Skip to main content

ବୈଭବ ସମ୍ମିଳନୀ



ବୈଶ୍ଵିକ ଭାରତୀୟ ବୈଜ୍ଞାନିକ (ବୈଭବ) ଶିଖର ସମ୍ମିଳନୀ 2020ର ଶୁଭାରମ୍ଭ ହୋଇଛି 3000 ରୁ ଅଧିକ ବିଦେଶୀ ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ ଏବଂ 55 ଟି ଦେଶର ବୈଜ୍ଞାନିକମାନଙ୍କୁ ନେଇ । ପ୍ରାୟ 10,000 ଭାରତୀୟ ବୈଜ୍ଞାନିକ, ଅନୁସନ୍ଧାନକାରୀ ଏବଂ ଛାତ୍ର ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନେତୃତ୍ୱରେ 200 ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ବିଜ୍ଞାନ ଏବଂ ଜ୍ଞାନକୌଶଳ ବିଭାଗ ଦ୍ୱାରା ବୈଭବ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି | 40 ଟି ଦେଶରୁ ପ୍ରାୟ 700 ବିଦେଶୀ ପ୍ୟାନେଲିଷ୍ଟ ଏବଂ ବିଶିଷ୍ଟ ଭାରତୀୟ ଶିକ୍ଷାବିତ ଏବଂ ବିଜ୍ଞାନ ଏବଂ ଜ୍ଞାନକୌଶଳ ବିଭାଗର 629 ଆବାସୀକ ପ୍ୟାନେଲିଷ୍ଟ 213 ଟି ଅଧିବେଶନରେ 80 ଟି ଉପ-ପ୍ରସଙ୍ଗ ସହିତ 18 ଟି ବିଭିନ୍ନ ଅଧିବେଶନରେ ଆଲୋଚନା କରିବେ।

ଏହି ସମ୍ମିଳନୀ 3 ଅକ୍ଟୋବରରୁ ଆରମ୍ଭ ହୋଇ 25 ଅକ୍ଟୋବର 2020 ପର୍ଯ୍ୟନ୍ତ ଚାଲିବ ଏବଂ 28 ଅକ୍ଟୋବରରେ ଏହାର ନିର୍ଯ୍ୟାସ ପ୍ରକାଶ କରାଯିବ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅର୍ଥାତ୍ 31 ଅକ୍ଟୋବର 2020 ଅବସରରେ ଏହି ସମ୍ମିଳନୀ ସମାପ୍ତ ହେବ। ଏହି ପଦକ୍ଷେପଟି ଏକ ମାସ ଧରି ଚାଲିଥିବା ୱେବିନାର୍ ଏବଂ ଭିଡିଓ କନଫରେନ୍ସରେ ବିଦେଶୀ ବିଶେଷଜ୍ଞ ତଥା ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ଏକାଧିକ ସ୍ତରର ପାରସ୍ପରିକ ସମ୍ପର୍କକୁ ଅନ୍ତର୍ଭୁକ୍ତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଧିକ ଯୁବକ ପିଢି ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଚିତ୍ | ଭାରତରେ ମହାକାଶ କ୍ଷେତ୍ରରେ ସଂସ୍କାର ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ପାଇଁ ସୁଯୋଗ ସୃଷ୍ଟି କରିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2025 ସୁଦ୍ଧା ଭାରତରୁ ଯକ୍ଷ୍ମା ଦୂର କରିବାକୁ ଭାରତ ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଧିକ ଯୁବପିଢି ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା ହେଉଛି ସମୟରଆବଶ୍ୟକତା । ଏଥିପାଇଁ ଆମକୁ ଇତିହାସ ତଥା ବିଜ୍ଞାନର ଇତିହାସ ବିଷୟରେ ଭଲଭାବେ ଜାଣିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି ବୈଭବ ସମ୍ମିଳନୀ 2020 ଭାରତ ଏବଂ ବିଶ୍ଵର ବିଜ୍ଞାନ ଏବଂ ଅଭିନବତାକୁ ଉତ୍ସବମୁଖର କରିଥାଏ | ସେ କହିଛନ୍ତି ମୁଁ ଏହାକୁ ଏକ ପ୍ରକୃତ “ସଙ୍ଗମ” ବା ମହାନ ମନର ମିଳନ ବୋଲି କହିବି, ଏହି ସମାବେଶ ମାଧ୍ୟମରେ ଆମେ ଭାରତ ଏବଂ ଆମ ଗ୍ରହକୁ ସଶକ୍ତ କରିବା ପାଇଁ ଆମର ଦୀର୍ଘସ୍ଥାୟୀ ସଙ୍ଗଠନ ଗଠନ କରିବାକୁ ବସିଛୁ ।

ଶ୍ରୀ ମୋଦୀ କହିଛନ୍ତି, ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ବିଜ୍ଞାନ ହିଁ ପ୍ରୟାସର ମୂଳ କାରଣ ହୋଇଥିବାରୁ ବୈଜ୍ଞାନିକ ଗବେଷଣା ଏବଂ ନବୀକରଣକୁ ବୃଦ୍ଧି କରିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି | ଟୀକା ବିକାଶ ତଥା ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଦିଗରେ ଭାରତର ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ଟୀକା ଉତ୍ପାଦନ ପାଇଁ ଦୀର୍ଘ ସମୟ ଅପେକ୍ଷାର ଶେଷ ହୋଇଛି | 2014 ରେ ଆମର ଟୀକାକରଣ କାର୍ଯ୍ୟକ୍ରମରେ ଚାରୋଟି ନୂତନ ଟିକା ପ୍ରବର୍ତ୍ତିତ ହେଲା | ଏଥିରେ ସ୍ୱଦେଶୀ ଭାବରେ ବିକଶିତ ରୋଟା ଟିକା ଅନ୍ତର୍ଭୁକ୍ତ | 2025 ସୁଦ୍ଧା ଭାରତରେ ଯକ୍ଷ୍ମା ଦୂର କରିବା ପାଇଁ ପାଞ୍ଚ ବର୍ଷୀୟ ଯୋଜନା ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଶ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତି 2020 ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ତିନି ଦଶନ୍ଧି ପରେ ଏବଂ ଦେଶବ୍ୟାପୀ ବିସ୍ତୃତ ପରାମର୍ଶ ଏବଂ ବିଚାର ବିମର୍ଶ ପରେ ଅଣାଯାଇଥିଲା। ବିଜ୍ଞାନ ପ୍ରତି କୌତୁହଳ ବଢାଇବାକୁ ଏହି ନୀତି ଲକ୍ଷ୍ୟ ରଖିଛି ଏବଂ ବୈଜ୍ଞାନିକ ଅନୁସନ୍ଧାନକୁ ବହୁ ଆବଶ୍ୟକୀୟ ଉତ୍ସ ପ୍ରଦାନ କରୁଛି |

ପ୍ରଧାନମନ୍ତ୍ରୀ ଭାରତର ଅଗ୍ରଗାମୀ ମହାକାଶ ସଂସ୍କାର ବିଷୟରେ କହିଥିଲେ ଯାହା ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ପାଇଁ ସୁଯୋଗ ସୃଷ୍ଟି କରିବ | ଲେଜର ଇଣ୍ଟରଫେରୋମିଟର ମାଧ୍ୟାକର୍ଷଣ-ତରଙ୍ଗ ଅବଜରଭେଟୋରୀ, ସି.ଅ.ଆର.ଏନ ଏବଂ ଆନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ୍ ରିଆକ୍ଟର (ଆଇ.ଟି.ଇ.ଆର) ରେ ଭାରତୀୟ ସହଭାଗୀତା ବିଷୟରେ ଉଲ୍ଲେଖ କରି ସେ ବିଶ୍ୱ ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ବିକାଶ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ | ସୁପର କମ୍ପ୍ୟୁଟିଂ ଏବଂ ସାଇବର ଫିଜିକାଲ୍ ସିଷ୍ଟମ ଉପରେ ସେ ଭାରତର ପ୍ରମୁଖ ମିଶନ ବିଷୟରେ ମଧ୍ୟ କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ସେନ୍ସର ଏବଂ ବଡ ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ମୌଳିକ ଅନୁସନ୍ଧାନ ଏବଂ ପ୍ରୟୋଗଗୁଡ଼ିକ ବିଷୟରେ ସେ କହିଛନ୍ତି ଯେ ଏହା ଭାରତରେ ଷ୍ଟାର୍ଟ ଅପ୍ କ୍ଷେତ୍ର ଏବଂ ଉତ୍ପାଦନକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ସ୍ତରରେ ଭାରତୀୟ ପ୍ରବାସୀ ହେଉଛନ୍ତି ଭାରତର ଶ୍ରେଷ୍ଠ ରାଷ୍ଟ୍ରଦୂତ | ଏହି ସମ୍ମିଳନୀ ଆଗାମୀ ପିଢ଼ି ପାଇଁ ଏକ ନିରାପଦ ଏବଂ ସମୃଦ୍ଧ ଭବିଷ୍ୟତ ଗଢିବାର ସ୍ୱପ୍ନକୁ ସାକାର କରିବ | ଆମ କୃଷକମାନଙ୍କୁ ସାହାଯ୍ୟ କରିବାକୁ ଭାରତରେ ଶୀର୍ଷ ଶ୍ରେଣୀର ବୈଜ୍ଞାନିକ ଅନୁସନ୍ଧାନ ଆବଶ୍ୟକତା ରହିଛି। ଏହି ଶିଖର ସମ୍ମିଳନୀ ଶିକ୍ଷାଦାନ ଏବଂ ଅନୁସନ୍ଧାନରେ ଉପଯୋଗୀତାକୁ ଆଗେଇ ନେବ |

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ବିକାଶ ପାଇଁ ଦେଖାଦେଇଥିବା ଆହ୍ଵାନର ମୁକାବିଲା ସକାଶେ ବିଶ୍ୱ ଭାରତୀୟ ଅନୁସନ୍ଧାନକାରୀଙ୍କ ଜ୍ଞାନ ଏବଂ ଅଭିଜ୍ଞତାକୁ ବ୍ୟବହାର କରି ଏକ ବିସ୍ତୃତ ରୋଡମ୍ୟାପ୍ ବାହାର କରିବା | ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ୍ ଏବଂ ବିଭିନ୍ନ ଦେଶରୁ 16 ଟି ବିଦେଶୀ ପ୍ୟାନେଲିଷ୍ଟ୍ ଯଥା ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ବ୍ରିଟେନ, ଫ୍ରାନ୍ସ, ସିଙ୍ଗାପୁର, ରିପବ୍ଲିକ୍ ଅଫ୍ କୋରିଆ, ବ୍ରାଜିଲ ଏବଂ ସ୍ୱିଜରଲ୍ୟାଣ୍ଡ, ଗଣନା ଏବଂ ଯୋଗାଯୋଗ, ରସାୟନ ବିଜ୍ଞାନ, ଉଚ୍ଚ ଶକ୍ତି ପଦାର୍ଥ ବିଜ୍ଞାନ, ଉତ୍ପାଦନ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ଭୂ-ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ମାଇକ୍ରୋବାୟୋଲୋଜି, ଆଇଟି ସୁରକ୍ଷା, ନାନୋ-ସାମଗ୍ରୀ, ସ୍ମାର୍ଟ ଗ୍ରାମ, ଏବଂ ଗଣିତ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି |

ଆଲେଖ୍ୟ: ପଦମ ସିଂହ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...