Skip to main content

ଆନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଭାରତର କୂଟନୈତିକ ବିଜୟ

କୁଳଭୂଷଣ ମାମଲାରେ ଆନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ଭାରତକୁ ଏକ ବଡ କୂଟନୈତିକ ସଫଳତା ମିଳିଛି | ଆଇସିଜେର ରାୟ ଭାରତ ସପକ୍ଷରେ ଯାଇଛି | ଅଦାଲତ କୁଳଭୂଷଣଙ୍କ ଫାଶୀ ଉପରେ ରହିତାଦେଶ ଲଗାଇବା ସହ ତାଙ୍କୁ ସମ୍ପୁର୍ଣ୍ଣ ଦୂତାବାସ ସହାୟତା ପ୍ରଦାନ କରିବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି |

କୁଳଭୂଷଣ ସୁଧିର ଯାଦବଙ୍କୁ ପାକିସ୍ତାନ ମାର୍ଚ୍ଚ 2016 ରେ ଇରାନରୁ ଅପହରଣ କରିନେବା ପରେ ତାଙ୍କୁ ଭାରତର ଗୁପ୍ତଚର ଓ ଆତଙ୍କବାଦୀ ଭାବେ ଦର୍ଶାଇ ସାମରିକ ଅଦାଲତରେ ହାଜର କରାଯାଇଥିଲା ଓ ଏପ୍ରିଲ 2017 ରେ ପାକିସ୍ତାନ ସାମରିକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ | ଏହାର ପ୍ରତିବାଦ କରି ଭାରତ ମେ 2017 ରେ ହେଗ ସ୍ଥିତ ଆନ୍ତର୍ଜାତୀୟ ନ୍ୟାୟ ଅଦାଲତ(ଆଇସିଜେ)ର ଦ୍ଵାରସ୍ଥ ହୋଇଥିଲା | ପାକିସ୍ତାନ 1963 ର ଦୂତାବାସ ସଙ୍କ୍ରାନ୍ତୀୟ ଭିଏନା ଚୁକ୍ତି ଲଙ୍ଘନ କରିଥିବା କଥା ଅଭିଯୋଗ କରି ଭାରତ ଏହି ଅଦାଲତର ଦ୍ଵାରସ୍ଥ ହୋଇଥିଲା | ଚୁକ୍ତିର ଧାରା 36 ଅନୁଯାୟୀ ପାକିସ୍ତାନ କୁଳଭୂଷଣ ଙ୍କୁ ଅଟକ ରଖିବା ନେଇ ଭାରତକୁ ଅବିଳମ୍ବେ ସୂଚନା ଦେବା ଓ ଯାଦବଙ୍କୁ ଦୂତାବାସ ସହାୟତା ଉପଲବ୍ଧ କରିବାର ଆବଶ୍ୟକତା ଥିଲା |

ଆଇସିଜେରେ ଏହି ମାମଲାର ଶୁଣାଣୀ ସମୟରେ ଭାରତ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଆଇନଗତ ଯୁକ୍ତି ଓ ଦଲିଲ ଗୁଡିକୁ ପାକିସ୍ଥାନ ଖାରିଜ କରିଦେଇଥିଲା | ଜୁଲାଇ 17 2019 ରେ ଆଇସିଜେ ରାୟ ପ୍ରକାଶ କରି କହିଛନ୍ତି ଯେ ଭାରତୀୟ ନାଗରିକ ଯାଦବଙ୍କୁ ଅଟକ ରଖି ତାଙ୍କ ବିରୁଦ୍ଧରେ ଦଣ୍ଡାଦେଶ ଲାଗୁ କରିବା ସହ ତାଙ୍କୁ ଦୂତାବାସ ସହାୟତାରୁ ବଞ୍ଚିତ କରି ପାକିସ୍ତାନ, ଦୂତାବାସ ସଙ୍କ୍ରାନ୍ତୀୟ ଭିଏନା ଚୁକ୍ତିର ଧାରା 36 କୁ ସମ୍ପୁର୍ଣ୍ଣ ଉଲଙ୍ଘନ କରିଛି |

ଏକ ଐତିହାସିକ ରାୟରେ ଆଇସିଜେ ସର୍ବସମତି କ୍ରମେ ଦୃଢତାର ସହ କହିଥିଲେ ଯେ ଏହି ମାମଲା ଉପରେ ଏହାର ଅଧିକାର କ୍ଷେତ୍ର ଥିଲା କାରଣ ଉଭୟ ଭାରତ ଓ ପାକିସ୍ତାନ ଭିଏନା ଚୁକ୍ତି ର ସ୍ଵାକ୍ଷର କର୍ତ୍ତା ଅଛନ୍ତି | ଆଇସିଜେ ଏହି ମାମଲାକୁ ମଧ୍ୟସ୍ଥ ନ୍ୟାୟାଧୀକରଣ ବା ଏକ ତୋଷଣ କମିଶନ ନିକଟକୁ ପଠାଇବାକୁ ପାକିସ୍ଥାନ ର ପ୍ରୟାସ କୁ ଖାରିଜ କରିଦେଇଛନ୍ତି ଓ ଭାରତକୁ ଏହି ମାମଲାରେ ସିଧାସଳଖ ଆଇସିଜେ ର ଦ୍ଵାରସ୍ଥ ହେବାର ଅଧିକାର ଥିଲା ବୋଲି କହିଛନ୍ତି | ଗୁପ୍ତଚର ବୃତ୍ତି ଲାଗି ଅଟକ ରଖାଯାଇଥିବା ବ୍ୟକ୍ତି ବିଶେଷଙ୍କ ମାମଲାରେ ଭିଏନା ଚୁକ୍ତି ଲାଗୁ କରାଯାଏନାହିଁ ବୋଲି ପାକିସ୍ତାନ ପକ୍ଷର ଦଲିଲକୁ ମଧ୍ୟ ଆଇସିଜେ ପ୍ରତ୍ୟାଖ୍ୟାନ କରିଦେଇଥିଲେ | କୁଳଭୂଷଣ ଯାଦବଙ୍କୁ ଗିରଫ କରିବାର ତିନି ସପ୍ତାହ ପର୍ଯ୍ୟନ୍ତ ଭାରତକୁ ନଜଣାଇବା ସହ ତାଙ୍କୁ ଭାରତୀୟ ଦୂତାବାସ ସହାୟତା ଉପଲବ୍ଧ ନକରାଇ ପାକିସ୍ତାନ ଭିଏନା ଚୁକ୍ତି ର ଲଙ୍ଘନ କରିଛି ବୋଲି ଅଦାଲତ ରାୟ ଦେଇଛନ୍ତି | ଏହି ମାମଲାରେ ପାକିସ୍ତାନ ଭାରତକୁ ଯଥାଶୀଘ୍ର ଏ ବିଷୟରେ ଅବଗତ କରାଇବାର ଆବଶ୍ୟକତା ଥିଲା ବୋଲି କୋର୍ଟ କହିଛନ୍ତି |

ଆଇସିଜେଙ୍କ ରାୟ ଧାରା 6 ଉପରେ ନିହିତ ରହିଛି ଯାହା ପାକିସ୍ତାନ ଦ୍ଵାରା ଏହି ଭିଏନା ଚୁକ୍ତି ଲଙ୍ଘନକୁ ରୋକିବା ପାଇଁ ପ୍ରସ୍ତାବ ଦେଇଛି | କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ପ୍ରଦାନ କରିବା ସମେତ ତାଙ୍କ ଅଧିକାର ବଜାୟ ରଖିବା ଲାଗି ଅଦାଲତ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି | ଏହା ସହିତ ପାକିସ୍ତାନ ମାମଲାର ପୁନର୍ବିଚାର କରିବାକୁ କହିଛନ୍ତି | ପାକିସ୍ତାନ ଏହି ମାମଲାର ପୁନର୍ବିଚାର ନକରିବା ପର୍ଯ୍ୟନ୍ତ ସାମରିକ ଅଦାଲତ ଦ୍ଵାରା ଦିଆଯାଇଥିବା ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇପାରିବ ନହିଁ ବୋଲି ଆଇସିଜେ ସ୍ପଷ୍ଟ କରିଛନ୍ତି |

ଅଦାଲତର ଏହି ରାୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରି “ ସତ୍ୟ ଓ ନ୍ୟାୟ ର ବିଜୟ ହୋଇଛି ବୋଲି କହିଛନ୍ତି | ପ୍ରକୃତ ସତ୍ୟାସତ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଅବଲୋକନ କରିବା ପରେ ଏହି ରାୟ ଦେଇଥିବାରୁ ସେ ଆଇସିଜେଙ୍କୁ ଅଭିନନ୍ଦନ ଜଣାଇଛନ୍ତି | କୁଳଭୂଷଣ ଯାଦବଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି | ଆମ ସରକାର ସଦା ସର୍ବଦା ପ୍ରତୀଟି ଭାରତୀୟଙ୍କ ସୁରକ୍ଷା ଓ ମଙ୍ଗଳ କାମନା ନିମନ୍ତେ କାର୍ଯ୍ୟ କରିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି |

ଆଇସିଜେଙ୍କ ରାୟ ବିଭିନ୍ନ କାରଣରୁ ମହତ୍ବପୂର୍ଣ୍ଣ ଅଟେ | ଆଇସିଜେ ଆଇନର ଅନୁଚ୍ଛେଦ 59 ଅନୁଯାୟୀ ଏହି ମାମଲା ନେଇ ପ୍ରକାଶିତ ରାୟ ଉଭୟ ପକ୍ଷ ଗ୍ରହଣ କରିବା ଲାଗି ବାଧ୍ୟ ଅଟନ୍ତି | ଏହା ମଧ୍ୟ ରାଷ୍ଟ୍ର ମଧ୍ୟରେ ବିବାଦର ଶାନ୍ତି ପୂର୍ଣ୍ଣ ସମାଧାନ କରିବା ତଥା ଏହାର ନାଗରିକ ମାନଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଲାଗି ନିୟମ କାନୁନ ବ୍ୟବସ୍ଥା ନେଇ ଯୁକ୍ତି ବାଢିବା ଲାଗି ଭାରତର ଦୃଢ ଆସ୍ଥା ଓ ବିଶ୍ଵାସକୁ ଦର୍ଶାଇଥାଏ | ଏହି ନିର୍ଣ୍ଣୟକୁ ଲାଗୁ କରିବା ଆନ୍ତର୍ଜାତୀୟ ସହଯୋଗର ସିଦ୍ଧାନ୍ତ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ | ଯାହା ଉପରେ ଆଇନର ଶାସନ ସମେତ ବର୍ତ୍ତମାନ ର ବହୁପକ୍ଷୀୟ ପ୍ରଣାଳୀ ନିହିତ ରହିଛି | ଏହି ମାମଲା ଯୋଗୁଁ ଦୂତାବାସ ସଙ୍କ୍ରାନ୍ତୀୟ ଭିଏନା ଚୁକ୍ତି ର ପ୍ରାବଧାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି |

ମୂଳ ଲେଖା : ଅଶୋକ କୁମାର ମୁଖାର୍ଜୀ , ଜାତିସଂଘ ରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...