Skip to main content

ପୁନରୁଦ୍ଧାର କ୍ଷେତ୍ରରେ ଦ୍ରୁତ ଗତିରେ ଭାରତୀୟ ଅର୍ଥନୀତି

କୋଭିଡ ପୂର୍ବବର୍ତ୍ତି ସ୍ଵଭାବିକ ସମୟ ପରି ଭାରତର ଅର୍ଥନୀତି ଏବେ ପୁନରୁଦ୍ଧାର ପଥରେ ଗତି କରୁଛି | ଅର୍ଥନୀତିର ଚାହିଦା ସ୍ୱାଭାବିକ ହେବା ସହିତ ଉତ୍ପାଦନ ମଧ୍ୟ ବଢୁଚି | ଛଅ ମାସ ପରେ ଭାରତର ରପ୍ତାନି ଯେପରି ବିଶ୍ଵ ଯୋଗାଣ ଶୃଙ୍ଖଳରେ ସ୍ଥାନ ପାଇଛି ତାହା ଦ୍ଵାରା ଭାରତ ପ୍ରତି ବିଶ୍ଵର ଭରଷା ବୃଦ୍ଧି ପାଇଛି | ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଏବଂ ଟ୍ରାକ୍ଟରର ବିକ୍ରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି, ଯାହା ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ସ୍ଥିରତାର ସୂଚନା ଦେଇଛି |

ଅର୍ଥନୀତିର ସ୍ୱାସ୍ଥ୍ୟର ଏକ ବିଶ୍ୱସନୀୟ ସୂଚକ ଭାବରେ ଦେଖାଯାଉଥିବା ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ମାସରେ ଛଅ ମାସ ହ୍ରାସ ପାଇବା ପରେ ଗତ ମାସରେ ବୃଦ୍ଧି ପାଇଛି ଯାହା ଏକ ଶୁଭ ସୂଚନା | ସେପ୍ଟେମ୍ବରରେ, ଜିଏସଟି ସଂଗ୍ରହରେ ଚାରି ପ୍ରତିଶତ ବୃଦ୍ଧି ଘଟିଥିଲା। ଏହା ପ୍ରମାଣିତ କରୁଛି ଯେ ଅନଲକ ପରେ ଭାରତର ଅର୍ଥନୀତି ତାର ପୂର୍ବ ସ୍ଥିତିକୁ ଧିରେଧିରେ ଫେରି ଆସୁଛି।

ପ୍ରଥମ ଥର ପାଇଁ ରପ୍ତାନି ଚଳିତ ବର୍ଷ ଫେବୃଆରୀ ଠାରୁ 5.3 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି। ବିଶ୍ଵର ଆର୍ଥିକ ପ୍ରତିବନ୍ଧକକୁ ହ୍ରାସ କରିବା ବ୍ୟତୀତ ବିଶ୍ଵର ଯୋଗାଣ ଶୃଙ୍ଖଳରେ ଏହା ଭାରତର ପ୍ରମୁଖ ଭୂମିକାକୁ ପ୍ରକୃତରେ ସୁନିଶ୍ଚିତ କରୁଛି | ସରକାର ଏଥିପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

ଭାରତର କାରଖାନାଗୁଡ଼ିକ ଚାହିଦା ପୂରଣ ପାଇଁ ଉତ୍ପାଦନ ବୃଦ୍ଧି କରିଥିବା ଅନୁମାନ କରାଯାଉଛି | କଳକାରଖାନାରେ ଉତ୍ପାଦନ ସେପ୍ଟେମ୍ବର ମାସରେ 56.8 ପ୍ରତିଶତକୁ ପହଞ୍ଚିଲାଣି ଯେତେବେଳେକି ଅଗଷ୍ଟ ମାସରେ ଏହା 52 ପ୍ରତିଶତ ଥିଲା । ସରକାର ଅଭିବୃଦ୍ଧି ପାଇଁ ଯେଉଁସବୁ ପଦକ୍ଷେପ ନେଇଛନ୍ତି ଏବେ ତାର ଉତ୍ସାହଜନକ ପ୍ରତିଫଳନ ହେଉଥିବା ଏଥିରୁ ଜଣାପଡୁଛି ।

ନିର୍ଦ୍ଦିଷ୍ଟ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଅଧିକ ବିଶ୍ଵାସ ପ୍ରଦାନ କରି ରେଳ ଯୋଗେ ମାଲ ପରିବହନ ସେପ୍ଟେମ୍ବରରେ 15 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଭାରତରେ ରେଳ ଯୋଗେ ମାଲ ପରିବହନ ଅର୍ଥନୈତିକ ଅଭିବୃଦ୍ଧିର ସୂଚକ ଭାବରେ ଦେଖାଯାଏ ଏଥିସହ ରେଳବାଇ ଏହାର ସ୍ୱତନ୍ତ୍ର ଟ୍ରେନ୍ରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ କାର୍ଯ୍ୟ ସ୍ଥାନକୁ ଫେରିବାରେ ସାହାଯ୍ୟ କରୁଛି।

ଲକଡାଉନ ସମୟରେ କୃଷି କ୍ଷେତ୍ର ସର୍ବନିମ୍ନ ବ୍ୟାହତ ହୋଇ ରହିଥିଲା ଏବଂ ଗ୍ରାମାଞ୍ଚଳର ଚାହିଦା ଅର୍ଥନୀତିକୁ ସ୍ଥିର କରିପାରିଥିଲା। ଟ୍ରାକ୍ଟର ବିକ୍ରୟ ନିର୍ମାତାମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କଲା | କିନ୍ତୁ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ନିକଟ ଅତୀତରେ ନିଆଯାଇଥିବା ପଦକ୍ଷେପ, ଯେଉଁଥିରେ ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର ହୋଇ ଗ୍ରାମାଞ୍ଚଳର ଚାହିଦା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 61 ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ବର୍ଷା ମଧ୍ୟ ଭଲ ହୋଇଛି ଯାହାକି ଦେଶ ପାଇଁ ଏକ ଶୁଭ ଫଳ ପ୍ରଦାନ କରୁଛି।

ଟ୍ରାକ୍ଟର ବ୍ୟତୀତ ଅଟୋମୋବାଇଲ କ୍ଷେତ୍ର ପୁନରୁଦ୍ଧାର ପାଇଁ ଦ୍ରୁତ ଗତିରେ ଆଗେଇ ଆସିଛି, କାରଣ ଗତ ମାସରେ ଦୁଇ ଚକିଆ ଏବଂ ଚାରି ଚକିଆ ବିକ୍ରି ଗତ ବର୍ଷ ସମାନ ଅବଧି ତୁଳନାରେ ଅତିକ୍ରମ କରିଛି | ଶିଳ୍ପ ବିଶେଷଜ୍ଞମାନେ ଖୁସିରେ କରିଛନ୍ତି ଯେ ପ୍ରଥମ ଥର ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ କ୍ରେତା ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ଘଟାଉଛନ୍ତି।

କୋଭିଡ -19 ମହାମାରୀକୁ ହ୍ରାସ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ପାଇଁ ଫାର୍ମାସ୍ୟୁଟିକାଲ ସେକ୍ଟରକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ଏହି କ୍ଷେତ୍ର ଲକଡାଉନ ଦ୍ୱାରା ପ୍ରଭାବିତ ହୋଇନଥିଲା ଏବଂ ବିଶ୍ଵର ଚାହିଦା ପୂରଣ କରିବାର କ୍ଷମତା ବୃଦ୍ଧି କରିଥିଲା ।

ସବୁ କ୍ଷେତ୍ରରେ ଅର୍ଥନୀତିକୁ ସୁଦୃଢ କରିବା ସହିତ ଚାହିଦା ତଥା ଯୋଗାଣ ମଧ୍ୟରେ ଭାରସାମ୍ୟ ଆଣିବା ଏବଂ ଗରିବ ଲୋକମାନଙ୍କ କଷ୍ଟକୁ ଦୂର କରିବା ପାଇଁ ସରକାର 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ୟାହାଦ୍ଵାରା ଏବେ କରୋନା କାଳରେ ମଧ୍ୟ ଦେଶର ଅର୍ଥନୀତି ପୂର୍ବ ସ୍ଥିତିକୁ ଫେରିବାକୁ ଅଣ୍ଟା ଭିଡୁଛି |

ଆଲେଖ୍ୟ : ମନୀଷ ଆନନ୍ଦ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...