Skip to main content

ଭାରତ ଏବଂ ମଧ୍ୟ ଏସିଆ ରାଷ୍ଟ୍ର ସମୁହ ପରସ୍ପର ମଧ୍ୟରେ ସହଯୋଗ ଦୋହରାଇଲେ

ଗତ ସପ୍ତାହରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଦ୍ୱିତୀୟ ଭାରତ-ମଧ୍ୟ ଏସିଆ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାରତ ଏବଂ ମଧ୍ୟ ଏସିଆର ପାଞ୍ଚଟି ଦେଶ; କାଜାଖସ୍ତାନ, କିର୍ଗିଜ୍ ସାଧାରଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟରେ ଗଭୀର ଐତିହାସିକ ଏବଂ ସଭ୍ୟତାର ସମ୍ପର୍କ ରହିଛି । 1990 ଦଶକ ଆରମ୍ଭରେ ଏହି ଅଞ୍ଚଳର ପାଞ୍ଚଟି ଗଣତନ୍ତ୍ରୀକ ରାଷ୍ଟ୍ରର ସ୍ଵଧୀନତା ପରଠାରୁ ଭାରତ ସେମାନଙ୍କ ସହିତ ଘନିଷ୍ଠ ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଆସୁଛି। ବୈଦେଶିକ ମନ୍ତ୍ରୀ ସ୍ତରରେ C5 + 1 ଫର୍ମାଟ୍, ଯେଉଁଠାରେ ପାଞ୍ଚଟି ମଧ୍ୟ ଏସୀୟ ଦେଶ ଭାରତ ସହିତ ମିଳିତ ହୁଅନ୍ତି, ଏହି ଅଞ୍ଚଳର ପାଞ୍ଚଟି ଦେଶ ପାଇଁ ଆନ୍ତର୍ଜାତୀୟ ଯୋଗଦାନ ନିମନ୍ତେ ଏକ ମୂଲ୍ୟବାନ ମଞ୍ଚ ଭାବରେ ଉଭା ହୋଇଛି |

ଜାନୁଆରୀ 2019 ରେ ସମରକାଣ୍ଡରେ ଭାରତ ଏବଂ ଉଜବେକିସ୍ତାନ ଦ୍ୱାରା ମିଳିତ ଭାବେ ଭାରତ-ମଧ୍ୟ ଏସିଆ ଆଲୋଚନା ଆୟୋଜିତ ହୋଇଥିଲା | ଦ୍ୱିତୀୟ ଆଲୋଚନା ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କୋଭିଡ-19 ମହାମାରୀ କାରଣରୁ ଏହା ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା | ଏହାକୁ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆୟୋଜନ କରିଥିଲେ। ଏହି ଆଲୋଚନାରେ କାଜାଖସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।କିର୍ଗିଜସ୍ଥାନର ପ୍ରଥମ ଉପ-ବୈଦେଶିକ ମନ୍ତ୍ରୀ ପ୍ରତିନିଧିତ୍ୱ କରିଥିଲେ। ନିକଟରେ କିର୍ଗିଜସ୍ଥାନରେ ସରକାରରେ ପରିବର୍ତ୍ତନ ଆସିଛି। ପୂର୍ବ ବର୍ଷ ପରି ଆଫଗାନିସ୍ତାନ ମଧ୍ୟ ଏକ ସ୍ୱତନ୍ତ୍ର ଆମନ୍ତ୍ରଣକାରୀ ଦେଶ ଭାବରେ ଯୋଗ ଦେଇଥିଲା ଏବଂ ଏହାର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ।
ନେତାମାନଙ୍କ ଦ୍ୱାରା ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା। କରୋନାଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ସହଯୋଗ ଏବଂ ଅର୍ଥନୀତି ତଥା ସମାଜ ଉପରେ ଏହାର ପ୍ରଭାବ କାର୍ଯ୍ୟସୂଚିରେ ମୁଖ୍ୟତ ସ୍ଥାନ ପାଇଥିଲା। କୋଭିଡ -19 ମହାମାରୀ ବିରୋଧରେ ଲଢେଇରେ ଭାରତ ଏବଂ ମଧ୍ୟ ଏସିଆର ସ୍ଵଚ୍ଛତା ଏବଂ ଭୂତାଣୁ ସଂମ୍ଵନ୍ଧୀୟ ସେବା କ୍ଷେତ୍ରରେ ଘନିଷ୍ଠ ସହଯୋଗ ଜାରି ରଖିବା ଆବଶ୍ୟକ ବୋଲି ମନ୍ତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ ମଧ୍ୟରେ ଏବଂ ପରିବହନ ଚ୍ୟାଲେଞ୍ଜ ସତ୍ତ୍ଵେ ଭାରତ 150 ରୁ ଅଧିକ ଦେଶକୁ ଔଷଧ ଏବଂ ଯନ୍ତ୍ରପାତି ଯୋଗାଇ ଦେଇଥିଲା। ଏହା ମଧ୍ୟ ଏସିଆ ପର୍ଯ୍ୟନ୍ତ ପହଞ୍ଚିଥିଲା। ମହାମାରୀ ବିରୋଧରେ ଲଢେଇରେ କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମନ୍ତ୍ରୀମାନେ ସେମାନଙ୍କ ଦେଶକୁ ଭାରତର ଚିକିତ୍ସା ସହାୟତାକୁ ସ୍ୱୀକାର କରିଛନ୍ତି।
ପଡୋଶୀ ନିକଟତା, ଆନ୍ତରିକ ରାଜନୈତିକ ସମ୍ପର୍କ , ସାଂସ୍କୃତିକ ବୁଝାମଣା ଭାରତ ଏବଂ ପାଞ୍ଚଟି ଏସୀୟ ଗଣତନ୍ତ୍ର ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ରହିବା ସତ୍ତ୍ଵେ ମଧ୍ୟ ଭାରତ ଏବଂ ପାଞ୍ଚଟି ମଧ୍ୟ ଏସୀୟ ଗଣତନ୍ତ୍ର ମଧ୍ୟରେ ଆଶାଠାରୁ କମ୍ ସଫଳତା ମିଳିଛି | ମହାମାରୀ ଏହାକୁ ଆହୁରି ପ୍ରଭାବିତ କରିଛି। ସିଧାସଳଖ ଭୂମି କିମ୍ବା ସମୁଦ୍ର ସଂଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳ ଅବରୋଧ ପ୍ରମୁଖ ପ୍ରତିବନ୍ଧକ ହୋଇଛି | ସଂଯୋଗୀକରଣ ଏବଂ ଶକ୍ତି ସମେତ ପ୍ରାଥମିକ ବିକାଶମୂଳକ ପ୍ରକଳ୍ପ ପାଇଁ ଭାରତ 1 ବିଲିୟନ ଆମେରିକୀୟ ଡଲାରର ଋଣ ପ୍ରଦାନ କରିଛି।
ପ୍ରଥମ ଭାରତ-ମଧ୍ୟ ଏସିଆ ଆଲୋଚନା ସମୟରେ ଧାର୍ଯ୍ୟ ହୋଇଥିବା ଭାରତ-ମଧ୍ୟ ଏସିଆ ବ୍ୟବସାୟ ପରିଷଦ (ଆଇସିଏବିସି) କୁ ଭାରତ 2020 ଫେବୃୟାରୀ 6 ତାରିଖରେ ରେ ନୂଆଦିଲ୍ଲୀରେ ଆରମ୍ଭ କରିଥିଲା। ଏହି ପରିଷଦ ଭାରତ ଏବଂ ପାଞ୍ଚଟି ଗଣତନ୍ତ୍ରର ବ୍ୟବସାୟ ପ୍ରକୋଷ୍ଠକୁ ନେଇ ଗଠିତ। ବ୍ୟବସାୟ ପରିଷଦ ଭାରତ ଏବଂ ମଧ୍ୟ ଏସିଆର ବ୍ୟବସାୟୀଙ୍କ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଟିକସ ଏବଂ ଆନୁଷଙ୍ଗିକ ବିଷୟ ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ସଚେତନତା ଏବଂ ବୁଝାମଣା ବୃଦ୍ଧି କରିବ ବୋଲି ଆଶା କରାଯାଉଛି | ଅର୍ଥନୈତିକ ଦୃଷ୍ଟିରୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ଏହା ବିଶେଷ ସହାୟକ ହୋଇପାରେ |
ଇରାନରେ ଚବାହାର ସମୁଦ୍ର ବନ୍ଦରର ବିକାଶ ପାଇଁ ଭାରତ ପୁଞ୍ଜି ବିନିଯୋଗ କରୁଛି। ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟକୁ ବୃଦ୍ଧି କରିବ | ମଧ୍ୟ ଏସିଆ ଏବଂ ପଶ୍ଚିମ ଏସିଆ ମଧ୍ୟରେ ବାଣିଜ୍ୟ ଏବଂ ଗମନାଗମନ କରିଡର ପ୍ରତିଷ୍ଠା କରୁଥିବା ଅଶଗାବତ ଚୁକ୍ତିରେ ଭାରତ ମଧ୍ୟ ଯୋଗ ଦେଇଛି। ଚବାହାର ବନ୍ଦରକୁ ଆଧୁନିକୀକରଣ କରିବା ପାଇଁ ଭାରତର ଉଦ୍ୟମକୁ ମଧ୍ୟ ଏସିଆର ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି ଏବଂ ଆଶା କରିଛନ୍ତି ଯେ ଏହା ମଧ୍ୟ ଏସିଆ ଏବଂ ଦକ୍ଷିଣ ଏସୀୟ ବଜାର ମଧ୍ୟରେ ବାଣିଜ୍ୟ ଏବଂ ପରିବହନ ଯୋଗାଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇପାରିବ।
ଆଲୋଚନାରେ ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରାଯାଇଥିଲା ​​ଏବଂ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ, ନେଟୱାର୍କ, ଭିତ୍ତିଭୂମି ଏବଂ ପାଣ୍ଠି ଚ୍ୟାନେଲଗୁଡ଼ିକୁ ନଷ୍ଟ କରିବାକୁ ପଡିବ ବୋଲି କୁହାଯାଇଥିଲା। ଆଫଗାନିସ୍ତାନ ଉପରେ କୁହାଯାଇଛି ଯେ ଆଫଗାନିସ୍ତାନ ନେତୃତ୍ୱାଧୀନ, ଆଫଗାନିସ୍ତାନ ମାଲିକାନା ଏବଂ ଆଫଗାନିସ୍ତାନ ନିୟନ୍ତ୍ରିତ ଶାନ୍ତି ପ୍ରକ୍ରିୟାର ନୀତି ଅନୁଯାୟୀ ଆଫଗାନିସ୍ତାନ ବିବାଦର ସମାଧାନ ହେବା ଉଚିତ।
ବୈଠକରେ ସାଂସ୍କୃତିକ, ଶିକ୍ଷାଗତ ତଥା ପର୍ଯ୍ୟଟନ ସହଯୋଗର ମହତ୍ତ୍ଵକୁ ଆଲୋକିତ କରି ଭିସା ପ୍ରକ୍ରିୟାରେ ସହଜ କରିବାକୁ ଏବଂ ପର୍ଯ୍ୟଟନ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବାକୁ ଆହ୍ଵାନ ଦିଆଯାଇ ଥିଲା । ଏହିସବୁ ଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ ହେବାକୁ ଯାଉଛି|

ଆଲେଖ୍ୟ : ଡକ୍ଟର ଅଥର ଜାଫର

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...