Skip to main content

ଭାରତ ଏବଂ ମଧ୍ୟ ଏସିଆ ରାଷ୍ଟ୍ର ସମୁହ ପରସ୍ପର ମଧ୍ୟରେ ସହଯୋଗ ଦୋହରାଇଲେ

ଗତ ସପ୍ତାହରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଦ୍ୱିତୀୟ ଭାରତ-ମଧ୍ୟ ଏସିଆ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାରତ ଏବଂ ମଧ୍ୟ ଏସିଆର ପାଞ୍ଚଟି ଦେଶ; କାଜାଖସ୍ତାନ, କିର୍ଗିଜ୍ ସାଧାରଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟରେ ଗଭୀର ଐତିହାସିକ ଏବଂ ସଭ୍ୟତାର ସମ୍ପର୍କ ରହିଛି । 1990 ଦଶକ ଆରମ୍ଭରେ ଏହି ଅଞ୍ଚଳର ପାଞ୍ଚଟି ଗଣତନ୍ତ୍ରୀକ ରାଷ୍ଟ୍ରର ସ୍ଵଧୀନତା ପରଠାରୁ ଭାରତ ସେମାନଙ୍କ ସହିତ ଘନିଷ୍ଠ ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଆସୁଛି। ବୈଦେଶିକ ମନ୍ତ୍ରୀ ସ୍ତରରେ C5 + 1 ଫର୍ମାଟ୍, ଯେଉଁଠାରେ ପାଞ୍ଚଟି ମଧ୍ୟ ଏସୀୟ ଦେଶ ଭାରତ ସହିତ ମିଳିତ ହୁଅନ୍ତି, ଏହି ଅଞ୍ଚଳର ପାଞ୍ଚଟି ଦେଶ ପାଇଁ ଆନ୍ତର୍ଜାତୀୟ ଯୋଗଦାନ ନିମନ୍ତେ ଏକ ମୂଲ୍ୟବାନ ମଞ୍ଚ ଭାବରେ ଉଭା ହୋଇଛି |

ଜାନୁଆରୀ 2019 ରେ ସମରକାଣ୍ଡରେ ଭାରତ ଏବଂ ଉଜବେକିସ୍ତାନ ଦ୍ୱାରା ମିଳିତ ଭାବେ ଭାରତ-ମଧ୍ୟ ଏସିଆ ଆଲୋଚନା ଆୟୋଜିତ ହୋଇଥିଲା | ଦ୍ୱିତୀୟ ଆଲୋଚନା ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କୋଭିଡ-19 ମହାମାରୀ କାରଣରୁ ଏହା ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା | ଏହାକୁ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆୟୋଜନ କରିଥିଲେ। ଏହି ଆଲୋଚନାରେ କାଜାଖସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।କିର୍ଗିଜସ୍ଥାନର ପ୍ରଥମ ଉପ-ବୈଦେଶିକ ମନ୍ତ୍ରୀ ପ୍ରତିନିଧିତ୍ୱ କରିଥିଲେ। ନିକଟରେ କିର୍ଗିଜସ୍ଥାନରେ ସରକାରରେ ପରିବର୍ତ୍ତନ ଆସିଛି। ପୂର୍ବ ବର୍ଷ ପରି ଆଫଗାନିସ୍ତାନ ମଧ୍ୟ ଏକ ସ୍ୱତନ୍ତ୍ର ଆମନ୍ତ୍ରଣକାରୀ ଦେଶ ଭାବରେ ଯୋଗ ଦେଇଥିଲା ଏବଂ ଏହାର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ।
ନେତାମାନଙ୍କ ଦ୍ୱାରା ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା। କରୋନାଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ସହଯୋଗ ଏବଂ ଅର୍ଥନୀତି ତଥା ସମାଜ ଉପରେ ଏହାର ପ୍ରଭାବ କାର୍ଯ୍ୟସୂଚିରେ ମୁଖ୍ୟତ ସ୍ଥାନ ପାଇଥିଲା। କୋଭିଡ -19 ମହାମାରୀ ବିରୋଧରେ ଲଢେଇରେ ଭାରତ ଏବଂ ମଧ୍ୟ ଏସିଆର ସ୍ଵଚ୍ଛତା ଏବଂ ଭୂତାଣୁ ସଂମ୍ଵନ୍ଧୀୟ ସେବା କ୍ଷେତ୍ରରେ ଘନିଷ୍ଠ ସହଯୋଗ ଜାରି ରଖିବା ଆବଶ୍ୟକ ବୋଲି ମନ୍ତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ ମଧ୍ୟରେ ଏବଂ ପରିବହନ ଚ୍ୟାଲେଞ୍ଜ ସତ୍ତ୍ଵେ ଭାରତ 150 ରୁ ଅଧିକ ଦେଶକୁ ଔଷଧ ଏବଂ ଯନ୍ତ୍ରପାତି ଯୋଗାଇ ଦେଇଥିଲା। ଏହା ମଧ୍ୟ ଏସିଆ ପର୍ଯ୍ୟନ୍ତ ପହଞ୍ଚିଥିଲା। ମହାମାରୀ ବିରୋଧରେ ଲଢେଇରେ କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମନ୍ତ୍ରୀମାନେ ସେମାନଙ୍କ ଦେଶକୁ ଭାରତର ଚିକିତ୍ସା ସହାୟତାକୁ ସ୍ୱୀକାର କରିଛନ୍ତି।
ପଡୋଶୀ ନିକଟତା, ଆନ୍ତରିକ ରାଜନୈତିକ ସମ୍ପର୍କ , ସାଂସ୍କୃତିକ ବୁଝାମଣା ଭାରତ ଏବଂ ପାଞ୍ଚଟି ଏସୀୟ ଗଣତନ୍ତ୍ର ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ରହିବା ସତ୍ତ୍ଵେ ମଧ୍ୟ ଭାରତ ଏବଂ ପାଞ୍ଚଟି ମଧ୍ୟ ଏସୀୟ ଗଣତନ୍ତ୍ର ମଧ୍ୟରେ ଆଶାଠାରୁ କମ୍ ସଫଳତା ମିଳିଛି | ମହାମାରୀ ଏହାକୁ ଆହୁରି ପ୍ରଭାବିତ କରିଛି। ସିଧାସଳଖ ଭୂମି କିମ୍ବା ସମୁଦ୍ର ସଂଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳ ଅବରୋଧ ପ୍ରମୁଖ ପ୍ରତିବନ୍ଧକ ହୋଇଛି | ସଂଯୋଗୀକରଣ ଏବଂ ଶକ୍ତି ସମେତ ପ୍ରାଥମିକ ବିକାଶମୂଳକ ପ୍ରକଳ୍ପ ପାଇଁ ଭାରତ 1 ବିଲିୟନ ଆମେରିକୀୟ ଡଲାରର ଋଣ ପ୍ରଦାନ କରିଛି।
ପ୍ରଥମ ଭାରତ-ମଧ୍ୟ ଏସିଆ ଆଲୋଚନା ସମୟରେ ଧାର୍ଯ୍ୟ ହୋଇଥିବା ଭାରତ-ମଧ୍ୟ ଏସିଆ ବ୍ୟବସାୟ ପରିଷଦ (ଆଇସିଏବିସି) କୁ ଭାରତ 2020 ଫେବୃୟାରୀ 6 ତାରିଖରେ ରେ ନୂଆଦିଲ୍ଲୀରେ ଆରମ୍ଭ କରିଥିଲା। ଏହି ପରିଷଦ ଭାରତ ଏବଂ ପାଞ୍ଚଟି ଗଣତନ୍ତ୍ରର ବ୍ୟବସାୟ ପ୍ରକୋଷ୍ଠକୁ ନେଇ ଗଠିତ। ବ୍ୟବସାୟ ପରିଷଦ ଭାରତ ଏବଂ ମଧ୍ୟ ଏସିଆର ବ୍ୟବସାୟୀଙ୍କ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଟିକସ ଏବଂ ଆନୁଷଙ୍ଗିକ ବିଷୟ ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ସଚେତନତା ଏବଂ ବୁଝାମଣା ବୃଦ୍ଧି କରିବ ବୋଲି ଆଶା କରାଯାଉଛି | ଅର୍ଥନୈତିକ ଦୃଷ୍ଟିରୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ଏହା ବିଶେଷ ସହାୟକ ହୋଇପାରେ |
ଇରାନରେ ଚବାହାର ସମୁଦ୍ର ବନ୍ଦରର ବିକାଶ ପାଇଁ ଭାରତ ପୁଞ୍ଜି ବିନିଯୋଗ କରୁଛି। ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟକୁ ବୃଦ୍ଧି କରିବ | ମଧ୍ୟ ଏସିଆ ଏବଂ ପଶ୍ଚିମ ଏସିଆ ମଧ୍ୟରେ ବାଣିଜ୍ୟ ଏବଂ ଗମନାଗମନ କରିଡର ପ୍ରତିଷ୍ଠା କରୁଥିବା ଅଶଗାବତ ଚୁକ୍ତିରେ ଭାରତ ମଧ୍ୟ ଯୋଗ ଦେଇଛି। ଚବାହାର ବନ୍ଦରକୁ ଆଧୁନିକୀକରଣ କରିବା ପାଇଁ ଭାରତର ଉଦ୍ୟମକୁ ମଧ୍ୟ ଏସିଆର ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି ଏବଂ ଆଶା କରିଛନ୍ତି ଯେ ଏହା ମଧ୍ୟ ଏସିଆ ଏବଂ ଦକ୍ଷିଣ ଏସୀୟ ବଜାର ମଧ୍ୟରେ ବାଣିଜ୍ୟ ଏବଂ ପରିବହନ ଯୋଗାଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇପାରିବ।
ଆଲୋଚନାରେ ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରାଯାଇଥିଲା ​​ଏବଂ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ, ନେଟୱାର୍କ, ଭିତ୍ତିଭୂମି ଏବଂ ପାଣ୍ଠି ଚ୍ୟାନେଲଗୁଡ଼ିକୁ ନଷ୍ଟ କରିବାକୁ ପଡିବ ବୋଲି କୁହାଯାଇଥିଲା। ଆଫଗାନିସ୍ତାନ ଉପରେ କୁହାଯାଇଛି ଯେ ଆଫଗାନିସ୍ତାନ ନେତୃତ୍ୱାଧୀନ, ଆଫଗାନିସ୍ତାନ ମାଲିକାନା ଏବଂ ଆଫଗାନିସ୍ତାନ ନିୟନ୍ତ୍ରିତ ଶାନ୍ତି ପ୍ରକ୍ରିୟାର ନୀତି ଅନୁଯାୟୀ ଆଫଗାନିସ୍ତାନ ବିବାଦର ସମାଧାନ ହେବା ଉଚିତ।
ବୈଠକରେ ସାଂସ୍କୃତିକ, ଶିକ୍ଷାଗତ ତଥା ପର୍ଯ୍ୟଟନ ସହଯୋଗର ମହତ୍ତ୍ଵକୁ ଆଲୋକିତ କରି ଭିସା ପ୍ରକ୍ରିୟାରେ ସହଜ କରିବାକୁ ଏବଂ ପର୍ଯ୍ୟଟନ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବାକୁ ଆହ୍ଵାନ ଦିଆଯାଇ ଥିଲା । ଏହିସବୁ ଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ ହେବାକୁ ଯାଉଛି|

ଆଲେଖ୍ୟ : ଡକ୍ଟର ଅଥର ଜାଫର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...