Skip to main content

ସାଗରରେ ଅସମାନତା  ଓ ଅନିଶ୍ଚିତତାରେ ଚୀନ-ପାକିସ୍ତାନ ସମ୍ପର୍କ 

ଭାରତ ମହାସାଗରରେ ‘କ୍ଷମତା ସନ୍ତୁଳନ’ ବଜାୟ ରଖିବା ପାଇଁ ପାକିସ୍ତାନର ରଣନୀତିକ ଚିନ୍ତକ ମାନେ ପାକିସ୍ତାନୀ ନୌବାହିନୀ ଏବଂ ଗ୍ଵାଦର ବନ୍ଦରର ବିକାଶକୁ ନିହାତି ଜରୁରୀ ବୋଲି କହୁଛନ୍ତି | ଏହି ଅଞ୍ଚଳରେ ଚୀନ ନୌବାହିନୀ କ୍ଷମତାର ଅତିକ୍ରମଣ ଓ ଭାରତ ମହାସାଗର ଜଳରାଶିରେ ଚିନର ଆର୍ଥିକ ତଥା ରାଜନୈତିକ ଅଭିଳାଷକୁ ସୁରକ୍ଷା ପ୍ରଦାନ କରିବାରେ ପାକିସ୍ତାନ ନୌବାହିନୀର ଭୂମିକାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଯାଇ ଅନେକ ଦ୍ଵନ୍ଦପୂର୍ଣ୍ଣ ଯୁକ୍ତି ଉପସ୍ଥାପନା କରାଯାଉଛି |

ଏଭଳି ଯୁକ୍ତି ତ୍ରୁଟିପୂର୍ଣ୍ଣ ଏବଂ ସେମାନଙ୍କ ନିଷ୍ଠାହୀନ ବିଚାରଧାରର ପର୍ଦ୍ଦାଫାସ କରିବା ପାଇଁ ଉପଯୁକ୍ତ ଐତିହାସିକ, ଭୂ-ରାଜନୈତିକ ଓ ସମସାମୟିକ ପ୍ରସଙ୍ଗରେ ସାମିଲ କରାଯିବା ଉଚିତ | ଭାରତ ମହାସାଗରରେ ‘ଚୀନ ଓ ଭାରତୀୟ ପ୍ରତିଦ୍ୱନ୍ଦିତାର ସମାନତା’ କୁ ହାସଲ କରିବା ହେଉଛି ପାକିସ୍ତାନ ନୌବାହିନୀର ମୁଖ୍ୟ ଉଦ୍ଦେଶ୍ୟ | ଚୀନର ସଂଶୋଧନ ଓ ପୁନର୍ଗଠନ ନୀତିକୁ ନେଇ ବିଶ୍ଵସ୍ତରରେ ଉଦବେଗର କାରଣ ପାଲଟିଛି | ତେଣୁ ଭାରତ ଭଳି ସାମୁଦ୍ରିକ ଶକ୍ତି ଏବଂ ଚୀନ ପରି ବିସ୍ତାରବାଦୀ ଶକ୍ତି ମଧ୍ୟରେ ଭାରତ ମହାସାଗରରେ ଶକ୍ତି ପ୍ରତିଦ୍ୱନ୍ଦିତା ନୂଆଁ ବା ଅପ୍ରତ୍ୟାଶିତ ନୁହେଁ |

ଏକ ବୃହତ ଶକ୍ତି ପାଇଁ ଏକ ‘ଦଲାଲ ସେବା ପ୍ରଦାନକାରୀ’ ଭାବେ ସେମାନଙ୍କ ଦେଶକୁ ଉପସ୍ଥାପନ କରିବା ଲାଗି ଚୀନ ସପକ୍ଷରେ ଏବଂ ଭାରତ ଓ ଆମେରିକା ବିରୁଦ୍ଧରେ ପକ୍ଷପାତିତା ହେଉଛି ପାକିସ୍ତାନୀ ମାନସିକତାର ଅନ୍ୟ ଏକ ପରିଚୟ | ଭାରତୀୟ ଉପ-ମହାଦେଶର ସମଗ୍ର ପରବର୍ତ୍ତୀ ଉପନିବେଶ ଇତିହାସରେ ଏହି ଧାରା ଦେଖିବାକୁ ମିଳିଛି |

ଏହି ଇତିହାସକୁ ସ୍ମରଣ କରିବା ଉଚିତ | ବର୍ତ୍ତମାନ ଚୀନର ରାଜନୈତିକ ଓ ଅର୍ଥନୈତିକ ସହାୟତା ଦ୍ଵାରା ପାକିସ୍ତାନର ବାଲୁଚିସ୍ତାନରେ ଏକ ରାଜନୈତିକ ସଙ୍କଟର ସୂତ୍ରପାତ ହୋଇଛି | ବିବାଦୀୟ ପ୍ରଦେଶରେ ସ୍ଥିତ ଗ୍ଵାଦର ବନ୍ଦରକୁ ପାକିସ୍ତାନର ଏହି ଅଞ୍ଚଳରେ ଭାରତର ସାମୁଦ୍ରିକ ପୁନରୁତ୍ଥାନକୁ ମୁକାବିଲା କରିବା ଲାଗି ଏକ ଗେମ ଚେଞ୍ଜର ହେବ ବୋଲି ପାକିସ୍ତାନ ଚିନ୍ତା କରୁଛି | ଅନେକ ଦୃଷ୍ଟିରୁ ବାଣିଜ୍ୟିକ ଓ ସାମରିକ ବନ୍ଦର ଭାବେ ଗ୍ଵାଦରର ବିକାଶ ହେଉଛି ପାକିସ୍ତାନର ଘରୋଇ ତଥା ଆଞ୍ଚଳିକ ନୀତିରେ ଭୁଲକୁ ଠିକ କରିବାରେ ଏକ ପ୍ରମୁଖ ପ୍ରଦର୍ଶନ |

ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ସେନାବାହିନୀର ପ୍ରାଥମିକତା ବଜାୟ ରଖିବା ପାଇଁ ଏକ ବାହ୍ୟ ରଣନୀତିକ ହିତାଧିକାରୀଙ୍କୁ ସନ୍ତୁଷ୍ଟ କରିବା ସକାଶେ ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଅଣଦେଖା କରି ସାମାନ୍ୟ ଫାଇଦା ପାଇବା ପାଇଁ ରାୱଲପିଣ୍ଡି ଐତିହାସିକ ପ୍ରବୃତ୍ତି ପ୍ରଦର୍ଶନ କରିଛି | ଉଦାହରଣ ସ୍ୱରୂପ ଯିବୁତିରେ ଚୀନ ଏକ ବ୍ୟବସାୟିକ ଢାଞ୍ଚାକୁ ସଂପୂର୍ଣ୍ଣ ବିକଶିତ କରି ଏକ ସାମରିକ ଘାଟିରେ ପରିଣତ କରିଥିବା ବେଳେ ଗ୍ଵାଦରରେ ପାକିସ୍ତାନ ଏହାର ପୁନରାବୃତ୍ତି କରିବା ଆଶା କରୁଛି | ପାକିସ୍ତାନ ଓ ଚୀନ ମଧ୍ୟରେ ହିମାଳୟ ଠାରୁ ଅଧିକ ଏବଂ ସମୁଦ୍ର ଠାରୁ ଗଭୀର ଥିବା ଭଳି ନିବିଡ ସମ୍ପର୍କ ବର୍ତ୍ତମାନ ଗ୍ଵାଦର ପ୍ରସଙ୍ଗକୁ ନେଇ ସ୍ପଷ୍ଟ ପ୍ରତୀୟମାନ ହେଉଛି |

ପାକିସ୍ତାନରେ ପୁଞ୍ଜି ବିନିଯୋଗ ପାଇଁ ଚୀନକୁ ପ୍ରଲୋଭନ ଦେଖାଇବା ଲାଗି ଗ୍ଵାଦରକୁ ଆୟୁଧ ଭାବେ ବ୍ୟବହାର କରିବା ପ୍ରକୃତରେ ଇସଲାମାବାଦର ରଣନୀତିକ କୌଶଳ ହୋଇପାରେ ବୋଲି ଆକଳନରୁ ଜଣାପଡିଛି | ଏହା ବାଲୁଚିସ୍ତାନରେ କୌଣସି ପ୍ରକାରର ଚିତ୍ତାକର୍ଷକ ଭିତ୍ତିଭୂମି ଏବଂ ଆଧୁନିକ ନିର୍ମାଣ, ପାକିସ୍ତାନର ସାମରିକ ଗୁଇନ୍ଦା ଦ୍ଵାରା କର୍ମୀ ମାନଙ୍କ ହତ୍ୟା ଓ ନିଖୋଜ ଭଳି ସାମରିକ ଦମନ ପୂର୍ଣ୍ଣ କାର୍ଯ୍ୟକଳାପରୁ ମୁକୁଳିବା ଓ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ ଲାଗି ବାଲୁଚିସ୍ତାନର ଲୋକଙ୍କ ସଂଘର୍ଷ ଦୂର କରିବାରେ ଫଳପ୍ରଦ ହେବ ନାହିଁ |

ଗ୍ଵାଦରରେ ଚୀନ ସାମରିକ ବାହିନୀର ଉପସ୍ଥିତି ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଥିବା ଶକ୍ତି ଗୁଡିକୁ ଉତ୍ତର ଭାରତ ମହାସାଗରରେ ଥିବା ଚକ ପଏଣ୍ଟରେ ସେମାନଙ୍କ ସେନା ପାଇଁ ଏକ ବଡ ଚାଲେଞ୍ଜ ଭାବେ ଉଭା ହେବ | ତେଣୁ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହେଉ ବା ବାହ୍ୟରେ ହେଉ କ୍ଵାସୀ-ଚାଇନୀଜ ବ୍ୟବସ୍ଥା ଭାବେ ଗ୍ଵାଦାରର ବିକାଶ ପାକିସ୍ତାନକୁ ଏକ ଜଟିଳ ରଣନୀତିକ ସ୍ଥିତି ଭାବେ ଉପସ୍ଥାପନା କରିବାକୁ ବାଧ୍ୟ ହେବ |

ଆତଙ୍କବାଦକୁ ସମର୍ଥନ କରୁଥିବା ନୀତି ଯୋଗୁଁ ପାକିସ୍ତାନର ଆର୍ଥିକ ସ୍ଥିତି ଭୁଷୁଡିପଡିଛି | ସାଉଦୀଆରବରୁ ମିଳିଥିବା ପ୍ରତ୍ୟାଖ୍ୟାନ, ଇସଲାମାବାଦରେ ଏହାର ନେତାଙ୍କ ଦ୍ଵାରା ଚୟନ ମାର୍ଗ ଯୋଗୁଁ ସତର୍କର ଘଣ୍ଟି ସଦୃଶ ହୋଇଛି ଯାହା ଇସଲାମିକ ପରିଷଦ ସଂଗଠନରେ ପାକିସ୍ତାନର ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି |ବେସାମରିକ କ୍ଷେତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବିକାଶମୂଳକ ଖର୍ଚ୍ଚର ଆବଶ୍ୟକତାକୁ ଅଣଦେଖା କରି ପାକିସ୍ତାନ ସାମରିକ ବାହିନୀ ଚୀନରୁ ଏହାର ଅଧିକାଂଶ ହାର୍ଡୱେର ଆମଦାନୀ କରି ଏହାର ଅଧିକ ପୁଞ୍ଜି ତଥା ରାଜସ୍ୱ ଖର୍ଚ୍ଚ କରିଆସିଛି | ପାକିସ୍ତାନ ନୌବାହିନୀ, ୟୁରୋପ ଓ ଚୀନରୁ ସବୁଠୁ ମହଙ୍ଗା ହାର୍ଡୱେର କିଣି ଏକ ବ୍ୟୟବହୁଳ ସାମ୍ରାଜ୍ୟର ଅଂଶବିଶେଷ ହୋଇଛି |

ଭାରତର ସାମୁଦ୍ରିକ ପୁନରୁତ୍ଥାନକୁ ନେଇ ପାକିସ୍ତାନର ସାମୁଦ୍ରିକ ଚିନ୍ତକ ମାନଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ଉଦ୍ରେକ ହୋଇଛି | ଭାରତ ମହାସାଗର ପାଇଁ ଭାରତର ଦୃଷ୍ଟିକୋଣ ସମାବେଶି ଓ ସଂଶ୍ଲେଷଣ ଅଟେ ଯାହାକି ଏହାର ‘ସାଗର ‘( ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧି ) ନୀତିରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି | ଚୀନ ଭଳି ଭାରତର ନୀତି ନିଷ୍କ୍ରିୟ କିମ୍ବା ଶୋଷଣଯୁକ୍ତ ନୁହେଁ | ‘’ନେଟ ସିକ୍ଯୁରିଟି ପ୍ରଦାନକାରୀ ‘ ଶବ୍ଦଟି ଏକ ଭାରତୀୟ ଉଦ୍ଭାବନ ନୁହେଁ ହେଲେ ଏହାକୁ ଭାରତ ପ୍ରସଙ୍ଗରେ ପେଷାଦାର ବୈଶ୍ଵିକ ପର୍ଯ୍ୟବେକ୍ଷକ ମାନେ ବ୍ୟବହାର କରିଥାନ୍ତି |ଚୀନ କମ୍ୟୁନିଷ୍ଟ ପାର୍ଟିର ଏକ ରଣନୀତିକ ଯୋଜନାରେ ଚୀନ ଦ୍ଵାରା ଶୋଷିତ ନହୋଇ ଭାରତ ମହାସାଗରରେ ଏକ ନିରପେକ୍ଷ ତଥା ଅଣବିବାଦୀୟ ପନ୍ଥା ଅନୁକରଣ କରିବା ଏହା ପାଇଁ ହିତକାରୀ ହେବ ବୋଲି ପାକିସ୍ତାନ ହୃଦୟଙ୍ଗମ କରିବା ଉଚିତ |

ଆଲେଖ୍ୟ : ସୁମିତ କୁମାର ସିଂ, ଆସିଷ୍ଟାଣ୍ଟ ଏଡିଟର , ଇଣ୍ଡୋ ଏସିଆନ ନ୍ଯୁଜ ସର୍ଭିସ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...