭୂମିକାକୁ ଏହି ବୈଠକର ଦୃଷ୍ଟିକୋଣରେ ପ୍ରଦର୍ଶିତ କରାଯାଇଛି |କେତୋଟି ପଶ୍ଚିମ ଦେଶରେ ସାଧାରଣତଃ କରାଯାଉଥିବା ବୈଶ୍ଵିକ ଶାସନ ସଂସ୍ଥାନ କୁ ବିଫଳ କରେଇବା ପରିବର୍ତ୍ତେ ବ୍ରିକ୍ସ, ଜାତିସଂଘ, ବିଶ୍ଵ ବାଣିଜ୍ୟ ସଂଗଠନ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ପ୍ରତିଷ୍ଠାନର ସଂସ୍କାର ପାଇଁ ସ୍ପଷ୍ଟ ଆଭିମୁଖ୍ଯ ରଖିଛି | ବିଶ୍ଵ ବାଣିଜ୍ୟ ସଂଗଠନକୁ ଆହୁରି ମଜବୁତ କରିବା ଲାଗି ବିଭିନ୍ନ ଉପାୟ ନେଇ ସଦସ୍ୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି | ମନ୍ତ୍ରୀଗଣ ଜାତିସଂଘକୁ ଏହାର ନିୟମାବଳୀ ଲାଗୁ କରିବାରେ ଅଧିକ ଫଳପ୍ରଦ ଓ ଦକ୍ଷତାପୂର୍ଣ୍ଣ କରିବା ପାଇଁ ନିରନ୍ତର ପ୍ରୟାସର ମହତ୍ବକୁ ପ୍ରାଧାନ୍ୟ ଦେଇଛନ୍ତି |

ବୈଦେଶିକ ମନ୍ତ୍ରୀ ମାନେ ଏହି ବୈଠକରେ ଜାତିସଂଘର ତତ୍ତ୍ଵାବଧାନରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ଆନ୍ତର୍ଜାତୀୟ ଆଇନ ଅନ୍ତର୍ଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆହ୍ଵାନ ଜଣାଇଛନ୍ତି | ଭାରତ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ଆତଙ୍କବାଦ ଦ୍ଵାରା ସୃଷ୍ଟ ବିପଦ ବିଷୟରେ ସଦା ସର୍ବଦା ସ୍ଵର ଉତ୍ତୋଳନ କରିଆସୁଛି | ଭାରତ ଭଳି କୌଣସି ଦେଶ ବୋଧେ ବିଦେଶୀ ଆତଙ୍କବାଦର ଶିକାର ହୋଇନାହିଁ | ନୂଆଦିଲ୍ଲୀ ଏପରି ସମସ୍ୟାର ମୁକାବିଲା କରିବା ଲାଗି ଏକ ପାଞ୍ଚ ସୂତ୍ରୀ ବୈଶ୍ଵିକ ରଣନୀତି ପ୍ରସ୍ତୁତ କରିଛି | ସମୟାନୁଯାୟୀ ଓ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ କରିବା, ବେସରକାରୀ କ୍ଷେତ୍ରର ସହଯୋଗରେ ଆଧୁନିକ ଯୋଗାଯୋଗର ଅପବ୍ୟବହାରକୁ ରୋକିବା, ସୀମା ନିୟନ୍ତ୍ରଣର ସୁଧାର ଲାଗି କ୍ଷମତା ବିକାଶ, ସୀମାପାର ଯାତ୍ରୀ ମାନଙ୍କ ଯାତାୟାତ ସଙ୍କ୍ରାନ୍ତୀୟ ସୂଚନା ଆଦାନ ପ୍ରଦାନ କରିବା ଓ ଆନ୍ତର୍ଜାତୀୟ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ସନ୍ତ୍ରାସବାଦ-ବିରୋଧୀ କେନ୍ଦ୍ରର ପ୍ରତିଷ୍ଠା ଲାଗି ଏହି ରଣନୀତି ପ୍ରସ୍ତୁତ କରାଯାଇଛି |

ମନ୍ତ୍ରୀମାନେ ସନ୍ତ୍ରାସବାଦୀ ଆକ୍ରମଣର ଭର୍ସନା କରିବା ସହ ସବୁ ପ୍ରକାରର ଆତଙ୍କବାଦର ତୀବ୍ର ନିନ୍ଦା କରିଛନ୍ତି | ସନ୍ତ୍ରାସବାଦ ନିରୋଧୀ ସଙ୍କ୍ରାନ୍ତୀୟ ବ୍ରିକ୍ସ କାର୍ଯ୍ୟକାରୀ ଗୋଷ୍ଠୀ ଜରିଆରେ ସନ୍ତ୍ରାସବାଦର ମୁକାବିଲା କରିବା ଲାଗି ବ୍ରିକ୍ସ ସହଯୋଗର ପ୍ରଗତି ନେଇ ମଧ୍ୟ ନେତୃବୃନ୍ଦ ଆନନ୍ଦ ପ୍ରକଟ କରିଛନ୍ତି | ରିଓ ବୈଠକରେ ଭାରତର ପ୍ରତିନିଧିତ୍ଵ କରିଥିବା ସଡକ,ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭି. କେ ସିଂ, ପଳାତକ ଆର୍ଥିକ ଅପରାଧି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ସମ୍ପତ୍ତି ଆଦାୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 9ସୂତ୍ରୀ କାର୍ଯ୍ୟସୂଚୀ ବିଷୟ ଉଲ୍ଲେଖ କରିଥିଲେ |

ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ମାନେ ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକାରେ ଜାରି ରହିଥିବା ତିକ୍ତତା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଥିଲେ ଯାହାର ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପରିସ୍ଥିତି ଉପରେ କୁପ୍ରଭାବ ପଡୁଛି | ନୂଆଦିଲ୍ଲୀର ଉଦବେଗକୁ ଦୃଷ୍ଟିରେ ରଖି ମନ୍ତ୍ରୀଗଣ “ଆଫଗାନ -ନେତୃତ୍ଵ, ଆଫଗାନ-ପରିଚାଳିତ “ ଶାନ୍ତି ଓ ପୁନଃବ୍ୟବସ୍ଥା ପ୍ରକ୍ରିୟା ଉପରେ ଜୋର ଦେଇଥିଲେ | ଏହାଦ୍ବାରା ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ, ଐକ୍ୟବଦ୍ଧ, ସ୍ଥିର ଓ ସମଷ୍ଟିଗତ ଆଫଗାନିସ୍ତାନ ନିଶ୍ଚିତ ହୋଇପାରିବ ଓ ଏହା ନିଜ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସଦ୍ଭାବ ସ୍ଥାପନ କରିପାରିବ ବୋଲି ମନ୍ତ୍ରୀଗଣ ମତ ବ୍ୟକ୍ତ କରିଥିଲେ ||

ତେବେ ଏହି ବୈଠକ ସମୟରେ ଭେନେଜୁଏଲା ଉପରେ ଆଲୋଚନା ବେଳେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଥିବାର ପରିଦୃଶ୍ୟ ହୋଇଥିଲା |ରୁଷ ବାହାରୁ ହସ୍ତକ୍ଷେପ ପ୍ରତି ନିଜର ଆପତ୍ତି ଦୋହୋରାଇଥିବା ବେଳେ ବ୍ରାଜିଲ ଭେନେଜୁଏଲା ସଙ୍କଟର ଅବସାନ ଘଟାଇବାଲାଗି ବ୍ରିକ୍ସକୁ ନିବେଦନ କରିଥିଲା |ତେବେ ଭେନେଜୁଏଲାରେ ଜାରିଥିବା ରାଜନୈତିକ ଅଚଳାବସ୍ଥାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଲାଗି ସର୍ବସହମତି ପ୍ରକାଶ ପାଇଥିଲା |

ବ୍ରାଜିଲ ର ନୂଆଁ ରାଷ୍ଟ୍ରପତି ଚଳିତ ବର୍ଷ ପହିଲାରେ ପଦଦାୟିତ୍ଵ ଗ୍ରହଣ କରିବା ବେଳେ ତାଙ୍କ ବିଷୟରେ ଅନିଶ୍ଚିତତା ଲାଗିରହିଥିଲା | ବହୁଜଣ ଆଶା କରୁଛନ୍ତି ଯେ ରାଷ୍ଟ୍ରପତି ବୋଲ୍ସୋନାରୋ ଆନ୍ତର୍ଜାତୀୟ ସ୍ତରରେ ବିକାଶଶୀଳ ଦେଶ ଠାରୁ ଦୂରରେ ରହି ପଶ୍ଚିମ ନେତା ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଙ୍କ ନୀତି ଗୁଡିକୁ ଅନୁକରଣ କରିବେ | କିନ୍ତୁ ସେ ବ୍ରିକ୍ସ ଓ ଏହାର କାର୍ଯ୍ୟସୂଚୀକୁ ଅନ୍ତର୍ମନରୁ ସମର୍ଥନ କରିଛନ୍ତି | ରାଷ୍ଟ୍ରପତି ବୋଲ୍ସୋନାରୋଙ୍କ ନୀତିରେ ଶକ୍ତି, ଶାନ୍ତି, ନିରାପତ୍ତା, ଅଭିନବ ଓ ଆର୍ଥିକ ବିକାଶ ପ୍ରମୁଖ ଭାବେ ବ୍ରିକ୍ସ କାର୍ଯ୍ୟସୂଚୀ ସହ ଉତ୍ତମ ତାଳମେଳ ରଖିଛି | ନ୍ୟୁୟର୍କରେ ସେପ୍ଟେମ୍ବର ମାସରେ ଜାତିସଂଘ ସାଧାରଣ ସଭା ର 74 ତମ ଅଧିବେଶନ ସମୟରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ମାନଙ୍କ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ |

ମୂଳଲେଖା : ଆଶ ନାରାୟଣ ରାୟ, ନିର୍ଦ୍ଦେଶକ, ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ, ଦିଲ୍ଲୀ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...