Skip to main content

ପାକିସ୍ତାନର ଗଣମାଧ୍ୟମ ଉପରେ କଟକଣା

ପାକିସ୍ତାନର ସ୍ଥାୟିତ୍ବ ଏବଂ ଗଣମାଧ୍ୟମ ମଧ୍ୟରେ ପ୍ରେମ ଏବଂ ଘୃଣାଭରା ସଂପର୍କ ଏହାର ବିବିଧତାଭରା ଗଣତାନ୍ତ୍ରୀକ ଇତିହାସର ପରିଚୟ ଦେଇଥାଏ | ଅବାଧ ଏବଂ ଉତ୍ସାହପୂର୍ଣ୍ଣ ଗଣମାଧ୍ୟମର ପ୍ରହେଳିକା ପଛରେ ବିଶେଷକରି ସମୟ ସମୟରେ କଠୋରତା ଗ୍ରହଣ କରାଯାଇଥୀଏ | 

ବିଡମ୍ବନାର କଥା ହେଲା ଯେ ଗଣମାଧ୍ୟମର କଣ୍ଠରୁଦ୍ଧ କେବଳ ସାମରିକ ଶାସନ କରିନଥାଏ ବେସାମରିକ ପ୍ରଶାସନ ମଧ୍ୟ ଗଣମାଧ୍ୟମ ଉପରେ କଠୋରତା ଗ୍ରହଣ କରିଥାଏ | ଏବେ ନୂଆ ଇମରାନ ଖାନଙ୍କ ସରକାର ସେହିସବୁ ନେତାମାନଙ୍କ ସାକ୍ଷାତକାର ଏବଂ ପ୍ରସାରଣ ବନ୍ଦ କରିଛି ଯେଉଁମାନେ ଜେଲଦଣ୍ତ ପାଇଛନ୍ତି କିମ୍ବା ମକଦ୍ଧମା ରହିଛି | ଇଲେକଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ ବା ପେମରାକୁ ନିଜର ଦାୟିତ୍ବ ଗ୍ରହଣ କରିବାର ନିର୍ଦେଶ ଦିଆଯିବାକୁ ପାକିସ୍ତାନରେ ଗଣମାଧ୍ୟମର ନିୟନ୍ତ୍ରଣକୁ ବୁଝାଯାଉଛି |

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ମରିୟମ ନବାଜଙ୍କ ସାକ୍ଷାତକାର ପ୍ରସାରଣ କରାଯାଇଥିବା କାରଣରୁ ଟିଭି ସମାଚାର ଚ୍ଯାନେଲ ଅବତକ ନ୍ୟୁଜ, ଚ୍ଯାନେଲ 24 ଏବଂ କ୍ୟାପିଟାଲ ଟିଭିକୁ ଦେଶରେ ବନ୍ଦ କରିଦିଆଯାଇ ଥିଲା | ମରିୟମ ନବାଜ ପ୍ରମାଣ ସ୍ବରୂପ ଗୋଟିଏ ଭିଡିଓ ଦେଖାଇଥିଲେ ଆଉ ତାଙ୍କର ଅଭିଯୋଗ ଥିଲା ଯେ ଗୋଟିଏ ବର୍ଷ ପୂର୍ବରୁ ଯେଉଁ ବିଚାରପତି ତାଙ୍କ ବାପାଙ୍କୁ ଗୋଟିଏ ବର୍ଷ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଦଣ୍ତ ଦେଇଥିଲେ ତାଙ୍କୁ ଭୟଭିତ କରାଯାଇ ଥିଲା | ବିଚାରପତି ଏକଥାକୁ ଖଣ୍ତନ କରିଥିଲେ | ପାକିସ୍ତାନର ମିଡିଆ ନିଯାମକ ପ୍ରାଧିକରଣ ଟିଭି ଚ୍ଯାନେଲକୁ ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ କରିବା ଯୋଗୁଁ ନୋଟିସ ଜାରି କରିଥିଲା | ପାକିସ୍ତାନ ଅଧିକାରୀଙ୍କ କହିବା କଥା ଯେ ଟେକନିକାଲ କାରଣରୁ ଏହି ଚ୍ୟାନେଲ ଦେଖାଯାଉ ନାହିଁ କିନ୍ତୁ ଅନେକ ଲୋକ ଏହାକୁ ଖୋଲାଖୋଲି ନିୟନ୍ତ୍ରଣ ବୋଲି କହୁଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ପମେରାର ବୈଧାନିକ ବ୍ୟବସ୍ଥା ସାଧାରଣତଃ ବିଷୟ ଏବଂ ପ୍ରସଙ୍ଗ ଉପରେ ପ୍ରତିବନ୍ଧ ଲଗାଇବାର ହୋଇଥାଏ | ବ୍ୟକ୍ତିବିଶେଷଙ୍କ କଭରେଜ ଉପରେ ନୁହେଁ | ପେମରା ଅଧିକାଂଶ ନିୟମରେ ଏହା ସୁନିଶ୍ତିତ କରିଥାଏ ଯେ ଲାଇସେନ୍ସଧାରକ ଅଶ୍ଳିଳ ସାମଗ୍ରୀ, ଘୃଣା ସୃଷ୍ଟି ବିଷୟ, ହିଂସାର ସମର୍ଥନ, ଇସଲାମିକ ମୂଲ୍ୟ ଏବଂ ସାମରିକ ବାହିନୀ ତଥା ନ୍ୟାୟପାଳିକା ବିଷୟରେ ଯେପରି କୌଣସି ବିଷୟ ପ୍ରସାରଣ ନକରେ | କିନ୍ତୁ ମକଦ୍ଧମା ଚାଲିଥିବା ନେତା ବା ଜେଲରେ ଥିବା ନେତାଙ୍କ ବିଷୟରେ ପ୍ରସାରଣକୁ ବନ୍ଦ କରିବା ଠିକ ନୁହେଁ | ଏମିତିରେ ଲୋକମାନଙ୍କ ସୂଚନା ପାଇବାର ଅଧିକାର ଏବଂ ଗଣମାଧ୍ୟମର ସ୍ବତନ୍ତ୍ରତାକୁ ହତ୍ୟା କରାଯାଇଥାଏ |

ପୂର୍ବ ବର୍ଷ ଠାରୁ ସାମ୍ବାଦିକମାନଙ୍କୁ ପ୍ରଶାସନ ଦ୍ବାରା ଲଗାତାର ହଇରାଣ କରାଯାଉଛି ଏବଂ ଟିଭି ଚ୍ୟାନେଲମାନଙ୍କୁ ସେବା ତଥା ନେଟଵର୍କ ଯୋଗାଉଥିବା ସଂସ୍ଥାମାନଙ୍କୁ ଶାସକ ତଥା ଶକ୍ତିଶାଳି ସେନାବାହିନୀ ପାଇଁ କ୍ଷତିକାରକ କୁହାଯାଉଛି | ଶାସନ ଏବଂ ସେନାଙ୍କ ବିରୁଦ୍ଧରେ କଭରେଜକୁ ରୋକା ଯାଉଛି |

ପାକିସ୍ତାନରେ ସ୍ବାଧିନ ଗଣମାଧ୍ୟମର ସ୍ଥାନ ଏବେ ଶେଷ ହୋଇଚାଲିଛି | ପାକିସ୍ତାନକୁ ଗଣମାଧ୍ୟମ କର୍ମୀଙ୍କ ପାଇଁ ଦୁନିଆର ସବୁଠୁ ବିପଦଜନକ ଦେଶ ଭାବେ ବିବେଚନା କରାଯାଉଛି | ଏଠାରେ ଶାସକ ଏବଂ ସେନାକୁ ନିନ୍ଦା କରୁଥିବା ସାମ୍ବାଦିକଙ୍କୁ ଅପହାରଣ କରାଯାଉଛି, ମାଡ ମରାଯାଉଛି ଏବଂ ହତ୍ୟା କରାଯାଉଛି |

ପ୍ରକୃତରେ ବିଗତ କିଛି ଦଶକ ଧରି ପାକିସ୍ତାନରେ ଟେକନିକ ଏବଂ ସଂସ୍ଥାଗତ ଭାବେ ସାମ୍ବାଦିକତା ଅପ୍ରାସଙ୍ଗିକ ହୋଇଛି | ଯଦିଓ ଇଣ୍ଟରନେଟର ପ୍ରସାରଣ ବଢିଛି କିନ୍ତୁ ସାମାଜିକ ଗଣମାଧ୍ୟମରେ ଯେପର୍ଯ୍ୟନ୍ତ ଯୋଗ୍ୟ ଏବଂ ନକହିବା ଯୋଗ୍ୟ ବିଷୟ ମଧ୍ୟରେ ସ୍ପଷ୍ଟତା ନସିବା ସେପର୍ଯ୍ୟନ୍ତ ରାଜନୈତିକ ଅର୍ଥରେ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ହାସଲ ହୋଇ ପାରିବ ନାହିଁ |

ମୂଳ ଲେଖା: ଡକ୍ଟର ସ୍ମିତା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...