Skip to main content

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ଆହୁରି ମଜବୁତ କରିବ କ୍ଵାଡ

ଜାପାନ ଦ୍ଵିତୀୟ ଭାରତ-ଅଷ୍ଟ୍ରେଲିଆ-ଜାପାନ-ଆମେରିକା ଚତୁର୍ଭୁଜ (କ୍ଵାଡ) ମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରିଥିଲା | ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର, ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ, ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ମାରିଶେ ପାୟନେ ଓ ଜାପାନ ବୈଦେଶିକ ମନ୍ତ୍ରୀ ମୋଟେଗୀ ତୋଷୀମିତଷୁ ଟୋକିଓ ଠାରେ ଏକ ବୈଠକରେ ମିଳିତ ହୋଇ କୋଭିଡ-19 ପରବର୍ତ୍ତୀ ସମୟରେ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ ଓ ଅବସର ନେଇ ବିସ୍ତୃତ ଆଲୋଚନା କରିଛନ୍ତି |ବର୍ତ୍ତମାନ କାୟା ବିସ୍ତାର କରି ଚାଲିଥିବା ମହାମାରୀ, ଅନିଶ୍ଚିତତା ଦେଇ ଗତି କରୁଥିବା ବୈଶ୍ୱିକ ଅର୍ଥନୈତିକ ଦୃଷ୍ଟିକୋଣ, ଆମେରିକା-ଚୀନ ମଧ୍ୟରେ ବୃଦ୍ଧିପାଉଥିବା ତିକ୍ତତା ଓ ବୃଦ୍ଧି ପାଉଥିବା ଆଞ୍ଚଳିକ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି |

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ ତଥା ଅର୍ଥନୈତିକ ସମୃଦ୍ଧତା ପ୍ରତିଷ୍ଠା ଲକ୍ଷ୍ୟରେ ସେପ୍ଟେମ୍ବର 2019ରେ ଜାତିସଂଘ ସାଧାରଣ ସଭା ଅବସରରେ ଆମେରିକାରେ ପ୍ରଥମ ଭାରତ- ଅଷ୍ଟ୍ରେଲିଆ-ଜାପାନ-ଆମେରିକା କ୍ଵାଡ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏକ ନିୟମ ଭିତ୍ତିକ ପ୍ରଣାଳୀକୁ ସମର୍ଥନ କରିବା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା |

ଟୋକିଓ ଠାରେ ମନ୍ତ୍ରୀ ମାନେ ଏକାଠି ହୋଇ ମହାମାରୀ ପରବର୍ତ୍ତୀ ସମୟରେ ଉଭା ହେବାକୁ ଥିବା ଚାଲେଞ୍ଜର ମୁକାବିଲା ପାଇଁ ଏକ ସମନ୍ଵିତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ତଥା ଗୋଟିଏ ପଟେ ସୁଲଭ ଟୀକା ତିଆରି କରିବା ଏବଂ କରୋନାଭାଇରସ ବିରୁଦ୍ଧରେ ସଂଗ୍ରାମରେ ପରସ୍ପରର ଅନୁଭୂତି ଆଦାନ ପ୍ରଦାନ କରିବା ଠାରୁ ଅନ୍ୟ ପଟେ ବିଶ୍ଵବ୍ୟାପୀ ଜାରି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥାରୁ ମୁକୁଳିବା ଲାଗି ରଣକୌଶଳ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଥିଲେ |

ଏହି ବୈଠକରେ ନିୟମ ଭିତ୍ତିକ ପ୍ରଣାଳୀ, ଆଇନ ର ଶାସନ, ସ୍ବଚ୍ଛତା, ସ୍ଵାଧୀନ ଭାବେ ନୌଚଳାଚଳ, ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ଵ ତଥା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦ୍ଵାରା ନିୟମ ଆଧାରିତ ବାତାବରଣକୁ ବଜାୟ ରଖିବା ଆଦି ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା | ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ପ୍ରତିଷ୍ଠା କରିବା ଓ ଅଞ୍ଚଳରେ ରଣନୀତିକ ସ୍ଥିରତା ବଜାୟ ରଖିବା ପାଇଁ ଆସିଆନ କେନ୍ଦ୍ରିୟତା ଓ ଆସିଆନ ନେତୃତ୍ଵାଧୀନ ଆଞ୍ଚଳିକ ଢାଞ୍ଚା ଏକ ପ୍ରମୁଖ ସ୍ତମ୍ଭ ଭାବେ ବଳବତ୍ତର ରହିଛି |

କ୍ଵାଡ ରାଷ୍ଟ୍ର ଗୁଡିକ ମଧ୍ୟରେ ଦୃଢ ରଣନୀତିକ ଓ ପ୍ରସଙ୍ଗ ଭିତ୍ତିକ ସମନ୍ଵୟ ରହିଛି | ସୈନ୍ୟ ତନ୍ତ୍ର ରାଜିନାମା ଜରିଆରେ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବାର ଅଛି | ଆହୁରି ମଧ୍ୟ ଏହି ସବୁ ରାଷ୍ଟ୍ର ଗୁଡିକ ମଧ୍ୟରେ ମିଳିତ ନୌ-ସମରାଭ୍ୟାସ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ଦୃଢ କରିଛି | ଏକ ନିରାପଦ, ସୁରକ୍ଷା ଓ ସ୍ଥିର ସାମୁଦ୍ରିକ କ୍ଷେତ୍ରରେ ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | ଏଥିସହିତ 2+2 ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଏବଂ ଭାରତ-ଆମେରିକା-ଜାପାନ ଓ ଭାରତ-ଜାପାନ-ଅଷ୍ଟ୍ରେଲିଆ ସମେତ ରଣନୀତିକ ଭାରତ-ପ୍ରଶାନ୍ତ ତ୍ରିପକ୍ଷୀୟ ଆଲୋଚନା କ୍ଵାଡକୁ ଅଧିକ ସୁଦୃଢ କରିଛି|

ମହାମାରୀ ଯୋଗୁଁ ଆନ୍ତର୍ଜାତୀୟ ଅର୍ଥନୈତିକ ଓ ବୈଷୟିକ ବ୍ୟବସ୍ଥାରେ ପରିବର୍ତ୍ତନ ପରେ ଯୋଗାଣ ଶୃଙ୍ଖଳା ବୃଦ୍ଧି କରିବା ଅତି ଜରୁରୀ ହୋଇପଡିଛି | କୋଭିଡ-19 ମହାମାରୀ ଯୋଗୁଁ ଅଧିକାଂଶ ଅର୍ଥନୀତି ପାଇଁ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି ହେବା ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି |ଏହି ପରିପ୍ରେକ୍ଷୀରେ କେତୋଟି କ୍ଵାଡ ସଦସ୍ୟ ରାଷ୍ଟ୍ର ବଳିଷ୍ଠ ପଦକ୍ଷେପ ନେଇଛନ୍ତି | ଉଦାହରଣ ସ୍ୱରୂପ, ଭାରତ –ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିଶ୍ଵସନୀୟ ,ନିର୍ଭରଯୋଗ୍ୟ ଏବଂ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଅଷ୍ଟ୍ରେଲିଆ-ଭାରତ-ଜାପାନ ‘ଯୋଗାଣ ଶୃଙ୍ଖଳା ସ୍ଥିରତା ପଦକ୍ଷେପ’ ନିଆଯାଉଛି |

ଏକ ମୁକ୍ତ ଓ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦିଗରେ ଆଗେଇବା ଲାଗି ଗୁଣବତ୍ତାପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ଏବଂ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ | ଏହି ପରିପ୍ରେକ୍ଷୀରେ କ୍ଵାଡ ରାଷ୍ଟ୍ର ଗୁଡିକ ସ୍ବଚ୍ଛ ଓ ନିରନ୍ତର ଆର୍ଥିକ ସହାୟତା ପ୍ରଦାନ ସମେତ ଶାସନର ସର୍ବୋଚ୍ଚ ମାନଦଣ୍ଡକୁ ଅନୁକରଣ କରି ବୈଶ୍ଵିକ ନୀତିନିୟମକୁ ସମର୍ଥନ ଜଣାଇଛନ୍ତି| ଏଥିସହିତ ଆତଙ୍କବାଦର ଦମନ , ସାଇବର ଓ ସାମୁଦ୍ରିକ ସୁରକ୍ଷା ଉପରେ ଧ୍ୟାନ ଦେଇ ଆଞ୍ଚଳିକ ସୁରକ୍ଷା ଚାଲେଞ୍ଜ ଉପରେ ମଧ୍ୟ ମୁଖ୍ୟତଃ ଆଲୋଚନା ହୋଇଥିଲା |

ସିନଯୋ ଆବେ ଇସ୍ତଫା ଦେବା ପରେ ସେପ୍ଟେମ୍ବର ମାସରେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଦାୟିତ୍ଵ ଗ୍ରହଣ କରିବା ପରେ ପରେ ଟୋକିଓ ଠାରେ ବୈଦେଶିକ ମନ୍ତ୍ରୀ ମାନଙ୍କ ବୈଠକ ବସିଥିଲା | କ୍ଵାଡ ଢାଞ୍ଚାକୁ ଆଗକୁ ବଢାଇବାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଆବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ବିବେଚନା କରାଯାଏ | ସମାନ ମୂଲ୍ଯବୋଧ ଓ ରଣନୀତିକ ସ୍ଵାର୍ଥର ପାରସ୍ପରିକତା ଉପରେ ଆଧାର କରି ସମଭାବାପର୍ଣ୍ଣ ରାଷ୍ଟ୍ର ଗୁଡିକୁ ଏକାଠି କରିବାରେ ଶ୍ରୀ ଆବେଙ୍କ ପ୍ରୟାସକୁ ଆଗେଇ ନେବା ଲାଗି ମନ୍ତ୍ରିବୃନ୍ଦ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି |

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର କ୍ଵାଡ ମନ୍ତ୍ରୀ ସ୍ତରୀୟ ବୈଠକରେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ବିଶ୍ଵବ୍ୟାପୀ ମହାମାରୀରୁ ମୁକୁଳିବା ଏବଂ ବହୁପକ୍ଷୀୟ ଅନୁଷ୍ଠାନର ସଂସ୍କାର ସମେତ ଭାରତ ବିଶ୍ଵ ସ୍ତରୀୟ ଚାଲେଞ୍ଜର ମୁକାବିଲା କରି ଏହାର ସାମୁହିକ ସମାଧାନ କରିବାକୁ ଚାହୁଁଛି |2021 ରୁ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଏଦିଗରେ ଭାରତ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି | ତାଙ୍କ ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ତାଙ୍କ ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ଵିପକ୍ଷୀୟ ଆଲୋଚନା କରିଥିଲେ | ଭାରତର ‘ଆକ୍ଟ ଇଷ୍ଟ’ ନୀତିରେ ଜାପାନ ହେଉଛି ଏକ ପ୍ରମୁଖ ସ୍ତମ୍ଭ |ପ୍ରଧାନମନ୍ତ୍ରୀ ସୁଗା ଦାୟିତ୍ଵ ଗ୍ରହଣ କରିବା ପରେ ଭାରତ-ଜାପାନ ସ୍ଵତନ୍ତ୍ର ରଣନୀତିକ ଏବଂ ବୈଶ୍ଵିକ ଭାଗୀଦାରୀତାରେ ସମ୍ପର୍କକୁ ଆହୁରି ଘନୀଭୂତ କରିବା ପ୍ରତି ଭାରତ ଦୃଢ ବିଶ୍ଵାସ ରଖିଛି |

ଲେଖ୍ୟ : ଡଃ ତିତଲି ବାସୁ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ମାମଲାରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...