Skip to main content

ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ନିରାପତ୍ତା ସଂପର୍କ ବୃଦ୍ଧି



ଭାରତ ଏବଂ ଉଜବେକିସ୍ତାନର ସନ୍ତ୍ରାସବାଦ ନିରୋଧି ସଂଯୁକ୍ତକାର୍ଯ୍ୟବାହି ଗୋଷ୍ଠିର ଅଷ୍ଠମ ବୈଠକ ନୂଆଦିଲ୍ଲୀରେ ହୋଇଛି | ଦୁଇଦେଶର ବରିଷ୍ଠ ଅଧିକାରୀମାନେ ସୀମା ପାର ସନ୍ତ୍ରାସବାଦ ଏବଂ ନିଜ ନିଜଅଞ୍ଚଳରେ ଓ ବିଶ୍ବର ଅନ୍ୟ ଭାଗରେ ସନ୍ତ୍ରାସବାଦି ଗୋଷ୍ଠି ଦ୍ବାରାଚଳାଯାଉଥିବା ସନ୍ତ୍ରାସବାଦ ଗତିବିଧିର ବିପଦ ଉପରେ ଆଲୋଚନାହେଲା | ବୈଠକରେ ସନ୍ତ୍ରାସବାଦ, ମୌଳବାଦ, ସନ୍ତ୍ରାସବାଦଉଦ୍ଦେଶ୍ୟରେ ବ୍ଯବହାର କରାଯାଉଥିବା ଇଣ୍ଟରନେଟ ଏବଂ ବିଦେଶିସନ୍ତ୍ରାସବାଦିଙ୍କୁ ପ୍ରତ୍ୟାର୍ପଣ ଓ ଅନ୍ୟ ଚ୍ୟାଲେଞ୍ଜଗୁଡିକ ବିଷୟରେ ସୂଚନାଆଦାନପ୍ରଦାନ କରାଗଲା ଓ ଆଲୋଚନା ହେଲା | ଏହା ସହିତ ଦ୍ବିପକ୍ଷୀୟସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେଲା |

ବୈଠକ କାଳରେ ଜାତି ସଂଘ, ସାଂଘାଇ ସହଯୋଗ ସଂଗଠନ, ଆଞ୍ଚଳିକସନ୍ତ୍ରାସବାଦରୋଧି ସଂରଚନା ଏବଂ ଆର୍ଥିକ ହେରଫେର ଓ ସନ୍ତ୍ରାସବାଦପାଇଁ ପାଣ୍ଠି ସଂଗ୍ରହକୁ ରୋକିବା ପାଇଁ ଗଠିତ ୟୁରେସିଆ ସଂଗଠନ ପରିଅନ୍ୟ ବହୁ ପକ୍ଷୀୟ ମଂଚରେ ସହଯୋଗ ବିଷୟରେ ମଧ୍ୟ ଆଲୋଚନାହେଲା | 2017ରୁ ଭାରତ ସାଂଘାଇ ସହଯୋଗ ସଂଗଠନର ସ୍ଥାୟୀ ସଦସ୍ୟରହିଛି | ଗତମାସ ବିଶକେକରେ ହୋଇଥିବା ସାଂଘାଇ ସହଯୋଗସଂଗଠନର 19ତମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ କହିଥିଲେ ଯେ ଆଞ୍ଚଳିକ ସନ୍ତ୍ରସବାଦରୋଧି ସଂରଚନାକୁସନ୍ତ୍ରାସବାଦର ଲୋପ ପାଇଁ ବ୍ୟବହାର କରିବା ଦରକାର |

ନିରାପତ୍ତା ସହଯୋଗ ସହିତ ଭାରତ ଏବଂ ଉଜବେକିସ୍ତାନ ନିଜରରାଜନୈତିକ ଏବଂ ଅର୍ଥନୈତିକ ସକ୍ରିୟତାକୁ ମଧ୍ୟ ବଢାଇଛନ୍ତି | ଦୁଇ ଦେଶମଧ୍ୟରେ ନିୟମିତ ବୈଠକ ମଧ୍ୟ ହେଉଛି | 2015ରେ ଶ୍ରୀ ମୋଦି ନିଜର ମଧ୍ୟଏସିଆ ଗସ୍ତ କାଳରେ ଉଜବେକିସ୍ତାନ ଯାଇଥିଲେ ଦ୍ବିପକ୍ଷୀୟସଂପର୍କର ସୁଦୃଢିକରଣ ପାଇଁ ଉଜବେକିସ୍ତାନର ରାଷ୍ଟ୍ରପତି ମଧ୍ୟ 2018ରୁଦୁଇଥର ଭାରତ ଆସିଲେଣି |2018 ଅକ୍ଟୋବର 1 ଏବଂ 2019 ଜାନୁଆରୀରେ ସେ ଭାରତ ଆସିଥିଲେ |

ନିଜର ଭୌଗୋଳିକ ସ୍ଥିତି ଯୋଗୁଁ ମଧ୍ୟ ଏସିଆରେ ଉଜବେକିସ୍ତିାନରଗୁରୁତ୍ବ ରହିଛି | ଏହି ଦେଶରେ 3 କୋଟି 30 ଲକ୍ଷ ଲୋକ ରୁହନ୍ତି ଯାହାକିଏହି ଅଞ୍ଚଳର ସବୁଠୁ ଅଧିକ ଜନସଂଖ୍ୟା | ଉଜବେକିସ୍ଥାନ ଏପରି ଏକଦେଶ ଯାହାର ସୀମା ମଧ୍ୟ ଏସିଆର ପ୍ରାୟ ସବୁ ଦେଶ ସହିତ ରହିଛି | ଉଜବେକିସ୍ତିାନ ଭାରତର ପ୍ରତିରକ୍ଷା ଭାଗିଦାରୀ ମଧ୍ୟ | ଭାରତ ଏବଂଉଜବେକିସ୍ତାନ ଆଫଗାନିସ୍ଥାନରେ ଶାନ୍ତି ଏବଂ ସ୍ଥିରତା ଚାହାନ୍ତି | ଉଜବେକିସ୍ତାନରେ ହିଁ ଭାରତ ଏବଂ ମଧ୍ୟ ଏସିଆର ବିଦେଶ ମନ୍ତ୍ରୀମାନଙ୍କମଧ୍ୟରେ ଚଳିତ ବର୍ଷ ଜାନୁୟାରୀରେ ହୋଇଥିଲା |

ଦୁଇ ଦେଶ ମଧ୍ୟରେ ଉତ୍ତମ ସଂପର୍କ ଥିବା ସତ୍ତ୍ବେ ବାଣିଜ୍ୟ କାରବାରବହୁତ କମ ରହିଛି | ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ 2018-19ରେ 328.12 ମିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥିଲାଯାହାକି ଶତକଡା 40 ଭାଗ ବୃଦ୍ଧି ଘଟିଛି | ଦୁଇ ଦେଶ 2020 ସୁଦ୍ଧା ଦ୍ବିପକ୍ଷୀୟକାରବାର ଏକ ଟ୍ରିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖିଛନ୍ତି |

ଭାରତ ଉଜବେକିସ୍ତାନ ପାଇଁ 200 ମିଲିୟନ ଡଲାର ଋଣ ଘୋଷଣା କରିଛିଉଭୟ ଦେଶ ମଧ୍ୟରେ ଅନେକ ସମ୍ଭାବନା ରହିଛି | ଉଜବେକିସ୍ତାନ ଭାରତଠାରୁ ସୂଚନା ଜ୍ଞାନକୌଶଳ, ଶିକ୍ଷା, ଔଷଧ, କୃଷି, ଉଦୌଗ ତଥା ପର୍ଯ୍ୟଟନକ୍ଷେତ୍ରରେ ନିବେଶ ଚାହୁଁଛି | ମଧ୍ୟ ଏସିଆରୁ ସମୁଦ୍ର କିମ୍ବା ଆକାଶ ମାର୍ଗରେସିଧା ସଂପର୍କ ନଥିବା କାରଣରୁ ଆର୍ଥିକ ଗତିବିଧିରେ ମୁଖ୍ୟତ ବାଧା ଉପୁଜୁଛି| ଦୁଇ ଦେଶ ବିଭିନ୍ନ କ୍ଷେତ୍ରରେ ସଂପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି | ଉଜବେକିସ୍ତାନ, ତୁର୍କମେନିସ୍ତାନ, ଓମାନ ଏବଂ ଇରାନ ମଧ୍ୟରେ ହୋଇଥିବାଆଶଗାବାଦ ଯୋଗାଯୋଗ ସଂଯୋଗ ଜୋନ ପାଇଁ ବୁଝାମଣାରେ ଭାରତସାମିଲ ହୋଇଛି ଏବଂ ଇରାନର ଚବାହାର ବନ୍ଦରରେ ମଧ୍ୟ ନିବେଶ କରିଛି| ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ମଧ୍ୟ ଏକ ଏପରିବହୁପକ୍ଷୀୟ ପଦକ୍ଷେପ ଯାହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆରୁ ଭାରତରସଂପର୍କକୁ ସହଜ କରିପାରେ |



ମୂଳ ଲେଖା : ଡକ୍ଟର ଅହତର ଜଫର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...