Skip to main content

ଶ୍ରୀଲଙ୍କାରେ ଭାରତର ବୃଦ୍ଧି ପାଉଛି ନିବେଶ

ଭାରତ ଓ ଶ୍ରୀଲଙ୍କା ମାହୋ ରୁ ଓମାନଥାଇ ପର୍ଯ୍ୟନ୍ତ 130 କିଲୋମିଟର ଦୀର୍ଘ ବିଶିଷ୍ଟ ରେଳଧାରଣାର ଉନ୍ନତିକରଣ ଲାଗି 91.26 ନିୟୁତ ଆମେରିକୀୟ ଡଲାର ସମ୍ବଳିତ ଏକ ରାଜିନାମାରେ ସ୍ଵାକ୍ଷର କରିଛନ୍ତି | ବିଗତ 100 ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ରେଳ ଧାରଣାର ଉନ୍ନତିକରଣ କରାଯାଉଥିବାରୁ ଏହି ରାଜିନାମାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଶ୍ରୀଳଙ୍କାର ରେଳବାଇ ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ସର୍ବପରିଚିତ | ଭାରତ ଏହି ଦ୍ଵିପ ଦେଶରେ ରେଳବାଇ କ୍ଷେତ୍ରର ବିକାଶ ନିମନ୍ତେ ଏବେ ପର୍ଯ୍ୟନ୍ତ 1.3 ବିଲିୟନ ଆମେରିକୀୟ ଡଲାର ସହାୟତା ପ୍ରଦାନ ଲାଗି ପ୍ରତିଶୃତି ଦେଇଛି |.

ଏହା ପ୍ରତୀତ ହେଉଛି ଯେ ଭାରତ ଶ୍ରୀଲଙ୍କାରେ କେବଳ ପୁଞ୍ଜି ନିବେଶ ବୃଦ୍ଧି ଲାଗି ଇଛୁକ ନୁହେଁ ବରଂ ଅନ୍ୟ ଦେଶ ଗୁଡିକ ସହ ମଧ୍ୟ ମିଳିତ ନିବେଶ ଲାଗି ପ୍ରସ୍ତୁତ ଅଛି | ଭାରତ ଦ୍ଵାରା ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ଉପରେ କେନ୍ଦ୍ରିତ ଜନକଲ୍ୟାଣ ପ୍ରକଳ୍ପ ଗୁଡିକ ଆରମ୍ଭ କରାଯାଇଛି | ଚଳିତ ମାସ ଗମପା ଜିଲ୍ଲାରେ ଭାରତୀୟ ସହାୟତାରେ ନିର୍ମିତ 100ଟି ଆଦର୍ଶ ଗ୍ରାମ ଉଦଘାଟନ କରାଯାଇଥିଲା | ଏହି ନିର୍ମାଣ ଶ୍ରୀଲଙ୍କାର ଯୁଦ୍ଧ କ୍ଷ୍ୟତିଗ୍ରସ୍ତ ଉତ୍ତର, ପୂର୍ବ ଓ ମଧ୍ୟ ଭାଗରେ ନିର୍ମାଣ କରାଯିବାକୁ ଥିବା 60,000 ଘରର ଅଂଶ ବିଶେଷ ଭାବେ ନିର୍ମିତ କରାଯାଇଛି | ଏଥିମଧ୍ୟରୁ 2,400ଟି ଗ୍ରାମର ନିର୍ମାଣ ଭାରତ ସହାୟତାରେ କରାଯିବ | ଏହା ବ୍ଯତୀତ ଭାରତ ଦ୍ଵାରା ପ୍ରଦାନ କରାଯାଇଥିବା ଦେଶ ବ୍ୟାପୀ ଆମ୍ବୁଲାନ୍ସ ସେବା କୁ ମଧ୍ୟ ଶ୍ରୀଲଙ୍କା ବାସୀ ଭୂୟସୀ ପ୍ରଶଂସା କରୁଛନ୍ତି | କେବଳ ତାମିଲ ଅଧ୍ୟୁଷିତ ଉତ୍ତର ଓ ପୂର୍ବ ଅଞ୍ଚଳରେ ନୁହେଁ ବରଂ ଦେଶବ୍ୟାପୀ ଆଦର୍ଶ ଗ୍ରାମ ନିର୍ମାଣ କରିବାରେ ସହାୟତା କରି ଭାରତ ସହଯୋଗର ଏକ ସକାରାତ୍ମକ ସନ୍ଦେଶ ଦେଇଛି | ରଣନୀତିକ ସହଯୋଗ ସୁଦୃଢୀକରଣ କରିବା ପାଇଁ ପରସ୍ପର ମଧ୍ୟରେ ବିଶ୍ଵାସ ଭାଜନ ହେବା ନିହାତି ଜରୁରୀ |

ଭାରତର ସହଯୋଗର ଏହା ଥିଲା କେତୋଟି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ | ଶ୍ରୀଲଙ୍କା ରାଜନୀତି ପରିଦୃଶ୍ୟରେ ଅସ୍ଥିରତା ଜାରି ରହିଥିବା ସତ୍ତ୍ୱେ ଭାରତର ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକୁ ଉଚିତ ସମୟରେ କାର୍ଯ୍ୟକାରୀ କରାଯାଉଛି | ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଓ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଶ୍ରୀଲଙ୍କା ରେ ରାଜନୈତିକ ତର୍କ ଭାବେ ଚର୍ଚ୍ଚାର ବିଷୟ ହୋଇପଡିଛି | ଇଷ୍ଟର ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣା ପରେ ଦେଶରେ ସୁରକ୍ଷା ସ୍ଥିତି ବିପଦ ଶଙ୍କୁଳ ରହିଛି | ଭାରତ ଶ୍ରୀଲଙ୍କାର ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ସନ୍ତୁଳିତ ଆଭିମୁଖ୍ଯ ବ୍ୟକ୍ତ କରି କହିଛି ଯେ ଦେଶର ରାଜନେତା ଦ୍ୱୟ ପାରସ୍ପରିକ ମତଭେଦକୁ ଦେଶର ସାମ୍ବିଧାନିକ ନିୟମାନୁଯାୟୀ ସମାଧାନ କରିବା ଉଚିତ | ନିରାପତ୍ତା ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଭାରତ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ଵାନ ଜଣାଇ ସୀମା ପାର ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ସାମୁହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛି |

ଭାରତ ବନ୍ଦର ଗୁଡିକ ସମେତ ରଣନୀତିକ କ୍ଷେତ୍ରରେ ମଧ୍ୟ ନିବେଶ କରିବା ଲାଗି ସକ୍ଷମ ଅଛି | ଭାରତ- ଜାପାନ –ଶ୍ରୀଲଙ୍କା କଲୋମ୍ବୋ ବନ୍ଦର ଠାରେ ‘ଇଷ୍ଟ କଣ୍ଟେନର ଟର୍ମିନାଲ’ କୁ ମିଳିତ ଭାବେ ବିକଶିତ କରିବା ଲାଗି ରାଜି ହୋଇଛନ୍ତି | ଏହି ନିଷ୍ପତ୍ତି ଗ୍ରହଣ କରିବା ପରେ କ୍ଷେତ୍ରରେ ଚୀନର ବୃଦ୍ଧି ପାଉଥିବା ପ୍ରଭାବକୁ ରୋକିବା ପାଇଁ ଏହାକୁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି | ଚୀନକୁ ହାମ୍ବାନଟୋଟା ବନ୍ଦର 99 ବର୍ଷ ଲାଗି ଲିଜ ରେ ମିଳିଛି |

ଅପ୍ରେଲ 2019ରେ ହାମ୍ବାନଟୋଟା ରେ ମଟାରା ଓ ବେଲିଆଟ୍ଟା ଉପକୂଳବର୍ତ୍ତୀ ସହରକୁ ସଂଯୋଗ କରିବା ଲାଗି ଏକ ନୂଆ ରେଳ ଲାଇନ ଖୋଲିଥିଲା | ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅନ୍ତର୍ଗତ ଶ୍ରୀଲଙ୍କାରେ କୌଣସି ରେଳ ପ୍ରକଳ୍ପରେ ଚୀନ ଦ୍ଵାରା ଏହା ପ୍ରଥମ ନିବେଶ ଥିଲା |

ଭାରତ ଉତ୍ତରାଞ୍ଚଳ ପ୍ରଦେଶ ରେ କାଙ୍କେସାନ୍ଥୁରାଇ ପୋତାଶ୍ରୟ କୁ ବିକଶିତ କରିବା ପାଇଁ 45.27 ନିୟୁତ ଡଲାର ସମ୍ବଳିତ ଆର୍ଥିକ ସହାୟତା ପ୍ରଦାନ କରିବ | ଏଥି ସହିତ ମାର୍ଚ୍ଚ 2019 ରେ ହାମ୍ବାନଟୋଟା ବନ୍ଦର ନିକଟରେ 3.85 ବିଲିୟନ ଡଲାର ମୂଲ୍ୟର ତୈଳ ବିଶୋଧନାଗାର ସ୍ଥାପନା କରିବା ଲାଗି ଶିଳାନ୍ୟାସ କରାଯାଇଛି | ଭାରତୀୟ ବ୍ୟବସାୟ ସହ ଜଡିତ ସିଙ୍ଗାପୁର ରେ ପଞ୍ଜୀକୃତ କମ୍ପାନୀ ଓ ଓମାନ ର ତୈଳ ମନ୍ତ୍ରଣାଳୟ ର ମିଳିତ ସହଭାଗିତା ରେ ଏହା ସ୍ଥାପନା କରାଯିବ | ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହାମ୍ବାନଟୋଟା ନିକଟରେ ବହୁଦେଶୀୟ ପୁଞ୍ଜି ନିବେଶକୁ ସ୍ଵାଗତ ଜଣାଇଛନ୍ତି | ଭାରତ ତ୍ରିଙ୍କୋମାଲେ ପୋତାଶ୍ରୟ ଓ ମତାଲା ବିମାନ ବନ୍ଦର ମଧ୍ୟ ବିକଶିତ କରିବା ଲାଗି ଇଚ୍ଛା ପ୍ରକଟ କରିଛି | ତେବେ ନିବେଶ ଓ ପରିଯୋଜନା ର ରୂପରେଖ ଏଯାଏଁ ଚୁଡାନ୍ତ ହୋଇ ନାହିଁ |

ଶକ୍ତି ଓ ସଂଯୋଗ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ସହଯୋଗ ବୃଦ୍ଧି କରିବା ପାଇଁ ସହମତ ହୋଇଛନ୍ତି | ଜୁନ 2019 ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସଙ୍କ୍ରାନ୍ତୀୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ତ୍ରିଙ୍କୋମାଳି ନିକଟସ୍ଥ ସାମପୁର ରେ ସୌର ଶକ୍ତି ପ୍ରକଳ୍ପ ଓ କେରାବାଲାପିଟିୟା ରେ ଏଲଏନଜି ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି |

ଜାତିଗତ ସଂଘର୍ଷ ଓ ପୁଡ୍ଡୁଚେରି ନିକଟସ୍ଥ କାଙ୍କେସାନ୍ଥୁରାଇ ଓ କରାଇକଲ ବନ୍ଦର ମଧ୍ୟରେ ଯାତାୟାତ ସେବାର ଅଭାବ ଯୋଗୁଁ ସଂଯୋଗୀକରଣ ଦୀର୍ଘ ସମୟରୁ ଏକ ସମସ୍ୟା ଭାବେ ଉଭା ହୋଇଛି | ଭାରତ ର ସହାୟତାରେ କାଙ୍କେସାନ୍ଥୁରାଇ ପୋତାଶ୍ରୟ ର ବିକାଶ ଦ୍ଵାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ହେବାର ଆଶା ଉଜ୍ଜୀବିତ ହୋଇଛି | ଏହାଦ୍ବାରା ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ |

ଏହି ବିକାଶ ଯୋଜନା ଗୁଡିକରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଭାରତ ପଡୋଶୀ ଦେଶ ଶ୍ରୀଲଙ୍କାରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିଛି | ତେବେ ଭାରତୀୟ ମହାସାଗର କ୍ଷେତ୍ରରେ ଭାରତକୁ ନିଜର ରଣନୀତିକ ସ୍ଥିତି ଆହୁରି ମଜବୁତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି |

ମୂଳ ଲେଖା : ଡଃ ଏମ ସମଥା, ଭାରତୀୟ ମହାସାଗର ଅଞ୍ଚଳ ଉପରେ ସାମରିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...