Skip to main content

ମୋଜାମ୍ବିକ ସହିତ ସଂପର୍କ ସୁଦୃଢ କଲା ଭାରତ

ମୋଜାମ୍ବିକରେ ଏକ ଉଚ୍ଚ ଭାଗର ଆର୍ଥିକ ପୁଞ୍ଡିନିବେଶ ଥିବା ଭାରତ ଏହାର ସଂପର୍କ ଏବଂ ସହଯୋଗକୁ ଅଧିକ ସୁଦୃଢ କରିବାକୁ ଯାଇ ଦୁଇ ଦେଶ ମଧ୍ୟରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୁଝାମଣା ସ୍ମାରକିପତ୍ର ସ୍ବାକ୍ଷରିତ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତିନି ଦିନିଆ ଆଫ୍ରିକା ରାଷ୍ଟ୍ରର ଗସ୍ତ କାଳରେ ମୋଜାମ୍ବିକ ସହିତ ବେମାରିକ ବିଣିଜ୍ୟିକ ଜାହାଜର ଚଳପ୍ରଚଳ ଉପରେ ଅଗ୍ରୀମ ସୂଚନା ପ୍ରଦାନ ଏବଂ ଜଳବିଜ୍ଞାନ ଉପରେ ରାଜିନାମା ହୋଇଛି।

ଶ୍ରୀ ସିଂହ ତାଙ୍କର ମୋଜାମ୍ବିକ ପ୍ରତିପକ୍ଷ ଅତନାସିଓତୁମୁକେଙ୍କ ସହିତ ଦ୍ବିପକ୍ଷୀୟ ଆଲୋଚନା କରି କହିଛନ୍ତି ଯେ ମୋଜାମ୍ବିକ ହେଉଛି ଆଫ୍ରିକାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବଂଧୁ ଏବଂ ସହଯୋଗୀ। ଆଫ୍ରିକାରେ ଭାରତର 25 ଭାଗ ପୁଞ୍ଜିନିବେଶ କେବଳ ମୋଜାମ୍ବିକରେ ହୋଇଛି ଯାହାର ପରିମାଣ ପ୍ରାୟ 7 ବିଲିୟନ ଡଲାର ହେବ। 2017ରେ ମୋଜଡାମ୍ବିକାର ରପ୍ତାନି ଭାରତକୁ ସବୁଠୁ ଅଧିକ ଥିଲା ଯାହାକି ତାଙ୍କର ମୋଟ ରପ୍ତାନି ରାଜସ୍ବର 35 ଭାଗ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ଭାବରେ ରାଜନାଥଙ୍କର ପ୍ରଥମ ବିଦେଶ ଗସ୍ତ ମୋଜାମ୍ବିକକୁ ଥିଲା ଏବଂ ମୋଜାମ୍ବିକ ପାଇଁ କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରଥମ ଗସ୍ତ ମଧ୍ୟ ଥିଲା। ଗସ୍ତ ପରେ ଶ୍ରୀ ସିଂହ କହିଛନ୍ତି ଯେ ବର୍ତ୍ତମାନ ରହିଥିବା ଭାରତ ମୋଜାମ୍ବିକ ପ୍ରତିରକ୍ଷା ସଂପର୍କ ଏବଂ ଦ୍ବିପକ୍ଷୀୟ ସଂପର୍କ ଆହୁରି ଅଧିକ ମଜବୁତ ହୋଇଛି ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ନିରାପତ୍ତାକୁ ବୃଦ୍ଧି କରିବା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଗୁରୁତ୍ବ ରହିଛି।

ମୋଜାମ୍ବିକକୁ ଯୋଗାଯୋଗ ସରଞ୍ଜାମ ପାଇଁ ଶ୍ରୀ ସିଂହ ସହାୟତା ଘୋଷଣା କରି ନିଷାଦ୍ରବ୍ୟ ଚୋରା କାରବାର, ସନ୍ତ୍ରାସବାଦ, ଜଳଦସ୍ୟୁ ସମସ୍ୟା ଆଦି ବିପଦକୁ ରୋକିବା ପାଇଁ ମିଳିତ ଭାବେ କାମ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ମାପୁଟୋରେ ଭାରତ ପକ୍ଷରୁ ଦୁଇଟି ଫାଷ୍ଟ ଇଣ୍ଟରସେପ୍ଟର ବୋର୍ଟ ଏବଂ 44 ଏସୟୁଭି ମୋଜାମ୍ବିକକୁ ହସ୍ତାନ୍ତର କରାଯାଇଛି। ଏହିସବୁ ବୋର୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ 4ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ତଟରକ୍ଷୀ ବାହିନୀର ସଦସ୍ୟ ସେଠାରେ ପ୍ରଶିକ୍ଷଣ ସହାୟତା ମଧ୍ୟ ଦେଉଛନ୍ତି।

ମୋଜାମ୍ବିକର ନେତାମାନଙ୍କ ସହିତ ଆଲୋଚନା କାଳରେ ଶ୍ରୀ ସିଂହ ଦ୍ବିପକ୍ଷୀୟ ସଂପର୍କର ସମଗ୍ର ଦିଗ ଉପରେ ଆଲୋକପାତ କରିବା ସହିତ ସରକାରଙ୍କ ସହିତ ସରକାରଙ୍କ ସଂପର୍କ, ଦୃଢ ବାଣିଜ୍ୟିକ ସଂପର୍କ, ବିକାଶମୂଳକ ଭାଗିଦାରୀ ଏବଂ ଦୁଇଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ଉପରେ ଗୁରୁତ୍ବାରୋପ କରିଛନ୍ତି। ସେ ମୋଜାମ୍ବିକର ପ୍ରଧାନମନ୍ତ୍ରୀ କାର୍ଲୋସ ଅଗଷ୍ଟିନୋ ଦୋ ରୋସାରିଓଙ୍କ ସହିତ ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ କିପରି ବୃଦ୍ଧି ହେବ ସେନେଇ କଥାବାର୍ତ୍ତା କରିଥିଲେ। ବୃଦ୍ଧି ପାଉଥିବା ମୌଳବାଦ ଏବଂ ସନ୍ତ୍ରାସବାଦର ମୁକାବିଲା କ୍ଷେତ୍ରରେ ଆଫ୍ରିକା ଭାରତର ସହଯୋଗ ଲୋଡିଛି।

ପୁଞ୍ଜିନିବେଶ ବ୍ୟତିତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ଏଇ କିଛି ବର୍ଷରେ ଅଧିକ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ 2010ରୁ 2015 ମଧ୍ୟରେ ବାଣିଜ୍ୟ କାରବାର 5 ଗୁଣା ବଢି 2014-15ରେ 2.4 ବିଲିୟନ ଡଲାରରେ ପହଞ୍ଚିଛି। ଭାରତ ମୋଜାମ୍ବିକକୁ ରିଫାଇନ୍ଡ ପେଟ୍ରୋଲଜାତ ପଦାର୍ଥ ତଥା ଔଷଧ ଅଧିକ ମାତ୍ରାରେ ରପ୍ତାନି କରୁଥିବାବେଳେ କୋଇଲା ଏବଂ କାଜୁ ଆମଦାନି କରିଥାଏ।

ପ୍ରକାଶ ଥାଉକି 2016 ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ପରେ ଦ୍ବିପକ୍ଷୀୟ ସଂପର୍କ ବୃଦ୍ଧି ପାଇବାରେ ଲାଗିଛି। କେବଳ ମୋଜାମ୍ବିକରେ ନୁହେଁ ବରଂ ଶ୍ରୀ ମୋଦି 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ସମଗ୍ର ଆଫ୍ରିକୀୟ ରାଷ୍ଟ୍ରରେ ଭାରତ ଏହାର ସଂପର୍କକୁ ସୁଦୃଢ କରିଚାଲିଛି। 2015ରେ ତୃତୀୟ ଭାରତ-ଆଫ୍ରିକା ସମ୍ମିଳନୀ ପରେ ଉଚ୍ଚ ସ୍ତରୀୟ ଗସ୍ତରେ ବୃଦ୍ଧି ଘଟିଛି। ଏହା ପରଠାରୁ ଭାରତ ପକ୍ଷରୁ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ପକ୍ଷରୁ 29ଟି ଗସ୍ତ ଆଫ୍ରିକାକୁ ହୋଇ ସାରିଛି। ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମ ଆଫ୍ରିକାର ତିନୋଟି ଦେଶ ଗସ୍ତରେ ଅଛନ୍ତି।



ମୂଳଲେଖା: ଭିନିତ ୱାହି



ମର୍ମାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...