Skip to main content

ଭାରତ ଏବଂ ପାକିସ୍ତାନ କର୍ତ୍ତାରପୂର କରିଡର ରାଜିନାମାକୁ ଚୂଡାନ୍ତ କରିବାରେ ଅଗ୍ରସର

କର୍ତ୍ତାରପୂର କରିଡର ପ୍ରକଳ୍ପର ରୂପରେଖ ଚୂଡାନ୍ତ କରିବା ପାଇଁ ଭାରତ ଏବଂ ପାକିସ୍ତାନର ଅଧିକାରୀ ମାନଙ୍କ ମଧ୍ୟରେ ୱାଘା-ଆଟ୍ଟାରୀ ସୀମାରେ ଦ୍ଵିତୀୟ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି | ପାକିସ୍ତାନର ନାରୋୱାଲ ଜିଲ୍ଲାରେ ଥିବା ଐତିହାସିକ ଦରବାର ସାହିବ ଗୁରୁଦ୍ଵାରକୁ ଭାରତୀୟ ତୀର୍ଥ ଯାତ୍ରୀମାନେ ଯେଭଳି ଦର୍ଶନ ସକାଶେ ଯାଇପାରିବେ ତାହା ସୁଗମ କରିବା ଉଦ୍ଦେଶ୍ୟରେ କର୍ତ୍ତାରପୂର କରିଡର ପ୍ରକଳ୍ପ କାର୍ଯ୍ୟ ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣା ହେଉଛି | ଏହି କାର୍ଯ୍ୟର ଉଲ୍ଲେଖନୀୟ ପ୍ରଗତି ଘଟିଥିବା ବିଷୟ ଉଭୟ ପକ୍ଷ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ କଥାବାର୍ତ୍ତାରୁ ସ୍ପଷ୍ଟ ଅନୁମେୟ ହେଉଛି | 
ଷୋଡଶ ଶତାବ୍ଦୀର ଏହି ଗୁରୁଦ୍ୱାରର, ମହତ୍ତ୍ୱପୂର୍ଣ୍ଣ ଐତିହାସିକ ଏବଂ ଧାର୍ମିକ ମୂଲ୍ଯବୋଧ ରହିଛି |  ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଜୀ ତାଙ୍କ ଜୀବନର ଶେଷ ପର୍ଯ୍ୟାୟ ଏଠାରେ ଅତିବାହିତ କରିଥିଲେ ଏବଂ 1539 ମସିହାରେ ସେ ଏହି ଗୁରୁଦ୍ଵାରରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ | ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନା ମୂଳକ ପରିସ୍ଥିତି ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ବୁଝାମଣା ହୋଇଛି | 2018 ମସିହା ନଭେମ୍ବର 26 ତାରିଖରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ଠାରେ କର୍ତ୍ତାରପୂର କରିଡରର ଶିଳାନ୍ୟାସ କରିବା ପରେ ଏବଂ 2018 ମସିହା ନଭେମ୍ବର 28 ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କର୍ତ୍ତାରପୂର ସାହିବ ଗୁରୁଦ୍ଵାର ନିକଟରେ ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ କରିବାପରେ, ଦରବାର ସାହିବ ଗୁରୁଦ୍ଵାର ତୀର୍ଥ ଯାତ୍ରୀ ମାନଙ୍କର ଦୀର୍ଘ ଦିନର ଆକାଂକ୍ଷା ପୂରଣ ହେବାର ଆଶା ଉଜ୍ଜୀବିତ ହୋଇଥିଲା |        
କର୍ତ୍ତାରପୂର କରିଡର ପ୍ରକଳ୍ପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା | ଏହି ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ  ଉଭୟ ଦେଶର ବୈଷୟିକ ଟିମ ମଧ୍ୟରେ ଆଲୋଚନା ହୋଇଥିଲା | ବୁଝାମଣା ସକାଶେ ପାକିସ୍ତାନ ଦ୍ଵାରା ଗଠିତ ଟିମରେ ଖଲିସ୍ଥାନ ସମର୍ଥକ ମାନଙ୍କୁ ସାମିଲ କରାଯାଇଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଥିଲା | ନୂଆଦିଲ୍ଲୀର ଦାବିକୁ ସ୍ଵୀକାର କରି ଦ୍ଵିତୀୟ ପର୍ଯ୍ୟାୟ କଥାବାର୍ତ୍ତା ପୂର୍ବରୁ ପାକିସ୍ତାନ ଏହାର ଟିମରୁ ସେହି ବିବାଦୀୟ ସଦସ୍ୟ ମାନଙ୍କୁ ହଟାଇ ଦେଇଥିଲା | ଦ୍ଵିତୀୟ ପର୍ଯ୍ୟାୟ କଥାବାର୍ତ୍ତାରେ ଭାରତ, ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ସୁରକ୍ଷିତ ଏବଂ ନିରାପଦ ବାତାବରଣ ଉପରେ ପ୍ରାଧାନ୍ଯ ଦେଇଥିଲା | ତେବେ ଏହି କରିଡରକୁ ଭାରତ-ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପାକିସ୍ତାନ ଭାରତକୁ ପ୍ରତିଶ୍ରୁତି ଦେଇଛି |
ପାକିସ୍ତାନ, ତୀର୍ଥ ଯାତ୍ରା ସକାଶେ ପ୍ରତିଦିନ 5,000 ତୀର୍ଥଯାତ୍ରୀଙ୍କୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି ଦେବାପାଇଁ  ରାଜି ହୋଇଛି, ପୂର୍ବରୁ ଏହା ଦୈନନ୍ଦିନ କେବଳ 500 ରୁ 700 ତୀର୍ଥଯାତ୍ରୀଙ୍କୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି ଦେବା ପାଇଁ ସ୍ଥିର କରିଥିଲା | ଭାରତୀୟ ପାସପୋର୍ଟ ଧାରକ ଏବଂ ପ୍ରବାସୀ ଭାରତୀୟ ମାନଙ୍କ ପାଇଁ କର୍ତ୍ତାରପୁର ଗୁରୁଦ୍ଵାର ସାହିବଙ୍କ ଦର୍ଶନ ଲାଗି ଏହି ବ୍ୟବସ୍ଥା ରହିବ | ସ୍ଵତନ୍ତ୍ର ମହୋତ୍ସବ କିମ୍ବା ସମାରୋହରେ ଅତିରିକ୍ତ 10,000 ତୀର୍ଥ ଯାତ୍ରୀଙ୍କୁ ବିନା କୌଣସି କଟକଣା ଲାଗୁ କରି ତୀର୍ଥ ଯାତ୍ରା ନିମନ୍ତେ ଅନୁମତି ଦେବାକୁ ମଧ୍ୟ ଭାରତ କଥାବାର୍ତ୍ତା ସମୟରେ ଦାବୀ ଉପସ୍ଥାପନ କରିଛି |
ଦରବାର ସାହିବ ଗୁରୁଦ୍ଵାରକୁ ଯାତ୍ରା ନିମନ୍ତେ ତୀର୍ଥ ଯାତ୍ରୀଙ୍କ ଉପରେ ଶୁଳ୍କ ଲାଗୁ କରିବା ପ୍ରସଙ୍ଗ ପାକିସ୍ତାନ ପୂର୍ବରୁ ଉତଥାପନ କରିଥିଲା | ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଯାତ୍ରା ସକାଶେ ଏକ ଅନୁମତି ପ୍ରଦାନ ବ୍ୟବସ୍ଥା ମଧ୍ୟ ଲାଗୁ କରିବାକୁ ପୂର୍ବରୁ ସ୍ଥିର କରିଥିଲା | ତେବେ ଭାରତ, ଏହି ଦୁଇଟି ପ୍ରସଙ୍ଗକୁ ପୁନର୍ବିଚାର କରିବାକୁ ପାକିସ୍ତାନକୁ ପୁଣି କହିଛି |

ତେବେ ମୌଳିକଢାଞ୍ଚା ଜନିତ କିଛି ସୀମିତ ବ୍ୟବସ୍ଥା ଥିବା ଦର୍ଶାଇ ପାକିସ୍ତାନ, ଭାରତର ଅଧିକାଂଶ ପ୍ରସ୍ତାବକୁ ପର୍ଯ୍ୟାୟକ୍ରମେ ଗ୍ରହଣ କରିବାରେ ସମର୍ଥ ହୋଇପାରେ ବୋଲି କହିଛି | ତେବେ ରବି ନଦୀ ଉପରେ ଯଥାଶୀଘ୍ର ଏକ ପୋଲ ନିର୍ମାଣ କରିବା ପ୍ରସ୍ତାବ ଉପରେ ଏହା ରାଜି ହୋଇଛି | ବର୍ଷା ଓ ବନ୍ୟା ସମୟରେ ତୀର୍ଥଯାତ୍ରୀ ମାନେ ଯେଭଳି କୌଣସି ଅସୁବିଧାର ସମୁଖୀନ ନହୁଅନ୍ତି ସେଥିପାଇଁ ନଦୀବନ୍ଧ ନିର୍ମାଣ ସକାଶେ ଭାରତୀୟ ଟିମ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଥିଲେ |

କର୍ତ୍ତାରପୂର ସାହିବ କରିଡର ଉପରେ ରାଜିନାମା ଚୂଡାନ୍ତ କରିବା ସକାଶେ ଉଭୟ ପକ୍ଷ ଯୋଗାଯୋଗର ମାଧ୍ୟମ ଏବଂ କାର୍ଯ୍ୟର ପ୍ରଗତି ଜାରି ରଖିବାକୁ ସହମତ ହୋଇଛନ୍ତି | ପବିତ୍ର ଗୁରୁଦ୍ଵାର ସ୍ଥଳୀକୁ ତୀର୍ଥଯାତ୍ରୀ ମାନଙ୍କ ପରିଦର୍ଶନ ନିମନ୍ତେ ବିନା କୌଣସି ବାଧାବିଘ୍ନରେ ଯେଭଳି ସଂଯୋଗ ସ୍ଥାପନ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ଉଭୟ ଦେଶର ବୈଷୟିକ ଟିମଙ୍କ ମଧ୍ୟରେ ପୁଣିଥରେ ବୈଠକ ଅନୁଷ୍ଠିତ ହେବ | ସମୟାନୁଯାୟୀ 2019 ନଭେମ୍ବର ମାସ ସୁଦ୍ଧା କର୍ତ୍ତାରପୂର କରିଡର କାର୍ଯ୍ୟକ୍ଷମ ହୋଇଯିବା ଆଶା କରାଯାଉଛି; ଯାହାଫଳରେ ଚଳିତ ବର୍ଷ ନଭେମ୍ବର 12 ତାରିଖରେ ଗୁରୁ ନାନକ ଦେବଜୀଙ୍କର 550 ତମ ଜନ୍ମବାର୍ଷିକୀ ପୂର୍ବରୁ ତୀର୍ଥଯାତ୍ରୀ ମାନେ ଏହି ପବିତ୍ର ସ୍ଥଳୀକୁ ସେମାନଙ୍କର ତୀର୍ଥଯାତ୍ରା ଆରମ୍ଭ କରିପାରିବେ | 
     
ମୂଳ ଲେଖା :  ରତ୍ତନ ସାଲଦି, ରାଜନୈତିକ ଭାଷ୍ୟକାର 
ଅନୁବାଦ     : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...