Skip to main content

ସାଗରରେ ଅସମାନତା  ଓ ଅନିଶ୍ଚିତତାରେ ଚୀନ-ପାକିସ୍ତାନ ସମ୍ପର୍କ 

ଭାରତ ମହାସାଗରରେ ‘କ୍ଷମତା ସନ୍ତୁଳନ’ ବଜାୟ ରଖିବା ପାଇଁ ପାକିସ୍ତାନର ରଣନୀତିକ ଚିନ୍ତକ ମାନେ ପାକିସ୍ତାନୀ ନୌବାହିନୀ ଏବଂ ଗ୍ଵାଦର ବନ୍ଦରର ବିକାଶକୁ ନିହାତି ଜରୁରୀ ବୋଲି କହୁଛନ୍ତି | ଏହି ଅଞ୍ଚଳରେ ଚୀନ ନୌବାହିନୀ କ୍ଷମତାର ଅତିକ୍ରମଣ ଓ ଭାରତ ମହାସାଗର ଜଳରାଶିରେ ଚିନର ଆର୍ଥିକ ତଥା ରାଜନୈତିକ ଅଭିଳାଷକୁ ସୁରକ୍ଷା ପ୍ରଦାନ କରିବାରେ ପାକିସ୍ତାନ ନୌବାହିନୀର ଭୂମିକାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଯାଇ ଅନେକ ଦ୍ଵନ୍ଦପୂର୍ଣ୍ଣ ଯୁକ୍ତି ଉପସ୍ଥାପନା କରାଯାଉଛି |

ଏଭଳି ଯୁକ୍ତି ତ୍ରୁଟିପୂର୍ଣ୍ଣ ଏବଂ ସେମାନଙ୍କ ନିଷ୍ଠାହୀନ ବିଚାରଧାରର ପର୍ଦ୍ଦାଫାସ କରିବା ପାଇଁ ଉପଯୁକ୍ତ ଐତିହାସିକ, ଭୂ-ରାଜନୈତିକ ଓ ସମସାମୟିକ ପ୍ରସଙ୍ଗରେ ସାମିଲ କରାଯିବା ଉଚିତ | ଭାରତ ମହାସାଗରରେ ‘ଚୀନ ଓ ଭାରତୀୟ ପ୍ରତିଦ୍ୱନ୍ଦିତାର ସମାନତା’ କୁ ହାସଲ କରିବା ହେଉଛି ପାକିସ୍ତାନ ନୌବାହିନୀର ମୁଖ୍ୟ ଉଦ୍ଦେଶ୍ୟ | ଚୀନର ସଂଶୋଧନ ଓ ପୁନର୍ଗଠନ ନୀତିକୁ ନେଇ ବିଶ୍ଵସ୍ତରରେ ଉଦବେଗର କାରଣ ପାଲଟିଛି | ତେଣୁ ଭାରତ ଭଳି ସାମୁଦ୍ରିକ ଶକ୍ତି ଏବଂ ଚୀନ ପରି ବିସ୍ତାରବାଦୀ ଶକ୍ତି ମଧ୍ୟରେ ଭାରତ ମହାସାଗରରେ ଶକ୍ତି ପ୍ରତିଦ୍ୱନ୍ଦିତା ନୂଆଁ ବା ଅପ୍ରତ୍ୟାଶିତ ନୁହେଁ |

ଏକ ବୃହତ ଶକ୍ତି ପାଇଁ ଏକ ‘ଦଲାଲ ସେବା ପ୍ରଦାନକାରୀ’ ଭାବେ ସେମାନଙ୍କ ଦେଶକୁ ଉପସ୍ଥାପନ କରିବା ଲାଗି ଚୀନ ସପକ୍ଷରେ ଏବଂ ଭାରତ ଓ ଆମେରିକା ବିରୁଦ୍ଧରେ ପକ୍ଷପାତିତା ହେଉଛି ପାକିସ୍ତାନୀ ମାନସିକତାର ଅନ୍ୟ ଏକ ପରିଚୟ | ଭାରତୀୟ ଉପ-ମହାଦେଶର ସମଗ୍ର ପରବର୍ତ୍ତୀ ଉପନିବେଶ ଇତିହାସରେ ଏହି ଧାରା ଦେଖିବାକୁ ମିଳିଛି |

ଏହି ଇତିହାସକୁ ସ୍ମରଣ କରିବା ଉଚିତ | ବର୍ତ୍ତମାନ ଚୀନର ରାଜନୈତିକ ଓ ଅର୍ଥନୈତିକ ସହାୟତା ଦ୍ଵାରା ପାକିସ୍ତାନର ବାଲୁଚିସ୍ତାନରେ ଏକ ରାଜନୈତିକ ସଙ୍କଟର ସୂତ୍ରପାତ ହୋଇଛି | ବିବାଦୀୟ ପ୍ରଦେଶରେ ସ୍ଥିତ ଗ୍ଵାଦର ବନ୍ଦରକୁ ପାକିସ୍ତାନର ଏହି ଅଞ୍ଚଳରେ ଭାରତର ସାମୁଦ୍ରିକ ପୁନରୁତ୍ଥାନକୁ ମୁକାବିଲା କରିବା ଲାଗି ଏକ ଗେମ ଚେଞ୍ଜର ହେବ ବୋଲି ପାକିସ୍ତାନ ଚିନ୍ତା କରୁଛି | ଅନେକ ଦୃଷ୍ଟିରୁ ବାଣିଜ୍ୟିକ ଓ ସାମରିକ ବନ୍ଦର ଭାବେ ଗ୍ଵାଦରର ବିକାଶ ହେଉଛି ପାକିସ୍ତାନର ଘରୋଇ ତଥା ଆଞ୍ଚଳିକ ନୀତିରେ ଭୁଲକୁ ଠିକ କରିବାରେ ଏକ ପ୍ରମୁଖ ପ୍ରଦର୍ଶନ |

ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ସେନାବାହିନୀର ପ୍ରାଥମିକତା ବଜାୟ ରଖିବା ପାଇଁ ଏକ ବାହ୍ୟ ରଣନୀତିକ ହିତାଧିକାରୀଙ୍କୁ ସନ୍ତୁଷ୍ଟ କରିବା ସକାଶେ ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଅଣଦେଖା କରି ସାମାନ୍ୟ ଫାଇଦା ପାଇବା ପାଇଁ ରାୱଲପିଣ୍ଡି ଐତିହାସିକ ପ୍ରବୃତ୍ତି ପ୍ରଦର୍ଶନ କରିଛି | ଉଦାହରଣ ସ୍ୱରୂପ ଯିବୁତିରେ ଚୀନ ଏକ ବ୍ୟବସାୟିକ ଢାଞ୍ଚାକୁ ସଂପୂର୍ଣ୍ଣ ବିକଶିତ କରି ଏକ ସାମରିକ ଘାଟିରେ ପରିଣତ କରିଥିବା ବେଳେ ଗ୍ଵାଦରରେ ପାକିସ୍ତାନ ଏହାର ପୁନରାବୃତ୍ତି କରିବା ଆଶା କରୁଛି | ପାକିସ୍ତାନ ଓ ଚୀନ ମଧ୍ୟରେ ହିମାଳୟ ଠାରୁ ଅଧିକ ଏବଂ ସମୁଦ୍ର ଠାରୁ ଗଭୀର ଥିବା ଭଳି ନିବିଡ ସମ୍ପର୍କ ବର୍ତ୍ତମାନ ଗ୍ଵାଦର ପ୍ରସଙ୍ଗକୁ ନେଇ ସ୍ପଷ୍ଟ ପ୍ରତୀୟମାନ ହେଉଛି |

ପାକିସ୍ତାନରେ ପୁଞ୍ଜି ବିନିଯୋଗ ପାଇଁ ଚୀନକୁ ପ୍ରଲୋଭନ ଦେଖାଇବା ଲାଗି ଗ୍ଵାଦରକୁ ଆୟୁଧ ଭାବେ ବ୍ୟବହାର କରିବା ପ୍ରକୃତରେ ଇସଲାମାବାଦର ରଣନୀତିକ କୌଶଳ ହୋଇପାରେ ବୋଲି ଆକଳନରୁ ଜଣାପଡିଛି | ଏହା ବାଲୁଚିସ୍ତାନରେ କୌଣସି ପ୍ରକାରର ଚିତ୍ତାକର୍ଷକ ଭିତ୍ତିଭୂମି ଏବଂ ଆଧୁନିକ ନିର୍ମାଣ, ପାକିସ୍ତାନର ସାମରିକ ଗୁଇନ୍ଦା ଦ୍ଵାରା କର୍ମୀ ମାନଙ୍କ ହତ୍ୟା ଓ ନିଖୋଜ ଭଳି ସାମରିକ ଦମନ ପୂର୍ଣ୍ଣ କାର୍ଯ୍ୟକଳାପରୁ ମୁକୁଳିବା ଓ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ ଲାଗି ବାଲୁଚିସ୍ତାନର ଲୋକଙ୍କ ସଂଘର୍ଷ ଦୂର କରିବାରେ ଫଳପ୍ରଦ ହେବ ନାହିଁ |

ଗ୍ଵାଦରରେ ଚୀନ ସାମରିକ ବାହିନୀର ଉପସ୍ଥିତି ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଥିବା ଶକ୍ତି ଗୁଡିକୁ ଉତ୍ତର ଭାରତ ମହାସାଗରରେ ଥିବା ଚକ ପଏଣ୍ଟରେ ସେମାନଙ୍କ ସେନା ପାଇଁ ଏକ ବଡ ଚାଲେଞ୍ଜ ଭାବେ ଉଭା ହେବ | ତେଣୁ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହେଉ ବା ବାହ୍ୟରେ ହେଉ କ୍ଵାସୀ-ଚାଇନୀଜ ବ୍ୟବସ୍ଥା ଭାବେ ଗ୍ଵାଦାରର ବିକାଶ ପାକିସ୍ତାନକୁ ଏକ ଜଟିଳ ରଣନୀତିକ ସ୍ଥିତି ଭାବେ ଉପସ୍ଥାପନା କରିବାକୁ ବାଧ୍ୟ ହେବ |

ଆତଙ୍କବାଦକୁ ସମର୍ଥନ କରୁଥିବା ନୀତି ଯୋଗୁଁ ପାକିସ୍ତାନର ଆର୍ଥିକ ସ୍ଥିତି ଭୁଷୁଡିପଡିଛି | ସାଉଦୀଆରବରୁ ମିଳିଥିବା ପ୍ରତ୍ୟାଖ୍ୟାନ, ଇସଲାମାବାଦରେ ଏହାର ନେତାଙ୍କ ଦ୍ଵାରା ଚୟନ ମାର୍ଗ ଯୋଗୁଁ ସତର୍କର ଘଣ୍ଟି ସଦୃଶ ହୋଇଛି ଯାହା ଇସଲାମିକ ପରିଷଦ ସଂଗଠନରେ ପାକିସ୍ତାନର ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି |ବେସାମରିକ କ୍ଷେତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବିକାଶମୂଳକ ଖର୍ଚ୍ଚର ଆବଶ୍ୟକତାକୁ ଅଣଦେଖା କରି ପାକିସ୍ତାନ ସାମରିକ ବାହିନୀ ଚୀନରୁ ଏହାର ଅଧିକାଂଶ ହାର୍ଡୱେର ଆମଦାନୀ କରି ଏହାର ଅଧିକ ପୁଞ୍ଜି ତଥା ରାଜସ୍ୱ ଖର୍ଚ୍ଚ କରିଆସିଛି | ପାକିସ୍ତାନ ନୌବାହିନୀ, ୟୁରୋପ ଓ ଚୀନରୁ ସବୁଠୁ ମହଙ୍ଗା ହାର୍ଡୱେର କିଣି ଏକ ବ୍ୟୟବହୁଳ ସାମ୍ରାଜ୍ୟର ଅଂଶବିଶେଷ ହୋଇଛି |

ଭାରତର ସାମୁଦ୍ରିକ ପୁନରୁତ୍ଥାନକୁ ନେଇ ପାକିସ୍ତାନର ସାମୁଦ୍ରିକ ଚିନ୍ତକ ମାନଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ଉଦ୍ରେକ ହୋଇଛି | ଭାରତ ମହାସାଗର ପାଇଁ ଭାରତର ଦୃଷ୍ଟିକୋଣ ସମାବେଶି ଓ ସଂଶ୍ଲେଷଣ ଅଟେ ଯାହାକି ଏହାର ‘ସାଗର ‘( ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧି ) ନୀତିରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି | ଚୀନ ଭଳି ଭାରତର ନୀତି ନିଷ୍କ୍ରିୟ କିମ୍ବା ଶୋଷଣଯୁକ୍ତ ନୁହେଁ | ‘’ନେଟ ସିକ୍ଯୁରିଟି ପ୍ରଦାନକାରୀ ‘ ଶବ୍ଦଟି ଏକ ଭାରତୀୟ ଉଦ୍ଭାବନ ନୁହେଁ ହେଲେ ଏହାକୁ ଭାରତ ପ୍ରସଙ୍ଗରେ ପେଷାଦାର ବୈଶ୍ଵିକ ପର୍ଯ୍ୟବେକ୍ଷକ ମାନେ ବ୍ୟବହାର କରିଥାନ୍ତି |ଚୀନ କମ୍ୟୁନିଷ୍ଟ ପାର୍ଟିର ଏକ ରଣନୀତିକ ଯୋଜନାରେ ଚୀନ ଦ୍ଵାରା ଶୋଷିତ ନହୋଇ ଭାରତ ମହାସାଗରରେ ଏକ ନିରପେକ୍ଷ ତଥା ଅଣବିବାଦୀୟ ପନ୍ଥା ଅନୁକରଣ କରିବା ଏହା ପାଇଁ ହିତକାରୀ ହେବ ବୋଲି ପାକିସ୍ତାନ ହୃଦୟଙ୍ଗମ କରିବା ଉଚିତ |

ଆଲେଖ୍ୟ : ସୁମିତ କୁମାର ସିଂ, ଆସିଷ୍ଟାଣ୍ଟ ଏଡିଟର , ଇଣ୍ଡୋ ଏସିଆନ ନ୍ଯୁଜ ସର୍ଭିସ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...