Skip to main content

ଏ ସପ୍ତାହରେ ପାର୍ଲାମେଣ୍ଟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ-2ର ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି | ରାଷ୍ଟ୍ରପତି କହିଛନ୍ତି ଏହି ଐତିହାସିକ ଉତକ୍ଷେପଣ ସମସ୍ତ ଭାରତୀୟଙ୍କ ପାଇଁ ଗୌରବମୟ ମୂହୁର୍ତ୍ତ ଏବଂ ଏହି ମିଶନ ନୂଆ ଉଦଭାବନ ଏବଂ ଜ୍ଞାନକୁ ରୁଦ୍ଧିମନ୍ତ କରିବ| ଉପରାଷ୍ଟ୍ରପତି କହିଛନ୍ତି ଚନ୍ଦ୍ରଯାନ-2ର ସଫଳ ଅବସ୍ଥାନ ଭାରତକୁ ଏ କ୍ଷେତ୍ରରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ହେବାର ଗୌରବ ଦେଇଛି | ପ୍ରଧାନମନ୍ତ୍ରୀ ଏହି ଅଭିଯାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଭାରତୀୟ ବୈଜ୍ଞାନିକମାନଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଓ ଦକ୍ଷତାର ଉଦାହରଣ ସୃଷ୍ଟି କରିଛି |

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ପାକିସ୍ତାନ ସହିତ ସମସ୍ତ ପ୍ରସଙ୍ଗ କେବଳ ଦ୍ବିପକ୍ଷୀୟ ଆଲୋଚନା ମାଧ୍ୟମରେ ହେବ ବୋଲି ଭାରତର ସ୍ଥିର ଆଭିମୁଖ୍ୟ ରହିଛି | ଜମ୍ମୁ କଶ୍ମୀର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଉପରେ ରାଜ୍ୟ ସଭାରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ମଧ୍ୟସ୍ଥତା ପାଇଁ କେବେବି ଅନୁରୋଧ କରିନାହାନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଯେ ସୀମାପାର ସନ୍ତ୍ରାସବାଦ ବନ୍ଦ ହେଲେ ତେବେ ଯାଇ ଭାରତ ପାକିସ୍ତାନ ସହିତ ଆଲୋଚନା କରିବାକୁ ରାଜି ହେବ | ଦୁଇ ପକ୍ଷ ମଧ୍ୟରେ ବିବାଦର ସମାଧାନ କେବଳ ଶିମଳା ରାଜିନାମା ଏବଂ ଲାହୋର ଚୁକ୍ତି ଆଧାରରେ ହିଁ ହେବ | ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି କେତେକ ବିରୋଧି ଦଳ ନେତା ଲୋକସଭାରେ ଦାବି କରିଥିଲେ |

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କଶ୍ମୀର ପ୍ରସଙ୍ଗ ଉପରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଶିମଳା ରାଜିନାମା ବିରୋଧି ଲୋକସଭାରେ ଏକ ବିବୃତ୍ତିରେ ଶ୍ରୀ ସିଂହ କହିଛନ୍ତି ଯେ ବୈଦେଶି ମନ୍ତ୍ରୀ ଏ ସଂପର୍କରେ ସ୍ପଷ୍ଟ କରିସାରିଛନ୍ତି ଏବଂ ଗତମାସ ଓସାକାରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏ ସଂପର୍କରେ କୌଣସି ଆଲୋଚନା କରିନାହାନ୍ତି ଏବଂ ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ନିଜେ ସେହି ବୈଠକରେ ଉପସ୍ଥିତ ଥିଲେ ସେ କହିଛନ୍ତି ପାକିସ୍ତାନ ସହିତ କେବଳ କଶ୍ମୀର ଉପରେ ନୁହେଁ ବରଂ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ମଧ୍ୟ ଆଲୋଚନା ହେବ

ଲୋକସଭାରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ସଂଶୋଧନ ବିଲ 2019 ପାସ ହୋଇଛି | ବିତର୍କର ଉତ୍ତର ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ସନ୍ତ୍ରାସବାଦ କାର୍ଯ୍ୟରେ ଲିପ୍ତ ଅଛି ତେବେ ତାକୁ ସନ୍ତ୍ରାସବାଦି ବୋଲି ସରକାର ଘୋଷଣା କରିପାରିବେ | ସେ ଏକଥା ମଧ୍ୟ କହିଛନ୍ତି ଯେ ତଦନ୍ତ ସମୟରେ ଜାତୀୟ ତଦନ୍ତ ଏଜେନ୍ସି ସଂପୃକ୍ତ ବ୍ୟକ୍ତିବିଶେଷର ସଂପତ୍ତି ବ୍ୟାଜାପ୍ତ କରିପାରିବାର ଆଇନ ଏହି ବିଲରେ ରହିଛି |

ପିଲାମାନଙ୍କର ସୁରକ୍ଷା ପାଇଁ ଯୌନ ନିର୍ଜାତନା ସଂଶୋଧନ ବିଲ 2019 ରାଜ୍ୟ ସଭାରେ ପାସ ହୋଇଛି | ବିଲ ଅନୁଯାୟୀ ପିଲାମାନଙ୍କ ବିରୁଦ୍ଧରେ ଯୌନ ଅପରାଧ ପାଇଁ ଅଧିକ ଦଣ୍ତ ଏବଂ ଆବଶ୍ୟକ ସ୍ଥଳେ ମୃତ୍ୟୁ ଦଣ୍ତର ବ୍ୟବସ୍ଥା ରହିଛି | ବିଲ ଉପରେ ବିତର୍କର ଉତ୍ତର ଦେଇ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି ପଡି ରହିଥିବା ମାମଲାର ଶିଘ୍ର ସମାଧାନ ପାଇଁ ସରକାର 1023 ଫାଷ୍ଟ ଟ୍ରାକ କୋର୍ଟକୁ ମଞ୍ଜୁର କରିଛନ୍ତି |

ଲୋକସଭାରେ ମୁସଲମାନ ମହିଳା ବିବାହ ସୁରକ୍ଷା ଅଧିକାର ବିଲ 2019 ବା ତିନି ତଲାକ ବିଲ ପାସ ହୋଇଛି | ବିଲ ଉପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ 2017ରେ ସୁପ୍ରିମ କୋର୍ଟ ରାୟ ପାସ ହେବା ପରେ ମଧ୍ୟ ତିନି ତଲାକ ଏବେବି ଜାରି ରହିଛି | ସେ କହିଛନ୍ତି ଏହି ବ୍ୟବସ୍ଥା ଅନେକ ଦେଶରେ ପ୍ରତିବନ୍ଧିତ ହୋଇଛି |


ମୂଳଲେଖା: ଭି ମୋହନ ରାଓ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...