Skip to main content

ବୈଭବ ସମ୍ମିଳନୀ



ବୈଶ୍ଵିକ ଭାରତୀୟ ବୈଜ୍ଞାନିକ (ବୈଭବ) ଶିଖର ସମ୍ମିଳନୀ 2020ର ଶୁଭାରମ୍ଭ ହୋଇଛି 3000 ରୁ ଅଧିକ ବିଦେଶୀ ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ ଏବଂ 55 ଟି ଦେଶର ବୈଜ୍ଞାନିକମାନଙ୍କୁ ନେଇ । ପ୍ରାୟ 10,000 ଭାରତୀୟ ବୈଜ୍ଞାନିକ, ଅନୁସନ୍ଧାନକାରୀ ଏବଂ ଛାତ୍ର ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନେତୃତ୍ୱରେ 200 ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ବିଜ୍ଞାନ ଏବଂ ଜ୍ଞାନକୌଶଳ ବିଭାଗ ଦ୍ୱାରା ବୈଭବ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି | 40 ଟି ଦେଶରୁ ପ୍ରାୟ 700 ବିଦେଶୀ ପ୍ୟାନେଲିଷ୍ଟ ଏବଂ ବିଶିଷ୍ଟ ଭାରତୀୟ ଶିକ୍ଷାବିତ ଏବଂ ବିଜ୍ଞାନ ଏବଂ ଜ୍ଞାନକୌଶଳ ବିଭାଗର 629 ଆବାସୀକ ପ୍ୟାନେଲିଷ୍ଟ 213 ଟି ଅଧିବେଶନରେ 80 ଟି ଉପ-ପ୍ରସଙ୍ଗ ସହିତ 18 ଟି ବିଭିନ୍ନ ଅଧିବେଶନରେ ଆଲୋଚନା କରିବେ।

ଏହି ସମ୍ମିଳନୀ 3 ଅକ୍ଟୋବରରୁ ଆରମ୍ଭ ହୋଇ 25 ଅକ୍ଟୋବର 2020 ପର୍ଯ୍ୟନ୍ତ ଚାଲିବ ଏବଂ 28 ଅକ୍ଟୋବରରେ ଏହାର ନିର୍ଯ୍ୟାସ ପ୍ରକାଶ କରାଯିବ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅର୍ଥାତ୍ 31 ଅକ୍ଟୋବର 2020 ଅବସରରେ ଏହି ସମ୍ମିଳନୀ ସମାପ୍ତ ହେବ। ଏହି ପଦକ୍ଷେପଟି ଏକ ମାସ ଧରି ଚାଲିଥିବା ୱେବିନାର୍ ଏବଂ ଭିଡିଓ କନଫରେନ୍ସରେ ବିଦେଶୀ ବିଶେଷଜ୍ଞ ତଥା ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ଏକାଧିକ ସ୍ତରର ପାରସ୍ପରିକ ସମ୍ପର୍କକୁ ଅନ୍ତର୍ଭୁକ୍ତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଧିକ ଯୁବକ ପିଢି ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଚିତ୍ | ଭାରତରେ ମହାକାଶ କ୍ଷେତ୍ରରେ ସଂସ୍କାର ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ପାଇଁ ସୁଯୋଗ ସୃଷ୍ଟି କରିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2025 ସୁଦ୍ଧା ଭାରତରୁ ଯକ୍ଷ୍ମା ଦୂର କରିବାକୁ ଭାରତ ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଧିକ ଯୁବପିଢି ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା ହେଉଛି ସମୟରଆବଶ୍ୟକତା । ଏଥିପାଇଁ ଆମକୁ ଇତିହାସ ତଥା ବିଜ୍ଞାନର ଇତିହାସ ବିଷୟରେ ଭଲଭାବେ ଜାଣିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି ବୈଭବ ସମ୍ମିଳନୀ 2020 ଭାରତ ଏବଂ ବିଶ୍ଵର ବିଜ୍ଞାନ ଏବଂ ଅଭିନବତାକୁ ଉତ୍ସବମୁଖର କରିଥାଏ | ସେ କହିଛନ୍ତି ମୁଁ ଏହାକୁ ଏକ ପ୍ରକୃତ “ସଙ୍ଗମ” ବା ମହାନ ମନର ମିଳନ ବୋଲି କହିବି, ଏହି ସମାବେଶ ମାଧ୍ୟମରେ ଆମେ ଭାରତ ଏବଂ ଆମ ଗ୍ରହକୁ ସଶକ୍ତ କରିବା ପାଇଁ ଆମର ଦୀର୍ଘସ୍ଥାୟୀ ସଙ୍ଗଠନ ଗଠନ କରିବାକୁ ବସିଛୁ ।

ଶ୍ରୀ ମୋଦୀ କହିଛନ୍ତି, ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ବିଜ୍ଞାନ ହିଁ ପ୍ରୟାସର ମୂଳ କାରଣ ହୋଇଥିବାରୁ ବୈଜ୍ଞାନିକ ଗବେଷଣା ଏବଂ ନବୀକରଣକୁ ବୃଦ୍ଧି କରିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି | ଟୀକା ବିକାଶ ତଥା ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଦିଗରେ ଭାରତର ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ଟୀକା ଉତ୍ପାଦନ ପାଇଁ ଦୀର୍ଘ ସମୟ ଅପେକ୍ଷାର ଶେଷ ହୋଇଛି | 2014 ରେ ଆମର ଟୀକାକରଣ କାର୍ଯ୍ୟକ୍ରମରେ ଚାରୋଟି ନୂତନ ଟିକା ପ୍ରବର୍ତ୍ତିତ ହେଲା | ଏଥିରେ ସ୍ୱଦେଶୀ ଭାବରେ ବିକଶିତ ରୋଟା ଟିକା ଅନ୍ତର୍ଭୁକ୍ତ | 2025 ସୁଦ୍ଧା ଭାରତରେ ଯକ୍ଷ୍ମା ଦୂର କରିବା ପାଇଁ ପାଞ୍ଚ ବର୍ଷୀୟ ଯୋଜନା ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଶ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତି 2020 ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ତିନି ଦଶନ୍ଧି ପରେ ଏବଂ ଦେଶବ୍ୟାପୀ ବିସ୍ତୃତ ପରାମର୍ଶ ଏବଂ ବିଚାର ବିମର୍ଶ ପରେ ଅଣାଯାଇଥିଲା। ବିଜ୍ଞାନ ପ୍ରତି କୌତୁହଳ ବଢାଇବାକୁ ଏହି ନୀତି ଲକ୍ଷ୍ୟ ରଖିଛି ଏବଂ ବୈଜ୍ଞାନିକ ଅନୁସନ୍ଧାନକୁ ବହୁ ଆବଶ୍ୟକୀୟ ଉତ୍ସ ପ୍ରଦାନ କରୁଛି |

ପ୍ରଧାନମନ୍ତ୍ରୀ ଭାରତର ଅଗ୍ରଗାମୀ ମହାକାଶ ସଂସ୍କାର ବିଷୟରେ କହିଥିଲେ ଯାହା ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ପାଇଁ ସୁଯୋଗ ସୃଷ୍ଟି କରିବ | ଲେଜର ଇଣ୍ଟରଫେରୋମିଟର ମାଧ୍ୟାକର୍ଷଣ-ତରଙ୍ଗ ଅବଜରଭେଟୋରୀ, ସି.ଅ.ଆର.ଏନ ଏବଂ ଆନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ୍ ରିଆକ୍ଟର (ଆଇ.ଟି.ଇ.ଆର) ରେ ଭାରତୀୟ ସହଭାଗୀତା ବିଷୟରେ ଉଲ୍ଲେଖ କରି ସେ ବିଶ୍ୱ ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ବିକାଶ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ | ସୁପର କମ୍ପ୍ୟୁଟିଂ ଏବଂ ସାଇବର ଫିଜିକାଲ୍ ସିଷ୍ଟମ ଉପରେ ସେ ଭାରତର ପ୍ରମୁଖ ମିଶନ ବିଷୟରେ ମଧ୍ୟ କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ସେନ୍ସର ଏବଂ ବଡ ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ମୌଳିକ ଅନୁସନ୍ଧାନ ଏବଂ ପ୍ରୟୋଗଗୁଡ଼ିକ ବିଷୟରେ ସେ କହିଛନ୍ତି ଯେ ଏହା ଭାରତରେ ଷ୍ଟାର୍ଟ ଅପ୍ କ୍ଷେତ୍ର ଏବଂ ଉତ୍ପାଦନକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ସ୍ତରରେ ଭାରତୀୟ ପ୍ରବାସୀ ହେଉଛନ୍ତି ଭାରତର ଶ୍ରେଷ୍ଠ ରାଷ୍ଟ୍ରଦୂତ | ଏହି ସମ୍ମିଳନୀ ଆଗାମୀ ପିଢ଼ି ପାଇଁ ଏକ ନିରାପଦ ଏବଂ ସମୃଦ୍ଧ ଭବିଷ୍ୟତ ଗଢିବାର ସ୍ୱପ୍ନକୁ ସାକାର କରିବ | ଆମ କୃଷକମାନଙ୍କୁ ସାହାଯ୍ୟ କରିବାକୁ ଭାରତରେ ଶୀର୍ଷ ଶ୍ରେଣୀର ବୈଜ୍ଞାନିକ ଅନୁସନ୍ଧାନ ଆବଶ୍ୟକତା ରହିଛି। ଏହି ଶିଖର ସମ୍ମିଳନୀ ଶିକ୍ଷାଦାନ ଏବଂ ଅନୁସନ୍ଧାନରେ ଉପଯୋଗୀତାକୁ ଆଗେଇ ନେବ |

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ବିକାଶ ପାଇଁ ଦେଖାଦେଇଥିବା ଆହ୍ଵାନର ମୁକାବିଲା ସକାଶେ ବିଶ୍ୱ ଭାରତୀୟ ଅନୁସନ୍ଧାନକାରୀଙ୍କ ଜ୍ଞାନ ଏବଂ ଅଭିଜ୍ଞତାକୁ ବ୍ୟବହାର କରି ଏକ ବିସ୍ତୃତ ରୋଡମ୍ୟାପ୍ ବାହାର କରିବା | ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ୍ ଏବଂ ବିଭିନ୍ନ ଦେଶରୁ 16 ଟି ବିଦେଶୀ ପ୍ୟାନେଲିଷ୍ଟ୍ ଯଥା ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ବ୍ରିଟେନ, ଫ୍ରାନ୍ସ, ସିଙ୍ଗାପୁର, ରିପବ୍ଲିକ୍ ଅଫ୍ କୋରିଆ, ବ୍ରାଜିଲ ଏବଂ ସ୍ୱିଜରଲ୍ୟାଣ୍ଡ, ଗଣନା ଏବଂ ଯୋଗାଯୋଗ, ରସାୟନ ବିଜ୍ଞାନ, ଉଚ୍ଚ ଶକ୍ତି ପଦାର୍ଥ ବିଜ୍ଞାନ, ଉତ୍ପାଦନ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ଭୂ-ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ମାଇକ୍ରୋବାୟୋଲୋଜି, ଆଇଟି ସୁରକ୍ଷା, ନାନୋ-ସାମଗ୍ରୀ, ସ୍ମାର୍ଟ ଗ୍ରାମ, ଏବଂ ଗଣିତ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି |

ଆଲେଖ୍ୟ: ପଦମ ସିଂହ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...