Skip to main content

ଭାରତ-ମରକ୍କୋ ସମ୍ପର୍କରେ ଉନ୍ନତି

ଚତୁର୍ଦ୍ଦଶ ଶତାବ୍ଦୀରେ ଟାଂଜରର ବିଖ୍ୟାତ ପରିବ୍ରାଜକ ତଥା ଲେଖକ ଇବନ୍ ବତୁତାଙ୍କ ଭାରତ ଯାତ୍ରାରୁ ଭାରତ ଏବଂ ମରକ୍କୋ ମଧ୍ୟରେ ରହିଥିବା ସମ୍ପର୍କର ଆକଳନ କରାଯାଇପାରେ । ଆଧୁନିକ ଇତିହାସରେ ମରକ୍କୋ ସ୍ୱାଧୀନତା ଆନ୍ଦୋଳନକୁ ଭାରତ ଜାତିସଂଘରେ ସମର୍ଥନ କରିଥିଲା ଏବଂ ଜୁନ୍ 20, 1956ରେ ଫ୍ରାନ୍ସର ରକ୍ଷଣ ବ୍ୟବସ୍ଥାରୁ ସ୍ବାଧୀନ ହେବାପରେ ମରକ୍କୋକୁ ସ୍ୱୀକୃତି ଦେଇଥିଲା । କୂଟନୈତିକ ସମ୍ପର୍କ 1957 ରେ ପ୍ରତିଷ୍ଠିତ ହୋଇଥିଲା । ବର୍ଷ ବର୍ଷ ଧରି ଭାରତ ଏବଂ ମରକ୍କୋ ଆନ୍ତରିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଉପଭୋଗ କରିଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । 1967 ମସିହାରେ ଭାରତର ଉପରାଷ୍ଟ୍ରପତି ଡକ୍ଟର ଜାକିର ହୁସେନ୍ ମରକ୍କୋ ଗସ୍ତ କରିଥିଲେ । 1983 ମସିହାରେ ରାଜା ମହମ୍ମଦ ଷଷ୍ଠ କ୍ରାଉନ୍ ପ୍ରିନ୍ସ ଥିବାବେଳେ ଏବଂ ପରେ 2001 ଓ 2003 ରେ ମରକ୍କୋର ରାଜା ଭାବରେ ଭାରତ ଗସ୍ତ କରିଥିଲେ । ନୂଆଦିଲ୍ଲୀରେ ଆୟୋଜିତ “ତୃତୀୟ ଭାରତ-ଆଫ୍ରିକା ଫୋରମ୍ ସମ୍ମିଳନୀ 2015” ରେ ଭାଗ ନେବାକୁ କିଙ୍ଗ ମହମ୍ମଦ ଷଷ୍ଠ ମଧ୍ୟ 25 ଅକ୍ଟୋବରରୁ 4 ନଭେମ୍ବର 2015 ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ । 1999 ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରାବତ ଗସ୍ତ କରିଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର, ଆଫ୍ରିକୀୟ ସହଯୋଗ ମନ୍ତ୍ୀ ନାସିର ବୋରିଟାଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଥିଲେ । ଅକ୍ଟୋବର 2015 ରେ ତୃତୀୟ ଭାରତ-ଆଫ୍ରିକା ଫୋରମ୍ ସମ୍ମିଳନୀ ପାଇଁ ରାଜା ମହମ୍ମଦ ଷଷ୍ଠଙ୍କ ଗୁରୁତ୍ୱପୂର୍ଣ୍ଣ ଗସ୍ତ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି ବୋଲି ଉଭୟ ପକ୍ଷ ସହମତ ହୋଇଥିଲେ । 23 ଟି ମନ୍ତ୍ରୀ ପରିଦର୍ଶନ ଏବଂ 40 ରୁ ଅଧିକ ଏମଓୟୁ ଏବଂ ଚୁକ୍ତିନାମା, ଯେପରିକି ଆଇଟି, ଶିକ୍ଷା, ସଂସ୍କୃତି, କୃଷି, ପାରସ୍ପରିକ ଆଇନ ସହାୟତା, ପ୍ରତ୍ୟର୍ପଣ ଇତ୍ୟାଦି ପରିପ୍ରେକ୍ଷୀରେ ଉଭୟଙ୍କ ସହମତି ପ୍ରଣିଧାନ ଯୋଗ୍ୟ । ଅର୍ଥନୈତିକ ପ୍ରଗତି ଏବଂ ସମୃଦ୍ଧି ମାର୍ଗରେ ମରକ୍କୋକୁ ପରିଚାଳନା କରିବାରେ ମରକ୍କୋ ରାଜାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କର ଅଭିବୃଦ୍ଧିର ସକରାତ୍ମକ ମୂଲ୍ୟାଙ୍କନ କରି ଉଭୟ ମନ୍ତ୍ରୀ ବିଶେଷ ଭାବରେ ସାର, ବସ୍ତ୍ର, ଫାର୍ମାସ୍ୟୁଟିକାଲ୍ସ, ଅଟୋମୋବାଇଲ ଏବଂ ଆଇସିଟି କ୍ଷେତ୍ରରେ ଉଭୟ ଘନିଷ୍ଠ ସହଯୋଗୀ ବୋଲି ଉଲ୍ଲେଖ କରିଛନ୍ତି । ସେମାନେ ସାଇବର ସୁରକ୍ଷା, ଆତଙ୍କବାଦ ମୁକାବିଲା ତଥା ମହାକାଶ କ୍ଷେତ୍ରରେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ଏମଓୟୁ / ଚୁକ୍ତିନାମା ଏକ ଦୃଢ଼ ତଥା ବ୍ୟାପକ ସମ୍ପର୍କର ମୂଳଦୁଆ ଗଠନ ପାଇଁ ଦୃଢ଼ ଢାଞ୍ଚା ପ୍ରଦାନ କରିଛି ବୋଲି ପ୍ରକାଶ କରିଛନ୍ତି । ପ୍ରତିରକ୍ଷା ସହଯୋଗ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଉପରେ ଉଭୟ ପକ୍ଷ ଏମଓୟୁ ଚୂଡ଼ାନ୍ତକରଣକୁ ତ୍ୱରାନ୍ୱିତ କରିବା ଉଚିତ ବୋଲି ମନ୍ତ୍ରୀମାନେ ସହମତ ହୋଇଛନ୍ତି, ଫଳରେ ଶୀଘ୍ର ଏହା ସ୍ୱାକ୍ଷରିତ ହୋଇପାରିବ ।


କୋଭିଡ -19 ମହାମାରୀର ମୁକାବିଲା ପାଇଁ ଉଭୟ ପକ୍ଷ ରାଷ୍ଟ୍ରୀୟ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । କୋଭିଡ -19 ମହାମାରୀ ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ହେତୁ ମରକ୍କୋରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କ ଦେଶକୁ ଫେରିବା ପାଇଁ ମରକ୍କୋ ସରକାରଙ୍କ ସମର୍ଥନ ପାଇଁ ଡକ୍ଟର ଜୟଶଙ୍କର ଶ୍ରୀ ବୋରିତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ବୋରିତା ଭାରତୀୟ ଔଷଧର ବାଣିଜ୍ୟିକ ରପ୍ତାନିରେ ଭାରତର ସହଯୋଗ ପାଇଁ ତାଙ୍କ ସରକାରଙ୍କ ଫକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ।

ଜାତିସଂଘର ସଂସ୍କାର, ଆତଙ୍କବାଦ ବିରୋଧରେ ଆନ୍ତର୍ଜାତୀୟ ସଂଗ୍ରାମ, ଜଳବାୟୁ ପରିବର୍ତ୍ତନ, ନବୀକରଣ ଯୋଗ୍ୟ ଶକ୍ତି ଏବଂ ଭାରତ ଆଫ୍ରିକା ଫୋରମ୍ ସମ୍ମିଳନୀ (IAFS) ପ୍ରଣାଳୀରେ ସହଯୋଗ ସମେତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଗଭୀର ଆଦାନ ପ୍ରଦାନ ହୋଇଥିଲା ।

ଲିଜିଆର ବିକାଶ ବିଷୟରେ ଶ୍ରୀ ବୋରିତାଙ୍କ ପ୍ରତିକ୍ରିୟା ବୁଜ୍‌ନିକାରେରେ ଅନୁଷ୍ଠିତ ଆନ୍ତଃ-ଲିବିଆ ସନ୍ଦର୍ଭକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସଙ୍କଟ ଆରମ୍ଭରୁ ସମସ୍ତ ଲିବିଆ ଦଳ ସହ ମରକ୍କୋର ଦୃଢ଼ ଼ ତଥା ଗଠନମୂଳକ ଯୋଗଦାନକୁ ପ୍ରଶଂସା କରିଛନ୍ତି । ଦେଶର ସାର୍ବଭୌମତ୍ୱ, ଏକତା ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ସମୟରେ ଲିବିଆର ନେତୃତ୍ୱରେ ରାଜନୈତିକ ପ୍ରକ୍ରିୟା ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ କରାଯାଇଥିଲା ।

2021-2022 କାର୍ଯ୍ୟକାଳ ପାଇଁ ୟୁଏନ୍‌ଏସ୍‌ସିର ଅଣ-ସ୍ଥାୟୀ ଆସନକୁ ନିର୍ବାଚିତ ହୋଇଥିବାରୁ ଶ୍ରୀ ବୋରିତା ଭାରତକୁ ଅଭିନନ୍ଦନ ଜଣାଇବା ସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ମରକ୍କୋ ସରକାରଙ୍କ ସମର୍ଥନ ଜଣାଇଛନ୍ତି । ମିଳିତ ଜାତିସଂଘ ସମେତ ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଘନିଷ୍ଠ ସମନ୍ୱୟରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ଉଦ୍ୟମ ଜରିଆରେ ସାହାରା ସମସ୍ୟାର ଏକ ବାସ୍ତବବାଦୀ, ସ୍ଥାୟୀ, ପାରସ୍ପରିକ ବୁ ଝାମଣା ତଥା ଗ୍ରହଣୀୟ ରାଜନୈତିକ ସମାଧାନ ହାସଲ କରିବାକୁ ଡକ୍ଟର ଜୟଶଙ୍କର ଭାରତର ସମର୍ଥନ ଜଣାଇଛନ୍ତି ଏବଂ ଏହି ଦିଗରେ ମରକ୍କୋର ଉଦ୍ୟମକୁ ଉଲ୍ଲେଖ କରିଛନ୍ତି ।

ବିଦେଶ ମନ୍ତ୍ରୀ ଅନୁକୁଳ ପରିସ୍ଥିତିରେ ଶ୍ରୀ ବୋରିତାଙ୍କ ଭାରତ ଗସ୍ତକୁ ଆମନ୍ତ୍ରଣକୁ ଦୋହରାଇଛନ୍ତି, ଯାହା ମରକ୍କୋ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଆନନ୍ଦରେ ଗ୍ରହଣ କରାଯାଇଛି ।


ମୂଳଲେଖା : ପଦମ୍‌ ସିଂହ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...